ବିଦେଶରେ ଭାରତ ବିରୋଧୀ ବାହିନୀ

ଏବେ ଦେଖିବାକୁ ମିଳୁଛି ଯେ ପ୍ରତିବର୍ଷ କିଛି କିଛି ଦିନ ଅନ୍ତରରେ ଆମେରିକାରୁ ଭାରତ ବିରୋଧରେ ଭିନ୍ନ ଭିନ୍ନ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଛି । କେବେ ରେଟିଂକୁ ନେଇ, କେବେ ମାନବାଧିକାର,ଜାତିଗତ ସଂଘର୍ଷ, ସଂଖ୍ୟାଲଘୁ ସମସ୍ୟା, କାଶ୍ମିର ମାମଲା, ଗଣମାଧ୍ୟମର ସ୍ୱାଧୀନତା ଇତ୍ୟାଦି । ଏସବୁ ଭିତରେ ଭାରତକୁ ଅଲଗା ଅଲଗା ପ୍ରକାରେ ଘେରିବାକୁ ବଦନାମ କରିବାକୁ ଅନେକ ସମୟରେ ପ୍ରୟାସ କରାଯାଉଥିବାର ଦେଖିବାକୁ ମିଳୁଛି । ସ୍ୱୟମ୍ଭୁ ବିଶେଷଜ୍ଞମାନେ ଅନେକ ତଥ୍ୟ ପ୍ରକାଶ ନାମରେ ଆନ୍ତର୍ଜାତିକ ସ୍ତରରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବାକୁ ପ୍ରୟାସ କରୁଛନ୍ତି । ଏମାନଙ୍କ ସହ ଭାରତର କିଛି ବ୍ୟକ୍ତି ଏବଂ ସଂସ୍ଥାଗୁଡିକ ମଧ୍ୟ ସହଯୋଗୀ ହୋଇ ରହିଛନ୍ତି । ଏମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦେଶର ସମ୍ମାନ ବିକ୍ରି କରିବାକୁ ପଛାନ୍ତି ନାହିଁ । ଆମେରିକାରେ ଥିବା ଭାରତ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରୁ ଖାଲିସ୍ତାନ ବାହିନୀ ଆଗୁଆ ରହିଛି । ଏମାନେ ଦୀର୍ଘ ୫୦ ବର୍ଷ ଧରି ଆମେରିକା ସରକାରଙ୍କ ସୁରକ୍ଷା, ସାହାଯ୍ୟ ଓ ସମର୍ଥନ କ୍ରମେ କାର୍ଯ୍ୟକରି ଆସୁଛନ୍ତି । ୧୯୭୧ରେ ବଙ୍ଗଳାଦେଶ ଯୁଦ୍ଧରେ ପାକ୍-ଆମେରିକା ଗୋଷ୍ଠୀର ପରାଜୟ ପରେ ଭାରତକୁ ଶିକ୍ଷା ଦେବାପାଇଁ ଏବଂ ବଙ୍ଗଳାଦେଶ ପାକ୍ ରୁ  ଅଲଗା ହେଲାପରି ପଞ୍ଜାବକୁ ଭାରତରୁ ଅଲଗା କରିବା ପାଇଁ ଆମେରିକା-ପାକ୍ ର  ମିଳିତ ଯୋଜନାରେ ଯେଉଁ ଷଡଯନ୍ତ୍ର ଆରମ୍ଭ ହୋଇଥିଲା ଖାଲିସ୍ତାନ ସନ୍ତ୍ରାସବାଦ ତାର ପରିଣାମ ମାତ୍ର । ବିଦେଶରେ ଭାରତର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ହେଉଛି ଏମାନଙ୍କର ଉଦ୍ଦେଶ୍ୟ  । ଗତବର୍ଷ ଜାନୁଆରୀ ୨୦୨୧ରେ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟ ଅନ୍ତର୍ଗତ ଡାଭିସ ସହରରେ ରହିଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାରତ ବିରୋଧୀ ଏହି ଗୋଷ୍ଠୀଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା । ୨୦୧୬ରେ ଭାରତ ସରକାର ସେଠାକାର ଏକ ପାର୍କରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଦେଇଥିଲେ । ଠିକ୍ ସମାନ ଢଙ୍ଗରେ ଡିସେମ୍ବର ୨୦୨୦ରେ ୱାସିଂଟନ ଡିସିଠାରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ ହୋଇଥିଲା । ବ୍ଲାକ ଲାଇଭ ମାଟର୍ସ ଆନ୍ଦୋଳନ  ବେଳେ ଗାନ୍ଧି ମୂର୍ତ୍ତିର ମୁହଁରେ କାଳି ବୋଳିବା ପରି ଯେଉଁ କାର୍ଯ୍ୟ ହୋଇଥିଲା ତାହା ସେଠାକାର ସ୍ଥାନୀୟ ଗଣମାଧ୍ୟମଗୁଡିକରେ ହେଡଲାଇନ ସହ ପ୍ରକାଶ ପାଇଥିଲା । ଗାନ୍ଧିମୂର୍ତ୍ତି ଉପରେ ଆକ୍ରମଣ ଘଟଣାରେ ସେଠାକାର ସଂଗଠନ ଅର୍ଗାନାଇଜେସନ ଫର୍ ଦି ମାଇନୋରିଟିଜ୍ ଅଫ ଇଣ୍ଡିଆ (ଓଏମ୍ଏଫ୍ଆଇ) ରହିଥିଲା । ଏହି ସଂଗଠନ ପିଟର ଫ୍ରେଡେରିକ୍ ନାମକ ଆତ୍ମଘୋଷିତ ଦକ୍ଷିଣ ଏସିଆର ବିଶେଷଜ୍ଞ ଏବଂ ଆମେରିକାରେ ବସବାସ କରୁଥିବା ଭଜନ ସିଂହ ଭିଣ୍ଡର ଓରଫ ଇକବଲ ଚୌଧୁରୀ  ନାମକ ଜଣେ ଖାଲିସ୍ତାନୀ ସମର୍ଥକ ଦ୍ୱାରା ଆରମ୍ଭ ହୋଇଥିଲା । ୧୯୮୯ରେ ଆମେରିକାରେ ଆରମ୍ଭ ହୋଇଥିବା ଖାଲିସ୍ଥାନୀ ଗୋଷ୍ଠୀ ଶିଖ ୟୁଥ ଅଫ୍ ଆମେରିକାର ଜଣେ ସଦସ୍ୟ ଥିଲା ଭଜନ ସିଂହ ଭିଣ୍ଡର । ଏହି ଗୋଷ୍ଠୀ କାନାଡା ଏବଂ ଆମେରିକାରେ ସକ୍ରୀୟ ରହିବା ସହ ଭାରତ  ବିରୋଧୀ କାର୍ଯ୍ୟକଳାପରେ ରହିଥାଏ । ଭିଣ୍ଡରର ନାମ ଲାଲସିଂହ ବନାମ ଗୁଜରାଟ ରାଜ୍ୟ ପରି କୁଖ୍ୟାତ ମାମଲାରେ ରହିଥିଲା । ୧୯୯୧-୯୨ରେ ଆଇଏସ୍ଆଇର ଯୋଜନାରେ ପାକିସ୍ଥାନର ଲାହୋର ସହରରେ ଜମାତେ ଇସଲାମୀ ସଂଗଠନର ତତ୍କାଳୀନ ସଂପାଦକଙ୍କ ପ୍ରୋତ୍ସାହନ କ୍ରମେ କେ-୨(କାଶ୍ମିର -ଖାଲିସ୍ଥାନ) ଷଡଯନ୍ତ୍ର ହୋଇଥିଲା, ଯେଉଁଥିରେ ଲାଲସିଂହ ସହ ·ରିଜଣ ଆଇଏସ୍ଆଇ ଏଜେଣ୍ଟ ମହମ୍ମଦ ସରିଫ୍, ତାହିର ଜମାଲ, ମହମ୍ମଦ ସାକ୍ୱିବ ନା·ନ ଏବଂ ସୋଏବ ମୁଖତିୟାର ପ୍ରମୁଖ ସାମିଲ ଥିଲେ  । ଉକ୍ତ ଷଡଯନ୍ତ୍ରକୁ  ପାକିସ୍ଥାନର ଶାସନରେ ଥିବା ଅନେକ ସଂସ୍ଥା ଏବଂ ପାକ୍ର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀ ଙ୍କର ମାମୁ ଚୌଧୁରୀ ଅଲ୍ତାଫ୍ ହୁସେନ (ପଞ୍ଜାବ ପ୍ରଦେଶର ଗଭର୍ଣ୍ଣର) ସହଯୋଗ କରିଥିଲେ । ଜୁଲାଇ ୨୦୦୭ରେ ଆମେରିକାରେ ଅର୍ଗାନାଇଜେସନ ଫର୍ ମାଇନୋରିଟିଜ୍ ଅଫ୍ ଇଣ୍ଡିଆର ପଞ୍ଜିକରଣ ପିଟର ଫ୍ରେଡେରିକ କରିଥିଲା । ସେତେବେଳେ ଭାରତ ସରକାରଙ୍କ ଦ୍ୱାରା ଭଜନ ସିଂହ ଭିଣ୍ଡର ଓରଫ୍ ଇକବଲ୍ ଚୌଧୁରୀ ଜଣେ ଘୋଷିତ ସନ୍ତ୍ରାସବାଦୀ ଥିଲା ।  ପ୍ରାରମ୍ଭିକ କାଳରେ ଏହି ସଂଗଠନ ସେଫ୍ଟି ନେଟ୍ ଟ୍ରାନ୍ସପୋ ନାମକ ପରିବହନ କମ୍ପାନୀ ଏବଂ ସୋଭେରେନ ଷ୍ଟାର ପବ୍ଲିଶିଂ ପରି ପ୍ରକାଶନ ସଂସ୍ଥା ମଧ୍ୟରେ ସୀମିତ ହୋଇ କାର୍ଯ୍ୟ କରୁଥିଲା ।   ଆମେରିକାରେ ଗାନ୍ଧି ପ୍ରତିମୂର୍ତ୍ତି, ଯୋଗ ଏବଂ ଚାହାପରି ଭାରତୀୟ ଅହିଂସାର ଭାବମୂର୍ତ୍ତିକୁ ଏହି ସଂଗଠନ ଆକ୍ରମଣ କରିବାକୁ ଲାଗିଲା । ଏସବୁର ଆଳରେ ଭାରତକୁ ଏକ ଫାସୀବାଦୀ ରାଷ୍ଟ୍ର, ଗଣତାନ୍ତ୍ରିକ ମୂଲ୍ୟବୋଧ ନଥିବା ଗଣତନ୍ତ୍ର କହି ସମାଲୋଚନା କରିବାକୁ ଲାଗିଲା । ଏହି ପ୍ରଚାର ମାଧ୍ୟମରେ ବିକଳ୍ପ ପ୍ରଚାର ପାଇଁ ଏକ ଆତ୍ମଘୋଷିତ ବିଶେଷଜ୍ଞ ଦଳ ମଧ୍ୟ ସୃଷ୍ଟି ହେଲେ ।

ଭାରତ ବିରୋଧୀ ବାହିନୀକୁ ଆମେରିକାରେ ପ୍ରୋତ୍ସାହିତ କରୁଥିବା ପିଟର ଫ୍ରେଡେରିକ ଜଣେ  ଆମେରିକାର ନାଗରିକ ଏବଂ ତାର ଜନ୍ମ ୧ ଅକ୍ଟୋବର ୧୯୮୫ରେ । ସେ ଆତ୍ମଘୋଷିତ ଦକ୍ଷିଣ ଏସୀୟ ବିଶେଷଜ୍ଞ ।  ଆତ୍ମଘୋଷିତ ଖ୍ରୀଷ୍ଟିଆନ ମିଶନାରୀ ଏବଂ ଅନେକ ପୁସ୍ତକର ଲେଖକ ବୋଲି ଦାବି କରେ । ହେଲେ ସେ ଲେଖୁଥିବା ଭାରତ ବିରୋଧୀ ପୁସ୍ତକଗୁଡିକୁ ଭିଣ୍ଡର ଦ୍ୱାରା ପରିଚାଳିତ ସୋଭେରେନ ଷ୍ଟାର ପବ୍ଲିଶିଂ ହିଁ ପ୍ରକାଶ କରିଥାଏ । ଭାରତରେ ଫାସୀବାଦ ଶୀର୍ଷକ ପୁସ୍ତକ ଲେଖି ସେ ମହାତ୍ମା  ଗାନ୍ଧିଙ୍କ ବିଚାରଧାରା ସଂକ୍ରାନ୍ତରେ ନିଜକୁ ବିଶେଷଜ୍ଞ ଭାବେ ପ୍ର·ର କରୁଛି । ଏପରିକି କାବୁଲସ୍ଥିତ ଗୁରୁଦ୍ୱାର ଉପରେ ହୋଇଥିବା ସନ୍ତ୍ରାସବାଦୀ ଆକ୍ରମଣ ପଛରେ ପାକିସ୍ଥାନର କୌଣସି ହାତ ନଥିବା କହି ଯୁକ୍ତି ବାଢିଛି । ଆନ୍ତର୍ଜାତିକ ସ୍ତରରେ ଭାରତର ଭାବମୂ୍ର୍ତ୍ତିକୁ ଖରାପ କରିବା ପାଇଁ ଓଏମ୍ଏଫ୍ଆଇ ସଂଗଠନ ଖ୍ରୀଷ୍ଟିଆନ, ବୌଦ୍ଧ, ଦଳିତ, ମୁସଲିମ, ଶିଖ ଏବଂ ଦକ୍ଷିଣ ଏସିଆର ମୂଳନିବାସୀ ଲୋକଙ୍କ ନାମରେ ଭାରତ ବିରୋଧୀ ପ୍ର·ର ଚଳାଇବାରେ ବ୍ୟସ୍ତ ରହିଛି । ପିଟର ପ୍ରେଡେରିକ କେବେ ସିଂହ ଅଫ୍ ଜୁଦାହ, ପିଟର ଫ୍ଲାନିଗନ, ପିଟର ସିଂହ, ପାଟ୍ରିକ ଜେ ନେଭର୍ସ ଆଦି ନାମରେ ମଧ୍ୟ ଭାରତ ବିରୋଧୀ ପ୍ରଚାର କରିଥାଏ । ବିଦେଶରେ ଗାନ୍ଧିବାଦ, ଯୋଗ ଏବଂ ଚା ହା ପରି ବିଷୟ ପ୍ରତି ଅଧିକ ଶ୍ରଦ୍ଧା ବଢୁଥିବାରୁ ପିଟର ଏସବୁକୁ ଟାର୍ଗେଟ କରି ମିଛ ଲେଖାମାନ ଲେଖିବାରେ ବ୍ୟସ୍ତ । ୨୦୧୪ ପୂର୍ବରୁ ଫିଟର ଜଣେ ନିଷ୍ଠାବାନ ଖ୍ରୀଷ୍ଟିଆନ ବ୍ୟକ୍ତିଭାବେ ପରିଚୟ ଦେବାସହ ଗାନ୍ଧିଇଜମ୍ ନେଟ୍ ୱେବସାଇଟକୁ ପିଟର ଫ୍ଲାନିଗନ ନାମରେ ଚଳାଉଥିଲା । ଶିଖମାନଙ୍କ ମଧ୍ୟରେ କାର୍ଯ୍ୟକରିବା ପାଇଁ ପିଟର ସିଂହ ନାମକୁ ବ୍ୟବହାର କରୁଥିଲା । ଭଜନ ସିଂହ  ଭିଣ୍ଡର ସହ ମିଶି ପାଟ୍ରିକ ଜେ ନେଭର୍ସ ନାମରେ “ଦି ଫେସେସ୍ ଅଫ୍ ଟେରର ଇନ୍ ଇଣ୍ଡିଆ” ଏବଂ “ଡେମନ୍ସ ୱିଦିନ – ଦି ସିଷ୍ଟେମାଟିକ” ଶୀର୍ଷକ   ଦୁଇଟି ପୁସ୍ତକ ଲେଖିଥିଲା (୨୦୧୧) । ୨୦୧୪ ପରଠାରୁ ସେ ମୁଖ୍ୟଧାରାର ଗଣମାଧ୍ୟମରେ ପିଟର ଫ୍ରେଡେରିକ୍ ନାମରେ ଦକ୍ଷଣ ଏସୀୟ ବିଶ୍ଳେଷକ ଭାବେ  ପ୍ରଚାର କଲା (୨୦୧୯) ଆମେରିକାରେ ରହୁଥିବା ଭାରତୀୟମୂଳର ରାଜନେତାଙ୍କ ବିରୋଧରେ ୨୦୧୮ରୁ ପଇସା ଦେଇ ପ୍ରଚା ର ଚଳାଇଲା । ସୋସିଆଲ ମିଡିଆରେ ସିଂହ ଅଫ୍ ଜୁହାଦ ନାମରେ ମନ୍ତବ୍ୟ ଲେଖିବାକୁ  ଲାଗିଲା (୨୦୧୫) । ପିଟର ଫ୍ରେଡେରିକ ନାମରେ ମହାତ୍ମାଗାନ୍ଧିଙ୍କ ବିଷୟରେ ଦୁଇଟି ପୁସ୍ତକ ଲେଖିଲା  (୨୦୧୭) । ଦଳିତଙ୍କୁ କେନ୍ଦ୍ର କରି “ଭାରତ ବନ୍ଦ ଏଣ୍ଡ୍ ଦି ଦଳିତ ଷ୍ଟ୍ରଗଲ ଏଗେନଷ୍ଟ ଡିହୁ୍ୟମାଇଜେସନ” (୨୦୧୮) ଶୀର୍ଷକରେ ଏକ ପୁସ୍ତକ ଲେଖିଲା । ଆଫଗାନିସ୍ଥାନର କାବୁଲ ସହରରେ ଥିବା ଗୁରୁଦ୍ୱାରରେ ଆତ୍ମଘାତୀ ଆକ୍ରମଣରେ ୨୧ରୁ ଅଧିକ ଲୋକଙ୍କ ମୃତୁ୍ୟକୁ ଏକ ଛୋଟ କଥା କହି ଏହା ପଛରେ ପାକିସ୍ଥାନ ଏବଂ କୌଣସି ସନ୍ତ୍ରାସବାଦୀ ସଂଗଠନର ହାତ ନଥିବା ଉଲ୍ଲେଖ କରି ଏକ ପୁସ୍ତକ “ଦି ପ୍ରକ୍ସି ୱାରସ୍  ବିହାଇଣ୍ଡ ଦି କାବୁଲ ଗୁରୁଦ୍ୱାର ମାସାକାର” ଶୀର୍ଷକରେ ପ୍ରକାଶ କଲା । ଭାରତରେ ଫାସୀବାଦ ଜାରି ରହିଛି ବୋଲି କହି ଏକ ପୁସ୍ତକ “ସାଫ୍ରନ ଫାସିଷ୍ଟସ: ଇଣ୍ଡିଆଜ ହିନ୍ଦୁ ନେସନାଲିଷ୍ଟ ରୁଲର୍ସ” ଲେଖି ପ୍ରକାଶ କରାଇଲା । ପିଟରର ଅର୍ଗାନାଇଜେସନ ଅଫ୍ ମାଇନୋରିଟିଜ୍ ଇନ୍-ଇଣ୍ଡିଆ (ଓଏମ୍ ଏଫ୍ଆଇ.ଓଆର୍ଜି) ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ଏବଂ ହିନ୍ଦୁଜ ଫର୍ ହୁ୍ୟମାନ୍ ରାଇଟସ୍ ସହ ମିଶି ୨୦୧୯ରେ ଆଲିଆନ୍ସ ଫର୍ ଜଷ୍ଟିସ ଏଣ୍ଡ୍ ଆକାଉଣ୍ଟାବିଲିଟୀ (ଏଜେଏ) ନାମରେ ଏକ ମହାମେଣ୍ଟ ଗଠନ କରିଥିଲା ଯାହାକୁ ସେମାନେ ଭାରତୀୟ ଆମେରିକୀୟଙ୍କ ମେଣ୍ଟ ଘୋଷଣା କରି ସେପ୍ଟେମ୍ବର ୨୦୧୯ରେ ହଷ୍ଟନ ଠାରେ ହାଓଡି ମୋଦୀ  କାର୍ଯ୍ୟକ୍ରମ ବେଳେ ବିକ୍ଷୋଭ ପ୍ରଦର୍ଶନ କରି ଭାରତ ବିରୋଧୀ ସ୍ଲୋଗାନମାନ ଦେଇଥିଲେ ।

କୃଷି ଆଇନକୁ କେନ୍ଦ୍ର କରି ହୋଇଥିବା ଚାଷୀ ଆନ୍ଦୋଳନ ସମୟରେ ଭାରତ ବାହାରେ ସକ୍ରିୟ ଭାରତ ବିରୋଧୀଙ୍କୁ ସଂଗଠିତ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇଲା ପାକିସ୍ଥାନର  ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ । ସେ ତାର ନିଜ ଖାଲିସ୍ଥାନୀ  ସମର୍ଥକମାନଙ୍କୁ ଆର୍ଥôକ ସହାୟତା ଯୋଗାଇଦେଇ ଆନେ୍ଦାଳନରେ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଲାପରେ ପଞ୍ଜାବ ପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଖାଲିସ୍ଥାନୀ ଟ୍ରାକ୍ଟର,ଗାଡିଧରି ଆନେ୍ଦାଳନରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟରେ ଆଇଏସ୍ଆଇର ସହଯୋଗୀ ସାଜିଲା କାନାଡାବାସୀ ଶିଖ ଫର୍ ଜଷ୍ଟିସ ସଂଗଠନ ଚଳାଉଥିବା ଗୁରପଟୱନ୍ତ ସିଂହ ପନ୍ନୁ । ପାକ୍ ର ଆଇଟି ସେଲ ଏବଂ ସେମାନଙ୍କ ସହଯୋଗୀମାନଙ୍କ ସହାୟତାରେ ଖାଲିସ୍ଥାନୀଙ୍କ ପ୍ରଚାରକୁ ଜୋରଦାର କରାଯାଇଥିଲା । ଭିନ୍ନ ଭିନ୍ନ ଦେଶରେ ଯେପରି କାନାଡା, ଆମେରିକା ଏବଂ ବ୍ରିଟେନ ରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଗୋଷ୍ଠୀ ଚା ଷୀ ଆନେ୍ଦାଳନକୁ ସମର୍ଥନ ଜଣାଇବା   ଉଦେ୍ଦଶ୍ୟରେ ଭାରତ ବିରୋଧୀ ବିକ୍ଷୋଭର ଆୟୋଜନ କରି ଖାଲିସ୍ଥାନୀ ପତାକା ଉଡାଇଥିଲେ । ବିଶ୍ୱବ୍ୟାପି ଉକ୍ତ ଭାରତ ବିରୋଧୀ ପ୍ରଚାର ଯୁଦ୍ଧରେ ସାମିଲ ହୋଇଥିଲା ସ୍ୱିଡେନର ତଥାକଥିତ ଜଳବାୟୁ କର୍ମୀ ଗ୍ରେଟା ଥୁନବର୍ଗ । ସେ ଏକ ଟୁଲକିଟ୍ ପ୍ରସ୍ତୁତ କରି ଷ୍ଟାଣ୍ଡ ୱିଥ୍ ଫାର୍ମର୍ସ, ଆସ୍କ ଇଣ୍ଡିଆ ହ୍ୱାଏ ଫାର୍ମର୍ସ ପ୍ରୋଟେଷ୍ଟ ହାସଟାଗ୍  ଚଳାଇଥିଲା, ଯାହା କାନାଡାବାସୀ ଖାଲିସ୍ଥାନୀ ମୋ ଧଲିୱାଲର ପୋଏଟିକ ଜଷ୍ଟିସ ଫାଉଣ୍ଡେସନ ସହ ଯୋଡି ହୋଇଥିଲା । ଭାରତର ଭାବମୂର୍ତ୍ତିକୁ ଆନ୍ତର୍ଜାତିକ ସ୍ତରରେ ଖରାପ କରିବା ପାଇଁ ସେଥିରେ ବିଦେଶର ପ୍ରତିଷ୍ଠିତ ଲୋକମାନଙ୍କୁ ସାମିଲ ହୋଇ ଭାରତ ବିରୋଧୀ  ପ୍ରଚା ରରେ ଯୋଡିହେବାକୁ ଆହ୍ୱାନ ଦିଆଯାଇଥିଲା । ଏହି ସଂଗଠନର ଉଦେ୍ଦଶ୍ୟ ଥିଲା କୃଷିବିଲର ପ୍ରତ୍ୟାହାର, ବିରୋଧୀଙ୍କ ପ୍ରତି ଫାସୀବାଦୀଙ୍କ ବ୍ୟବହାରକୁ ଜଣାଇବା,  ଭାରତର ମିଡିଆ ଏବଂ ବାଣିଜି୍ୟକ ସଂସ୍ଥାର ଦୁର୍ନୀତିକୁ ବିଶ୍ୱରେ ପ୍ରଚା ର କରିବା, ସାଧାରଣରେ ଥିବା ଭାରତର ଯୋଗ ଏବଂ ଚା ହାର ଭାବମୂର୍ତ୍ତିକୁ ଖରାପ କରିବା, ପଞ୍ଜାବୀ ଏବଂ ଦକ୍ଷିଣ ଏସୀୟ ଲୋକଙ୍କୁ ଏ ସଂପର୍କରେ ଶିକ୍ଷାଦେବା, ୨୦୨୧ ଜାନୁଆରୀ ୨୬ ତାରିଖରେ ଆନ୍ତର୍ଜାତିକ ସ୍ତରରେ ଥିବା ଭାରତୀୟ ଲୋକଙ୍କ ମଧ୍ୟରେ  ଭାରତ ବିରୋଧୀ ପ୍ରଚା ର ଚଳାଇବା । ପ୍ରଥମେ ଏଥିପାଇଁ ୨୩ ଜାନୁଆରୀ କିମ୍ବା ୨୬ ଜାନୁଆରୀ ୨୦୨୧କୁ ଗ୍ରହଣ କରିବାକୁ କୁହାଯାଇଥିଲା । ପରେ ୪ଏବଂ ୫ ଫେବୃଆରୀ ୨୦୨୧ରେ ଭାରତ ବିରୋଧୀ ହାସ ଟ୍ୟାଗ କୁ  ଭାରତର ପ୍ରଧାନମନ୍ତ୍ରୀ, କୃଷିମନ୍ତ୍ରୀ, ରାହୁଳ ଗାନ୍ଧି, ଶଶୀ ଥରୁର, ଡେରେକ ଓବ୍ରାଏନ, ଟାଇମ୍ସଟ୍ରଲି, ବି.ଦତ୍ତ, ଫାୟେଦସୋଜା, ଜୁବିଅର (ସାମ୍ବାଦିକ), ଗଣମାଧ୍ୟମ ସଂସ୍ଥା, ଏକ୍ସରିବେଲିଅନଇଣ୍ଡ୍ ଏବଂ ଏକ୍ସଟିନକ୍ସ୍ନ୍ ଆରକୁ ଟ୍ୟାଗ କରିବା ପାଇଁ କୁହାଯାଇଥିଲା । ଆମେରିକାର ରାଜ୍ୟମୁଖ୍ୟ, ସ୍ଥାନୀୟ ପ୍ରତିନିଧି, ଆଇଏମ୍ଏଫ ନିଉଜ, ୱାର୍ଲଡ ବ୍ୟାଙ୍କ, ଡବ୍ଲୁଟିଓ, ୟୁଏନ୍ଡିପି, ୟୁଏନ୍ଫାଓ ଆଦି ସଂସ୍ଥାକୁ ମଧ୍ୟ ଟ୍ୟାଗ୍ କରିବା ପାଇଁ ଲେଖା ଯାଇଥିଲା । ଏସବୁକୁ ଦିଲ୍ଲୀସୀମାର ଚା ଷୀ ଆନେ୍ଦାଳନସ୍ଥଳୀରୁ ପ୍ରକାଶିତ ସାପ୍ତାହିକୀ ଟାଇମ୍ସ ଟ୍ରଲି, ଅଲ୍ଟ ନିଉଜ୍, ଫ୍ରେଡେରିକ ପିଟର, ସାକେତ ଗୋଖଲେ,  ପରି ନେଟ୍ୱାର୍କ, ମହିଳା କିସାନ, ନିଉଜ୍ ଲଣ୍ଡ୍ରୀ, ଦି ୱାୟାର, ଦି ସ୍କ୍ରଲ ଆଦିରେ ସ୍ଥାନ ପାଇବା କଥା କୁହାଯାଇଥିଲା ।

ଦେଖିବାକୁ ଗଲେ ଇତି ମଧ୍ୟରେ ଚାଷୀ ଆଇନ ପ୍ରତ୍ୟାହୃତ ହୋଇଛି ଏବଂ ୨୬ ଜାନୁଆରୀରେ ଲାଲକିଲ୍ଲାରେ ଖାଲିସ୍ଥାନୀ ତାଣ୍ଡବକୁ ସମଗ୍ର ବିଶ୍ୱ ଦେଖିସାରିଛି । କେଜ୍ରିୱାଲ ସରକାର ଦିଲ୍ଲୀର ସୀମାରେ ବର୍ଷାଧିକ କାଳର ଅହରହ ଆନେ୍ଦାଳନ, ରାସ୍ତାବନ୍ଦ କରିବାକୁ ସମର୍ଥନ ଏବଂ ଧନ-ଜନବଳ ଯୋଗାଇ ଦେଇ ପରବର୍ତ୍ତୀ କାଳରେ ପଞ୍ଜାବରେ ଆପ୍ ସରକାର କ୍ଷମତାସୀନ ହୋଇଛି । ଆପ୍ ସରକାର ଆସିବା ପରେ ସେଠାରେ ଖାଲିସ୍ଥାନୀଙ୍କୁ ଖୋଲାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁମତି ମିଳୁଛି । ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ରାଜ୍ୟରେ ଘଟିଚା ଲିଛି ଏବଂ ପଞ୍ଜାବରୁ ଅସ୍ତ୍ରଶସ୍ତ୍ରକୁ ଖାଲିସ୍ଥାନୀମାନେ ଦିଲ୍ଲୀକୁ ପଠାଇବା ବେଳେ ହରିୟାଣାରେ ଧରାପଡିଛନ୍ତି । ପଞ୍ଜାବରେ ପାକ୍ ସୀମାନ୍ତରୁ ଡ୍ରୋନ୍, ପାଣିପାଇପ୍ ଏବଂ ତାରବାଡ ଦେଇ ଧଳାଜହର ପ୍ରବେଶ କଲାବେଳେ ରାଜ୍ୟରେ ଧର୍ମାନ୍ତରଣର  ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଞ୍ଜାବକୁ ଭାରତରୁ ଅଲଗା କରି ତାର ପ୍ରଧାନମନ୍ତ୍ରୀ ହେବା ପାଇଁ ଇଛାପ୍ରକାଶ କରିଥିବା ସଂକ୍ରାନ୍ତରେ ସମ୍ବାଦମାନ ଚାଷୀ ଆନ୍ଦୋଳନ ବେଳେ ଦୃଷ୍ଟିକୁ ଆସିଥିଲା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ଖାଲିସ୍ଥାନୀଙ୍କୁ ପଞ୍ଜାବରେ ସକ୍ରିୟ କରି ଭାରତ ସରକାରଙ୍କ ବିରୋଧରେ ଲଢେଇବାର ଲକ୍ଷ୍ୟରେ ପଞ୍ଜାବର ଆପ୍ ସରକାର ରହିଥିଲା ବେଳେ ବିଦେଶରେ ଥିବା ଭାରତ ବିରୋଧୀ ବାହିନୀ ଏ ଦିଗରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ଗାୟକ ସିଧୁ ମୁସେୱାଲା ହତ୍ୟା ପରେ ପରେ  ଏମିତି ଅନେକ ଆକାଉଣ୍ଟ ସୋସିଆଲ ମିଡିଆରେ ଖୋଲାଯାଇ ଖାଲିସ୍ଥାନୀଙ୍କ ମହିମାମଣ୍ଡନର ପ୍ରଚାର  ଚାଲୁରହିଛି । ୟୁ ଟ୍ୟୁବ ରେ ଅନେକ ଛୋଟ ଛୋଟ ଭିଡିଓ ପ୍ରସ୍ତୁତ ହୋଇ ପଞ୍ଜାବୀ ବର୍ଚ୍ଚସ୍ୱର ପ୍ରଚାର କରାଯାଉଛି । ବିଦେଶରେ ଥିବା ଭାରତ ବିରୋଧୀ ବାହିନୀ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ତତ୍ପର ହୋଇଉଠିଛନ୍ତି ।  ଭାରତର ରାଜନୈତିକ, କୂଟନୀତିକ, ଆର୍ଥôକ, ସାମରିକ, ବୈଜ୍ଞାନିକ ବିକାଶ କ୍ଷେତ୍ରରେ ବିକାଶକୁ ଈର୍ଷା କରୁଥିବା ଆନ୍ତର୍ଜାତିକ ସ୍ତରର ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ସେମାନଙ୍କ ସହଯୋଗୀ ଗୋଷ୍ଠୀ ମାଧ୍ୟମରେ  ଏହି ଭାରତ ବିରୋଧୀ ବାହିନୀ ଦେଶରେ ଅସ୍ଥିରତା ସୃଷ୍ଟିପାଇଁ ଆର୍ଥôକ ସାହାଯ୍ୟ ଯୋଗାଇ ଦେଉଛନ୍ତି । ଏସବୁ ପ୍ରତି ଭାରତ ସରକାର, ଗଣମାଧ୍ୟମ, ଜନସାଧାରଣ ସମସ୍ତେ ସତର୍କ ରହିବା ଆବଶ୍ୟକ ।

LEAVE A REPLY