ରଙ୍ଗେଇଲୁଣ୍ଡା : ମନରେଗା କାର୍ଯ୍ୟ ଜେସିବି ରେ

0
584

ବ୍ରହ୍ମପୁର ଅଫିସ : ରଙ୍ଗେଇଲୁଣ୍ଡା ବ୍ଲକ ରେ ମନରେଗା କାର୍ଯ୍ୟରେ ଦେଖିବାକୁ ମିଳୁଛି ଅପୁର୍ବ କଥା l ଶ୍ରମିକ ବଦଳରେ ମେସିନ କାମ କରିବା ନେଇ ଅଭିଯୋଗ ହୋଇଛି।ସରକାର ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ସରକାର ଉଦ୍ୟମ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାକୁ ଅଧିକ କ୍ରିୟାଶୀଳ କରିଛନ୍ତି ହେଲେ ତୃଣମୂଳ ସ୍ତରରେ ତାର ଓଲଟା କାମ ହେଉଛି। ମଣିଷ ବଦଳରେ ମେସିନ କାମ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମନରେଗା ଯୋଜନାରେ ସାମିଲ ହୋଇଛି କିନ୍ତୁ ବନ୍ଧ ହୁଡ଼ାରୁ ମାଟି ଖୋଳା ଯାଇ ହୁଡ଼ାରେ ହିଁ ପଡୁଛି ବଳକା ମାଟି ଟ୍ରାକ୍ଟର ଦ୍ଵାରା ନେଉଥିବା ଲକ୍ଷ୍ୟ କରାଯାଉଛି। ଦିବ୍ୟାଲୋକ ରେ ଖୁଲମ୍ ଖୋଲା ଜେସିବି ଲଗାଇ ଟ୍ରାକ୍ଟର ଦ୍ଵାରା ମାଟି ନେଉଛନ୍ତି। ଏହା ବ୍ଲକ ପ୍ରଶାସନ ସମ୍ପୃକ୍ତି ନେଇ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଅଭିଯୋଗ। ସରକାରୀ ଅର୍ଥ ହରିଲୁଟ। ଏପରି ଏକ ଅଭିଯୋଗ ଆସିଛି ରଙ୍ଗେଇ ଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତ ର ଚାନ୍ଦପୁର ଗ୍ରାମରୁ୍। ଅଭିଯୋଗ ପ୍ରକାରେ ଗ୍ରାମର ପାଣିଖିଆ ବନ୍ଧର ପଙ୍କ ଉଦ୍ଧାର ପାଇଁ ମନରେଗା ଯୋଜନା ଜରିଆରେ ଖୋଲିବା ପାଇଁ ୧୦ ଲକ୍ଷ ବ୍ୟୟ ମଞ୍ଜୁର ହୋଇଛି l କିନ୍ତୁ ଏହି ପୋଖରୀରେ ମେସିନ କାମ କରୁଥିବାର ଫୋଟ ଭାଇରଲ ରେ ଜଣାପଡିଛି। ଜେସିବି ରେ ମାଟି ଖୋଳି ଟ୍ରାକ୍ଟର ଯୋଗେ ମାଟି ବୁହା ଯାଉଥିବା ଭିଡିଓ ଚିତ୍ର ଉତ୍ତୋଳନ କରି ଜିଲାପାଳ, ବିଡ଼ିଓ,ତହସିଲଦାର ଏବଂଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କୁ ଭିଡ଼ିଓ ଭାଇରଲ ଦ୍ୱାରା ଅଭିଯୋଗ କରିଥିଲେ । ଏନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପାଣିଖିଆ ବନ୍ଧ ରେ ମେସିନ ଲାଗିବା ମୁଁ ଜାଣିନାହିଁ ଯଦି ଲାଗିଥିବ ମନରେଗା ଯୋଜନାରେ ଟଙ୍କା ପାଇବ ନାହିଁ। ଯଦି ଗ୍ରାମର କୌଣସି ଲୋକଙ୍କ ପାଇଁ ମାଟି ଦରକାର ଥିଲେ ସେ ନେଇପାରିବ କିନ୍ତୁ ଉକ୍ତ କାମର ବିଲ୍ ପାଇବ ନାହିଁ ବୋଲି ସଫେଇ ଦେଇଛନ୍ତି । ସେହିପରି ଗ୍ରାମର କଙ୍କିଆ ନାଳର ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କାର କାମପାଇଁ ବିନା ଫଳକ ରେ ୬ଦିନରେ ମେସିନ ଲଗାଇ କାମ ସାରିଥିବା ଅଭିଯୋଗ ହୋଇଛି। ମେସିନ ଲଗାଇ କେହି ପଙ୍କ ନେଇ ନିଜର ଜମିରେ ପକାଇଥିବ, ଏହାର ତଦନ୍ତ କରାଯିବ ବୋଲି ବିଡିଓ ଶ୍ରୀ ପାତ୍ର କହିଛନ୍ତି। ଏହାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ନଚେତ ଏହା ବ୍ଲକ ପ୍ରଶାସନ ହାତବାରିସି ହୋଇ କାମ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ଉଲ୍ଲେଖଯୋଗ୍ୟ,ଏମ ଏନ ଆର ଜି ଏସ ପାଣ୍ଠି ହଡପ ପାଇଁ ଯୋଜନାରେ ଏମଏନଆରଜିଏସ ଯୋଜନା ରେ ବ୍ୟୟବରାଦ କରାଯାଇଥିବା ପାଣ୍ଠି ହଡପ ନିମନ୍ତେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପାଣିଖିଆ ପୋଖରୀ ପୁନରୁଦ୍ଧାର ନିମନ୍ତେ ଏମ ଏନ ଆର ଜି ଏସ ଯୋଜନାରେ ବ୍ଲକ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପାଣ୍ଠି ବ୍ୟୟବରାଦ କରାଯାଇଛି, କିନ୍ତୁ ଆଜି ଯାଏଁ ମାଷ୍ଟର ରୋଲ ପ୍ରସ୍ତୁତ କରାଯାଇନାହିଁ। କେବଳ ଏସ ଏଫ ସି ରୁ ୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ବେଳେ ଠିକାଦାର ପକ୍ଷରୁ ପୋଖରୀ ରେ ଜେସିବି ମେସିନ ଲଗାଯାଇ ମାଟି ଖନନ ସହ ବେଧଡକ ଭାବେ ଖନନ ହେଉଥିବା ମାଟିକୁ ବିକ୍ରି କରାଯାଉଛି।ଘଟଣା ନେଇ ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ ସରିତା ବେହେରାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ପାଣିଖିଆ ପୋଖରୀ ପୁନରୁଦ୍ଧାର ନିମନ୍ତେ ୧୦ ଲକ୍ଷ ଟଙ୍କା ଏମ ଏନ ଆର ଜି ଏସ ଯୋଜନାରେ ବ୍ୟୟବରାଦ କରାଯାଇଛି, କିନ୍ତୁ ମାଷ୍ଟର ରୋଲ ପ୍ରସ୍ତୁତ ହୋଇନାହିଁ। ତେଣୁ ଗ୍ରାମବାସୀ ଙ୍କ ପକ୍ଷରୁ ଗୋଷ୍ଠୀ ପାଣ୍ଠି ବିନିଯୋଗ କରି ପୋଖରୀ ର ପଙ୍କୋଦ୍ଧାର କରାଯାଉଛି। ଏଣୁ ଆମେ କଣ କରି ପାରିବୁ ବୋଲି ଉତ୍ତର ରଖିଥିଲେ।ଏହା ପଞ୍ଚାଯତ ର ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରହିଥିବା ରୂପକ ସାମନ୍ତରାୟ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ଏସ ଏଫ ସି ରୁ ୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ପୋଖରୀ ର ମାଟି ଖନନ କାର୍ଯ୍ୟ କରାଯାଉଛି। ବର୍ତମାନ ସୁଦ୍ଧା ଏମ ଏନ ଆର ଜି ଏସ ପାଣ୍ଠି ବିନିଯୋଗ କରାଯାଇନାହିଁ। ଏଣୁ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ପୋଖରୀ ପୁନରୁଦ୍ଧାର ନିମନ୍ତେ ଏମ ଏନ ଆର ଜି ଏସ ଯୋଜନାରେ ୧୦ ଲକ୍ଷ ଟଙ୍କା ର ଅନୁଦାନ ଦିଆଯାଇଛି,ସେହି ପୋଖରୀ ର ମାଟି ଖନନ ନିମୂ ସି ଏଫ ସି ପାଣ୍ଠି ରୁ ୧ ଲକ୍ଷ ଟଙ୍କା ଖର୍ଚ କରିବା କେତେ ଦୂର ଯଥାର୍ଥ ଏହା ସହ ଏସ ଏଫ ସି ପାଣ୍ଠି ରେ ପୋଖରୀ ରୁ ମାଟି ଖନନ ପରେ ଏହି କାମକୁ ଏମ ଏନ ଆର ଜି ଏସ ଯୋଜନାରେ କାର୍ଯ୍ୟ କରାଯାଇଥିବା କହି ମାଷ୍ଟର ରୋଲ ପ୍ରସ୍ତୁତ କରି ପାଣ୍ଠି ହଡପ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ପଞ୍ଚାୟତ ପକ୍ଷରୁ ଏକ ପ୍ଲାନ ପ୍ରସ୍ତୁତ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହା ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନା ଯୋଗ୍ୟ ଯେ ପୋଖରୀ ହୁଡ଼ାରେ ଏକ ସୂଚନା ଫଳକ ନିର୍ମାଣ ହୋଇଥିଲେ ସୁଦ୍ଧା ଏଥିରେ କୈାଣସି ସୂଚନା ଦିଆଯାଇନଥିବା ରୁ ଏହା ଏକ ଯୋଜନା ବଦ୍ଧ ଭାବରେ ପାଣ୍ଠି ହଡପ କରିବା ପାଇଁ କାମ ଚାଲୁ ରହିଥିବା ଜଣାପଡିଛି।

ଆଜି ଯାଏଁ ମାଷ୍ଟର ରୋଲ ପ୍ରସ୍ତୁତ କରାଯାଇନାହିଁ। କେବଳ ଏସ ଏଫ ସି ରୁ ୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ବେଳେ ଠିକାଦାର ପକ୍ଷରୁ ପୋଖରୀ ରେ ଜେସିବି ମେସିନ ଲଗାଯାଇ ମାଟି ଖନନ ସହ ବେଧଡକ ଭାବେ ଖନନ ହେଉଥିବା ମାଟିକୁ ବିକ୍ରି କରାଯାଉଛି।ଘଟଣା ନେଇ ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ ସରିତା ବେହେରାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ପାଣିଖିଆ ପୋଖରୀ ପୁନରୁଦ୍ଧାର ନିମନ୍ତେ ୧୦ ଲକ୍ଷ ଟଙ୍କା ଏମ ଏନ ଆର ଜି ଏସ ଯୋଜନାରେ ବ୍ୟୟବରାଦ କରାଯାଇଛି, କିନ୍ତୁ ମାଷ୍ଟର ରୋଲ ପ୍ରସ୍ତୁତ ହୋଇନାହିଁ। ତେଣୁ ଗ୍ରାମବାସୀ ଙ୍କ ପକ୍ଷରୁ ଗୋଷ୍ଠୀ ପାଣ୍ଠି ବିନିଯୋଗ କରି ପୋଖରୀ ର ପଙ୍କୋଦ୍ଧାର କରାଯାଉଛି। ଏଣୁ ଆମେ କଣ କରି ପାରିବୁ ବୋଲି ଉତ୍ତର ରଖିଥିଲେ।ଏହା ପଞ୍ଚାଯତ ର ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରହିଥିବା ରୂପକ ସାମନ୍ତରାୟ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ଏସ ଏଫ ସି ରୁ ୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ପୋଖରୀ ର ମାଟି ଖନନ କାର୍ଯ୍ୟ କରାଯାଉଛି। ବର୍ତମାନ ସୁଦ୍ଧା ଏମ ଏନ ଆର ଜି ଏସ ପାଣ୍ଠି ବିନିଯୋଗ କରାଯାଇନାହିଁ। ଏଣୁ ଏଠି ପ୍ରଶ୍ନ ଉଠୁଛି ଯେ ଯେଉଁ ପୋଖରୀ ପୁନରୁଦ୍ଧାର ନିମନ୍ତେ ଏମ ଏନ ଆର ଜି ଏସ ଯୋଜନାରେ ୧୦ ଲକ୍ଷ ଟଙ୍କା ର ଅନୁଦାନ ଦିଆଯାଇଛି,ସେହି ପୋଖରୀ ର ମାଟି ଖନନ ନିମୂ ସି ଏଫ ସି ପାଣ୍ଠି ରୁ ୧ ଲକ୍ଷ ଟଙ୍କା ଖର୍ଚ କରିବା କେତେ ଦୂର ଯଥାର୍ଥ ଏହା ସହ ଏସ ଏଫ ସି ପାଣ୍ଠି ରେ ପୋଖରୀ ରୁ ମାଟି ଖନନ ପରେ ଏହି କାମକୁ ଏମ ଏନ ଆର ଜି ଏସ ଯୋଜନାରେ କାର୍ଯ୍ୟ କରାଯାଇଥିବା କହି ମାଷ୍ଟର ରୋଲ ପ୍ରସ୍ତୁତ କରି ପାଣ୍ଠି ହଡପ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ପଞ୍ଚାୟତ ପକ୍ଷରୁ ଏକ ପ୍ଲାନ ପ୍ରସ୍ତୁତ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।

LEAVE A REPLY