ଫିଜିରେ ବିଜି ଜୟଶଙ୍କର

0
402

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଫିଜିକୁ ତିନିଦିନିଆ ଗସ୍ତରେ ଯାଇଥିଲେ । ଫିଜିରେ ୧୨ଶ ବିଶ୍ୱ ହିନ୍ଦୀ ସମ୍ମେଳନରେ ଅତିଥିଭାବେ ଜୟଶଙ୍କରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ପୂର୍ବରୁ ୨୦୧୮ରେ ମରିସସ୍ଠାରେ ୧୧ଶ ସମ୍ମେଳନ ହୋଇଥିଲା । ୧୯୭୫ରେ ମହାରାଷ୍ଟ୍ରର ନାଗପୁରଠାରେ ପ୍ରଥମ ହିନ୍ଦୀ ସମ୍ମେଳନ ଆୟୋଜିତ ହୋଇଥିଲା । ଫିଜି ଗସ୍ତକାଳରେ ସେଠାକାର ରାଷ୍ଟ୍ରପତି ରାତୁ ୱିଲିୟମେ କାଟୋନୋଭିରେ ପ୍ରଧାନମନ୍ତ୍ରୀ ଶିତିଭେନୀ ରାଦୁକା ଏବଂ ଉପ ପ୍ରଧାନମନ୍ତ୍ରୀ ବିମନ ପ୍ରସାଦଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ବିଦେଶମନ୍ତ୍ରୀ ଜୟଶଙ୍କର ଦ୍ୱିପାକ୍ଷିକ ସଂପର୍କକୁ କେନ୍ଦ୍ରକରି ଆଲୋଚନା କରିଥିଲେ । ଦ୍ୱିପାକ୍ଷିକ ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତ ପକ୍ଷରୁ ଭିସା ପ୍ରଦାନ ନୀତିରେ କୋହଳ କରାଯିବାକୁ ଘୋଷଣା ହୋଇଥିଲା ।
ଫେବୃଆରୀ ୧୬ତାରିଖରେ ଫିଜି ଗସ୍ତକାଳରେ ଭାରତ ଏବଂ ଜାତିସଂଘ ବିକାଶ ପ୍ରକଳ୍ପର ସହାୟତାରେ ୧.୩ ମିଲିଅନ ଡଲାର ବ୍ୟୟରେ ନିର୍ମିତ ସୋ÷÷ର ପ୍ରକଳ୍ପର ଉଦ୍ଘାଟନ ହୋଇଥିଲା । ରାଜଧାନୀ ସୁଭାର ଷ୍ଟେଟ ହାଉସ୍ଠାରେ ଏହି ପ୍ରକଳ୍ପ ଲଗାଯାଇଛି । ସୈାର ସାମ୍ମୁଖ୍ୟରେ ଫିଜି ଏକ ସଦସ୍ୟ ରାଷ୍ଟ୍ର ହୋଇଥିବା ହେତୁ ଜୁନ୍ ୨୦୨୦ରେ ଏଥିପାଇଁ ଜାତିସଂଘର ସଂଯୋଜକ ଏବଂ ପାସିଫିକ ଆଇଜଲାଣ୍ଡ ଡେଭଲପମେଣ୍ଟ ଫୋରମ୍ ମଧ୍ୟରେ ଏଥିପାଇଁ ବୁଝାମଣା ହୋଇଥିଲା । ଏହି ପ୍ରକଳ୍ପରେ ସୁଭାସ୍ଥିତ ୧୧ଟି ରାଷ୍ଟ୍ରର କୂଟନୀତିକ କାର୍ଯ୍ୟାଳୟରେ ଫୋଟୋ ଭୋଲଟାଇକ୍ ବ୍ୟବସ୍ଥା ଲଗାଯିବ । ଯେଉଁସବୁ ରାଷ୍ଟ୍ର ଏହି ଏହି ତାଲିକାରେ ରହିଛନ୍ତି ସେଗୁଡିକ ଏହିପରି -ଫିଜି, ମାଇକ୍ରୋନେସିଆ, ପଲାଉ, କିରିବାଟୀ, ମାର୍ଶାଲ ଆଇଜଲାଣ୍ଡ, ନାଉରୁ, ସୋଲୋମନ ଆଇଜଲାଣ୍ଡ, ତିମୋର, ଟୋଙ୍ଗା, ଟୁଭାଲୁ ଓ ଭାନୁହାତୁ । ବିଦେଶମନ୍ତ୍ରୀ ଜୟଶଙ୍କର ଫିଜିର ସଂସଦୀୟ ଅଧିବେଶନରେ ମଧ୍ୟ ଯୋଗ ଦେଇଥିଲେ । ସେଠାରେ ମନ୍ତ୍ରୀ ଚରଣଜିଥ୍ ସିଂହଙ୍କ ହିନ୍ଦୀ ଭାଷଣକୁ ଜୟଶଙ୍କର ପ୍ରଶଂସା କରିଥିଲେ ।
ଗତ ଡିସେମ୍ବର ୨୦୨୨ରେ ଫିଜିର ନୂତନ ମନ୍ତ୍ରିମଣ୍ଡଳ କାର୍ଯ୍ୟଭାର ଗ୍ରହଣ କରିଥିଲା । ନିକଟରେ ଫିଜିର ଉପ ପ୍ରଧାନମନ୍ତ୍ରୀ ବିମନ ପ୍ରସାଦ ଭାରତ ଗସ୍ତରେ ଆସିଥିଲେ । ନାଦିଠାରେ ଥିବା ଶ୍ରୀ ଶିବସୁବ୍ରମଣ୍ୟ ସ୍ୱାମୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଜୟଶଙ୍କର ଯାଇ ସେଠାକାର ମନ୍ଦିର କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସୁଭାସ୍ଥିତ ଫିଜି ସଂଗ୍ରହାଳୟକୁ ଜୟଶଙ୍କର ବୁଲି ଦେଖିଥିଲେ । ସେଠାରେ ଭାରତୀୟ ଲୋକଙ୍କ ସଂପର୍କରେ ଗିରମିଟିଆ ଗ୍ୟାଲେରୀକୁ ଉଦ୍ଘାଟନ କରିଥିଲେ । ଫିଜିର ମୋଟ ଜନସଂଖ୍ୟାର ୩୮ ପ୍ରତିଶତ ଲୋକ ଭାରତୀୟମୂଳର ହୋଇଥିବାରୁ ସେଠାରେ ଭାରତବଂଶୀଙ୍କ ପ୍ରଭାବ ସମାଜ, ରାଜନୀତି, ବାଣିଜ୍ୟ ଆଦି ସବୁକ୍ଷେତ୍ରରେ ଦେଖିବାକୁ ମିଳେ । ଜୟଶଙ୍କର ଏହି ଗସ୍ତକାଳରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ ।
ଫିଜି ଏକ ଛୋଟ ରାଷ୍ଟ୍ର ହୋଇଥିଲେ ମଧ୍ୟ ଜାତିସଂଘରେ ଭାରତ ପରି ଗୋଟିଏ ଭୋଟ ଦେଉଥିବାରୁ ତାର ମୂଲ୍ୟ ଭାରତ ସହ ସମାନ । ତେଣୁ ବିଶ୍ୱ ପରିପ୍ରେକ୍ଷୀରେ ଆଗାମୀ ଦିନରେ ବିବିଧ କ୍ଷେତ୍ରରେ ସାମଗ୍ରୀକ ବିକାଶକୁ ଭାରତ ଜୋର ଦେବାକୁ ଲକ୍ଷ୍ୟ ରଖିଛି । ଯେଉଁସବୁ ଛୋଟ ଦେଶକୁ ଋଣ ପ୍ରଦାନ କରି ଚୀନ ଋଣର ଯନ୍ତାରେ ପକାଇଛି ସେହିସବୁ ଦେଶକୁ ରକ୍ଷା କରିବାକୁ ଭାରତ ପ୍ରୟାସ କରିବ ବୋଲି ଘୋଷଣା କରିଛି । ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଦକ୍ଷିଣରେ ଥିବା ୧୫ଟି ଦ୍ୱୀପ ରାଷ୍ଟ୍ର ଉପରେ ଚୀନର ନଜର ରହିଛି । ଗତବର୍ଷ ୮ଟି ରାଷ୍ଟ୍ରକୁ ଚୀନ ବିଦେଶମନ୍ତ୍ରୀ ୱାଙ୍ଗ ୟି ଗସ୍ତ କରି ଆର୍ଥôକ ସହଯୋଗ ଘୋଷଣା କରିଥିଲେ । ହେଲେ ଡିସେମ୍ବରରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେବାପରେ ପ୍ରଧାନମନ୍ତ୍ରୀ ରାବୁକା ଚୀନ ସହ ୨୦୧୧ର ଏକ ବୁଝାମଣାକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । କାରଣ ସେହି ବୁଝାମଣାରେ ଫିଜିର ପୋଲିସ ଅଧିକାରୀମାନଙ୍କୁ ଚୀନ ପକ୍ଷରୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥିôଲା । ଅପରପକ୍ଷେ ଚୀନର ଅଧିକାରୀମାନେ ଏହାର ବଦଳରେ ୩ରୁ ୬ମାସ ପାଇଁ ଫିଜିରେ ନିଯୁକ୍ତ ହେବାର ବ୍ୟବସ୍ଥା ଥିଲା ।
ଜୟଶଙ୍କରଙ୍କ ସହ ସାକ୍ଷାତ ବେଳେ ଫିଜିର ପ୍ରଧାନମନ୍ତ୍ରୀ ଭାରତକୁ ପୁରୁଣା ମିତ୍ର ଏବଂ ନିକଟତମ ସହଯୋଗୀ ବୋଲି କହି ପ୍ରଶଂସା କରିଥିଲେ । ୨୦୨୦ର ବାତ୍ୟା ୟାସା କିମ୍ବା କୋରୋନା କାଳରେ ଫିଜିକୁ ପ୍ରଥମେ ସହଯୋଗର ହସ୍ତ ପ୍ରସାରିତ କରିଥିବା ବନ୍ଧୁରାଷ୍ଟ୍ର ଥିଲା ଭାରତ । ଏହି ସହଯୋଗକୁ ଆଗାମୀ ଦିନରେ ଅଧିକ ସୁଦୃଢ କରିବାଲାଗି ଫୋରମ ଫର ଇଣ୍ଡିଆ-ପାସିଫିକ ଆଇସଲାଣ୍ଡ କୋ-ଅପରେସନ (ଏଫ୍ଆଇପିଆଇସି)ର ବୈ÷ଠକ ଆଗାମୀ ଦିନରେ ହେବ ବୋଲି ଜୟଶଙ୍କର ପ୍ରକାଶ କରିଥିଲେ । ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଜି ଗସ୍ତ କାଳରେ ଏହି ସଂଗଠନ ଆରମ୍ଭ ହୋଇଥିଲା ।
ଫିଜିର ରାଜଧାନୀ ସୁଭାଠାରେ ଅନୁଷ୍ଠିତ ୧୨ଶ ବିଶ୍ୱ ହିନ୍ଦୀ ସମ୍ମେଳନ ଅବସରରେ ବିଦେଶମନ୍ତ୍ରୀ ଜୟଶଙ୍କର ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମେ ମୈଭାଲିଲି କାଟୋନିଭେରେଙ୍କ ସହ ୨ଟି ପୁସ୍ତକ ସମେତ ଏକ ସ୍ୱତନ୍ତ୍ର ଡାକଟିକଟକୁ ମଧ୍ୟ ଉନ୍ମୋଚନ କରିଥିଲେ । ଫିଜିର ରାଷ୍ଟ୍ରପତି ଜୟଶଙ୍କରଙ୍କୁ ହିନ୍ଦୀ ସିନେମା ଦ୍ୱାରା ପ୍ରଭାବିତ ହୋଇଥିବା କଥା କହି ଶୋଲେ ସିନେମାର ଢେର ପ୍ରଶଂସା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଇଣ୍ଡିଆନ କାଉନସିଲ ଫର୍ କଲଚରାଲ୍ ରିଲେସନ୍ସ ଏବଂ ଭାରତର ବୈ÷ଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଥିବା ହେତୁ ବିଦେଶମନ୍ତ୍ରୀ ଜୟଶଙ୍କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମିଳିତ ସାମ୍ବାଦିକ ସମ୍ମେଳନରେ ସେ ଫିଜିର ପ୍ରଧାନମନ୍ତ୍ରୀ ଶିତିଭେନୀ ଲିଗାମାମଡା ରାବୁକାଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ହିନ୍ଦୀ, ତାମିଲ ଆଦି ଭାରତୀୟ ଭାଷାର ଅଧ୍ୟୟନ ବ୍ୟବସ୍ଥା ଫିଜିରେ କରିବାକୁ ହେଉଥିବା ଦାବିକୁ ପୂରଣ କରିବା ଲାଗି ଖୁବ୍ ଶିଘ୍ର ଚେଷ୍ଟା କରାଯିବ ବୋଲି ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ହିନ୍ଦୀକୁ ବିଶ୍ୱଭାଷା କରିବାକୁ ଯେଉଁ ପ୍ରୟାସ ଜାରି ରହିଛି ତାହା ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।
ଫିଜିରୁ ଭାରତକୁ ଫେରିବା ବାଟରେ ଜୟଶଙ୍କର ୧୮ ତାରିଖ ଦିନ ଅଷ୍ଟ୍ରେଲିଆର ସିଡ୍ନୀଠାରେ ରାଇସିନା-ସିଡନୀ ଆଲୋଚନା ପାଇଁ ପହଞ୍ଚôଥିଲେ । ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନ୍ନୀ ୱଙ୍ଗ୍ଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । କ୍ରିକେଟ ଖେଳାଳୀ ରୋହିତ ଶର୍ମାଙ୍କ ସ୍ୱାକ୍ଷର ଥିବା ଏକ କ୍ରିକେଟ ବ୍ୟାଟକୁ ସେ ଅଷ୍ଟ୍ରେଲିଆର ବିଦେଶମନ୍ତ୍ରୀଙ୍କୁ ଉପହାର ଦେବା ବେଳେ ନିଜର ନାମ ଲେଖାଥିବା ଜର୍ସିକୁ ୱଙ୍ଗ୍ ଜୟଶଙ୍କରଙ୍କୁ ପ୍ରଦାନ କରିଥିଲେ । ଅଷ୍ଟ୍ରେଲିଆନ୍ ଷ୍ଟା୍ରଟେଜିକ ପଲିସୀ ଇନ୍ଷ୍ଟିଚୁ୍ୟଟ ଏବଂ ଭାରତରର ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସିଡନୀଠାରେ ଆୟୋଜିତ ଆଲୋଚନାରେ ଜୟଶଙ୍କର ମୁଖ୍ୟ ଭାଷଣ ଦେଇଥିଲେ । ଏଥିରେ ଦୁଇଦେଶ ମଧ୍ୟରେ ବିବିଧ ପ୍ରକାର ସହଯୋଗ ଏବଂ ସ୍ୱାର୍ଥ ସମ୍ବନ୍ଧୀୟ ବିଷୟର ବ୍ୟାପକ ଆଲୋଚନା ହୋଇଥିଲା । କ୍ୱାଡ ଗୋଷ୍ଠୀରେ ଅଷ୍ଟ୍ରେଲିଆ ଏକ ସଦସ୍ୟ ରାଷ୍ଟ୍ର ହୋଇଥିବା ହେତୁ ଏହି ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାଛଡା ଚଳିତବର୍ଷ ଭାରତ ଜି ୨୦ ବୈ÷ଠକ ଆୟୋଜିତ କରୁଥିବା ହେତୁ ଏହା ଦୁଇଦେଶ ମଧ୍ୟରେ ଏକପ୍ରକାର ପ୍ରାକ୍ ମନ୍ତ୍ରିସ୍ତରୀୟ ବୈ÷ଠକ ଥିଲା । କାରଣ ୧ ମାର୍ଚ୍ଚ ଦିନ ଆନୁଷ୍ଠାନିକ ଭାବେ ଜି ୨୦ ମନ୍ତ୍ରିସ୍ତରୀୟ ବୈ÷ଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ରାଇସିନା ଆଲୋଚନା ମାର୍ଚ୍ଚ ୨ରୁ ୪ ପର୍ଯ୍ୟନ୍ତ, ସିଡନୀ ଆଲୋଚନା ଏପ୍ରିଲ ୪-୫ ରେ ହେବାକୁ ଥିବାରୁ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରଭାବଶାଳୀ ବିଦେଶନୀତି, ସୁରକ୍ଷା, ଟେକ୍ନୋଲୋଜୀ ବିଷୟରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି । କାରଣ ମୁକ୍ତ ବାଣିଜ୍ୟ ପାଇଁ ପୂର୍ବରୁ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଏହି ଆଲୋଚନା ଜରୁରୀ ହୋଇପଡିଛି । ତେବେ ସିଡନୀ ଆଲୋଚନା ସାଇବର ଏବଂ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜୀ ବିଷୟରେ ହେବ,ଯେଉଁଠି ବିଶ୍ୱର ଆଇନ ଶୃଙ୍ଖଳା ବିଷୟରେ ଅଧିକ ବି·ର ବିମର୍ଶ ହେବ ।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନେସ୍ଙ୍କୁ ସାକ୍ଷାତ କରି ଜୟଶଙ୍କର ଦୁଇଦେଶର ରଣନୀତିକ ସଂପର୍କ ବିଷୟରେ ଆଲୋଚନା କରିଥିଲେ । ସିଡନୀର କିରିବିଲ୍ଲି ହାଉସଠାରେ ଦୁଇନେତାଙ୍କ ସାକ୍ଷାତ ବେଳେ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ । ଏହି ଅବସରରେ ସେ ରାଇସିନା -ସିଡନୀ ବିଜିନେସ୍ ବ୍ରେକଫାଷ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭାରତ କିପରି କୋରୋନା ସଙ୍କଟରୁ ସଶକ୍ତ ହୋଇ ଉତୁରିଥିଲା ତାହା ବର୍ଣ୍ଣନା କରିଥିଲେ । କୋରୋନା ଯୋଗୁ ସ୍ୱାସ୍ଥ୍ୟସେବା ଢାଞ୍ଚାରେ ପରିବର୍ତ୍ତନ, ଅନୁଦାନ ବୃଦ୍ଧି,ଟୀକାକରଣ ପାଇଁ ଅର୍ଥ ପ୍ରଦାନ, ଟୀକା ପ୍ରସ୍ତୁତି ଓ ଗବେଷଣା ନିମନ୍ତେ ସରକାରଙ୍କ ସହଯୋଗୀ ଭୂମିକା ଆଦି ବିଷୟରେ କହିଥିଲେ । କୋରୋନା କିପରି ନେପାଳ, ବଙ୍ଗଳାଦେଶ ଏବଂ ଶ୍ରୀଲଙ୍କା ପରି ଦେଶର ଅର୍ଥନୀତିକୁ ଉଜାଡି ଦେଇଛି ତାହା ସେ ଉଲ୍ଲେଖ କରିଥିଲେ । ୨୦୨୩ରେ ଭାରତର ବିକାଶହାର ୭ ପ୍ରତିଶତ ରହିବ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ଆଗାମୀ ୧୫ବର୍ଷ ଭାରତ ୭-୯ ପ୍ରତିଶତ ହାରରେ କିପରି ବିକାଶ କରିବ ସେଥିପାଇଁ ସରକାର ପ୍ରସ୍ତୁତି ଚଳାଇଥିବା କହିଥିଲେ ।
ସିଡନୀର ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲଠାରେ ଅନୁଷ୍ଠିତ ଏହି ଆଲୋଚନାରେ ମନ୍ତ୍ରୀ ଜୟଶଙ୍କର ପ୍ରକାଶ କରିଥିଲେ ଯେ ଦୁଇରାଷ୍ଟ୍ର ମଧ୍ୟରେ ୨ ଏପ୍ରିଲ ୨୦୨୨ରେ ଆର୍ଥôକ ସହଯୋଗ ଏବଂ ବାଣିଜ୍ୟ ବୁଝାମଣା ହୋଇସାରିଛି । ଯାହାର ସୁଫଳ ୨୯ ଡିସେମ୍ବର ୨୦୨୨ରେ ଦେଖିବାକୁ ମିଳିଛି । ଏବେ ଅଧିକରୁ ଅଧିକ ବାଣିଜ୍ୟ ବୃଦ୍ଧି ହେବାରେ ଲାଗିଛି । ଏଥିପାଇଁ ଯୋଗ୍ୟ ଲୋକେ ମଧ୍ୟ ଅଷ୍ଟ୍ରେଲିଆକୁ ଭାରତରୁ ଆସିବାରେ ଲାଗିଛନ୍ତି । ପ୍ରାୟ ୧୦ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆକୁ ପାଠପଢିବାକୁ ଆସୁଛନ୍ତି । ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟ ମଧ୍ୟ ଭାରତରେ ଉନ୍ନତ ଶିକ୍ଷାଦାନ କରିବାକୁ ଭାରତ ସ୍ୱାଗତ କରିବ ବୋଲି ସେ କହିଥିଲେ । ଏହି ଅବସରରେ ଏକ ଆଲୋଚନା “ଭାରତ ଅଷ୍ଟ୍ରେଲିଆ ଆର୍ଥôକ ସହଯୋଗର ପରବର୍ତ୍ତୀ ସୋପାନ: ସ୍ଥିରତା, ସୁରକ୍ଷା ଏବଂ ଅଖଣ୍ଡତା” ବିଷୟରେ ହୋଇଥିଲା ।ଏଥିରେ ଜେନେରାଲ ଆଟୋମିକ୍ସ ଗ୍ଲୋବାଲ କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ବିବେକ ଲାଲ, ଭାରତ – ଅଷ୍ଟ୍ରେଲିଆ ବିଜିନେସ୍ କାଉନସିଲର ମୁଖ୍ୟ ଜୋଡି ମ୍ୟାକକେ, ଏଏନ୍ଜେଡ୍ ଟାଟା କନ୍ସନ୍ଟାନ୍ସୀର ଉପାଧ୍ୟକ୍ଷ ବିକ୍ରମ ସିଂହଙ୍କ ସମେତ ସିଡ୍ନୀ ଆଲୋଚନାର ମୁଖ୍ୟ ବେକ୍ ସ୍ରିମ୍ପଟନ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY