ବ୍ରହ୍ମପୁର–ସୁରଟ ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ”

0
78

ଓଡିଶାର ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା “ଅମୃତ ଭାରତ ଏକ୍ସପ୍ରେସ”କୁ ୨୭ ସେପ୍ଟେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାର ଉଦଘାଟନୀ ଯାତ୍ରାରେ, ଏହି ଟ୍ରେନ୍ ୨୭ ସେପ୍ଟେମ୍ବର ୨୦୨୫ରେ  ମଧ୍ୟାହ୍ନ ୧୨ ଘଟିକା ସମୟରେ ବ୍ରହ୍ମପୁର ରେଳଷ୍ଟେସନରୁ ଶୁଭାରମ୍ଭ କରାଯିବ । ଏହି ଟ୍ରେନର ନିୟମିତ ସେବା ପାଇଁ ସମୟ ସୂଚୀ ଶୀଘ୍ର ଘୋଷଣା କରାଯିବ । ଏହି ସେବା ସୁରଟ ଏବଂ ଏହାର ଆଖପାଖରେ କାମ କରୁଥିବା ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ଅନେକ ଶ୍ରମିକଙ୍କ ପାଇଁ ବିଶେଷ ଲାଭଦାୟକ ହେବ। ଏହା ସେମାନଙ୍କୁ ଫେରିବା, ପାରିବାରିକ ଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ପାଇଁ ସୁରକ୍ଷିତ ଅଧିକ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବ। ଏହା ସଂଯୋଗୀକରଣରେ ଉନ୍ନତି ଆଣିବା ସହ  ଅଧିକ ନିର୍ଭରଯୋଗ୍ୟ ଯାତ୍ରା ପ୍ରଦାନ କରି, ସୁବିଧା ବୃଦ୍ଧି ଓ ସାମାଜିକ-ଆର୍ଥିକ କଳ୍ୟାଣରେ ଅବଦାନ ରଖିବ ।                                                                                    ଏହି ନୂଆ ସେବା ଓଡିଶା ଓ ଗୁଜରାଟ ମଧ୍ୟରେ ସାମାଜିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ସୃଦୃଢ଼ କରିବ । ବିଶେଷତଃ ବ୍ରହ୍ମପୁର ଏବଂ ଗଞ୍ଜାମର ନିମ୍ନ-ମଧ୍ୟମ ବର୍ଗୀୟ ଯାତ୍ରୀ ସମୁଦାୟ ପାଇଁ ଏହା ଏକ ଜୀବନ-ରେଖା ସାବ୍ୟସ୍ତ ହେବ । ଯାହା ସେମାନଙ୍କୁ ଘର ଓ କାର୍ଯ୍ୟକ୍ଷେତ୍ର ସହିତ ସୁବିଧାଜନକ ଏବଂ ଆର୍ଥିକ ଲାଭ ପ୍ରଦାନ କରିବ।