ବ୍ରହ୍ମପୁର ଅଫିସ : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳର ନବକଳେବର କରିଛନ୍ତି। ନୂତନ ମନ୍ତ୍ରୀ ମଣ୍ଡଳରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସରପଞ୍ଚ ରୁ ମନ୍ତ୍ରୀ ହୋଇଥିବା ନେଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଛନ୍ତି ପୋଲସରା ବିଧାୟକ l ଚିକିଟି ବିଧାୟିକା ଉଷାଦେବୀ କ୍ୟାବିନେଟ ମନ୍ତ୍ରୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରାଷ୍ଟ୍ରମନ୍ତ୍ରୀ। ମାନ୍ୟବର ଶ୍ରୀକାନ୍ତ ସାହୁ ନୂତନ ଭାବେ ପ୍ରଥମ ଥର ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ସହ ରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି। ଏକ ନିମ୍ନ ମଧ୍ୟବିତ୍ତ ପରିବାରର ସଦସ୍ୟ ଶ୍ରୀକାନ୍ତ ସାହୁ ୧୯୯୭ ମସିହାରେ ହାତୀଓଟ ପଞ୍ଚାୟତର ସରପଞ୍ଚ ଭାବେ ପ୍ରଥମ କରି ଲୋକପ୍ରତିନିଧି ଭାବେ ଜୟଯୁକ୍ତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଅବଶ୍ୟ ୧୯୯୬ ରେ ଶ୍ରୀ ସାହୁ ହାତୀଓଟ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୭ ମସିହା ରୁ ୨୦୧୪ ମସିହାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଭାବେ ନିର୍ବାଚିତ ହେବା ପର୍ଯ୍ୟନ୍ତ ଶ୍ରୀ ସାହୁ ଓ ତାଙ୍କ ଧର୍ମପତ୍ନୀ ହାତୀଓଟ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ଭାବେ ନିର୍ବାଚିତ ହୋଇଆସୁଥିଲେ। ୨୦୧୨ ମସିହା ରୁ ପୋଲସରା ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ସମୟରେ ୨୦୧୪ ମସିହା ନିର୍ବାଚନରେ ପୋଲସରା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ସାହୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ପୁଣି ଶ୍ରୀକାନ୍ତ ସାହୁ ଦ୍ଵିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ସାହୁଙ୍କୁ ମନୋନୀତ କରିଥିଲେ। ୨୦୨୨ ଜୁନ ୦୫ ତାରିଖ ଦିନ ଅନୁଷ୍ଠିତ ମନ୍ତ୍ରୀ ମଣ୍ଡଳ ପୁନର୍ଗଠନ ବେଳେ ଶ୍ରୀକାନ୍ତ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ମନୋନୀତ କରିଥିଲେ। ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ ମହୋଦୟ ୦୯/୦୪/୨୦୦୭ ରୁ ୨୯/୦୪/୨୦୧୧ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ। ସେହି ସମୟ ମଧ୍ୟରେ ଶ୍ରୀ ପାଣ୍ଡିଆନ ହାତୀଓଟ ଜରାଶ୍ରମ ପରିଦର୍ଶନ କରିଥିଲେ। ସେହି ଜରାଶ୍ରମରେ ୩୦ ରୁ ଉର୍ଦ୍ଧ୍ବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶ୍ରୀକାନ୍ତ ସାହୁ ସେବା ଯୋଗାଇ ଅନ୍ତେବାସୀଙ୍କୁ ସୁସ୍ଥ ଓ ଶାନ୍ତିରେ ରଖିଥିବା ଜାଣିପାରିଥିଲେ। ପଞ୍ଚାୟତ ଲୋକ ପ୍ରତିନିଧି ଭାବେ ଉତ୍ତମ କାର୍ଯ୍ୟ ଓ ଜରାଶ୍ରମର ସେବା କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଜିଲ୍ଲାପାଳ ଭାବେ ଉଚ୍ଚ ପ୍ରଶଂସା କରିଥିଲେ। ମାନବ ସେବାହିଁ ମାଧବ ସେବା, ଏହି ମନୋଭାବ ରଖି ଶ୍ରୀକାନ୍ତ ସାହୁ ଜରାଶ୍ରମର ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଆନ୍ତରିକ ସେବା ଯୋଗାଇ ଆସୁଥିବା ବେଳେ ଆଜି ସେହି ସୁଫଳ ପ୍ରାପ୍ତ ହୋଇଛି। ମୁଖ୍ୟମନ୍ତ୍ରୀ , ଫାଇଭ ଟି ସଚିବ ଓ ସାଂଗଠନିକ ସଂପାଦକ ଙ୍କ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପ୍ରାପ୍ତ ହୋଇଛି। ଶ୍ରୀକାନ୍ତ ସାହୁ ବିଧାୟକ ଭାବେ ନିର୍ବାଚିତ ହେବାପର ଠାରୁ ନିର୍ବାଚନ ମଣ୍ଡଳୀରେ ରହିବା ସମୟରେ ନିଶ୍ଚିତ ଭାବେ ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣଙ୍କ ଅଭାବ ଅସୁବିଧା ବିଷୟ ନେଇ ଆଲୋଚନା କରିଥାନ୍ତି। ଅଞ୍ଚଳର ପ୍ରଗତି କିପରି ହୋଇପାରିବ ସେ ସର୍ବଦା ଚିନ୍ତାକରି ଲୋକଙ୍କ ସହ ଆଲୋଚନା କରିଥାନ୍ତି। ନିର୍ବାଚନ ମଣ୍ଡଳୀର ଯେକୌଣସି ଲୋକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଅକାଳ ମୃତ୍ୟୁ ଘଟଣା ଘଟିଲେ ଶ୍ରୀକାନ୍ତ ସାହୁ ନିଶ୍ଚିତ ଭାବେ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତ ପାଇଁ ବ୍ୟବସ୍ଥା ଗ୍ରହଣ କରିଥାନ୍ତି। ଘରପୋଡି ବିଷୟ ଜାଣିବା ପରେ ଘଟଣା ସ୍ଥଳକୁ ନିଜେ ଯାଇ ଅନୁଧ୍ୟାନ କରି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ପାଇଁ ବ୍ୟବସ୍ଥା କରିଥାନ୍ତି। କରୋନା ସମୟରେ ବିଭିନ୍ନ ଗ୍ରାମକୁ ଯାଇ ପ୍ରବାସୀ ଓଡ଼ିଆ ମାନଙ୍କ ବିଷୟ ବୁଝିବା ସହ ଲୋକଙ୍କୁ ସଚେତନତା କରିବା ସମୟରେ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହିପରି ଅନେକ ସେବାର ସୁଫଳ ଆଜି ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦବୀରେ ଅଳଙ୍କୃତ କରିପାରିଛି ଏଥିରେ ସନ୍ଦେହ ନାହିଁ। ଉତ୍ତମ କାର୍ଯ୍ୟ କଲେ ଯେ ନିଶ୍ଚିତ ଭାବେ ସୁଫଳ ପାଇବା, ଶ୍ରୀକାନ୍ତ ସାହୁ ତାହାର ଏକ ଉଦାହରଣ ।
Latest article
State parties never lose relevance in India
The continued presence and influence of state parties are a natural and important feature of India’s democratic and federal political system.
Regional Political Parties (state...
Is Cockroach Janta Party led ‘GenZ’ protest a success story?
Born of a satirical meme, the CJP in its early days displayed hyperpolitical characteristics, especially in its refusal of representation by political parties. CJP...
Youth Unemployment: A Crisis
Nelson Mandela, 1993 Nobel Peace Prize winner, once said, “The youth of today are the leaders of tomorrow.” This is a popular quotation, which...





































