ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ସମ୍ପୃକ୍ତ ଜୋନାଲ ରେଳବାଇ ଅର୍ଥାତ୍ ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥର ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ, ସମସ୍ତ ବୋର୍ଡ ସଦସ୍ୟ, ପୂର୍ବତଟ ରେଳପଥ ଏବଂ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ, ଖଡ଼ଗପୁର, ଚକ୍ରଧରପୁର, ଆଦ୍ରା ଓ ଖୋର୍ଦ୍ଧା ରୋଡର ଡିଭିଜନାଲ ରେଳ ପ୍ରବନ୍ଧକମାନେ ଯୋଗ ଦେଇଥିଲେ । କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଲକ୍ଷ୍ୟ ନେଇ ଅଧିକରୁ ଅଧିକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନେ ଯେପରି ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।ବୈଠକରେ ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକମାନେ ରେଳ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଶାର ମୁଖ୍ୟାଳୟ ଭୁବନେଶ୍ୱର ସମେତ ଗାର୍ଡେନ୍ ରିଚ୍ (କୋଲକାତା), ଖୋର୍ଦ୍ଧା ରୋଡ୍, ବିଶାଖାପାଟଣା, ସମ୍ବଲପୁର, ଚକ୍ରଧରପୁର, ଆଦ୍ରା, ରାଞ୍ଚି, ଖଡ଼ଗପୁର ଓ ବାଲେଶ୍ୱରର ବିଭାଗୀୟ କାର୍ଯ୍ୟାଳୟରେ ୯ଟି ୨୪ ଘଣ୍ଟିଆ ଉତ୍ସର୍ଗୀକୃତ ଜରୁରୀକାଳୀନ ପ୍ରକୋଷ୍ଠ ପ୍ରତିଷ୍ଠା କରାଯିବ। ଏହି ୱାର୍ ରୁମ୍ ଗୁଡ଼ିକରେ ଇଞ୍ଜିନିୟରିଂ, ଏସ୍ ଆଣ୍ଡ ଟି, ଅପରେଟିଂ, ବାଣିଜ୍ୟିକ ଏବଂ ଆରପିଏଫ୍ ର ଅଧିକାରୀମାନେ ନିୟୋଜିତ ରହିବେ। ଏଠାରେ ବାତ୍ୟା ଜନିତ କୌଣସି ଫଳାଫଳ ଉପରେ ତ୍ୱରିତ ନିଷ୍ପତ୍ତି ନିଆଯିବ ଏବଂ ସେବା ଓ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ । ୱାର୍ ରୁମ୍/ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ନିରନ୍ତର ବିଦ୍ୟୁତ ସରବରାହ ସୁବିଧା ସହିତ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ୨୦ଟି ସାଟେଲାଇଟ୍ ଫୋନ୍ କାର୍ଯ୍ୟକ୍ଷମ ରହିଛି। ରିୟଲ ଟାଇମ୍ ଅପଡେଟ୍ ପାଇବା ଏବଂ ଆବଶ୍ୟକ ଅନୁଯାୟୀ ସମ୍ବଳ ସଂଗ୍ରହ କରିବା ପାଇଁ ଆଇଏମଡି ସହିତ ରେଳବାଇ ନିରନ୍ତର ଯୋଗାଯୋଗ ରକ୍ଷା କରୁଛି। ଆବଶ୍ୟକ ସ୍ଥଳେ ସୋରୋ, ଜଳେଶ୍ୱର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରାକ୍, ସିଗନାଲ୍ ବ୍ୟବସ୍ଥାର ଶୀଘ୍ର ପୁନରୁଦ୍ଧାର ଏବଂ ବିଦ୍ୟୁତୀକରଣ ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ବିଜୁଳି କାଟ ହେଲେ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଡିଜେଲ ଇଞ୍ଜିନକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଭୋଜୁଡିହ, ବୋକାରୋ ଷ୍ଟିଲ ସିଟି, ସୋରୋ, ନିମପୁରା, ଆଦ୍ରା, ରାଜଗୋଦା, ବଛରାବନ, କେନ୍ଦୁଆ, କାଲାଘର, ତାପଙ୍ଗ, ଛତ୍ରପୁର, ପଲାସା, ହିନ୍ଦୋଳ ରୋଡ୍, ରାଧାକିଶୋରପୁର, କେନ୍ଦ୍ରାପଡ଼ା, ରଘୁନାଥପୁର, ହରିଦାସପୁର ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟକ ୬୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହେବା ୫୭ ବିଓଏକ୍ସଏନ ବୋଲ୍ଡର, ୮୬ ବିଓଭିୱାଇଏନ ଗେଟି ଏବଂ ୧୨୩ ବିଓଏକ୍ସଏନ୍ ବାଲି/ମୋରମ/ଖାଦାନ ଧୂଳି ଆଦି ପୁନରୁଦ୍ଧାର ସାମଗ୍ରୀ ଷ୍ଟକ୍ ସହିତ ପ୍ରସ୍ତୁତ ରଖାଯାଇଛି । ଯେକୌଣସି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ରିଲିଫ୍ ଭ୍ୟାନ୍, ୪୯ଟି ଭାରି ଯନ୍ତ୍ରପାତି, ୭ଟି ଟ୍ରଲି ଓ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖାଯାଇଛି। ରିଲିଫ ସାମଗ୍ରୀ କିମ୍ବା ଅନ୍ୟାନ୍ୟ ଆବଶ୍ୟକତା ବହନ କରିବା ପାଇଁ ୬-୭ଟି ବଗି ବିଶିଷ୍ଟ ସ୍କ୍ରାଚ୍ ରେକ୍ ଯୋଜନା କରାଯାଇଛି ଏବଂ ଏହାକୁ ଖଡ଼ଗପୁରରେ ରଖାଯାଇଛି। ବାଲେଶ୍ୱର, ଦାତନ, ଖଡ଼ଗପୁର, ରୂପସା ଓ ହଳଦିଆରେ ଟାୱାର ୱାଗନ ବ୍ୟବସ୍ଥା କରି ରଖାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଜାରି ହୋଇଥିବା ରେଡ୍ ଆଲର୍ଟ ଯୋଗୁଁ ଭୁବନେଶ୍ୱର-ବିଶାଖାପାଟଣା କରିଡରରେ ଥିବା ଷ୍ଟେସନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଚକ୍ରଧରପୁର ଓ ଆଦ୍ରା ସହିତ ସଂଲଗ୍ନ ଡିଭିଜନ ଅର୍ଥାତ୍ ଖଡ଼ଗପୁର ଡିଭିଜନକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି। ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିକୁ ରୋକିବା ପାଇଁ ରେଳ ପୋଲ, ଟ୍ରାକ୍, ୟାର୍ଡ ଓ ସିଗନାଲ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜଳ ନିଷ୍କାସନ ଲାଗି ଡ୍ରେନ୍ ଏବଂ ପାର୍ଶ୍ୱ ଡ୍ରେନ୍ ଗୁଡ଼ିରେ ଥିବା ମାଟି ଓ ଗଛଲତା ଭଳି ବାଧାରୁ ସଫା କରାଯାଉଛି। ସୋର, ବାଲେଶ୍ୱର, ଜଳେଶ୍ୱର, ଖଡ଼ଗପୁର ଓ ଦୀଘାରେ ଯାତ୍ରୀଙ୍କୁ ସ୍ଥାନାନ୍ତର ଓ ଅନ୍ୟାନ୍ୟ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡ୍ରାଇଭରମାନଙ୍କ ସହ ଷ୍ଟାଣ୍ଡବାଇ ଯାନ ଯୋଜନା କରାଯାଇଛି।ଖଡ଼ଗପୁର-ପାଂଶକୁରା ସେକ୍ସନ, ଖଡ଼ଗପୁର-ଭଦ୍ରକ ସେକ୍ସନ, ତମଲୁକ-ହଳଦିଆ ସେକ୍ସନ ଓ ତମଲୁକ-ଦୀଘା ସେକ୍ସନରେ ଡିଜି ପାୱାରକୁ ବିକଳ୍ପ ଭାବେ ଲଗାଯାଇଛି। ତମଲୁକ, ପଂସକୁରା ଓ ବାଲେଶ୍ୱର ଷ୍ଟେସନରେ ପାଣି ନିଷ୍କାସନ ପମ୍ପ ଲଗାଯିବ । ସୁରକ୍ଷା ଦୃଷ୍ଟିରୁ ପ୍ରମୁଖ ଷ୍ଟେସନଗୁଡ଼ିକର ପରିବହନ ଅଞ୍ଚଳରୁ ବଡ଼ ବଡ଼ ହୋର୍ଡିଂ ଓ ବିଲ୍ ବୋର୍ଡ ହଟାଇବାକୁ ଯୋଜନା ହୋଇଛି। ୨୨.୧୦.୨୦୨୪ ସକାଳ ୬ରୁ ୨୫.୧୦.୨୦୨୪ ସନ୍ଧ୍ୟା ପର୍ଯ୍ୟନ୍ତ ନିରନ୍ତର ଟ୍ରାକ୍-ପାଟ୍ରୋଲିଂ ଆରମ୍ଭ ହେବ ଏବଂ ଆବଶ୍ୟକ ସ୍ଥଳେ ଆଗକୁ ବଢ଼ିବ। ପବନର ବେଗ କୁ ଆଧାର କରି ଷ୍ଟେସନଗୁଡିକରେ ଟ୍ରେନ୍ ଗୁଡ଼ିକୁ ନିୟନ୍ତ୍ରଣ/ଅଟକାଯିବ ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ସେଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ଯୋଜନା କରାଯାଇଛି। ଯାତ୍ରୀଙ୍କ ପ୍ରତି ବିପଦ କୁ ହ୍ରାସ କରିବା ପାଇଁ ଅନେକ ଟ୍ରେନକୁ ବାତିଲ, ଗତିପଥ ପରିବର୍ତ୍ତନ କିମ୍ବା ସାମୟିକ ବାତିଲ କରାଯାଇଛି । ବିଭାଗୀୟ ବୁଲେଟିନରେ ଏହି ନିଷ୍ପତ୍ତିଗୁଡିକ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ଏବଂ ଯାତ୍ରୀମାନଙ୍କୁ ସରକାରୀ ରେଳ ଚ୍ୟାନେଲ ମାଧ୍ୟମରେ ଅପଡେଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ପୁରୀ – 8926100356, ଖୋର୍ଦ୍ଧାର ରୋଡ 8926100215, ଭୁବନେଶ୍ୱର – 8114382371, କଟକ – 8114382359, ପାରାଦୀପ – 8114388302, ଯାଜପୁର କେନ୍ଦୁଝର ରୋଡ୍ – 8114382342, ଭଦ୍ରକ – 8114382301, ପଲାସା – 8114382319 , ବ୍ରହ୍ମପୁର- 8114382340 ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯିବ ଏବଂ ଯାତ୍ରୀଙ୍କ ସମେତ ଜନସାଧାରଣଙ୍କୁ ନିୟମିତ ସୂଚନା ଦିଆଯିବ।
Latest article
NHRC, India takes suo motu cognizance of the reported trafficking, selling and sexual assault of a...
The National Human Rights Commission (NHRC), India has taken suo motu cognizance of a media report that a 17-year-old tribal girl from the Kankadahada area of...
Cabinet approves the construction of new coastal Highway from Rameshwar to Paradeep (Part of...
The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the construction of new coastal Highway from...
National Prudence, Fuel Conservation and Responsible Gold Consumption in Times of Global Uncertainty
Calibrated fuel prioritisation policies during emergencies may ensure that essential public utilities receive priority access over luxury or non-essential consumption. Such measures must remain...




































