ଆଫ୍ରିକା ମହାଦେଶ ପାଇଁ ମୁସଲିମ ସନ୍ତ୍ରାସବାଦ ଚିନ୍ତାର ବିଷୟ ହୋଇ ରହିଛି । ଭିନ୍ନ ଭିନ୍ନ ରାଷ୍ଟ୍ରରେ ଅଲ୍-ଶବାବ ସନ୍ତ୍ରାସବାଦୀ ରକ୍ତମୁଖା ହୋଇ ଗଣହତ୍ୟା ଘଟାଇ ·ଲିଛନ୍ତି । ଏହିକ୍ରମରେ ସୋମାଲିଆର ରାଜଧାନୀ ମୋଗାଡିସୁ ସହରରେ ୧୯ଅଗଷ୍ଟ ୨୦୨୨ର ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସାତ ତାରକା ବିଶିଷ୍ଟ ହାୟାତ ହୋଟେଲ ଉପରେ ଆକ୍ରମଣ କରିବା ଯୋଗୁ ପ୍ରାୟ ୪୦ଜଣ ବ୍ୟକ୍ତିଙ୍କର ମୃତୁ୍ୟ ହେବା ସହ ୭୦ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଆକ୍ରମଣ ପୂର୍ବରୁ ହୋଟେଲ ବାହାରେ ଥିବା ଦୁଇଟି କାର୍ରେ ବିସ୍ଫୋରଣ କରାଯାଇଥିଲା । ଏହାପରେ ଆତଙ୍କବାଦୀମାନେ ହୋଟେଲ ଭିତରେ ପ୍ରବେଶକରି ଗୁଳି·ଳନା ଆରମ୍ଭ କରିଥିଲେ । ଏହା ପୂର୍ବରୁ ଗତ ଜୁଲାଇ ୨୮ତାରିଖରେ ସୋମାଲିଆର ଭିନ୍ନ ଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଯୋଗୁ ପ୍ରାୟ ୧୯ଜଣ ଲୋକଙ୍କର ମୃତୁ୍ୟ ହୋଇଥିଲା ।
ମୁମ୍ବାଇରେ ୨୬ ନଭେମ୍ବର ୨୦୦୮ରେ ତାଜ୍ ହୋଟେଲ ଉପରେ ହୋଇଥିବା ଆକ୍ରମଣ ଢଙ୍ଗରେ ହୋଟେଲ ହାୟାତ ଉପରେ ଆକ୍ରମଣ ହୋଇଥିଲା । ତାଜ୍ ହୋଟେଲ ଆକ୍ରମଣ ଘଟଣାରେ ୯ ଆତଙ୍କବାଦୀ ସମେତ ୧୮୦ଲୋକଙ୍କର ମୃତୁ୍ୟ ହୋଇଥିଲା । ୧୦ ଆତଙ୍କବାଦୀ ୧୦ଟି ଏକେ -୪୭, ୧୦ ପିସ୍ତଳ, ୮୦ ଗ୍ରେନେଡ, ୨୦୦୦ଗୁଳି, ୨୪ ମାଗାଜିନ୍, ୧୦ ମୋବାଇଲ ଫୋନ୍, ଟାଇମର୍ସ ଓ ବିସ୍ଫୋରକ ସହ ହୋଟେଲରେ ପ୍ରବେଶ କରିଥିଲେ । ସେମାନଙ୍କୁ ସଫା କରିବା ପାଇଁ ଦୁଇଦିନରୁ ଅଧିକ ସମୟ ଲାଗିଥିଲା । ଏବେ ହାୟାତ ହୋଟେଲର ଆକ୍ରମଣ ସହ ତାଜ୍ ହୋଟେଲ ଆକ୍ରମଣକୁ ଦେଖିଲେ ଉଭୟ ଘଟଣାରେ ଅନେକ ସମାନତା ଥିଲା ପରି ମନେହେବ । ଦୁଇଟିଯାକ ଆକ୍ରମଣ ଘଟଣାରେ ଆତ୍ମଘାତୀ ଆକ୍ରମଣକାରୀ ମରିବା ମାରିବାର ଲକ୍ଷ୍ୟ ନେଇ ଆସିଥିଲେ । ଦୁଇଟି ଯାକ ଘଟଣାରେ ଆତଙ୍କବାଦୀମାନେ ଷ୍ଟାର ହୋଟେଲକୁ ହିଁ ଟାର୍ଗେଟ କରିଥିଲେ । ଉଭୟ ଆକ୍ରମଣ ଶୁକ୍ରବାରିଆ ହୋଇଥିଲା । ଉଭୟ ଆକ୍ରମଣରେ ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରାଯାଇଥିଲା । ଆକ୍ରମଣ ସମୟରେ ହୋଟେଲ ହାୟାତଠାରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ସମ୍ମିଳନୀ ·ଲିଥିଲା । ଦୁଇଟିଯାକ ଆକ୍ରମଣ ବେଳେ ପ୍ରଥମେ ବିସ୍ଫୋରଣ କରି ଲୋକମାନଙ୍କୁ ମୁଣ୍ଡଜାମିନ ରଖାଯାଇଥିଲା । ଦୁଇଟିଯାକ ଘଟଣାରେ ଆତଙ୍କବାଦୀମାନେ ଅନେକ ଅସ୍ତ୍ରଶସ୍ତ୍ର ସହ ଦୀର୍ଘ ସମୟ ସଂଘର୍ଷ ପାଇଁ ଯୋଜନା କରି ଆସିଥିଲେ । ଦୁଇଟି ଘଟଣାରେ ଆକ୍ରମଣକାରୀ ଆଖିବୁଜା ଗୁଳି·ଳନାକରି ହୋଟେଲ ଭିତରେ ଲୋକମାନଙ୍କୁ ନିଜ ଅକ୍ତିଆରକୁ ନେଇଥିଲେ । ମୁମ୍ବାଇର ଆକ୍ରମଣ ପରି ସୋମାଲିଆ ଆକ୍ରମଣ ମଧ୍ୟ ବାହାର ନିଦେ୍ର୍ଦଶରେ ହୋଇଥିଲା । ଦୁଇଟିଯାକ ଘଟଣାରେ ପୂର୍ବପ୍ରସ୍ତୁତି ରହିଥିଲା । ମୁମ୍ବାଇ ଘଟଣା ପୂର୍ବରୁ ସନ୍ତ୍ରାସବାଦୀମାନେ ଆକ୍ରମଣର ପୂର୍ବାଭ୍ୟାସ ବା ରେକି କରିଥିଲେ । ହୋଟେଲ ହାୟାତ ଘଟଣାରେ ଆଖପାଖ ଅଞ୍ଚଳରେ ସମାନ ଢଙ୍ଗରେ ରେକି ହୋଇଥିବା ସମ୍ଭବ, ଯାହା ଅନୁସନ୍ଧାନ ପରେ ଜଣାପଡିପାରେ । ହାୟାତ ଘଟଣାରେ ୩୦ ଘଣ୍ଟା ଲାଗିଥିଲା ଆତଙ୍କବାଦୀଙ୍କୁ ନିପାତ ପାଇଁ ।
ଇସଲାମିକ ସରିୟା ଅଦାଲତର ଏକ ସଂଗଠନ ୟୁନିଅନ ଅଫ୍ ଇସଲାମିକ କୋର୍ଟସ ଅଧିନରେ ଏକଦା ସୋମାଲିଆର ମୋଗାଡିସୁ ସହର ରହିଥିଲା । ଏହାର ମୁଖ୍ୟ ଥିଲା ସରିଫ ଶେଖ ଅହମ୍ମଦ । ଇଥିଓପିଆର ସେନାବାହିନୀ ୨୦୦୬ରେ ଏହି ଗୋଷ୍ଠୀକୁ ପରାସ୍ତ କରିବାପରେ ଅଲ-ଶବାବ ସଂଗଠନ ଜନ୍ମ ନେଇଥିଲା । ଏହି ସନ୍ତ୍ରାସବାଦୀ ସଂଗଠନ ଇସଲାମିକ କୋର୍ଟସର ଏକ ଶାଖା ଭାବେ ପରିଚିତ । ଏହା ସାଉଦି ଆରବର ୱାହବୀ ବା ମୈାଳବାଦୀ ବି·ରକୁ ନେଇ କାର୍ଯ୍ୟକରୁଛି । ଏହି ଆତଙ୍କବାଦୀ ଗୋଷ୍ଠୀ ସୋମାଲିଆର ସରକାରଙ୍କୁ କ୍ଷମତାରୁ ହଟାଇବାକୁ ୨୦୧୭ରୁ ପ୍ରୟାସ କରି ଆସୁଛନ୍ତି । ୨୦୧୫ରେ ଏହି ଗୋଷ୍ଠୀର ଆକ୍ରମଣ କେନିଆର ଏକ ବିଶ୍ୱବିଦ୍ୟାଳୟ ଉପରେ ହୋଇଥିଲା । ସେହି ଘଟଣାରେ ୧୪୮ଜଣ ଛାତ୍ରଙ୍କ ମୃତୁ୍ୟ ହୋଇଥିଲା । ପରେ ୨୦୧୬ରେ ଏହି ଗୋଷ୍ଠୀ କେନିଆର ଏକ ସେନା ଶିବିର ଉପରେ ଆକ୍ରମଣ କରିଥିଲେ । ସେହି ଘଟଣାରେ ପ୍ରାୟ ୧୮୦ଜଣ ସୈ÷ନ୍ୟ ମୃତୁ୍ୟ ମୁଖରେ ପଡିଥିଲେ । ସେହିପରି ୨୦୧୭ରେ ମୋଗାଡିସୁ ସହରରେ ଭୟଙ୍କର ବୋମା ବିସ୍ଫୋରଣ ଏହି ଗୋଷ୍ଠୀ ପକ୍ଷରୁ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ଜଣ ଲୋକଙ୍କ ମୃତୁ୍ୟ ହୋଇଥିଲା ।
ଗତ ଜୁଲାଇ ୨୮ରେ ସୋମାଲିଆର ଦୁଇଟି ସହର ମାର୍କା ଏବଂ ଅଫଗୋୟରେ ଏହି ଗୋଷ୍ଠୀ ଆକ୍ରମଣ କରିଥିଲେ । ମାର୍କାରେ ଆତ୍ମଘାତୀ ବୋମା ଆକ୍ରମଣରେ ୧୩ଜଣ ଲୋକଙ୍କ ମୃତୁ୍ୟ ହୋଇଥିଲା, ୫ଜଣ ଆହତ ହୋଇଥିଲେ । ଦ୍ୱିତୀୟ ଘଟଣା ଅଫଗୋୟ ସହରରେ ଘଟିଥିଲା ଯେଉଁଥିରେ ଦୁଇଟି ଆକ୍ରମଣରେ ୭ ଲୋକଙ୍କ ମୃତୁ୍ୟ ହେବା ସହ ୧୮ ଆହତ ହୋଇଥିଲେ । ମାର୍କାର ପ୍ରଶାସନିକ କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ ବେଳେ ମେୟର ଅବ୍ଦୁଲ୍ଲାହୀ ଅଲି ୱାଫୋଙ୍କୁ ଟାର୍ଗେଟ କରାଯାଇଥିଲା । ଆତ୍ମଘାତୀ ବିସ୍ଫୋରଣ ଭର୍ତ୍ତି ଏକ ଜ୍ୟାକେଟ ପିନ୍ଧି ଆସିଥିଲା । ପ୍ରଶାସନିକ କାର୍ଯ୍ୟାଳୟର ବାହାରେ ପହଞ୍ଚôଲାକ୍ଷଣି ସେ ନିଜକୁ ଉଡାଇ ଦେଇଥିଲା । ସେହି ଆକ୍ରମଣରେ ସହରର ମେୟର ଅବଦୁଲ୍ଲାହୀଙ୍କ ସମେତ ଅନ୍ୟ ୧୨ଜଣଙ୍କର ମୃତୁ୍ୟ ହୋଇଥିଲା । ସେମିତି ଦ୍ୱିତୀୟ ଆକ୍ରମଣ ଅଫଗୋୟ ସହରର ଏକ ବଜାରରେ ଦୁଇଥର ହୋଇଥିଲା । ରାସ୍ତାକଡରେ ହୋଇଥିବା ବିସ୍ଫୋରଣରେ ୭ଜଣ ଲୋକଙ୍କ ମୃତୁ୍ୟ ଏବଂ ୧୮ଜଣ ଆହତ ହୋଇଥିଲେ । ପ୍ରଥମ ଆକ୍ରମଣ ପରେ ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ପ୍ରୟାସ ·ଲିଥିଲା ବେଳେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା । ସେହି ଆକ୍ରମଣରେ ୨ଜଣ ଯବାନଙ୍କ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ବୁଧବାରିଆ ବଜାରରେ ସବୁବେଳେ ଲୋକଙ୍କ ସାପ୍ତାହିକୀ କିଣାବିକା ପାଇଁ ଭିଡ ଜମି ରହୁଥିବା ହେତୁ ବଜାରକୁ ଟାର୍ଗେଟରେ ରଖାଯାଇଥିଲା । ଏହି ଆକ୍ରମଣ ଘଟଣାକୁ ଜାତିସଂଘ, ୟୁରୋପୀୟ ସଂଘ, ଭାରତ ସମେତ ଆମେରିକା ଆଦି ରାଷ୍ଟ୍ର ନିନ୍ଦା କରିଛନ୍ତି । ଚଳିତ ମାସ ୧୪ଅଗଷ୍ଟ ଦିନ ଆମେରିକାର ଆଫ୍ରିକୀୟ କମାଣ୍ଡ୍ର ବାୟୁସେନା ବୋମାମାଡରେ ପ୍ରାୟ ୧୩ଜଣ ସନ୍ତ୍ରାସବାଦୀ ସୋମାଲିଆରେ ମୃତୁ୍ୟବରଣ କରିଥିଲେ ।
ହରକତ୍ ଅଲ୍-ଶବାବ ଅଲ୍-ମୁଜାହିଦ୍ଦୀନ (ଯୁବ ଯୋଦ୍ଧାଙ୍କ ସଂଘର୍ଷ) ସୋମାଲି ଭାଷାରେ ‘ଜାରାକଡା ମୁଜାହିଦନ୍ତା ଅଲଶବାବ’ ଭାବେ ପରିଚିତ । ସୋମାଲିଆର ଏହି ଗୋଷ୍ଠୀ ପୂର୍ବ ଆଫ୍ରିକାରେ ସକ୍ରିୟ ରହିଛି । ଇସଲାମିକ ମଘରେବର ଅଲ୍କାୟଦା ଏବଂ ବୋକୋ ହାରାମ ଗୋଷ୍ଠୀ ସହ ଏହି ଗୋଷ୍ଠୀର ସଂପର୍କ ରହିଥିବା କଥା କୁହାଯାଉଛି । ସୋମାଲିଆର ହାୱିୟେ ସଂପ୍ରଦାୟର ଲୋକେ ସାଧାରଣତଃ ଏହି ଗୋଷ୍ଠୀରେ ରହିଛନ୍ତି । ଏହି ସଂପ୍ରଦାୟଟି ସୋମାଲିଆରେ ସବୁଠୁ ବଡ ଗୋଷ୍ଠୀ । ଏହି ସନ୍ତ୍ରାସବାଦୀ ଗୋଷ୍ଠୀରେ ବ୍ରିଟେନର ସମାନ୍ଥା ଲିଥୱିଟେ ଏବଂ ଆମେରିକାର ଅବୁ ମନ୍ସୁର ଅଲ୍- ଆମ୍ରିକି ପରି ନେତା ମଧ୍ୟ ରହିଛନ୍ତି । ସୋମାଲିଆର ସୁଫି ସନ୍ତ୍ରାସବାଦୀ ଗୋଷ୍ଠୀ ଅହଲୁ ସୁନ୍ନା ୱାଲଜାମା ସହ ଅଲ-ଶବାବ ଗୋଷ୍ଠୀର ଅନେକ ସମୟରେ ସଂଘର୍ଷ ହୋଇଥାଏ । ଇସଲାମର ଶତ୍ରୁ ବିରୁଦ୍ଧରେ ଲଢିବା ଏହି ଗୋଷ୍ଠୀର ଉଦେ୍ଦଶ୍ୟ ବୋଲି କୁହାଯାଇଥାଏ । ସୋମାଲି ସରକାର ଏବଂ ସୋମାଲି ଆଫ୍ର୍ିକୀୟ ୟୁନିଅନ ବିରୁଦ୍ଧରେ ଏହି ଗୋଷ୍ଠୀ ଏବେ ଲଢୁଛି । ଅହମ୍ମଦ ଗୋଦାନେ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଗୋଷ୍ଠୀର ମୁଖ୍ୟନେତା ଥିଲେ । ଅହମ୍ମଦ ଉମର ୨୦୧୪ରୁ ଏହାର ନେତୃତ୍ୱ ନେଉଛନ୍ତି । ଏହାର ମୁଖ୍ୟ କେନ୍ଦ୍ର କିସ୍ମାୟୋ (୨୦୦୮-୧୨), ବାରାୱେ (୨୦୧୨-୧୪), ଜିଲିବ (୨୦୧୪ରୁ ଏ ପର୍ଯ୍ୟନ୍ତ) ରହିଆସିଛିି । ଆଫ୍ରିକାର ସୋମାଲିଆ, କେନିୟା ଏବଂ ଇଥିଓପିଆରେ ଏହି ଗୋଷ୍ଠୀ ସକ୍ରୀୟ ରହିଛି । ଗୋଷ୍ଠୀରେ ୭ହଜାରରୁ ୧୨ହଜାର ପର୍ଯ୍ୟନ୍ତ ସନ୍ତ୍ରାସବାଦୀ ରହିଥିବା ଆକଳନ କରାଯାଉଛି । ବର୍ଷ ୨୦୦୦ବେଳକୁ ଆରମ୍ଭ ହୋଇଥିବା ଅଲ ଶବାବ ସୋମାଲିଆ ଯୁଦ୍ଧ (୨୦୦୬-୦୯) ସମୟରେ ଦୃଷ୍ଟିକୁ ଆସିଥିଲା । ସରିଫ ଶେଖ ଅହମ୍ମଦଙ୍କ ନେତୃତ୍ୱରେ ଅଗଷ୍ଟ ୨୦୧୧ରେ ମୋଗାଡିସୁକୁ ଅଲ-ଶବାବ ହାତରୁ ମୁକ୍ତ କରି ସରକାର ଗଠନ ହୋଇଥିଲା । ୨୦୧୨ରେ ଅଲ-କାୟଦାର ନେତା ଅଲ୍ ଜୱାହିରି ପ୍ରତି ଅଲ୍-ଶବାବ ସମ୍ମାନ ପ୍ରଦର୍ଶିତ କରିବା ଘଟଣାରୁ ଏହାର ୍ଅଲ-କାୟଦା ସଂପର୍କ ଦୃଷ୍ଟିକୁ ଆସିଥିଲା । ଫେବୃଆରୀ ୨୦୧୪ରେ ଅଲକାୟଦାର ନେତାମାନଙ୍କ ସହ ଅଲ-ଶବାବର ଶାସନକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଅଗଷ୍ଟ ୨୦୧୪ରେ ସୋମାଲିଆ ସରକାର ଭାରତ ମହାସାଗରରେ ସନ୍ତ୍ରାସବାଦୀ ଦମନ ଅଭିଯାନ ଚଳାଇଥିଲେ । ୧ ସେପ୍ଟେମ୍ବର ୨୦୧୪ରେ ଆମେରିକା ପକ୍ଷରୁ ଯେଉଁ ଡ୍ରୋନ ଆକ୍ରମଣ କରାଯାଇଥିଲା ସେଥିରେ ଅଲ-ଶବାବର ନେତା ମୁଖତାର ଅବୁ ଜୁବେରର ମୃତୁ୍ୟ ହୋଇଥିଲା । ୨୦୧୫ରେ ସହରାଞ୍ଚଳରୁ ସନ୍ତ୍ରାସବାଦୀଙ୍କୁ ହଟାଇ ଦିଆଯାଇଥିଲେ ହେଁ ଗ୍ରାମାଞ୍ଚଳରେ ସେମାନେ ସକ୍ରିୟ ରହିଥିଲେ । ପରବର୍ତ୍ତୀ ସମୟରେ ସେମାନେ ସହରାଞ୍ଚଳରେ ପ୍ରବେଶ କରି ଆକ୍ରମଣ ଜାରି ରଖିଛନ୍ତି । ୧୫-୧୬ ଜାନୁଆରୀ ୨୦୧୯ରେ କେନିଆର ନାଇରୋବି ସ୍ଥିତ ହୋଟେଲ ଆକ୍ରମଣ, ଅକ୍ଟୋବର ୨୦୧୭ରେ ମୋଗାଡିସୁଠାରେ ଆତ୍ମଘାତୀ ଟ୍ରକବୋମା ବିସ୍ଫୋରଣରେ ପ୍ରାୟ ୫୦୦ଲୋକଙ୍କ ମୃତୁ୍ୟ ହୋଇଥିଲା । ୨ ଜାନୁଆରୀ ୨୦୨୦ରେ କେନିଆର ଲାମୁଠାରେ ଏକ ବସ୍ ଉପରେ ଆକ୍ରମଣ ହେବା ଯୋଗୁ ୩ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଥିଲା । ୫ଜାନୁଆରୀ ୨୦୨୦ରେ କେନିଆ ସେନାବାହିନୀର ମାଣ୍ଡା ବୋସ୍ଥିତ କ୍ୟାମ୍ପ ସିମ୍ବାଠାରେ ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ଜଣେ ଆମେରିକୀୟ ଏବଂ ଦୁଇଜଣ ଠିକାଦାରଙ୍କ ମୃତୁ୍ୟ ହୋଇଥିଲା । ଦୁଇଜଣ ଆମେରିକୀୟ ସୁରକ୍ଷା କର୍ମ·ରୀ ଆହତ ହୋଇଥିଲେ । ଦୁଇଟି ବିମାନ, ଦୁଇଟି ହେଲିକେପ୍ଟର,ଗୋଟିଏ ଆମେରିକୀୟ ବହୁମୁଖୀଯାନ ନଷ୍ଟ ହୋଇଥିଲା । ୧୩ଜାନୁଆରୀ ୨୦୨୦ରେ ଗାରିସାର କାମୁଥେଠାରେ ଅଲଶବାବ ଆକ୍ରମଣରେ ୩ ଶିକ୍ଷକଙ୍କ ମୃତୁ୍ୟ ହେବା ସହ ଜଣେ ଅପହୃତ ହୋଇଥିଲେ । ଗୋଟିଏ ପୁଲିସ ପୋଷ୍ଟ ମଧ୍ୟ ସେହି ଆକ୍ରମଣରେ ନଷ୍ଟ ହୋଇଥିଲା । ସଂଖ୍ୟାଲଘୁ ସୋମାଲିଆ ଖ୍ରୀଷ୍ଟିଆନମାନେ ଇଥିଓପିଆର ଗୋଇନ୍ଦାଙ୍କ ପାଇଁ ସୂଚନା ପ୍ରଦାନ କରିବା ଅଭିଯୋଗରେ ଅଲ୍-ଶବାବ ଗୋଷ୍ଠୀ ସେମାନଙ୍କୁ ଟାର୍ଗେଟ କରିଆସିଛନ୍ତି । ୨୦ ଜୁଲାଇ ୨୦୨୦ରେ ଏଟୋ ଏବଂ ୟେଡ ସହରରେ ଇଥିଓପିଆର ଓରୋମୋ ଲିବରେସନ ଆଲିଆନ୍ସ ଗୋଷ୍ଠୀର ପ୍ରବେଶ ପାଇଁଁ ବାଟ ଖୋଲିବା ଲକ୍ଷ୍ୟରେ ଅଲ-ଶବାବ ଆକ୍ରମଣ କରିଥିଲା । ତେବେ ୨୦୧୯ରେ ଜାତିସଂଘ ସୁରକ୍ଷା ପରିଷଦର ରିପୋର୍ଟରେ ସୋମାଲିଆ ସରକାରଙ୍କୁ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର େ·ରା ବେପାରୀଙ୍କ ଦ୍ୱାରା ଅଲ ଶବାବ ହାତକୁ ଯାଇଥିବା ପ୍ରକାଶ ପାଇଥିଲା । ମୋଗାଡିସୁ ଏବଂ ବାଇଡୋଆର େ·ରାବେପାରୀଙ୍କ ମାଧ୍ୟମରେ ୩୮ଟି ଅସ୍ତ୍ର ସେନାହାତରୁ ସନ୍ତ୍ରାସବାଦୀଙ୍କ ନିକଟରେ ପହଞ୍ଚôଥିଲା । ଗତବର୍ଷ ୭ମଇ ୨୦୨୧ରେ ଆମେରିକାର ମୋଣ୍ଟେରେ (ସିଜି ୬୧) ଉତ୍ତର ଆରବ ସାଗରରେ ପତାକାବିହୀନ ଏକ ପୋତରୁ ଟ୍ୟାଙ୍କ ବିରୋଧୀ କ୍ଷେପଣାସ୍ତ୍ର, ହଜାର ହଜାର ସଂଖ୍ୟକ ୫୬ ଆସଲାଟ ରାଇଫଲ୍, ମେସିନଗନ୍, ସ୍ନିପର ରାଇଫଲ, ରକେଟ- ପ୍ରେପେଲ୍ଡ ଗ୍ରେନେଡ ଲଞ୍ଚର ଆଦି ଜବତ କରିଥିଲା । ଏସବୁ ସନ୍ତ୍ରାସବାଦୀଙ୍କ ପାଖକୁ ଯାଉଥିବା ସନେ୍ଦହ କରାଯାଇଥିଲା । ଚଳିତ ମାସ ୨ ଅଗଷ୍ଟ ୨୦୨୨ରେ ସୋମାଲିଆ ସରକାର ମୁଖତାର ରୋବୋଙ୍କୁ ଧାର୍ମିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି, ଯିଏକି ପୂର୍ବରୁ ଅଲ-କାୟଦା ସନ୍ତ୍ରାସବାଦୀ ରହିଥିଲେ ଏବଂ ଆମେରିକା ତାଙ୍କ ବିରୁଦ୍ଧରେ କଟକଣା ଜାରି କରିଛି । ସୋମାଲିଆ ରାଜ୍ୟ ପୁଣ୍ଟଲାଣ୍ଡର ପୂର୍ବତନ ରାଷ୍ଟ୍ରପତି ଆବ୍ଦିୱେଲି ଗାସ୍ ଆନ୍ତର୍ଜାତିକ ସନ୍ତ୍ରାସବାଦୀ ମହମ୍ମଦ- ଅହମ୍ମଦ ଓରଫ କ୍ୱାହିୟେକୁ ରାଜକ୍ଷମା ପ୍ରଦାନ କରିଛନ୍ତି । କ୍ୱାହିୟେ କେନ୍ଦ୍ର ଏବଂ ପୂର୍ବ ଆଫ୍ରିକାରେ ପୂର୍ବରୁ ଅନେକ ଆକ୍ରମଣର ନେତୃତ୍ୱ ନେଇସାରିଛି । ପୁଣ୍ଟଲାଣ୍ଡର ଉତ୍ତର ପୂର୍ବର ବାରି ଅଞ୍ଚଳରେ ଇସଲାମିକ ଷ୍ଟେଟ ଇରାକ-ଲେଭାଣ୍ଟର ସନ୍ତ୍ରାସବାଦୀମାନେ ସଂପ୍ରତି ଏକତ୍ରିତ ହେବା ଖବର ମିିଳିଛି । ପୁଣ୍ଟଲାଣ୍ଡର ଉତ୍ତରରେ ଥିବା କ୍ୱାଣ୍ଡାଲା ସହରକୁ ନିଜ ନିୟନ୍ତ୍ରଣକୁ ନେବା ସହ ବୋସାସୋଠାରେ ପ୍ରଥମଥର ପାଇଁ ଆତ୍ମଘାତୀ ଆକ୍ରମଣ କରିଛନ୍ତି । ସୋମାଲିଆକୁ ପୁଣ୍ଟଲାଣ୍ଡ ଦେଇ ଅସ୍ତ୍ରଶସ୍ତ୍ର ପ୍ରବେଶ କରୁଥିବା ଜାତିସଂଘର ବିବରଣୀରୁ ଜଣାପଡେ । ୟେମେନରୁ ଏହି ଅସ୍ତ୍ରଶସ୍ତ୍ର ସ୍ପିଡବୋଟ ସାହାଯ୍ୟରେ ପୁଣ୍ଟଲାଣ୍ଡର କ୍ୱାଣ୍ଡଲା ଏବଂ ବୋସାସୋ ବନ୍ଦର ଦେଇ ପ୍ରବେଶ କରୁଛି । ୟେମେନର ଅଲକାୟଦା ସନ୍ତ୍ରାସବାଦୀମାନେ ପୁଣ୍ଟଲାଣ୍ଡର େ·ରା ଅସ୍ତ୍ର·ଲାଣକାରୀଙ୍କୁ ଏହିସବୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି । ସାମୁଦ୍ରିକ ତସ୍କରୀ, ଅପହରଣ, ·ନ୍ଦା ଆଦାୟ, ର୍ୟାକେଟ ପରି·ଳନା ମାଧ୍ୟମରେ ଅଲ ଶବାବ ଅର୍ଥ ସଂଗ୍ରହ କରୁଛି । କହିବାକୁ ଗଲେ ଅଲ-ଶବାବ ଏବେ ଆଫ୍ରିକା ମହାଦେଶ ପାଇଁ ଚିନ୍ତାର ବଡ କାରଣ ହୋଇଛ