ମଣ୍ଡିର ଅବ୍ୟବସ୍ଥା ନେଇ ବିଜେପିର ରଣହୁଙ୍କାର ରାଜ୍ୟ ସରକାର ଚାଷୀମାରଣ ଯଜ୍ଞ ଆରମ୍ଭ କରିଛନ୍ତି

0
239

 ଓଡ଼ିଶା ଚାଷ ବହୁଳ ରାଜ୍ୟ । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷର ରୋଜଗାର ଏବଂ ପରିବାର ଚଳାଇବା, ପିଲାଙ୍କୁ ପାଠ ପଢାଇବା, ବିବାହ-ବ୍ରତ ଇତ୍ୟାଦି ପାଇଁ ଧାନ ବିକ୍ରି କରିବାକୁ ଏହି ସମୟକୁ ଅପେକ୍ଷା କରିଥାଏ । ଚାଷୀଙ୍କ ଆର୍ଥôକ ସ୍ଥିତିକୁ ସୁଦୃଢ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାଠାରୁ ପ୍ରତି ବର୍ଷ ନିରନ୍ତର ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି । ବର୍ତମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାକୁ ପହଂଚିଲାଣି । ଅନ୍ୟ ପଟେ ରାଜ୍ୟ ସରକାର ପ୍ରତି ମୂହୁର୍ତରେ ଚାଷୀଙ୍କ ମାନସିକତା ଓ ଧର୍ଯ୍ୟକୁ ହତ୍ୟା କରିବା ଲାଗି ଜୋରସୋର ଉଦ୍ୟମ କରୁଛନ୍ତି । ଗତ ୨୩ ବର୍ଷର ନବୀନ ସରକାରର ପ୍ରମୁଖ କାମ ହେଉଛି ଚାଷୀମାରଣ ଯଜ୍ଞ । ଚାଷୀକୁ ତାର ନ୍ୟାର୍ଯ୍ୟ ହକ୍ରୁ ବଂଚିତ କରାଯାଉଛି । ନ୍ୟାର୍ଯ୍ୟ ହକ୍ ଏବଂ ଧାର୍ଯ୍ୟ ଦର ନପାଇ ଚାଷୀମାନେ ଅମଳ ପରେ ଶସ୍ୟକୁ ରାସ୍ତାରେ ରଖି ଆନେ୍ଦାଳନ କରୁଛନ୍ତି । ଟୋକନ୍, କଟନୀ-ଛଟନୀ, ସୁତୁଲି-ଅଖା, ଦଲାଲୀରାଜ୍ ଆଦି ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀଟି ନିରୁପାୟ ହୋଇ ଆର୍ଥିକ ଶୋଷଣର ଶିକାର ହେଉଛି । ନିଜ ନୈତିକ ଦାୟୀତ୍ୱ ନତୁଲାଇ ରାଜ୍ୟ ସରକାର ମିଲରଙ୍କ ପାଖରେ ବନ୍ଧା ପଡିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ୧୫ଦିନ ବିଳମ୍ବରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଲେ । ପଦ୍ମପୁର ଉପନିର୍ବାଚନରେ ଭୋଟ ହାତେଇବା ଲାଗି ତରବରିଆ ଭାବେ ବରଗଡ ଜିଲ୍ଲାରେ ମଣ୍ଡି ଖୋଲି ରାଜନୈତିକ ଚାଲ୍ ଖେଳିଥିଲେ । ଉପକୂଳ ଓଡ଼ିଶାରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲା ଯାଇନାହିଁ । ଡିସେମ୍ବର ୧ରେ ମଣ୍ଡି ଖୋଲିବା କଥା କିନ୍ତୁ ଏଯାଏଁ ଖୋଲିନାହିଁ । ଧାନ କିଣି ସଂଗ୍ରହ କରି ରଖିବା ପାଇଁ ରାଜ୍ୟ ସରକାରଙ୍କ କିଛି ଯୋଜନା ନାହିଁ । ମଣ୍ଡି ଖୋଲିବା ବିଳମ୍ବ ହେବାରୁ ପଶ୍ଚିମ ଓଡ଼ିଶା ଚାଷୀ ଛତିଶଗଡ ଓ ଉପକୂଳ ଓଡ଼ିଶା ଚାଷୀ ଆନ୍ଧ୍ରପ୍ରଦେଶକୁ ବାଧ୍ୟ ହୋଇ କ୍ୱିଂଟାଲ ପ୍ରତି ମାତ୍ର ୧୨୫୦ଟଙ୍କାରେ ବିକ୍ରି କରୁଛନ୍ତି । ବିଳମ୍ବିତ ନ୍ୟାୟ ଯେମିତି ନ୍ୟାୟ ନୁହେଁ, ସେହିଭଳି ବିଳମ୍ବିତ ମଣ୍ଡି ଖୋଲି ରାଜ୍ୟ ସରକାର ଚାଷୀମାରଣ ଯଜ୍ଞ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ବିଳମ୍ବ କରି ଦଲାଲମାନଙ୍କୁ କମ୍ ଦରରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ବାଧ୍ୟ କରୁଛନ୍ତି ରାଜ୍ୟ ସରକାର । କୃଷକ ରେଜିଷ୍ଟେସନର ଅନିୟମିତତା ବନ୍ଦ କରାଯାଉ । ଟୋକନ ନାଁରେ ସରକାରୀ ପ୍ରୟୋଜିତ ଭ୍ରଷ୍ଟାଚାର ଓ ଚାଷୀମାରଣ ଯୋଜନା ବନ୍ଦ କରାଯାଉ । ସର୍ବୋଚ୍ଚ ସୀମାକୁ ୬୦ କ୍ୱିଂଟାଲରେ ସିଲିଂ କରାନଯାଉ । କଟନୀ-ଛଟନୀକୁ ବେଆଇନ ଘୋଷଣା କରାଯାଉ । ଧାନ କ୍ୱିଂଟାଲ ପ୍ରତି ୨୦୪୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟକୁ ସୁନିଶ୍ଚିତ କରାଯାଉ । ଏମ୍ଏସପି ପାଇଁ ପ୍ରତି ଜିଲ୍ଲାରେ ଓ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇ ଏବଂ ଚାଷୀଙ୍କୁ ଏମଏସପି ପାଇବାରେ ଅବହେଳା କରୁଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ । ଅଣଜଳସେଚିତ ଜମିରେ ଏକର ପ୍ରତି ୨୨ କ୍ୱିଂଟାଲ ଓ ଜଳସେଚନ ଜମିରେ ଏକର ପ୍ରତି ୨୮କ୍ୱିଂଟାଲ ଧାନ ସଂଗ୍ରହର ଲିମିଟ୍ କରାଯାଉ । ବସ୍ତା ଓ ସୁତୁଲୀର ପଇସା ଚାଷୀଙ୍କୁ ଦିଆଯାଉ । ମିଲରପ୍ରୀତିକୁ ରାଜ୍ୟ ସରକାର ବନ୍ଦ କରନ୍ତୁ । ବରଗଡଠାରେ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୱିଂଟାଲ ପିଛା ୧୦୦ ଟଙ୍କା ବୋନସ ତୁରନ୍ତ ଚଳିତ ସିଜନ୍ରୁ ଚାଷୀଙ୍କୁ ଦିଆଯାଉ । ଅନ୍ନଦାତାଙ୍କୁ କୌଣସି ପ୍ରକାର ଅସମ୍ମାନ ଭାରତୀୟ ଜନତା ପାର୍ଟି ବରଦାସ୍ତ କରିବ ନାହିଁ । ଚାଷୀମାନଙ୍କ ନ୍ୟାୟ ଲାଗି ବିଜେପି ପ୍ରତିବର୍ଷ ଦାବୀ କରୁଛି କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାର ଏହାର ଉତର ନଦେଇ ନୀରବ ରହି ଚାଷୀଙ୍କ ଉନ୍ନତି କ୍ଷେତ୍ରରେ ବାଧକସାଜି ଛିଡା ହେଉଥିବା ଶ୍ରୀ ହରିଚନ୍ଦନ କହିଛନ୍ତି । ସେଂଟ୍ରାଲ ଟୋକନ ବ୍ୟବସ୍ଥାର ବ୍ୟାପକ ଚଂଚକତା କରାଯାଉଛି । ବଲାଙ୍ଗିର ଜିଲ୍ଲାର ଜଣେ ଚାଷୀଙ୍କ ପାଖକୁ ମାତ୍ର ୦.୦୦୧ ଏକର ଜମି ପଂଜୀକୃତ ହୋଇଥିବାର ସୁଚନା ଯାଇଛି ଏବଂ ଏହି ସୂଚନା ଆଧାରରେ ଚାଷୀ ଜଣକ ମାତ୍ର ୧.୩୦୦ କେଜି ଧାନ ବିକ୍ରି କରିପାରିବ ଯାହାର ମୂଲ୍ୟ ମାତ୍ର ୨୬.୫୨ ଟଙ୍କା ଅଟେ । ଏ ସଂପର୍କରେ ଚାଷୀଜଣକ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କୁ ଜଣାଅ ବୋଲି କହିଥେô ଲ । ସେଂଟ୍ରାଲ ଟୋକନ ନାଁରେ ଭ୍ରଷ୍ଟାଚାରର ମଞ୍ଜି ପୋତିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଗୋଟିଏ ଚାଷୀ ୬୦କ୍ୱିଂଟାଲରୁ ଅଧିକ ଧାନ ବିକ୍ରି କରିପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତାହେଲେ ଅଧିକ ଅମଳ କରୁଥିବା ଚାଷୀମାନେ କଣ କରିବେ ? ଚାଷ କରିବାକୁ ମନା କରି ସମସ୍ତ ଚାଷୀଙ୍କୁ ଦାଦନ ଖଟିବାକୁ ବାହର ରାଜ୍ୟକୁ କାହିଁକି ପଠାଇ ଦେଉନାହାନ୍ତି ବୋଲି କହିବା ସହିତ ଷଡଯନ୍ତ୍ର ରଚି ଚାଷୀଙ୍କୁ ହତ୍ୟା, ଅବହେଳିତ ଓ ଚାଷୀ ପରିବାରକୁ ହଇରାଣ କରିବାର ରାଜ୍ୟ ସରକାରଙ୍କ ପ୍ରୟାସକୁ ବରଦାସ୍ତ କରିବ ନାହିଁ ବିଜେପି ଓ ଏଥିଲାଗି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ଆନେ୍ଦାଳନ କରିବ । ଅନ୍ନଦାତାଙ୍କୁ ଅପମାନ କଲେ ତାକୁ ଆଦୌ ସହ୍ୟ କରାଯିବ ନାହିଁ । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବୀ କରି ବିଜେପି ତରଫରୁ ଆସନ୍ତା ୨୧ତାରିଖ ଦିନ ରାଜ୍ୟର ସମସ୍ତ ୫୮ଟି ସବ୍ଡିଭିଜନରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ । ସେହିପରି ଆସନ୍ତା ୨୨ ରୁ ୨୮ତାରିଖ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ଅଂଚଳ ମଣ୍ଡି ପରିଦର୍ଶନ କରିବେ । ରାଜ୍ୟ ସରକାର ଚାଷୀକୁଳ ହିତ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ପରବର୍ତୀ ପଦକ୍ଷପେ ସ୍ୱରୁପ ବଡ ଆନେ୍ଦାଳନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପ୍ରତିବର୍ଷ ‘ରିକଣ୍ଣିଂ ରୋଗ’ ଭଳି ମଣ୍ଡିର ଅବ୍ୟବସ୍ଥା ଓଡ଼ିଶା ପ୍ରଦେଶରେ ବ୍ୟାପକ ଭାବେ ବଢିଚାଲିଛି । ଓଡ଼ିଶାରେ ଚାଷୀର କଷ୍ଟ ବର୍ଣ୍ଣନା କରିବା ଅସମ୍ଭବ । ଯଦି ଓଡ଼ିଶାରେ କେହି ଅବହେଳିତ ହେଉଛନ୍ତି ସେ ହେଉଛି ଚାଷୀ । ରାଜ୍ୟ ସରକାର ବଧିର ପାଲଟି ଯାଇଛନ୍ତି । ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ୧% ସମବେଦନା ନାହିଁ । ଚାଷୀ ପରିବାର ପାଇଁ ଯେଉଁ ସମ୍ମାନ ରହିବା କଥା ତାହା ଓଡ଼ିଶାରେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ଅବସରରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ରାଜ୍ୟ କୃଷକ ମେର୍ଚ୍ଚା ରାଜ୍ୟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଳିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY