ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରୀତକରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲ୍ଲା୍ପାଳ ଦିବ୍ୟ ଜ୍ୟୋତି ପରିଡା ଗୁରୁତ୍ବ ଦେଇଛନ୍ତି । ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହ ବେଳକୁ ଯେମିତି ସମସ୍ତ ୧୩ ଗୋଟି ଚିକିତ୍ସାଳୟ ଉଦଘାଟନ ହେବ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ସମୀକ୍ଷା କରି ଜଣାଇଛନ୍ତି ଯେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକ ଶେଷ କରିବାକୁ ହେବ । ରାଜ୍ୟ ସରକାରଙ୍କୁ ଯେଉଁ ଅନୁଦାନ ମଗା ଯାଇଥିଲା ବିନା ଦ୍ବିଧାରେ ସେହି ଅନୁସାରେ ୭୭ କୋଟି ଟଙ୍କା ଆସି ଯାଇଛି । ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ସ୍ଥିତି କଣ ଅଛି ସେଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ରିପୋର୍ଟ ପ୍ରଦାନ କରିବେ । ଉପ ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ତତ୍ତ୍ବାବଧାନରେ ସେଗୁଡିକ ଯାଞ୍ଚ ହେବ । ଚିକିତ୍ସାଳୟ ଗୁଡିକରେ ରୋଗୀଗଣ ଚିକିତ୍ସା ନିମନ୍ତେ ଆସିବା ସମୟରେ ସେମାନଙ୍କର ଯେମିତି କୈଣସି ଅସୁବିଧା ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ସେମାନେ ଯେମିତି ଉତ୍ତମ ସେବା ପାଇବେ ଏବଂ ସେମାନଙ୍କ ସମ୍ପର୍କିୟ ସେମାନଙ୍କର ଯେମିତି ସମସ୍ତ ସୁବିଧା ହେବ ସେହି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟର ଗଣ ଯେମିତି ସଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେଥି ନିମନ୍ତେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲାଯାଇ ପ୍ରାପ୍ୟ ପ୍ରଦାନ କରିବାକୁ କୁହାଯାଇଛି । ସମସ୍ତ କାର୍ଯ୍ୟରେ ଯେମିତି ସ୍ବଚ୍ଛତା ବଜାୟ ରହିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ବ୍ରହ୍ମପୁରସ୍ଥ ଜିଲ୍ଲା ମୁଖ୍ୟ ଚତିକିତ୍ସାଳୟ, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ, ବୋମକେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କେଳୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଉପଖଣ୍ଡ ଚିକିତ୍ସାଳୟ, ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ନୂତନ ଓପିଡି କୋଠା ନିର୍ମାଣ, ସୋରଡାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ମରାମତି, ସୌନ୍ଦର୍ଯ୍ୟୀକରଣ ଏବଂ ଆନୁସଙ୍ଗୀକ ସମସ୍ତ ବ୍ୟବସ୍ଥା ସଜାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତେରଗୋଟି ଚିକିତ୍ସାଳୟ ଗୁଡିକର ମରାମତି, କୋଠାର ଭିତରପାର୍ଶ୍ବ ରୂପରେଖ ପରିବର୍ତ୍ତନ, ନୂତନ କୋଠା ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା, ମୁଖ୍ୟ ଫାଟକ, ଚତୁଃପାର୍ଶ୍ବ ପାଚେରୀ ନିର୍ମାଣ, ସର୍ବସାଧାରଣ ନିମନ୍ତେ ଶୌଚାଳୟ, ଭିତର ଓ ବାହାର ପାର୍ଶ୍ବ ଜଳ ବ୍ୟବସ୍ଥା, ଡାକବାଜି ଯନ୍ତ୍ର ବ୍ୟବସ୍ଥା, ସିସି ଟିଭି ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ଆସବାବ, ଏଲ୍ଇଡି ବୋର୍ଡ, ନାମ ଫଳକ, ପାର୍କିଂ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ଇତ୍ୟାଦି ସମସ୍ତ ବ୍ୟବସ୍ଥା ରହିତ ଚିକିତ୍ସାଳୟ ଯେପରି ହେବ ସେହି ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କିର୍ତ୍ତି ଭାସନ୍ ଭି, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସଂପୃକ୍ତ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର, ଏନ୍. ଆର୍.ଏଚ୍. ଏମ୍. ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
Latest article
State parties never lose relevance in India
The continued presence and influence of state parties are a natural and important feature of India’s democratic and federal political system.
Regional Political Parties (state...
Is Cockroach Janta Party led ‘GenZ’ protest a success story?
Born of a satirical meme, the CJP in its early days displayed hyperpolitical characteristics, especially in its refusal of representation by political parties. CJP...
Youth Unemployment: A Crisis
Nelson Mandela, 1993 Nobel Peace Prize winner, once said, “The youth of today are the leaders of tomorrow.” This is a popular quotation, which...

































