ଜନତାଙ୍କ ଟଙ୍କାରେ ମମତାଙ୍କ ଖେଳ

ଗତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ‘ଖେଳ ହେବ’ ବୋଲି । ପ୍ରକୃତରେ ସବୁଦିନ ପଶ୍ଚିମବଙ୍ଗରେ ନୂଆ ନୂଆ ଖେଳ ଜାରି ରହିଛି । କେବେ ନାରଦା, ଶାରଦା, ଆଉ କେବେ ଟଙ୍ଗା ଗଦା ଗଦା । ଏସବୁ ଖେଳର ରିଂମିଷ୍ଟ୍ରେସ ମମତା ଦିଦି । ନିଜେ ନିଜେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ନିଜକୁ କୁଳପତି ଭାବେ ଘୋଷଣା କଲେ ସତ, ଏଣେ ନିଜ କୁଳ ବୁଡିବାକୁ ବସିଲାଣି । ଦୀର୍ଘ ୨୫ବର୍ଷ ଧରି ତୃଣମୂଳ କଂଗ୍ରେସର ଆଗଧାଡିର ନେତା ଏବଂ ଦୁଇଦଶନ୍ଧି ଧରି ମହାସଚିବ ଥିବା ପାର୍ଥ ·ଟ୍ଟାର୍ଜୀଙ୍କ ଅଳ୍ପ ବୟସୀ ଅଭିନେତ୍ରୀ ବାନ୍ଧବୀ ଅର୍ପିତାଙ୍କ ଘରୁ ନଗତ ୫୧କୋଟି ଟଙ୍କା ସହ ୨୦ ମୋବାଇଲ, ୬୦ଲକ୍ଷ ବିଦେଶୀ ମୁଦ୍ରା ଓ ୫ କେଜି ସୁନାଗହଣା ଇଡି ପକ୍ଷରୁ ଜବତ କରାଯିବା ପରେ ଏବେ ମମତାଙ୍କ ନିଦ ହଜିଯାଇଛି । ଏସବୁ ଟଙ୍କା ଯେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଅଧିନସ୍ଥ ସରକାରୀ ଏବଂ ସହାୟତା ପ୍ରାପ୍ତ ବିଦ୍ୟାଳୟର ଗ୍ରୁପ-ସି, ଗ୍ରୁପ-ଡିର କର୍ମ·ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତିରୁ ମିଳିଥିଲା ତାହା ସ୍ପଷ୍ଟ ହୋଇଛି । ନକ୍ତାଲା ଉନ୍ନୟନ ସଂଘର ଆମ୍ବାସାଡର ସାଜିଥିବା ଅର୍ପିତାଙ୍କ ବେଲଘରିଆ ଓ ଡାୟମଣ୍ଡ ସିଟି ଫ୍ଲାଟରେଏହି ସବୁ ଟଙ୍କା ୫୦୦, ୨୦୦୦ଟଙ୍କାର ବିଡା ବନ୍ଧା ହୋଇ ରଖାଯାଇଥିଲା । ଏପରିକି ପାଇଖାନା, ହାତଧୁଆ ବେସିନ ତଳେ ମଧ୍ୟ ଲକର ନିର୍ମାଣ କରାଯାଇ ରଖାଯାଇଥିଲା । ଚଢାଉ କରିଥିବା ଇଡିର କର୍ମ·ରୀଙ୍କୁ ଜବତ ଟଙ୍କା ଗଣିବା ପାଇଁ ୪ଟି ମେସିନ ଏବଂ ଟଙ୍କା ବୋହିନେବା ପାଇଁ ଏକ ସ୍ୱତନ୍ତ୍ର ଟ୍ରକକୁ ଆଣିବାକୁ ପଡିିଥିଲା । ସେହି ଘରେ ୨୦-୨୦,୫୦-୫୦ଲକ୍ଷ ଟଙ୍କାର ବିଡା ସବୁ ପ୍ରସ୍ତୁତ କରାଯାଇ ଲୁ·ଇ ରଖାଯାଇଥିଲା । ଅର୍ପିତାଙ୍କ ନାମରେ ଦୁଇଟି କାର ହୋଣ୍ଡାସିଟି (ଡବ୍ଲୁବି ୦୬ଟି ୬୦୦୦), ଅଡି (ଡବ୍ଲୁବି ୦୨ ଏବି ୯୫୬୧) ଥିଲାବେଳେ ଅନ୍ୟଗାଡିଗୁଡିକ ବିଷୟରେ ଖବର କିମ୍ବା କେଉଁଠି ରଖାଯାଇଛି ତାର ପତ୍ତା ମିଳିପାରିନାହିଁ । କୋଲକାତା ବିମାନବନ୍ଦର ନିକଟବର୍ତ୍ତୀ ଚିନାର ଆପାର୍ଟମେଣ୍ଟର ରୟାଲ ରେସିଡେଣ୍ଟ ବିଲ୍ଡିଂର ୪ର୍ଥ ମହଲାର ୪୦୪ ନମ୍ବର ଘର ଅର୍ପିତାଙ୍କ ନାମରେ ଥିବା ଜଣାପଡିଛି । ଅର୍ପିତାଙ୍କ ଡାୟମଣ୍ଡ ସିିଟି ଫ୍ଲାଟରେ ଥିବା ୪ଟି କାରରେ ଟଙ୍କା ଗାଏବ ହୋଇଥିବାର ସନେ୍ଦହ ଇଡିର ହୋଇଛି । ପାଖ ପଡୋଶୀମାନେ ଟଙ୍କା ଗଦା ସଂପର୍କରେ ଜାଣିବା ପରେ ଚକିତ ହୋଇଛନ୍ତି । ଭିନ୍ନ ଭିନ୍ନ ବ୍ୟାଙ୍କରେ ରହିଥିବା ଅର୍ପିତାଙ୍କ ୮ କୋଟିର ଜମାଖାତାକୁ ସିଜ୍ କରାଯାଇଛି ।
ଶିକ୍ଷକ ନିଯୁକ୍ତିକୁ କେନ୍ଦ୍ର କରି ହୋଇଥିବା ଜାଲିଆତି ଅଭିଯୋଗର ତଦନ୍ତ କୋଲକାତା ହାଇକୋର୍ଟ ସିବିଆଇକୁ ଦେବାପରେ ଏହି ଘଟଣାରେ ଟଙ୍କା ଦେଣନେଣ ହୋଇଥିବା ଜଣାପଡିବା ଯୋଗୁ ଇଡିକୁ ଅଧିକ ଅନୁସନ୍ଧାନ କରିବାକୁ କୁହାଯାଇଥିଲା । ଇଡି ପ୍ରଥମେ ମମତାଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ମନ୍ତ୍ରୀ ପାର୍ଥ ·ଟାର୍ଜୀଙ୍କ ଘର ଉପରେ ଚଢାଉ କରି ଅର୍ପିତାଙ୍କ ନାମରେ ଥିବା ସଂପତ୍ତିର କାଗଜପତ୍ର ପାଇଥିଲା । ତେଣୁ ଅର୍ପିତାଙ୍କ ଘର ଉପରେ ଚଢାଉ କରାଯାଇଥିଲା । ୨୩ ଜୁଲାଇ ଦିନ ପାର୍ଥଙ୍କୁ ଗିରଫ କରାଯଇ ୨୬ଘଣ୍ଟାର ଜେରା କରାଯାଇଥିଲା । ଗିରଫକୁ ଏଡାଇବା ପାଇଁ ପାର୍ଥ କୋଲକାତାର ସରକାରୀ ଡାକ୍ତରଖାନା ଯିବାକୁ ଇଛା କରିଥିଲେ ମଧ୍ୟ ହାଇକୋର୍ଟ ଭୁବନେଶ୍ୱରସ୍ଥିତ ଏମ୍ସକୁ ନେବାପାଇଁ କହିଥିଲେ । କାରଣ କୋଲକାତା ଡାକ୍ତରଖାନାରେ ଥରେ ଚିକିତ୍ସା ପାଇଁ ପ୍ରବେଶ କଲାପରେ ପାର୍ଥଙ୍କୁ ଧରିବା କଷ୍ଟକର ହେବ ବୋଲି ଇଡି ଲୋକେ ଜାଣିଥିଲେ । ଏହାଦ୍ୱାରା ତଦନ୍ତ ବିଳମ୍ବିତ ହେବା ସହ ଅନୁସନ୍ଧାନ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଥିଲା । ତେଣୁ ପାର୍ଥଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏମ୍ସକୁ ଅଣାଯାଇ ଚିକିତ୍ସା କରାଯିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଏବଂ ଡାକ୍ତରଖାନାରେ ରହିବା ଆବଶ୍ୟକ ନାହିଁ ବୋଲି ଏମ୍ସ କର୍ତ୍ତୃପକ୍ଷ ଜଣାଇବା ପରେ ଇଡି କର୍ତ୍ତୃପକ୍ଷ ପାର୍ଥଙ୍କୁ ନିଜ ଅକ୍ତିଆରକୁ ନେଇଥିଲେ । ପାର୍ଥଙ୍କୁ ଭୁବନେଶ୍ୱରରେ ଏମ୍ସକୁ ନେବାବେଳେ ପଶ୍ଚିମବଙ୍ଗର ରୋଗୀଙ୍କ ଲୋକେ ଚୋର  ଚୋର ବୋଲି ଡାକ୍ତରଖାନା କ୍ୟାମ୍ପସରେ ପାଟି କରିଥିଲେ । ଠିକ୍ ସେମିତି କୋଲକାତାର ଜୋକାସ୍ଥିତ ଇଏସ୍ଆଇ ଡାକ୍ତରଖାନାକୁ ପାର୍ଥଙ୍କୁ ନେବାବେଳେ ଆମ୍ତଲାବାସିନୀ ଜଣେ ମହିଳା ତାଙ୍କ ଉପରକୁ ଚପଲ ଫିଙ୍ଗିଥିବା ଜଣାପଡିଛି ।
ତୃଣମୂଳ କଂଗ୍ରେସ ଦଳରେ ପାର୍ଥଙ୍କ ଭୂମିକା ସ୍ୱତନ୍ତ୍ର ରହିଆସିଛି । ୬ ଅକ୍ଟୋବର ୧୯୫୨ରେ କୋଲକାତାରେ ଜନ୍ମିତ ପାର୍ଥଙ୍କ ଶିକ୍ଷା ନରେନ୍ଦ୍ରପୁରସ୍ଥିତ ରାମକୃଷ୍ଣ ମିଶନ ସ୍କୁଲରୁ ହୋଇଥିଲା । ପରେ କୋଲକାତା ବିଶ୍ୱବିଦ୍ୟାଳୟରୁ ଏମ୍ବିଏ ଶିକ୍ଷା ଶେଷ କରିବା ପରେ ସେ ଏକ କମ୍ପାନୀରେ ମାନବ ସମ୍ବଳ ବିଭାଗରେ ପରି·ଳକ ଭାବେ ନିଯୁକ୍ତି ପାଇଥିଲେ । ମମତାଙ୍କଠାରୁ ବୟସରେ ଦୁଇବର୍ଷ ବଡ ପାର୍ଥଙ୍କୁ ମମତା ବଡଭାଇର ସମ୍ମାନ ଦେବାକୁ ଯାଇ ଦା’ ବୋଲି ଡାକୁଥିଲେ । ୧୯୯୮ରେ ·କିରି ଛାଡି ତୃଣମୂଳ କଂଗ୍ରେସରେ ପାର୍ଥ ଯୋଗ ଦେଇଥିଲେ । ୨୦୦୧ ବିଧାନସଭା ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହେଲାପରେ ୨୦୦୬, ୨୦୧୧, ୨୦୧୬, ୨୦୨୧ରେ ମଧ୍ୟ ନିର୍ବାଚିତ ହୋଇଥିଲେ । କ୍ରମାଗତ ଭାବେ ବିଧାୟକ ରହି ଆସିଥିବା ପାର୍ଥ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳ ନେତା ରହିଥିଲେ । ୨୦୧୧ରେ ତୃଣମୂଳ କଂଗ୍ରେସ ଦଳ ପଶ୍ଚିମବଙ୍ଗରେ ସରକାରକୁ ଆସିବା ପରେ ୨୦୧୪-୨୦୨୧ ପର୍ଯ୍ୟନ୍ତ ସେ ରାଜ୍ୟ ଶିକ୍ଷାମନ୍ତ୍ରୀ ରହିଥିଲେ । ୨୦୦୬ ନିର୍ବାଚନ ପାଇଁ ସେ ଦାଖଲ କରିଥିବା ଘୋଷଣାରେ ତାଙ୍କ ନିକଟରେ ମାତ୍ର ୬୩୦୦ଟଙ୍କା ଥିଲା ଯାହା ୨୦୨୧ବେଳକୁ ୧,୪୮,୬୭୬ ହୋଇଥିଲା । ୨୦୧୧ରେ ପାର୍ଥ ନିଜ ଆୟ ୧୧,୬୪,୫୫୫ଟଙ୍କା ଦର୍ଶାଇଥିଲେ । ୨୦୨୧ରେ ପାର୍ଥଙ୍କ ଆୟ ୫,୩୯,୭୨୦ ଦର୍ଶାଯାଇଥିଲା । ଏବେ ଦଳର ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ପାର୍ଥ ·ଟାର୍ଜୀ ରାଜ୍ୟ ଉଦ୍ୟୋଗ, ପ୍ରୋଦ୍ୟୋଗିକୀ, ଇଲେକ୍ଟ୍ରୋନିକ୍ସ , ସଂସଦୀୟ ବ୍ୟାପାର, ଔଦ୍ୟୋଗିକ ପୁନଃନିର୍ମାଣ ବିଭାଗର ଦାୟିତ୍ୱରେ ଥିଲେ । ଦୁଇଦଶନ୍ଧି ଧରି ଦଳର ସାଧାରଣ ସଂପାଦକ ରହିଆସିଥିବା ପାର୍ଥ ୨୦୨୨ରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ । ଦଳରେ ସେ ଦୁଇନମ୍ବର ନେତା ଥିଲେ । ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଏବଂ ଅନୁଶାସନୀୟ ସମିତିର ସେ ଅଧ୍ୟକ୍ଷ ରହିଥିଲେ । ତୃଣମୂଳ କଂଗ୍ରେସ ଦଳର ମୁଖପତ୍ର “ଜାଗୋ ବାଂଲା”ର ସେ ଥିଲେ ସଂପାଦକ ।
ଇତି ମଧ୍ୟରେ ପାର୍ଥଙ୍କ ୨୪ ପ୍ରଗଣାର ଫାର୍ମ ହାଉସର ତାଲା ଭଙ୍ଗାଯାଇ ନିଜକୁ ଇଡି ପରିଚୟ ଦେଇ କିଛି ଲୋକ ଦୁଇଟି ଗାଡିରେ ବ୍ୟାଗ୍ ଭର୍ତ୍ତି କରି ଫେରାର ହୋଇଯାଇଛନ୍ତି । ସେହି ଘରକୁ ଅର୍ପିତା ଏବଂ ପାର୍ଥ ଆସୁଥିବା ବିଷୟ ପଡୋଶୀମାନେ କହିଛନ୍ତି । ଏବେ କିନ୍ତୁ ପାଖ ପଡୋଶୀଙ୍କୁ ପାଟି ଅଧିକ ନଫିଟାଇବା ଲାଗି ଧମକ ମିଳିସାରିଲାଣି । ତେବେ ପାର୍ଥ ଗିରଫ ହେବା ପୂର୍ବରୁ ଦୁଇଟି ଜାଲ କମ୍ପାନୀ ନାମରେ ଦୁଇଟି ନୂଆ କାର ବୁକିଂ କରିଥିଲେ । ଇତି ମଧ୍ୟରେ ଅର୍ପିତାଙ୍କ ନିଉଟାଉନ ସ୍ଥିତ ଘରୁ ୨ କୋଟି ଟଙ୍କା ଇଡି ପାଇଥିଲା ବେଳେ କେତେକ ଜାଲ କମ୍ପାନୀରେ ଅର୍ପିତା ନିଦେ୍ର୍ଦଶିକା ରହିଥିବା ଜଣାପଡିଛି । କୋଲକାତା ବାହାରେ ଥିବା ବେଲଘରିଆର ଅର୍ପିତାଙ୍କ ଫ୍ଲାଟ ଠିକଣାରେ ଟେକ୍ସଟାଇଲ ବ୍ୟବସାୟ ହେଉଥିବା ଏକ କମ୍ପାନୀର କାଗଜପତ୍ର ଇଡି ହାତରେ ଲାଗିଛି । ସମାନ ଠିକଣାରେ ମଧ୍ୟ ଦୁଇଟି ରିଅଲ ଇଷ୍ଟେଟ କମ୍ପାନୀର ପଞ୍ଜିକରଣ କରାଯାଇଛି । ଦୁଇଟିଯାକ କମ୍ପାନୀର ମୂଳ ପୁଞ୍ଜି ମାତ୍ର ୧ଲକ୍ଷ ଥିଲା ବେଳେ ଟେକ୍ସଟାଇଲ୍ସ କମ୍ପାନୀର ପୁଞ୍ଜି ୨ଲକ୍ଷ ରହିଥିଲା । ୨୧ ନଭେମ୍ବର ୨୦୨୧ରେ ତିନୋଟିଯାକ କମ୍ପାନୀର ବାର୍ଷିକ ସାଧାରଣ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ୨୧ ମାର୍ଚ୍ଚ ୨୦୨୧ରେ ତିନୋଟିଯାକ କମ୍ପାନୀର ଆୟ-ବ୍ୟୟ ପତ୍ର ଦାଖଲ ହୋଇଥିଲା । ଏହି ତିନୋଟି କମ୍ପାନୀର ଜମାଖାତାରେ ୨ କୋଟି ଟଙ୍କା ରହିଛି । ଜାଲ୍ ଦେଣନେଣ ପାଇଁ ଏହି ତିନୋଟି ଆକାଉଣ୍ଟକୁ ବ୍ୟବହାର କରାଯାଉଥିବା ସନେ୍ଦହ କରାଯାଉଛି । କୋଲକାତାର ବାରାସତଠାରେ ଥିବା ଜଣେ ଶାଢୀ ବ୍ୟବସାୟୀ ଏବେ ଇଡିର ସନେ୍ଦହକୁ ଆସିିଛନ୍ତି । ଅର୍ପିତା ଉକ୍ତ ବ୍ୟବସାୟୀଙ୍କ ପାଇଁ ମଡେଲିଂ କରୁଥିଲେ । ବିଗତ ଦିନମାନଙ୍କରେ ଏହି ବ୍ୟବସାୟୀଙ୍କ ସଂପତ୍ତି ବହୁଗୁଣ ବଢିବା ସହ ଦୋକାନ ଗୋଟିଏ ମହଲାରୁ ୪ ମହଲା ବିଶିଷ୍ଟ ହୋଇଛି । ଅର୍ପିତାଙ୍କ ସାନ ଭିଣୋଇ(କଲ୍ୟାଣ ଧର) ଙ୍କୁ ତିନୋଟି ଜାଲ କମ୍ପାନୀରେ ନିଦେ୍ର୍ଦଶକ ପଦ ପ୍ରଦାନ କରାଯାଇଥିବା ଜଣାପଡିଛି । ସିମ୍ବିଓସିସ୍ ମର୍ଚ୍ଚାଣ୍ଟ ପ୍ରା. ଲିମିଟେଡ, ସେଣ୍ଟି୍ର ଇଞ୍ଜିନିୟରିଂ ପ୍ରା ଲିମିଟେଡ, ଏଛେ ଏଣ୍ଟରଟେନ୍ମେଣ୍ଟ କମ୍ପାନୀରେ ଅର୍ପିତାଙ୍କ ସହ କଲ୍ୟାଣ ଧରଙ୍କ ନାମ ରହିଛି । କୋଲକାତାଠାରୁ ୧୬୦ କି.ମି ଦୂର ଗୋଆଲପଡାରେ ପାର୍ଥ ·ଟାର୍ଜୀଙ୍କର ଏଛେ ଗେଷ୍ଟ ହାଉସ ରହିଛି । ଏଛେ ନାମରେ ପାର୍ଥ କମ୍ପାନୀ, ବେନେକ୍ଟହଲ, ଗେଷ୍ଟହାଉସ ଗଢିଥିଲେ । ଏସବୁରେ ଏବେ ତାଲା ଝୁଲୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ବିଷୟ ହେଲା ୨୦୧୪ରୁ ଏସ୍ଏସ୍ବି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଆଜିଯାଏ ବିଭାଗୀୟ ଅନିୟମିତତା ଯୋଗୁ ·କିରୀ ନପାଇ ଦେଢ ବର୍ଷ ହେଲା ଆନେ୍ଦାଳନ ଜାରି ରଖିଛନ୍ତି । ମମତା ସରକାରଙ୍କ ଦୁର୍ନୀତିକୁ ଲୁ·ଇବାକୁ ସାମ୍ବାଦିକମାନେ ଲାଗି ପଡିଛନ୍ତି । ଇଣ୍ଡିଆ ଟୁଡେ ପକ୍ଷରୁ ଏଥିପାଇଁ ଜୋର୍ଦାର ପ୍ରୟାସ କରାଯାଉଛି । ୨୫ଜୁଲାଇ ୨୦୨୨ରେ ଇଣ୍ଡିଆ ଟୁଡେ କନ୍ସଲ୍ଟିଂ ଏଡିଟର ଥିବା ଜୟନ୍ତ ଘୋଷାଲଙ୍କୁ ମମତା ବାରାର୍ଜୀ ବଙ୍ଗଭୂଷଣ ପୁରସ୍କାର ୨୦୨୨ ପ୍ରଦାନ କରିବା ପରେ ଜୁଲାଇ ୨୮ରୁ ଶ୍ରୀ ଘୋଷାଲ ମମତାଙ୍କୁ ସୁରକ୍ଷା ଦେବା ଲାଗି ଅଣ୍ଟା ଭିଡିଛନ୍ତି । ·ନେଲର ବିତର୍କରେ ରାଜୀବ ସରଦେଶାଇ କହିଛନ୍ତି ମୁଁ ନିଶ୍ଟିତ ଯେ ମମତା ବାନାର୍ଜୀ ଏ ବିଷୟରେ (ସ୍କୁଲ ନିଯୁକ୍ତି ଦୁର୍ନୀତି) କିଛି ଜାଣିନାହାନ୍ତି । ୧୯୬୨ରେ ଜନ୍ମିତ ଘୋଷାଲ ପୂର୍ବରୁ ଆନନ୍ଦ ବଜାର ପତ୍ରିକା, ଇଣ୍ଡିଆ ଟିଭି, ବର୍ତ୍ତମାନ, ଏବିପି ନିଉଜ ସହ କାର୍ଯ୍ୟ କରିଛନ୍ତି । ସେପ୍ଟେମ୍ବର ୨୦୨୦ରେ ପଶ୍ଚିମବଙ୍ଗ ସରକାର ତାଙ୍କୁ ସୂଚନା ଓ ବିକାଶ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ । ୧୮ ସେପ୍ଟେମ୍ବର ୨୦୨୦ ଅର୍ଡର ଅନୁସାରେ ସେ ତାଙ୍କର ଅନ୍ୟ କାର୍ଯ୍ୟ ସହ ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇ ବିଭାଗୀୟ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ ଥିଲା । କୋଲକାତା ସୂଚନା କେନ୍ଦ୍ରଠାରେ ତାଙ୍କୁ କାର୍ଯ୍ୟାଳୟ ପାଇଁ ସ୍ଥାନ ଦିଆଯିବା ସହ ମାସିକ ୧,୫୦,୦୦୦ଟଙ୍କା ବେତନ ଏବଂ କୋଲକାତା- ନୂଆଦିଲ୍ଲୀ ବିମାନ ଯାତ୍ରା ଖର୍ଚ୍ଚ ମଧ୍ୟ ଅଲଗା ଦିଆଯାଉଛି । ଶ୍ରୀ ଘୋଷାଲଙ୍କ ଲିଖିତ ଏକ ପୁସ୍ତକ “ମମତା ବିୟଣ୍ଡ ୨୦୨୧” ଚଳିତବର୍ଷ ଫେବୃଆରୀ ୨୦୨୨ ରେ ପ୍ରକାଶ ପାଇଥିଲା । ଏଥିରେ ସାମ୍ବାଦିକ ଘୋଷାଲ ନେତାଙ୍କ ·ଟୁ କରିବାର ଶୀର୍ଷରେ ପହଞ୍ଚô ମମତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ନୂଆଦିଲ୍ଲୀ ୨୦୨୪ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ରହିଥିବା କଥା ସେ ଲେଖିଛନ୍ତି । ତେଲମରାର ଚରମସୀମାକୁ ଯାଇ ଶ୍ରୀ ଘୋଷାଲ ତଥାକଥିତ ବଙ୍ଗାଳୀ ଅସ୍ମିତା କଥା କହି ମମତାଙ୍କର ରାଷ୍ଟ୍ରୀୟ ନେତା ହେବାର ସମସ୍ତ ଯୋଗ୍ୟତା ଥିବା ଲେଖିଛନ୍ତି ।
ନଭେମ୍ବର ୨୦୨୧ରେ ପଶ୍ଚିମବଙ୍ଗ ବୋର୍ଡ ଅଫ୍ ସେକେଣ୍ଡାରୀ ସ୍କୁଲ ଏଜୁକେସନ ଦ୍ୱାରା ସରକାରୀ ବିଦ୍ୟାଳୟର ଗ୍ରୁପ-ଡି କର୍ମ·ରୀଙ୍କ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଅଦାଲତ ସିବିଆଇକୁ ନିଦେ୍ର୍ଦଶ ଦେଇଥିଲେ । କାରଣ ୨୫ଜଣଙ୍କୁ ଜାଲିଆତି ଦ୍ୱାରା ନିଯୁକ୍ତି ମିଳିଥିବା ନେଇ ପ୍ରମାଣ ସହ ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଥିଲେ । ଗତ ଫେବୃଆରୀ ୨୨ରେ ଅଦାଲତ ପକ୍ଷରୁ ପୂର୍ବତନ ଏସ୍ଏସ୍ସି ଅଧ୍ୟକ୍ଷ ପ୍ରଫେସର ସୋ÷÷ମିତ୍ର ସରକାର, ଅଶୋକ କୁମାର ସାହା, ଉପଦେଷ୍ଟା ସମରଜିତ ଆ·ର୍ଯ୍ୟ, ବୋର୍ଡ ଅଧ୍ୟକ୍ଷ ଡକ୍ଟର କଲ୍ୟାଣମୟ ଗାଙ୍ଗୁଲିଙ୍କ ବିରୁଦ୍ଧରେ ଅପରାଧ ମାମଲା ରୁଜୁ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ୨୦୧୬ରେ ହୋଇଥିବା ନିଯୁକ୍ତିରେ ଢେର ଅଧିକ ଜାଲିଆତିର ସମ୍ଭାବନା ଥିବା ନେଇ ଅଦାଲତ ଆଶଙ୍କା ବ୍ୟକ୍ତ କରିଥିଲେ ।
ପଶ୍ଚିମବଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅହଂକାର ପ୍ରଦର୍ଶନ ପୂର୍ବକ ରାଜ୍ୟପାଳଙ୍କୁ ହଟାଇବା,ସୀମାନ୍ତରେ ବିଏସ୍ଏଫ୍ର ସୁରକ୍ଷା ଅଞ୍ଚଳକୁ ସୀମିତ କରିବା ପରି ଯେପରି ଅବାସ୍ତବ ଦାବି ଉଠାଯିବା ସହ ଋଣ କରି ମାଗଣା ବଣ୍ଟା ନୀତି ଧରିଛନ୍ତିି ତାହା ସମାଲୋଚିତ ହୋଇଆସିଛି । ମନ୍ତ୍ରୀଙ୍କ ପିଲା କମ୍ ନମ୍ବର ପାଇ ନିଯୁକ୍ତି ପାଇଥିଲା ବେଳେ ଅଧିକ ନମ୍ବର ପାଇଥିବା ପିଲାମାନେ ଆଜିଯାଏ ·କିରି ନପାଇ ବୁଲୁଛନ୍ତି । ଏସବୁ ବିଷୟକୁ ଅନୁଧ୍ୟାନ କଲେ ପଶ୍ଚିମବଙ୍ଗରେ ପ୍ରକୃତରେ ସରକାର ନଥିବା କଥା କୁହାଯାଇପାରିବ । ସରକାର ନାମରେ ସବୁ ଆଇନକୁ ଦୁର୍ନୀତି ପାଇଁ ଭାଙ୍ଗି କିପରି ଏକ ରାଜ୍ୟ ବେଆଇନ କାର୍ଯ୍ୟ କରେ ତାର ଜ୍ୱଳନ୍ତ ପ୍ରମାଣ ମିଳିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଜାଣତରେ ଏସବୁ ହେଉଥିଲା ବୋଲି ଯଦି କେହି କହେ ତାକୁ ମୂର୍ଖ ବୋଲି କହିବାକୁ ହେବ, ବରଂ ମମତାଙ୍କ ସ୍ୱାର୍ଥରେ ପାର୍ଥ ହିଁ ବଳିପଡିଥିବା ଜାଣିହେବ । ଦଳପାଇଁ ପାର୍ଥ ଏସବୁ କରୁଥିଲେ, ଆଉ ଧରାପଡିବା ପରେ ମମତା କିଛି ନଜାଣିଲା ପରି ଅଭିନୟ କରି ନିଜେ ସ୍ୱଚ୍ଛ ବୋଲି ଲୋକଙ୍କୁ ଜଣାଇବାକୁ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଛନ୍ତି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପାର୍ଥ ବାରମ୍ବାର କହି ଆସୁଛନ୍ତି ଯେ ଏହି ଟଙ୍କା ତାଙ୍କର ନୁହେଁ ବୋଲି । ତେଣୁ ସେହି ଟଙ୍କା ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିଶ୍ଚୟ ଯାହାର ରକ୍ଷଣାବେକ୍ଷଣ ପାର୍ଥ କରିଆସୁଥିଲେ । କାରଣ ଦୁଇଦଶନ୍ଧି ହେଲା ଦଳ ପାଇଁ ଅର୍ଥ ସଂଗ୍ରହଠାରୁ ଅର୍ଥ ବ୍ୟୟ ପର୍ଯ୍ୟନ୍ତ ସବୁକିଛି କାର୍ଯ୍ୟ ପାର୍ଥ ହିଁ ବୁଝୁଥିଲେ ।

LEAVE A REPLY