କ୍ଷୁଦ୍ର ଜଳସେଚନ ସିଭିଲ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣାପତ୍ର ସ୍ୱାକ୍ଷର

0
321

ଜଳସମ୍ପଦ ବିଭାଗ ଅଧିନସ୍ଥ  କ୍ଷୁଦ୍ର ଜଳସେଚନ  ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନରତଥାଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ସମ୍ପଦ ବିଭାଗ ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ , ରୁର୍କି ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଛି ଜଳସମ୍ପଦ ବିଭାଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା କମ୍ୟୁନିଟି ଟ୍ୟାଙ୍କ ମ୍ୟାନେଜମେଣ୍ଟ ସୋସାଇଟି ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଶ୍ମି ରଞ୍ଜନ ନାୟକ ଏବଂ  ରୁର୍କି ଆଇଆଇଟିର ପ୍ରଫେସର ଦୀପକ ଖରେ ଏହି  ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ

            ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ  ଜଳ ବ୍ୟବହାରିକ ଦକ୍ଷତାରେ ଉନ୍ନତି ଆଣିବା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବା ଜଳ ଭଣ୍ଡାରର  ସେଚାଂଚଳରେ ଭାଗିଦାରୀ ଜଳସେଚନ ପରିଚାଳନାକୁ ସୁଦୃଢ଼ କରିବା ଏବଂ ବୈଷୟିକ ଜ୍ଞାନ  କୌଶଳର ଉପଯୋଗ ମାଧ୍ୟମରେ ସମାଧାନ ସମାଧାନ କରାଯାଇ କୃଷିରେ ଜଳବାୟୁ ସହନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଏକ ବଡ ପଦକ୍ଷେପ ବିଶ୍ୱବ୍ୟାଙ୍କ ସମର୍ଥିତ ଏହି ପ୍ରକଳ୍ପକୁ ଜଳସମ୍ପଦ ବିଭାଗ ପକ୍ଷରୁ କୃଷି କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ପଶୁ ସମ୍ପଦ ବିକାଶ ସହିତ କନଭର୍ଜେନ୍ସ ମୋଡରେ କାର୍ଯ୍ୟକାରୀ କରାଯାଉଛି

            ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଏହି ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କଟିଉପକ୍ରମ ଅନେକ ଦିଗ ଉନ୍ମୁକ୍ତ କରିଛି ନିକଟ ଅତୀତରେ ଚେନ୍ନାଇସ୍ଥିତ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ , ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ , ଗୌହାଟୀ ଏବଂ ଆଇଆଇଟି, ରୁର୍କି  ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

            ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଓଡିଶାରେ ଥିବା ସଂଖ୍ୟାଧିକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଟ୍ୟାଙ୍କର  ସମନ୍ୱିତ ବିକାଶ କରିବାକୁ ପଦକ୍ଷେପ ନିଆଯାଇଛି  ।  କ୍ଷୁଦ୍ର ଜଳ ସେଚନ ଶାଖାର ଯନ୍ତ୍ରୀମାନଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଜଳର ନିରନ୍ତର ବ୍ୟବହାର ଏବଂ ଉତ୍ତମ ଅଭ୍ୟାସ ସଂପର୍କରେ ଜାଣିବା ସହତ ଜଳବିଜ୍ଞାନ ଏବଂ ଏଥି ସମ୍ପର୍କିତ ଆନୁଷଙ୍ଗିକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।   ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ଆଇଆଇଟି , ରୁର୍କିର ପ୍ରଫେସର ଡଃ. ଖରେ କହିଥିଲେ ଯେ, ଏମଆଇର  ଯନ୍ତ୍ରୀମାନଙ୍କୁ ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଜଳପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ ସଂପର୍କରେ ନିଷ୍ପତ୍ତି ପାଇଁ  ଜଳ ସଂପଦ ବିଭାଗ ତଥା ଓଡିଶା ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ଆଇଆଇଟି, ଋର୍କି ମାଧ୍ୟମରେ ଯନ୍ତ୍ରୀମାନଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ, ଯାହା ସେମାନଙ୍କର ଦକ୍ଷତାର ବିକାଶ ପୂର୍ବକ ଓଡିଶାରେ କ୍ଷୁଦ୍ର ଜଳସେଚନ ତଥା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିଚାଳନାରେ ସହାୟକ ହେବ   

            ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ କ୍ଷୁଦ୍ର ଜଳସେଚନର କନିଷ୍ଠ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ପାହ୍ୟାର ୧୭୬ ଜଣ ଇଞ୍ଜିନିୟର ରୁର୍କିସ୍ଥିତ ଆଇଆଇଟିରେ ଦିନ ପାଇଁ ପ୍ରଶିକ୍ଷଣରେ ଯୋଗ ଦେବେ ଜାନୁଆରୀ ମାସରେ ଏହି ପ୍ରଶିକ୍ଷଣ ଆରମ୍ଭ ହେବ ।   ହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର  ସ୍ୱତନ୍ତ୍ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ଅତିରିକ୍ତ ଶାସନ ସଚିବ, ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

LEAVE A REPLY