ପୁରୁଷୋତ୍ତମପୁ ଆସନ୍ତା ସାଧାରଣ ନିର୍ବାଚନକୁ ଦୁଷ୍ଟି ରଖି ବିଜେଡି ସୁପ୍ରିମ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ବିଜେଡିର ସାଙ୍ଗଠନିକ ପ୍ରକ୍ରିୟାକୁ ତୃଣମୂଳ ସ୍ତରରେ ଦଳକୁ ଅଧିକ ସୁଦୃଢ ସହ ପୂଣି ଥରେ ଷଷ୍ଠ ଥର ପାଇଁ ରାଜ୍ୟରେ ସରକାର ଗଢିବା ପାଇଁ ରଣନୀତି ପ୍ରସ୍ତୁତି କରି ନୂତନ କମିଟି ଚୟନ ହୋଇଯାଇଛି l ଏହି ପରୀକ୍ଷେପିରେ ପୁରୁଷୋତ୍ତମପୁର ଏନଏସିର ଦୁଇ ଥରର କାଉନସିଲର ଭାବେ ନିର୍ବାଚିତ ଅଶୋକ କୁମାର ମହାଙ୍କୁଡଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଅଛି l ଅଶୋକ ମହାଙ୍କୁଡ ପୂର୍ବରୁ ଛାତ୍ରନେତା ଭାବେ ୨0 ବର୍ଷ ଧରି ବିଜେଡି ପାଇଁ କାର୍ଯ୍ୟ କରି ଆସୁଥିବା ବେଲେ ବିଗତ ବର୍ଷ ତାଙ୍କ ଉପରେ ଭରସା କରି ଗଞ୍ଜାମ ଜିଲ୍ଲା ବିଜେଡି ଦଳ ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଥିଲେ l ପୂଣି ଚଳିତ ବର୍ଷ ଅଶୋକ କୁମାର ମହାଙ୍କୁଡ ଗଞ୍ଜାମ ଜିଲ୍ଲା ବିଜେଡିର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ପୁରୁଷୋତ୍ତମପୁର ଏନଏସି ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅଛୁଟୁଚି l ବିଜେଡି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଲା ପରେ ସେ ଓଡିଶା ମୁଖ୍ୟମନ୍ତ୍ରୀ, ମାନସ ରଞ୍ଜନ ମଙ୍ଗରାଜ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ଜିଲ୍ଲା ବିଜେଡି ସଭାପତି-ଡ଼କ୍ଟର ରମେଶ ଚନ୍ଦ୍ର ଚ୍ୟାପଟ୍ଟନାୟକ,ପୁରୁଷୋତ୍ତମପୁର ଏନଏସି ର ମୋତେ ଭଲ ପାଉଥିବା ଜନସାଧାରଣଙ୍କ ସହିତ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଦଳୀୟ ନେତୃତ୍ୱ ମଣ୍ଡଳୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି l ଦଳକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି l
Latest article
NHRC, India takes suo motu cognizance of the reported trafficking, selling and sexual assault of a...
The National Human Rights Commission (NHRC), India has taken suo motu cognizance of a media report that a 17-year-old tribal girl from the Kankadahada area of...
Cabinet approves the construction of new coastal Highway from Rameshwar to Paradeep (Part of...
The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the construction of new coastal Highway from...
National Prudence, Fuel Conservation and Responsible Gold Consumption in Times of Global Uncertainty
Calibrated fuel prioritisation policies during emergencies may ensure that essential public utilities receive priority access over luxury or non-essential consumption. Such measures must remain...





































