ଦେଶରେ ୫ଜି ସେବା

ଦେଶରେ ମୋବାଇଲ ସେବା ପ୍ରଚଳନ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ହୋଇଥିଲା । ସେ ସମୟରେ ଦୂରସଂ·ର ମନ୍ତ୍ରୀ ଥିଲେ ପ୍ରମୋଦ ମହାଜନ । ମୋବାଇଲ ସେବା ପ୍ରଚଳନ ବେଳେ ଦେଶପାଇଁ ତାଙ୍କର ସ୍ୱପ୍ନ କଣ ରହିଛି ବୋଲି ପ୍ରଶ୍ନ କରାଯାଇଥିଲା । ମହାଜନ କହିଥିଲେ ଦେଶର ଭିକାରୀ ମଧ୍ୟ ମୋବାଇଲ ଧରିବା ମୋର ଇଛା । ଆଜି ପ୍ରମୋଦ ମହାଜନ କିମ୍ବା ଅଟଳ ବିହାରୀ ବଞ୍ଚôନାହାନ୍ତି ସତ, କିନ୍ତୁ ମହାଜନଙ୍କ ସ୍ୱପ୍ନ ଏବେ ସାକାର ହୋଇସାରିଛି, ବରଂ ସେହି ସେବା ଆଉ ତିନିପାହାଚ ଆଗକୁ ଆସିଲାଣି । ୨ଜି ପରେ ୩ଜି, ୪ଜି ଆଉ ଏବେ ୫ଜି ଆଡକୁ ଦେଶ ·ଲିଛି । ଚଳିତ ବର୍ଷ ସେପ୍ଟ୍ମେ୍ବର ମାସ ସୁଦ୍ଧା ୫ଜି ସେବା କାର୍ଯ୍ୟ ଦେଶରେ ଆରମ୍ଭ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ଥିବା ହେତୁ ସ୍ୱାଧୀନତା ଦିବସ ପୂର୍ବରୁ ସ୍ପେକ୍ଟ୍ରମ ନିଲାମ କାର୍ଯ୍ୟ ଶେଷ ହେବା ଆଶା ରଖିଛନ୍ତି । ସରକାର ଇତି ମଧ୍ୟରେ ୧୪୯୦୦୦କୋଟି ଟଙ୍କା ସ୍ପେକ୍ଟ୍ରମ (ତରଙ୍ଗ) ବିକ୍ରି ପ୍ରସ୍ତାବ ପାଇଛନ୍ତି । ଏଥିରେ ଜିଓ ୮୪୦୦୦ କୋଟି, ଭାରତୀ ଟେଲ ୪୬୧୦୦ କୋଟି, ଭୋଡାଫୋନ୍ ଆଇଡିଆ ୧୮୪୦୦କୋଟି, ଆଦାନୀ ୯୦୦ କୋଟି ଖର୍ଚ୍ଚରେ ସ୍ପେକ୍ଟ୍ରମ୍ କିଣିବାକୁ ପ୍ରସ୍ତାବ ଦେଇଛନ୍ତି । ସରକାର ସ୍ପେକ୍ଟ୍ରମ ବିକ୍ରି ପ୍ରସ୍ତାବରୁ ଯେତେ ଅର୍ଥ ପାଇବେ ବୋଲି ଯାହା କଳନା କରିଥିଲେ ତାଠାରୁ ଅଧିକ ଅର୍ଥ ଲାଭ କରିଥିବା ବିଷୟ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । ଏହା ଦେଶରେ ୫ଜି ସେବା ପ୍ରତି କମ୍ପାନୀମାନଙ୍କ ଆଗ୍ରହକୁ ଦର୍ଶାଉଛି । ୫ଜି ସେବା ଦେଶରେ କାର୍ଯ୍ୟକଲେ ୪ଜିଠାରୁ ଦଶଗୁଣ ବେଗରେ ଲୋକେ ସେବା ପାଇବେ ବୋଲି କୁହାଯାଉଛି । କିନ୍ତୁ ଅତୀତରେ ସରକାର ଯାହା କହିଛନ୍ତି ସେହି ସ୍ପିଡରେ ଗ୍ରାହକମାନେ ସେବା ପାଇପାରିନାହାନ୍ତି । ୨ଜିରୁ ୩ଜି ସେବାକୁ ଯିବା ସମୟରେ ସେକେଣ୍ଡ ପ୍ରତି ୧୪ଏମ୍ବି ଡାଉନ୍ଲୋଡ ସୁବିଧା ମିଳିପାରିବ ବୋଲି କୁହାଯାଇଥିଲା । ୪ଜି ବେଳେ ୧୦୦ ଏମ୍ବି ପ୍ରତି ସେକେଣ୍ଡ ଡାଉନ୍ଲୋଡର ସୁବିଧା ଗ୍ରାହକମାନେ ପାଇବେ ବୋଲି କୁହାଯାଉଥିଲା । ହେଲେ ବାସ୍ତବରେ ମାତ୍ର ୧୩ରୁ ୧୪ ଡାଉନଲୋଡ୍ ଗତି ମିଳିଛି ।
ଦେଖିବାକୁ ଗଲେ ଆଜି ପୃଥିବୀର ୭୨ଟି ଦେଶରେ ୫ଜି ସେବା କାର୍ଯ୍ୟକାରୀ ହୋଇଛି । ୨ ଜିବି ସେକେଣ୍ଡ ପ୍ରତି ଡାଉନ୍ଲୋଡ ସୁବିଧା କେଉଁଠି ମଧ୍ୟ ମିଳିନାହିଁ । ଏପରିକି ୧ ଜିବି ମଧ୍ୟ ଅତିକ୍ରମ କରିପାରିନାବିଁ । ବିଶ୍ୱର ୫ଜି ସେବାକୁ ଅନୁଧ୍ୟାନ କଲେ ଜଣାପଡିବ ଯେ ତାଇୱାନରେ ସର୍ବାଧିକ ଏହା ୯୨୨.୫ ଏମ୍ବିପିଏସ୍ ଗତିରେ କାର୍ଯ୍ୟ କରୁଛି । ବିଶ୍ୱର ୫ଜି ସେବା କ୍ଷେତ୍ରରେ ଅଧିକ ଗତି ପାଉଥିବା ୧୫ଟି ଦେଶର କ୍ରମକୁ ଦେଖିଲେ ସେକେଣ୍ଡ ପ୍ରତି ଗତି (ଏମ୍ବିପିଏସ୍) ମାଲେସିଆ ୮୮୦.୩, ଦକ୍ଷିଣ କୋରିଆ ୮୬୦.୧, ନରୱେ ୮୪୨.୧,ବୁଲଗାରିଆ ୮୨୦.୫, ସ୍ୱିଡେନ ୭୮୭.୯, ସଂଯୁକ୍ତ ଆରବ ଅମିରାତ (ୟୁଏଇ) ୭୪୨.୮,କାତାର ୭୩୫, କ୍ରୋଏସିଆ ୭୨୪.୭, ପର୍ତ୍ତୁଗାଲ ୭୧୫.୭, ଡେନମାର୍କ ୬୭୮.୬, କୁଏତ ୬୬୩.୫, ସାଉଦି ଆରବ ୬୫୩.୬,ହଙ୍ଗେରୀ ୬୫୨.୫, ଇସ୍ରାଏଲରେ ୬୦୭.୭ ରହିଛି । ଏହି ସ୍ଥିତିରେ ଭାରତ ସେକେଣ୍ଡ ପ୍ରତି ଏମ୍ବିପିଏସ୍ ମାତ୍ର ୧୦୦ ଦେବାକୁ କହିଛି । ଯଦି ଏହା ହୁଏ ୪ଜିରେ ୧୩-୧୪ ଏମ୍ବିପିଏସ୍ ଗତି ପାଉଥିବା ଲୋକେ ୧୦୦ ଏମ୍ବିପିଏସ୍ କିମ୍ବା ୫୦ ଏମ୍ବିପିଏସ୍ ପାଇଲେ ବହୁତ ଖୁସିହେବେ । ହେଲେ ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଇଉରୋପକୁ ଛାଡିଦେଲେ ବି ଏସିଆର ପାଖପଡୋଶୀ ଦେଶଗୁଡିକଠାରୁ ଆମେ ଗତିରେ ବହୁତ ପଛରେ ରହିବା, ଏଥିରେ ସନେ୍ଦହ ନାହିଁ । ବର୍ତ୍ତମାନର ୪ଜି ସେବା ଜାରିଥିବା ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଗତିକୁ ଯଦି ଆଲୋଚନାକୁ ଆଣିବା ତେବେ ଦେଖିବାକୁ ପାଇବା ଯେ ୧୦ରୁ ୧୫ ଭିତରେ ଏମ୍ବିପିଏସ୍ (ମେଗାବାଇଟ୍ସ ପର ସେକେଣ୍ଡ) ସ୍ପିଡ ରହୁଛି । ଯେମିତି ଜାମ୍ମୁ ଓ କାଶ୍ମୀର ୧୪.୩, ପଞ୍ଜାବ ୧୨.୯, ହରିୟାଣା ୧୩.୩, ରାଜସ୍ଥାନ ୧୩.୪, ବିହାର ୧୨.୫, ପଶ୍ଚିମବଙ୍ଗ ୧୧.୮, ଓଡିଶା ୧୩.୨, ଗୁଜରାଟ ୧୨.୮, କର୍ଣ୍ଣାଟକ-୧୪.୯, କେରଳ ୧୨.୧, ଉତ୍ତର ପୂର୍ବାଞ୍ଚଳ୧୦, ହିମାଚଳ ପ୍ରଦେଶ ୧୧.୮, ଦିଲ୍ଲୀ ୧୩, ଉତ୍ତର ପ୍ରଦେଶ ପଶ୍ଚିମ ୧୩.୯, ଉତ୍ତର ପ୍ରଦେଶ ପୂର୍ବ ୧୨.୨, ଆସାମ ୧୧.୧, କୋଲକାତା ୧୩.୧, ମଧ୍ୟପ୍ରଦେଶ ୧୨.୮, ମହାରାଷ୍ଟ୍ର ୧୧.୬, ମୁମ୍ବାଇ ୧୨, ଆନ୍ଧ୍ର ପ୍ରଦେଶ ୧୫.୨, ତେଲେଙ୍ଗାନା୧୪.୧ ଏମ୍ବିପିଏସ୍ ସ୍ପିଡ ସୁବିଧା ପାଇଛନ୍ତି । ଇଣ୍ଟରନେଟ ଯୁକ୍ତ ମୋବାଇଲ (ସ୍ମାର୍ଟ) ବ୍ୟବହାରକାରୀଙ୍କ ପାଇଁ ମୋବାଇଲର ଗତି ସହ ଯୋଗାଯୋଗ ରହିବା ଆବଶ୍ୟକ । ନହେଲେ ହାତରେ ମୋବାଇଲ ଥିବା, ଟାୱାର ଦେଖାଉନଥିବ, ସେପରି ସ୍ଥିତିରେ ମୋବାଇଲର କାମ କିଛି ନାହିଁ । ସବୁବେଳେ କନେକ୍ଟିଭିଟି ବା ନିରନ୍ତର ଯୋଗାଯୋଗ ରହିବା ପାଇଁ ଟାୱାର ମଧ୍ୟରେ ଦୂରତା ହ୍ରାସ ସହ ସଂଖ୍ୟାଧିକ ଗ୍ରାହକ ଯେପରି ଯୋଗାଯୋଗ ଯୁକ୍ତ ସ୍ଥିତିରେ ରହିବେ ସେଥିପାଇଁ ଟାୱାରଗୁଡିକର ଆଧୁନିକୀକରଣ ହେବା ଜରୁରୀ ରହିଛି । ମୋବାଇଲ ତରଙ୍ଗକୁ ଧରି ରଖିବାର କ୍ଷମତା ବୃଦ୍ଧି କଲେ ହିଁ ସେହି ଟାୱାରର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରାହକ ଉତ୍ତମ ସେବା ପାଇପାରିବେ । ପୃଥିବୀରେ ଅନେକ ଦେଶରେ ୫ଜି ମୋବାଇଲ ସେବାର ପ୍ରଚଳନ ସତ୍ତ୍ୱେ ଅନେକ ସମୟରେ ଟାୱାର ସହ ଯୋଗାଯୋଗ ସୁବିଧା ମିଳିପାରୁନାହିଁ । ଯୋଗାଯୋଗ ବା କନେକ୍ଟିଭିଟୀ ମିଳୁନଥିବା ସମୟକୁ ନେଇ ଯଦି ବି·ର କରାଯାଏ ତେବେ ଦେଖାଯିବ ଯେ ପ୍ରତିଶତ ହିସାବରେ କୁଏତ ୩୨, ଦକ୍ଷିଣ କୋରିଆ ୩୧.୩, ସାଉଦି ଆରବ ୨୮.୫, ତାଇୱାନ ୨୭.୨,ଆମେରିକା ୨୫.୨, ହଂକଂ ୨୨.୨, କ୍ରୋଏସିଆ ୨୧.୫, ଥାଇଲାଣ୍ଡ ୨୧.୨, ବୁଲଗାରିଆ ୨୦.୮, ସିଙ୍ଗାପୁର ୧୮.୧, କାତାର ୧୬.୪, ନେଦରଲାଣ୍ଡ୍ସ ୧୬.୧, ଫ୍ରାନ୍ସ ୧୫.୯, ଚିଲି ୧୫.୪ ପ୍ରତିଶତ ସମୟରେ କନେକ୍ଟିଭିଟୀ ହରାଉଥିବା ଦେଶ ।
ମୋବାଇଲ କମ୍ପାନୀମାନେ ଗ୍ରାହକମାନଙ୍କୁ ନିଜ ସେବା ବିକ୍ରି ବେଳେ ଯେତେ ତତ୍ପରତା ପ୍ରକାଶ କରିଥାନ୍ତି ବିକ୍ରିପର ସେବା କ୍ଷେତ୍ରରେ ସେତେଟା ସକ୍ରିୟତା ଦେଖାଇନଥାନ୍ତି । ଯେଉଁଥିପାଇଁ ଦେଶର ପ୍ରଥମ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବିଏସ୍ଏନ୍ଏଲର ଅବସ୍ଥା ଆଜି କିପରି ଦୟନୀୟ ରହିଛି ତାହା ସମସ୍ତେ ଜାଣିପାରିବେ । ସରକାରଙ୍କ ଦୂରସଂ·ର ପ୍ରଦାନ କରୁଥିବା ଏହି କମ୍ପାନୀ ଅନ୍ୟାନ୍ୟ ସରକାରୀ ସଂସ୍ଥା ପରି ସେବା ପ୍ରଦାନରେ କୁଣ୍ଠା ଦେଖାଇବା ଯୋଗୁ ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ତା ପାଖକୁ ଆସିବାକୁ ଯେପରି ଅନ୍ୟମାନେ ·ହୁଁନାହାନ୍ତି । କୁହାଯାଉଛି ଯେ ୨୦୨୨ ଡିସେମ୍ବର ସୁଦ୍ଧା ଦେଶରେ ୩ଜି ସେବା ବନ୍ଦ ହୋଇଯିବ । ଏ କ୍ଷେତ୍ରରେ ସବୁଠୁ ଅଧିକ କ୍ଷତି ସହିବେ ବିଏସ୍ଏନ୍ଏଲର ଗ୍ରାହକ । କାରଣ ୪ଜି ଯୁଗରେ ସେମାନେ କେବଳ ୩ଜିର ସୁବିଧା ବିଏସ୍ଏନ୍ଏଲଠାରୁ ପାଇପାରୁଛନ୍ତି । ନିକଟରେ ଏପ୍ରିଲ ମାସରେ କେନ୍ଦ୍ର ସରକାର ଢୋକେ ପି ଦଣ୍ଡେ ଜୀଇଁ ନୀତିରେ ଏହି ସଂସ୍ଥାକୁ ୨ଜିରୁ ୪ଜି ସେବା ପ୍ରଦାନ କରିବା ପାଇଁ ୨୪୬୬ କୋଟି ଟଙ୍କା ମଞ୍ଜୁର କରିଥିଲେ । ୧୦ଟି ରାଜ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା । ସରକାରଙ୍କ ସୂଚନା ଅନୁଯାୟୀ ୨୩୪ଟି ଏଲ ଡବ୍ଲୁ୍ୟ ଫେଜ -୧ ସାଇଟ୍ସକୁ ବଦଳାଇବା ଲାଗି ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ପାଞ୍ଚବର୍ଷର ପରି·ଳନା ଏବଂ ରକ୍ଷଣାବେକ୍ଷଣ ରହିଛି । ସେମିତି ୨ଜି ମୋବାଇଲ ସେବା ·ଲୁରଖିବା ସହ ୫ବର୍ଷ ପାଇଁ ପରି·ଳନା ଏବଂ ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ୫୪୧.୮୦ କୋଟି ପ୍ରଦାନ କରାଯିବ । ବିଏସ୍ଏନ୍ଏଲ ପକ୍ଷରୁ ଭାରତରେ ନିର୍ମିତ ଟେଲିକମ୍ ଯନ୍ତ୍ରାଂଶ ସବୁ ବ୍ୟବହାର କରିବା ଉପରେ ଜୋର ଦିଆଯିବ । ସେବାବୃଦ୍ଧି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାରମାନେ ଯୋଗାଇ ଦେବାଲାଗି ଗୃହ ମନ୍ତ୍ରଣାଳୟକୁ କୁହାଯାଇଛି । ଗ୍ରାମାଞ୍ଚଳରେ ଏହି ସେବାକୁ ଅଧିକ ସୁଦୃଢ କରାଯିବ ବୋଲି କୁହାଯାଇଛି । ଏହାଛଡା ଆଗାମୀ ଦିନରେ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ (ବିବିଏନ୍ଏଲ) ଯାହାକି ଦେଶର ଫାଇବର ନେଟୱାର୍କ ଆରମ୍ଭ କରିଥିଲା ସେହି ଭାରତ ନେଟକୁ ବିଏସ୍ଏନ୍ଏଲ୍ରେ ମିଶାଇ ଦିଆଯିବ । କ୍ଷତିଗ୍ରସ୍ତ ସଂସ୍ଥା ବିଏସ୍ଏନ୍ଏଲ ପାଇଁ ୨୦୧୯ରେ ସରକାର ୭୪୦୦୦କୋଟିର ପ୍ୟାକେଜ୍ ଦେଇଥିଲେ । ଯାହାକୁ ବ୍ୟବହାର କରି ସଂସ୍ଥା ୧୦୦୦କୋଟିର ଲାଭ ଦେଖାଇଥିଲା । ଅର୍ଥାଭାବରୁ ନିକଟରେ ତରଙ୍ଗ ବିକ୍ରିରେ ସଂସ୍ଥା ସାମିଲ ହୋଇପାରିନଥିବାରୁ ସଂସ୍ଥାକୁ ବଜାରରେ କାର୍ଯ୍ୟକ୍ଷମ ରଖିବାପାଇଁ ମୋଟ ୧,୬୪,୧୫୬କୋଟି ଟଙ୍କା ସରକାର ଆଗାମୀ ଦିନରେ ଦେବେ ଯେଉଁଥିରେ ·ରିବର୍ଷ ପାଇଁ ଅର୍ଥ ଆକାରରେ ୪୩,୯୬୪ କୋଟି ଏବଂ ଅଣ ଅର୍ଥ ବସ୍ତୁ ଆକାରରେ ୧.୨ଲକ୍ଷ କୋଟି ପ୍ରଦାନ କରାଯିବ । ଏହି ଅର୍ଥକୁ ଉପଯୋଗ କରି ଦେଶରେ ଦୂରସଂ·ର ସେବାକୁ ମୂଳରୁ ବଞ୍ଚାଇ ଆସିଥିବା ଏହି ସଂସ୍ଥା ଆଗାମୀ ଦିନରେ ନିଜେ ବଞ୍ଚôପାରିବ ବୋଲି କୁହାଯାଉଛି ।
ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନେ ସବୁବେଳେ ଅପ୍ଲୋଡ ସ୍ୱିଡକୁ ଗୁରୁତ୍ୱ ଦେଇ ଆସିଛନ୍ତି । ୪ଜି ସେବା ·ଲୁ ରହିଥିବା ଦେଶର ଡାଟା ଅପ୍ଲୋଡ ସ୍ପିଡ ସବୁ ରାଜ୍ୟରେ ସମାନ ନୁହେଁ । ମେଗାବାଇଟ୍ସ ପ୍ରତି ସେକେଣ୍ଡ ହିସାବରେ ଦେଖିଲେ ଜାମ୍ମୁ-କାଶ୍ମୀର ୩.୭, ହିମାଚଳ ପ୍ରଦେଶ ୪.୫, ପଞ୍ଜାବ ୪.୪, ହରିୟାଣା ୪.୧, ଦିଲ୍ଲୀ ୪.୧, ଉତ୍ତର ପ୍ରଦେଶ (ପଶ୍ଚିମ) ୪.୬, ଉତ୍ତର ପ୍ରଦେଶ (ପୂର୍ବ) ୪.୧ , ବିହାର ୪.୩, ଆସାମ ୨.୭, ପଶ୍ଚିମବଙ୍ଗ ୩.୪, କୋଲକାତା ୪.୫, ଉତ୍ତର ପୂର୍ବାଞ୍ଚଳ ୨.୫,ରାଜସ୍ଥାନ ୪.୯, ମଧ୍ୟପ୍ରଦେଶ ୪.୫, ଓଡିଶା ୩.୫, ଗୁଜରାଟ ୪.୭, ମହାରାଷ୍ଟ୍ର ୪.୧, ମୁମ୍ବାଇ ୪.୬, ଆନ୍ଧ୍ର ପ୍ରଦେଶ ୪.୭, କର୍ଣ୍ଣାଟକ ୪.୬, କେରଳ ୨.୯, ତାମିଲନାଡୁ ୪.୪ଏମ୍ବିପିଏସ୍ ରହିଛି । ଦେଶରେ ହାରାହାରି ଗତି ୪.୪ ରହିିଛି । ୫ଜି ସେବା ପ୍ରଦାନ ପରେ ଏହାର ଗତି ଅଧିକ ବଢିବ ନିଶ୍ଚୟ । ପୃଥିବୀର ୫ଜି ଅପ୍ଲୋଡ ଗତି ଦେଖିଲେ ନରୱେ ୪୦.୫,ସ୍ୱିଡେନ ୪୩.୭, ସ୍ଲୋଭାକିଆ ୩୧, ଡେନମାର୍କ ୨୮.୪, ନେଦରଲାଣ୍ଡ୍ସ ୩୫.୮, ସ୍ୱିଜରଲ୍ୟାଣ୍ଡସ୍ ୩୮.୨, ଚେକ ରିପବ୍ଲିକ ୩୫.୭, କ୍ରୋଏସିଆ ୩୫.୩, ହଙ୍ଗେରୀ ୩୨.୭, ବୁଲଗାରିଆ ୩୨.୨, କାତାର ୩୦.୮, ୟୁଏଇ ୨୯.୧, ମାଲେସିଆ ୫୦.୩, ତାଇୱାନ ୩୫.୨, ଦକ୍ଷିଣ କୋରିଆ ୩୬.୭ ଏମ୍ବିପିଏସ୍ ଡାଉନଲୋଡ୍ ସ୍ଥିତିରେ ରହିଛନ୍ତି ।
ଆଗାମୀ ଦିନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିକୁ ସରକାର ଅଧିକ ଗୁରୁତ୍ୱ ଦେବାକୁ ଯାଉଥିବା ହେତୁ ଏବେଠାରୁ ଡାଟାର ଗତିବୃଦ୍ଧି ନକଲେ ହେବନାହିଁ । ତେଣୁ ଢାଞ୍ଚାଗତ ବିକାଶ ପାଇଁ ୫ଜି ସେବା ସ୍ତରକୁ ନେଲେ ହିଁ ତଥ୍ୟ ସଂଗ୍ରହର ଗତିକୁ ଦ୍ରୁତତର କରାଯାଇପାରିବ । ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଅପରାଧୀକୁ ଅଳ୍ପ ସମୟରେ ଚିହ୍ନଟ କରିବା, ତାର ଗତିପଥ ଜାଣିବା ସେ ଥିବା ସ୍ଥାନକୁ ଜାଣିବା ସହ ଚଢାଉ କରିବା କ୍ଷେତ୍ରରେ ଟେକ୍ନୋଲୋଜି ଅଧିକ ସହାୟକ ହେବ । ଏମିତି ବିବିଧ କ୍ଷେତ୍ରରେ ଇଣ୍ଟରନେଟ ସେବା ଦ୍ରୁତତର ହେଲେ କାର୍ଯ୍ୟକ୍ଷେତ୍ରରେ ଗତିଶୀଳତା ମଧ୍ୟ ବଢିବ, ଲୋକେ ସେବାର ସୁବିଧା ପାଇ ପାରିବେ । ୫ଜି ସେବା ଭାରତରେ ସେହି କ୍ରାନ୍ତି ଆଣିବ ବୋଲି ସମସ୍ତଙ୍କର ଆଶା ରହିଛି ।

LEAVE A REPLY