ହିନ୍ଦୁରାଷ୍ଟ୍ରର ବାସ୍ତବତା

0
440

ସ୍ୱାଧୀନତା ପରେ ଭାରତର ବିଭାଜନକୁ ଲକ୍ଷ୍ୟ କରି ବିଶିଷ୍ଟ କ୍ରାନ୍ତିକାରୀ ଏବଂ ଆଧ୍ୟାତ୍ମିକଗୁରୁ ଶ୍ରୀ ଅରବିନ୍ଦ ଭାରତର ଅଖଣ୍ଡତା ଏବଂ ଭବିଷ୍ୟତ ବିଷୟରେ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ସେତେବେଳେ ଅନେକଙ୍କୁ ବିସ୍ମିତ କରିଥିଲା । ପରବର୍ତ୍ତୀ କାଳରେ ମଧ୍ୟ ଏହା ଯେ ସମ୍ଭବ ସେ ବିଷୟରେ ଅନେକ ସନ୍ଦିହାନ ହୋଇଆସିଛନ୍ତି । ଆଜି ଯଦି ସେହି ବିଷୟକୁ ସଂଘର ସରସଂଘ·ଳକ ମୋହନ ଭାଗବତ ତାଙ୍କ ବକ୍ତବ୍ୟରେ କେଉଁଠି ରଖୁଛନ୍ତି ତାହା ସମ୍ବାଦର ଶୀର୍ଷକ ହେଉଛି ସତ, କିନ୍ତୁ ତାର ବାସ୍ତବତା ନେଇ କେହି ଭରସା କରିପାରୁନାହାନ୍ତି । ଆଜିର ବିଶ୍ୱରେ ଏହା ଯେ ସମ୍ଭବ ତାହା ଗ୍ରହଣ କରିବାକୁ ଲୋକେ ଆଗପଛ ହେଉଛନ୍ତି । କିନ୍ତୁ ଶ୍ରୀ ଅରବିନ୍ଦଙ୍କୁ ଆମେ ଯଦି ଜଣେ ଦିଗଦ୍ରଷ୍ଟା ଭାବେ ସ୍ୱୀକାର କରିଆସିଛୁ ତେବେ ତାଙ୍କର ଭବିଷ୍ୟତ ଦୃଷ୍ଟିକୁ ମଧ୍ୟ ଗ୍ରହଣ କରାଯିବା ଉଚିତ୍ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ବା ସରସଂଘ·ଳକ ମୋହନ ଭାଗବତଙ୍କ ବକ୍ତବ୍ୟ ଆକସ୍ମିକ ନୁହେଁ ବରଂ ସାଂପ୍ରତିକ ପରିସ୍ଥିତି ଓ ରାଜନୀତି ଆଧାରିତ । କାରଣ ଭାରତ ଏକଦା ସମୃଦ୍ଧ ଭୂଖଣ୍ଡ ରହିଥିଲା ବୋଲି ବାରମ୍ବାର ବିଦେଶୀ ଆକ୍ରମଣକାରୀମାନେ ଧନରନô ଆଶାରେ ହଜାର ହଜାର କିଲୋମିଟର ମରୁଭୂମି, ମାଳଭୂମି ଆଦି ଅତିକ୍ରମ କରି ଭାରତକୁ ଆସୁଥିଲେ । ମାମୁଦ ୧୭ଥର ଆକ୍ରମଣକରି ଭାରତରୁ ଧନରନô ନେଇଥିବା କଥା ଇତିହାସରୁ ଜଣାପଡେ । ଇଂରେଜ ଶାସନ କାଳରେ ପ୍ରାୟ ତିନି ଟ୍ରିିଲିଅନ ଡଲାର ମୂଲ୍ୟର ସଂପତ୍ତି ବ୍ରିଟେନ ଯାଇଥିବା କଥା ଆକଳନ କରାଯାଉଛି । କୋହିନୂର ହୀରାଠୁ ଆରମ୍ଭ କରି ଅନେକ କୀର୍ତ୍ତିରାଜି ଭାରତରୁ ଯାଇ ବ୍ରିଟେନ ମୁ୍ୟଜିୟମରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି । ବିଶ୍ୱ ଜିଡିପିର ଏକ ତୃତୀୟାଂଶ ସେତେବେଳେ ଭାରତର ରହିଥିବା କଥା ଆଲୋଚନାକୁ ଆସିଛି । ଭାରତର ଜନବଳ ଯୁଗେ ଯୁଗେ ଭାରତ ପାଇଁ ସମ୍ବଳ ହୋଇଆସିଛନ୍ତି, ଯଦିଓ ବିଦେଶୀ ଲୋକେ ଭାରତର ଜନସଂଖ୍ୟା ଭାରତ ପାଇଁ ସମସ୍ୟା ବୋଲି ଚିତ୍ରଣ କରିଛନ୍ତି, ଉପଦେଶ ଦେବାକୁ ଚେଷ୍ଟା କରିଛନ୍ତି । ଏତେ ବଡ ଜନସଂଖ୍ୟା ପାଇଁ ଭାରତରେ ଖାଦ୍ୟାଭାବ ଦେଖାଦେବ ବୋଲି କହିଛନ୍ତି । କିନ୍ତୁ ଆଜି ଏହି ଜନଶକ୍ତି ନିଜର ଏକଶହ ତିରିଶ କୋଟି ଲୋକଙ୍କୁ ଖାଦ୍ୟ ଦେବାପରେ ପୃଥିବୀର ଅନେକ ଦେଶକୁ ଖାଦ୍ୟାନ୍ନ ବିକ୍ରି କରୁଛି, ଦୁର୍ବଳ ଦେଶମାନଙ୍କୁ ଖାଦ୍ୟାନ୍ନ ମାଗଣାରେ ଦେଉଛି । କୋରୋନା କାଳରେ ଔଷଧଠାରୁ ଟୀକା ପର୍ଯ୍ୟନ୍ତ ମାଗଣାରେ ବହୁଦେଶକୁ ଭାରତ ପଠାଇଛି ।
ବର୍ତ୍ତମାନର ଆଲୋଚନାର ବିଷୟ ହେଲା ଭାରତ ପୁନର୍ବାର ହିନ୍ଦୁ ରାଷ୍ଟ୍ର ହେବ କିପରି? ବିଗତ ବର୍ଷଗୁଡିକରେ ଅଖଣ୍ଡ ଭାରତରୁ ବିଚ୍ଛିନ୍ନ ହୋଇ ଅନେକଗୁଡିିଏ ରାଷ୍ଟ୍ର ଜନ୍ମ ନେବାପରେ ଏବେ ପୁଣି ସାମିଲ ହେବେ କିପରି? ଏହାର ସରଳ ଉତ୍ତର ହେଉଛି ପରିସ୍ଥିତି । ଏକଦା ଯେଉଁସବୁ ଛୋଟ ଛୋଟ ରାଷ୍ଟ୍ର ଭାରତରୁ ଅଲଗା ହୋଇଛନ୍ତି ଯେମିତି ନେପାଳ,ମ୍ୟାନମାର, ଶ୍ରୀଲଙ୍କା,ଆଫଗାନିସ୍ଥାନ, ପାକିସ୍ଥାନ ଆଦି ରାଷ୍ଟ୍ରଗୁଡିକର ସ୍ଥିତି ଆଜି ଭଲନାହିଁ । ଆର୍ଥôକ ଓ ରାଜନୈ÷ତିକ କାରଣରୁ ଏହିସବୁ ଦେଶ ନିଜକୁ ସୁଦୃଢ କରି ଗଢି ତୋଳିବାକୁ ଅସମର୍ଥ ହୋଇଛନ୍ତି । ସେମିତି ଆର୍ଥôକ ଦୃଷ୍ଟିରୁ ମଧ୍ୟ ଏହିସବୁ ରାଷ୍ଟ୍ର ଭିନ୍ନ ଭିନ୍ନ ପ୍ରକାରେ ଋଣଭାରରେ ବୁଡି ରହିଛନ୍ତି । ନେପାଳ, ଆଫଗାନିସ୍ଥାନ, ମ୍ୟାନମାର ରାଜନୈତିକ ସଙ୍କଟ ଦେଇ ଗତି କରୁଥିଲା ବେଳେ ଶ୍ରୀଲଙ୍କା,ନେପାଳ, ଆଫଗାନିସ୍ଥାନ ଚରମ ଆର୍ଥôକ ଦୁସି୍ଥତି ମଧ୍ୟରେ ରହିଛନ୍ତି । ଶ୍ରୀଲଙ୍କା ଏବଂ ଆଫଗାନିସ୍ଥାନ ଖାଦ୍ୟସଙ୍କଟରେ ପଡିଥିବା ଯୋଗୁ ଭାରତ ବିବିଧ ପ୍ରକାରର ଖାଦ୍ୟାନ୍ନ ଯୋଗାଇଆସୁଛି । ପାକ୍, ଶ୍ରୀଲଙ୍କା ଏବଂ ନେପାଳ ଚୀନ ଋଣଜାଲରେ ପଡି ଏକପ୍ରକାର କାଙ୍ଗାଳ ସ୍ଥିତିକୁ ·ଲିଆସିଛନ୍ତି । ମ୍ୟାନମାର ଦୀର୍ଘଦିନଧରି ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଚୀନର ପ୍ରଭାବରେ ରହିଆସିଛି । କିନ୍ତୁ ଏହିସହୁ ରାଷ୍ଟ୍ରରେ ଜନସାଧାରଣଙ୍କ ମନରେ ନିଜର ଶାସନତନ୍ତ୍ର ଏବଂ ସରକାରରେ ଥିବା ନେତୃବର୍ଗଙ୍କ ପ୍ରତି ପ୍ରଚଣ୍ଡ ଅସନ୍ତୋଷ ରହିଛି । ଅପରପକ୍ଷେ ପଡୋଶୀ ଭାରତ ଏମାନଙ୍କଠାରୁ ବହୁଗୁଣରେ ବଡ ହୋଇ ମଧ୍ୟ ପ୍ରଗତିର ଧାରାକୁ ଦ୍ରୁତତର କରିବାରେ ଲାଗିଛି । ଗୋଟିଏ ପଟେ ବିଶ୍ୱସହ ଭଲ ସଂପର୍କ ରକ୍ଷା କରିବା ସହ ଅପରପକ୍ଷେ ଆଞ୍ଚଳିକ ସହଯୋଗରେ ମଧ୍ୟ ଆଗରେ ରହିଛି । ଏସବୁ ରାଷ୍ଟ୍ରରେ ଭାରତର ନେତୃତ୍ୱଶକ୍ତି ଉପରେ ପ୍ରଚଣ୍ଡ ବିଶ୍ୱାସ ରହିଆସିଛି । ଏପରିକି ପାକିସ୍ଥାନପରି ଶତ୍ରୁ ରାଷ୍ଟ୍ରରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତର ବିକାଶଧାରାକୁ ପ୍ରଶଂସା କରାଯାଉଛି । ପାକ୍ ଅର୍ଥନୀତି ଦୁର୍ବଳ ହେଉଥିବା ସମୟରେ ଭାରତ ସହ ବନ୍ଧୁତା ସ୍ଥାପନ ପାଇଁ ସେଠାକାର ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଯୁକ୍ତି ବାଢୁଛନ୍ତି ।
ଅତୀତ ଦିନମାନଙ୍କରେ କେନ୍ଦ୍ରରେ ଥିବା ସରକାର, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତକାଳରେ ଉପହାର ରୂପେ ତାଜମହଲର ମଡେଲ ମୂର୍ତ୍ତିକୁ ବିଦେଶରେ ଦେଉଥିଲେ । ମୋଦି ସରକାରକୁ ଆସିବା ପରଠାରୁ ସେହି ପୁରୁଣା ନୀତି ବଦଳାଇ ଭଗବତ୍ଗୀତା, ପ୍ରାଦେଶିକ ହସ୍ତଶିଳ୍ପ ଓ ପ୍ରତିମୂର୍ତ୍ତି ଆଦି ବିଦେଶୀ ନେତାଙ୍କୁ ଉପହାର ରୂପେ ପ୍ରଦାନ କରାଯାଉଛି । ଏହାର କାରଣ ହେଲା ବିଦେଶରେ ଭାରତୀୟ ଧର୍ମ ଏବଂ ସଂସ୍କୃତି ବିଷୟରେ ଅବଧାରଣାକୁ ବଦଳାଇବା । କାରଣ ଆଜିଯାଏ ଭାରତ ସଂପର୍କରେ ଯେତିକି ସକାରାତ୍ମକ ଭାବମୂର୍ତ୍ତିର ନିର୍ମାଣ କରାଯିବା କଥା ତାହା ହୋଇପାରିନାହିଁ । ଗତ ୮ବର୍ଷ ଧରି ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ହିଁ ନିଜେ ପ୍ରଧାନମନ୍ତ୍ରୀ ମଠ-ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ସମୟଦେବା, ବିଦେଶଗସ୍ତ କାଳରେ ସେଠାକାର ମଠ ମନ୍ଦିରକୁ ଦର୍ଶନ ପାଇଁ ଯିବା, ପୂଜାପାଠ କରିବା ଦେଖାଯାଉଛି । ଦୀର୍ଘ ଦଶନ୍ଧି ଧରି ଅବହେଳା କରାଯାଇ ଆସିଥିବା ହିନ୍ଦୁ ତୀର୍ଥକ୍ଷେତ୍ରଗୁଡିକର ବିକାଶ ପାଇଁ ଅନେକ ପ୍ରକଳ୍ପର କାର୍ଯ୍ୟହାତକୁ ନିଆଯାଉଛି । ଅଯୋଧ୍ୟା, କାଶୀ ଏହାର ଉଦାହରଣ । ଚତୁର୍ଦ୍ଧାମକୁ ଯାତ୍ରା, ରାମାୟଣ ସର୍କିଟରେ ପର୍ଯ୍ୟଟନ ପାଇଁ ଅଧିକରୁ ଅଧିକ ସୁବିଧା ବର୍ତ୍ତମାନର ସରକାର ଦେବାରେ ଲାଗିଛନ୍ତି । ହିନ୍ଦୁ ଧର୍ମକ୍ଷେତ୍ର ନିଜର ପ୍ରାଧାନ୍ୟ ଯେପରି ବଜାୟ ରଖିବ,ଲୋକେ ଯେପରି ନିଜର ଧାର୍ମିକ ସଂସ୍କୃତି ସହ ଅଧିକ ପରିଚିତ ହୋଇପାରିବେ ସେଥିପାଇଁ ସରକାର ଗଙ୍ଗା ପରିଷ୍କାର କରିବା ପାଇଁ ପଦକ୍ଷେପ ନେଇଛନ୍ତି । ବିଦେଶରେ ଆବୁଧାବିରେ ମନ୍ଦିର ନିର୍ମାଣ ପାଇଁ ବିଦେଶୀ ସରକାର ସହ ଆଲୋଚନା କରି ଜମି ବ୍ୟବସ୍ଥା କରାଇଛନ୍ତି । ସେହିପରି ବିଦେଶକୁ ଅନେକ ମୂର୍ତ୍ତି ଅତୀତରେ େ·ରି ହୋଇଯାଇଥିଲା, ଯାହାକୁ ବର୍ତ୍ତମାନର କେନ୍ଦ୍ର ସରକାର ଦେଶକୁ ଫେରାଇ ଆଣିବାକୁ ଆନ୍ତର୍ଜାତିକ ସ୍ତରରେ ଚେଷ୍ଟା କରି ସଫଳ ହୋଇଛନ୍ତି । କାଶ୍ମୀର ପରି ରାଜ୍ୟରେ ସନ୍ତ୍ରାସବାଦ ଏବଂ ପ୍ରଶାସନିକ ଅବହେଳା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ହିନ୍ଦୁ ଦେବସ୍ଥାନଗୁଡିକର ପୁନନିର୍ମାଣ କାର୍ଯ୍ୟ ହୋଇଛି । ଶିକ୍ଷା ପୁସ୍ତକଗୁଡିକରୁ ହିନ୍ଦୁ ବିରୋଧୀ, ହିନ୍ଦୁ ମଠ ମନ୍ଦିର ଧ୍ୱଂସକାରୀ ମୋଗଲମାନଙ୍କ ମିଛ ପ୍ରଶଂସାକୁ ବାଦ ଦେବାଲାଗି ପ୍ରୟାସ ଜାରି ରହିଛି । ଭାରତର ଆକ୍ରମଣକାରୀଙ୍କ ନାମରେ ଶହଶହ ବର୍ଷ ଧରି ନାମିତ ସହର,ବଜାର, ସ୍ଥାନଗୁଡିକର ନାମ ପରିବର୍ତ୍ତନ କାର୍ଯ୍ୟ ଜାରି ରହିଛି । ହିନ୍ଦୁଧର୍ମର ସନ୍ଥଙ୍କ ନାମରେ ବିଶ୍ୱବିଦ୍ୟାଳୟରେ ଅଧିକ ଗବେଷଣା ପାଇଁ ଚେଆର ପ୍ରତିଷ୍ଠା କରାଯାଇଛି । ବିଶେଷ କରି ହିନ୍ଦୁଧର୍ମ, ସଂସ୍କୃତିର ଅଧିକ ଅଧ୍ୟୟନ ପାଇଁ ନୂଆ ନୂଆ ପାଠ୍ୟକ୍ରମ ଜାରି ହୋଇଛି । କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ଏଥିପାଇଁ ଦେଇଛନ୍ତି । ସମାନ ସମୟରେ ଆନ୍ତର୍ଜାତିକ ସ୍ତରରେ ହିନ୍ଦୁ ଦେବାଦେବୀଙ୍କ ଅସମ୍ମାନ କରୁଥିବା ଗୋଷ୍ଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜାତିସଂଘରେ ମଧ୍ୟ ସରକାର ହିନ୍ଦୁଙ୍କ ସୁରକ୍ଷା ନେଇ ବିଷୟ ଉଠାଇଛନ୍ତି । ବିଦେଶରେ ହିନ୍ଦୁ ବି·ର ବିରୋଧରେ ହେଉଥିବା ଷଡଯନ୍ତ୍ରର ସୂତ୍ର ଖୋଜି ସେମାନଙ୍କୁ ବିଫଳ କରିବାକୁ ପଦକ୍ଷେପ ନେଇଛନ୍ତି । ଭାରତରେ ଧର୍ମାନ୍ତରଣ, ହିନ୍ଦୁ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ବିଦେଶୀ ସଂସ୍ଥାର ଦଲାଲ ଭାବେ କାର୍ଯ୍ୟରତ ହଜାର ହଜାର ଏନ୍ଜିଓରେ ତାଲା ପକାଯାଇଛି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଛି । ଦେଶର ବିଦେଶମନ୍ତ୍ରୀ ମଧ୍ୟ ଆନ୍ତର୍ଜାତିକ ମଞ୍ଚରେ ହିନ୍ଦୁ ବିରୋଧୀଙ୍କ ମୁହଁ ବନ୍ଦ କରିବାଲାଗି ବକ୍ତବ୍ୟ ଦେଇଛନ୍ତି । ଭାରତର ଏହି କଠୋର ଆଭିମୁଖ୍ୟ ଏବଂ ହିନ୍ଦୁମାନଙ୍କର ଧର୍ମରକ୍ଷା ପାଇଁ ଏକହଜାର ବର୍ଷରୁ ଅଧିକ କାଳ ଇସଲାମ ସହ ସଂଘର୍ଷ ପାଇଁ ବିଦେଶରେ ଇହୁଦୀମାନେ ଭାରତକୁ ପ୍ରଶଂସା କରିବା ସହ ହିନ୍ଦୁମାନଙ୍କ ଆଭିମୁଖ୍ୟକୁ ଅନୁକରଣୀୟ ବୋଲି କହିଛନ୍ତି । ଯେଉଁଥି ପାଇଁ ସେନାଶିକ୍ଷା ସମାପ୍ତି ପରେ ଇସ୍ରାଏଲର ପ୍ରତ୍ୟେକ ଯୁବକ ଯୁବତୀକୁ ଭାରତଗସ୍ତ କରିବାକୁ କୁହାଯାଇଥାଏ । ଭାରତୀୟ ହିନ୍ଦୁମାନେ ମୁସଲିମଙ୍କ ସହ କିପରି ସମାଜରେ ରହିବା ସହ ନିଜ ସଂସ୍କୃତିର ରକ୍ଷା ପାଇଁ ସଂଘର୍ଷ କରୁଛନ୍ତି ତାହା ଶିକ୍ଷା କରିବାକୁ ଇହୁଦୀ ଛାତ୍ରଛାତ୍ରୀଙ୍କୁ କୁହାଯାଇଥାଏ ।ହିନ୍ଦୁଧର୍ମ ବି·ର କିଛି ନିର୍ଦ୍ଦିଷ୍ଟ ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ । ପୃଥିବୀର ୧୩୦ରୁ ଅଧିକ ଦେଶରେ ହିନ୍ଦୁ ସଂଗଠନ, ହିନ୍ଦୁ ମନ୍ଦିର ଆଦି କାର୍ଯ୍ୟରତ ରହିଛନ୍ତି । ଭାରତ ବାହାରେ କାର୍ଯ୍ୟରତ ହିନ୍ଦୁ ସଂଗଠନ ଶିଶୁମାନଙ୍କ ପ୍ରଶିକ୍ଷଣ, ଯୁବଶିବିର, ବୟସ୍କଙ୍କ ପାଇଁ ପ୍ରବଚନ କାର୍ଯ୍ୟକ୍ରମ, ମନ୍ଦିରଗୁଡିକରେ ନିୟମିତ କାର୍ଯ୍ୟକ୍ରମ, ହିନ୍ଦୁ ମନ୍ଦିର କାଉନସିଲ ଗଠନରେ ସକ୍ରୀୟ ରହିଛନ୍ତି । ଏସବୁ ମଧ୍ୟରେ ୧୯୬୬ରେ ପ୍ରତିଷ୍ଠିତ ଇସ୍କନ ସଂସ୍ଥା ପଶ୍ଚିମବଙ୍ଗର ନଦିୟା ଜିଲ୍ଲାର ମୁଖ୍ୟ କେନ୍ଦ୍ର ଅଧିନରେ ବିଶ୍ୱବ୍ୟାପି ୮୦୦ କେନ୍ଦ୍ର ସ୍ଥାପନ କରି ୮୫୦ ମନ୍ଦିର ନିର୍ମାଣ କରିଛି । ଭକ୍ତିଯୋଗ ଆଧାରରେ ଭଗବତଗୀତା ଏବଂ ଭାଗବତ ପୁରାଣକୁ ଏହି ସଂସ୍ଥା ବିଶ୍ୱରେ ପ୍ରସାର କରିବା ପାଇଁ ପୃଥିବୀର ୮୬ଟି ଭାଷାରେ ଭଗବତଗୀତାକୁ ପ୍ରକାଶ କରିଛି । ଏହାବାଦ ଆନ୍ତର୍ଜାତିକ ସ୍ତରରେ ହିନ୍ଦୁ ସ୍ୱୟଂ ସେବକ ସଂଘ, ଚିନ୍ମୟ ମିଶନ, ସ୍ୱାମୀ ନାରାୟଣ ସଂସ୍ଥା, ବ୍ରହ୍ମାକୁମାରୀ ସଂସ୍ଥା, ଆର୍ଯ୍ୟସମାଜ, ଆର୍ଟ ଅଫ୍ ଲିଭିଂ, ବିଶ୍ୱ ଗାୟତ୍ରୀ ପରିବାର, ଆନ୍ତର୍ଜାତିକ ବେଦାନ୍ତ ସୋସାଇଟୀ, ରାମକୃଷ୍ଣ ମିଶନ, ଆନନ୍ଦମୟୀ ସଂଘ, ଆନନ୍ଦ ବିଶ୍ୱ ଭ୍ରାତୃତ୍ୱ କଲୋନୀ, ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପରି ସଂସ୍ଥା ସନାତନୀ ଚିନ୍ତା ଓ ଚେତନାର ପ୍ରସାର କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ପୁରୁଣା ସୋଭିଏତ୍ ରାଷ୍ଟ୍ରସମୂହ, ଆଫ୍ରିକା ଏବଂ ଲାଟିନ ଆମେରିକାରେ ଏବେ ହରେକୃଷ୍ଣ ଆନେ୍ଦାଳନ ସମାଜର ତଳସ୍ତରରେ ବ୍ୟାପକ ପ୍ରଭାବ ପକାଇବା ଯୋଗୁ ବହୁ ସଂଖ୍ୟାରେ ଲୋକେ ସନାତନୀ ବ୍ୟବସ୍ଥାରେ ଆସ୍ଥା ରଖିବା ପରିଲକ୍ଷିତ ହେଉଛି । ଅନ୍ୟଧର୍ମର ଲୋକେ ଭାରତୀୟ ବେଶପୋଷାକ, ପର୍ବପର୍ବାଣୀ, ସଂଗୀତ-ନୃତ୍ୟ, ଭାଷା ସାହିତ୍ୟ ଅଧ୍ୟୟନ ପାଇଁ ରୁଚିରଖିବା ସହ ସନାତନୀ ହେବାରେ ଲାଗିଛନ୍ତି । ଫଳରେ ଅନେକ ଦେଶରେ ହିନ୍ଦୁଧର୍ମ ବିଶ୍ୱାସୀ ଲୋକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ।
ନିକଟରେ ପୁରୀର ଶଙ୍କରା·ର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଆଗାମୀ ତିନିବର୍ଷରେ ଭାରତ ହିନ୍ଦୁରାଷ୍ଟ୍ର ହେବ ବୋଲି କହିଛନ୍ତି । ଏହା କହିବା ପଛରେ ଗୂଢ ରହସ୍ୟ ଓ ବାସ୍ତବତା ରହିଛି । ଗୋଟିଏ ପଟେ ଯୁକ୍ତିଯୁକ୍ତତା ଏବଂ ଅନ୍ୟପଟେ ଆବଶ୍ୟକତା ୧୯୪୭ରେ ଭାରତର ବିଭାଜନ ପାକିସ୍ଥାନ ଦାବିରେ ହୋଇଥିଲା ବେଳେ ଦେଶରେ ଥିବା ମୋ÷÷ଳବାଦୀ ପାକିସ୍ଥାନ ସମର୍ଥନରେ ଦେଶକୁ ୨୦୪୭ ସୁଦ୍ଧା ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି । ଏହି ଷଡଯନ୍ତ୍ର ସାମାଜିକ, ରାଜନୈ÷ତିକ ଏବଂ ଆର୍ଥôକ ସ୍ତରରେ ଜାରିରହିଛି । ଅନେକ ଇସଲାମିକ ରାଷ୍ଟ୍ର ଭିନ୍ନ ଭିନ୍ନ ବାଟରେ ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ଅର୍ଥ ପ୍ରଦାନ କରିବାରେ ଲାଗିଛନ୍ତି । ହିନ୍ଦୁମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରେ ଧର୍ମାନ୍ତରୀତ କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଏବେ ଦେଶର ଲାକ୍ଷାଦ୍ୱୀପ ମୁସଲିମ ବହୁଳ ହୋଇଥିଲା ବେଳେ ଜାମ୍ମ ୁକାଶ୍ମିରର ୮ ଜିଲ୍ଲା ଏବଂ ଦେଶର ୯ ଜିଲ୍ଲାର ମୁସଲିମ ସଂଖ୍ୟା ୭୫% କିମ୍ବା ତାଠାରୁ ଅଧିକ ହୋଇଛି ଦକ୍ଷିଣ ଭାରତର ମୋ÷÷ଳବାଦୀ ସଂଗଠନ ପିଏଫ୍ଆଇ ତୁର୍କୀ ସରକାରଙ୍କ ସହ ସଂପର୍କ ସୁଦୃଢ କରି ଭାରତରେ ବିଭାଜନକାରୀ ହିଂସା,ଉଗ୍ରବାଦ, ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ପରିଧାନ ପରି ବିଷୟକୁ ନେଇ ଉତ୍ତେଜନା ସୃଷ୍ଟି କରିବାରେ ବ୍ୟସ୍ତ । ଦେଶ ଭିତରେ ଏଆଇଏମ୍ଆଇଏମ୍ ପରି ଆସାମର ଏଆଇୟୁଡିଏଫ୍ କିମ୍ବା କାଶ୍ମୀରର ପିଡିପି କିମ୍ବା ନେସନାଲ କନ୍ଫରେନ୍ସ ପରି ରାଜନୈ÷ତିକ ଦଳ,ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କିମ୍ବା ଏସ୍.ପି, କଂଗ୍ରେସ,ଆର୍ଜେଡି ପ୍ରମୁଖ ଦଳ ମୁସଲିମ ଭୋଟ ପାଇବାକୁ ସବୁକିଛି କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଗଣତନ୍ତ୍ରକୁ ଏମାନେ ଧୀରେ ଧୀରେ ସ୍ୱେଚ୍ଛାତନ୍ତ୍ର ଆଡକୁ ନେବାକୁ ପ୍ରୟାସ କରୁଛନ୍ତି । ରାମନବମୀ, ମହାବୀର ଜୟନ୍ତୀ, ଜଗନ୍ନାଥ ରଥଯାତ୍ରା, ତ୍ରିରଙ୍ଗା ଯାତ୍ରା ସମୟରେ ଏମାନଙ୍କ ପ୍ରୋତ୍ସାହନରେ ଭିନ୍ନ ଭିନ୍ନ ରାଜ୍ୟରେ ହିଂସାର ତାଣ୍ଡବ ସୃଷ୍ଟି ହେଉଛି । ଦେଶର ତଥାକଥିତ ସେକୁଲାର ନେତାମାନେ ଏମାନଙ୍କ ହିଂସାର କେବେ ନିନ୍ଦା କରିବା କେହି ଦେଖିନାହିଁ । ଏମାନେ ପରୋକ୍ଷରେ ତଥାକଥିତ ଜିହାଦି ଗୋଷ୍ଠୀକୁ ନିଜର ନିରବତାର ସମର୍ଥନ ହିଁ ଜଣାଇ ଆସିଛନ୍ତି । ଦକ୍ଷିଣରେ ତାମିଲନାଡୁ, କେରଳ, କର୍ଣ୍ଣାଟକ ପରି ଉତ୍ତର ଭାରତର ବାଙ୍କା,ଦରଭଙ୍ଗା, ଅରରିୟା, ଭାଗଲପୁର ଆଦି ସହରରେ ବିଗତ ଦିନମାନଙ୍କରେ ୧୦୦ରୁ ଅଧିକ ବୋମା ବିସ୍ଫୋରଣ ହୋଇଛି । ମିଶନ ଇସଲାମିକ ଷ୍ଟେଟ ୨୦୪୭ ଯୋଜନାରେ ମୁସଲିମ ବ୍ୟବସାୟୀ, କଲେଜ କର୍ମ·ରୀ, ପୁଲିସ ଅଧିକାରୀ ଆଦି ସାମିଲ ଥିବା ଦୃଷ୍ଟିକୁ ଆସିଛି । ପାଟନାର ଫୁଲୱାରୀ ସରିଫ ଏହାର କେନ୍ଦ୍ର ବୋଲି ଜଣାପଡିଛି । ଏହି ସଂଗଠନର ଜଲାଲୁଦ୍ଦୀନ ଅତହର,ଅରମାନ ମାଲିକ,ଦାନିସ, ଶମିମ ଅଖତର ତାହିର ଅହମ୍ମଦ,ସବୀର ମାଲିକ, ଇଲିଆସ ତହିର ପ୍ରମୁଖ ନିକଟରେ ଗିରଫ ହୋଇଛନ୍ତି । ପାକ୍ ଓ ବଙ୍ଗଳାଦେଶରେ ବହୁ ସ୍ଥାନରେ ଏମାନଙ୍କର କାର୍ଯ୍ୟାଳୟ ଖୋଲାଯାଇଛି । ଏମାନେ ସମାଜର ତଳସ୍ତରରେ ହିନ୍ଦୁ ବିରୋଧୀ ହିଂସାକାଣ୍ଡ ଓ ସନ୍ତ୍ରାସ ବୃଦ୍ଧିପାଇଁ ଛୋଟ ଛୋଟ ସ୍ଲିପର ସେଲ ମାଧ୍ୟମରେ ଟ୍ରେନିଂ ଦେବାରେ ବ୍ୟସ୍ତ । ବିହାରର ସାରଣ, ମୁଜଫରପୁର, କଟିହାର, ଦରଭଙ୍ଗା, ମିଥିଳାଞ୍ଚଳ ଆଦି ସ୍ଥାନରେ ଏମାନଙ୍କର ନେଟୱାର୍କ କାର୍ଯ୍ୟକରୁଛି । ଆଜି ଦେଶରେ ·ଲିଥିବା ରାଷ୍ଟ୍ରବିରୋଧୀ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ମଧ୍ୟରୁ ୯୦ ପ୍ରତିଶତ ଘଟଣା ଇସଲାମିକ ଗୋଷ୍ଠୀର ୧୦ ପ୍ରତିଶତ ମାଓବାଦୀ ଓ ଅନ୍ୟାନ୍ୟ ଗୋଷ୍ଠୀର । ଭାରତକୁ ଇସଲାମିକ ରାଷ୍ଟ୍ର କରି ପାକ୍ ଏବଂ ବଙ୍ଗଳାଦେଶକୁ ମିଶାଇ ଇସଲାମିକ ମହାଭୂଖଣ୍ଡ ବା ମହାଦେଶ ଗଠନରେ ଇସଲାମିକ ରାଷ୍ଟ୍ରମାନେ ଲାଗି ପଡିଛନ୍ତି । ତେଣୁ ସେମାନଙ୍କ ଷଡଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯିବା ନିହାତି ଜରୁରୀ ହେଲାଣି । ଭାରତର ସମ୍ବିଧାନରେ ପରିବର୍ତ୍ତନ ସହ ସମାନ ନାଗରିକ ସଂହିତା ଆଇନ ଲାଗୁ ହେବା ଆବଶ୍ୟକ । ଜନସଂଖ୍ୟା ବୃଦ୍ଧିକୁ ଅସ୍ତ୍ର କରି ଯେପରି ଭାରତକୁ ଅସନ୍ତୁଳିତ କରିବାକୁ ଗୋଟିଏ ବର୍ଗ ପ୍ରୟାସ କରୁଛନ୍ତି ତାକୁ ବନ୍ଦ କରାଯିବା ନିହାତି ଜରୁରୀ ।
ଭାରତ, ଭାରତୀୟ ଏବଂ ଭାରତୀୟ ପ୍ରାଚୀନ ସଂସ୍କୃତିର ସୁରକ୍ଷା ପାଇଁ ହିନ୍ଦୁ ରାଷ୍ଟ୍ର ଏକ କଳ୍ପନା ନୁହେଁ ଆଜିର ଆବଶ୍ୟକତା । ଆଗାମୀ ଦିନରେ ଆର୍ଥôକ ଅସ୍ଥିରତାରେ ଥିବା ଶ୍ରୀଲଙ୍କା, ମ୍ୟାନମାର, ନେପାଳ, ଭୁଟାନ, ପାକିସ୍ଥାନ ଆଦି ଏହାର ବାସ୍ତବତାକୁ ସ୍ୱୀକାର କରିବେ, ଏଥିରେ ସନେ୍ଦହ ନାହିଁ । ଭାରତରେ ହିନ୍ଦୁଧର୍ମର ସୁରକ୍ଷା, ସଂସ୍କୃତିର ବିକାଶ ଓ ଜନଜୀବନର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏହାର ଆବଶ୍ୟକତା ରହିଛି । ଦେଶରେ ବୋ÷÷ଦ୍ଧ, ଜୈ÷ନ ଆଦି ପ୍ରକୃତ ସଂଖ୍ୟାଲଘୁ ଥିଲାବେଳେ ୨୦କୋଟି ମୁସଲମାନଙ୍କୁ ସଂଖ୍ୟାଲଘୁ ସୁବିଧା ପ୍ରଦାନ କରି ଭାରତର ସରକାରମାନେ ୭୦ବର୍ଷରୁ ଅଧିକ ସମୟଧରି ସନ୍ତ୍ରାସର କାରଖାନା ଖୋଲିବାରେ ସହାୟକ ହୋଇଆସିଛନ୍ତି । ଏପ୍ରକାର ଦେଶ ବିଭାଜନକାରି ବ୍ୟବସ୍ଥା ବନ୍ଦ ହେବା ଆବଶ୍ୟକ । ତେଣୁ ପୃଥିବୀର ସୁରକ୍ଷା ପାଇଁଁ ହିନ୍ଦୁମାନଙ୍କର ସୁରକ୍ଷା ଆବଶ୍ୟକ ବୋଲି କେବଳ ଇହୁଦି ନୁହନ୍ତି ଖ୍ରୀଷ୍ଟିଆନ ରାଷ୍ଟ୍ରଗୁଡିକରେ ମଧ୍ୟ ମତ ପ୍ରକାଶ ପାଇଲାଣି । ନେଦରଲାଣ୍ଡ ସଂସଦରେ ଏଥିପାଇଁ ଦାବି ଉଠିଛି । ତେଣୁ ହିନ୍ଦୁ ସୁରକ୍ଷା ପାଇଁ ହିନ୍ଦୁରାଷ୍ଟ୍ର ଏକ ଆବଶ୍ୟକତା ଯେପରି, ବାସ୍ତବତା ମଧ୍ୟ ସେହିପରି । ବୋଧହୁଏ ସମସ୍ତେ ସେ ଦିଗରେ ଆଗେଇଥିବା ପରି ଆମର ହୃଦବୋଧ ହେଉଛି ।

LEAVE A REPLY