ଅଶାନ୍ତିର ମେରୁରେ ପେରୁ

0
291

ଲାଟିନ ଆମେରିକାର ପଶ୍ଚିମ ଉପକୂଳର ଦେଶ ପେରୁ ଏବେ ଅଶାନ୍ତିର ମେରୁ ଉପରେ ଛିଡା ହୋଇଛି । ବାରମ୍ବାର ଦେଶର ନେତୃତ୍ୱ ବଦଳିବା ଲୋକମାନଙ୍କ ଅଶାନ୍ତିକୁ ବଢାଇ ଦେଇଛି । ୭ ଡିସେମ୍ବର ଦିନ ଦେଶର ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ମହାଭିଯୋଗ ମାଧ୍ୟମରେ କ୍ଷମତାଚୁ୍ୟତ କରିବା ପରେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଏବଂ ଷଡଯନ୍ତ୍ର ଅଭିଯୋଗ ଅଣାଯାଇ ଗିରଫ କରାଯାଇଛି । ଏହା ପରେ ପରେ ସାରା ଦେଶରେ କାଷ୍ଟିଲୋଙ୍କ ସମର୍ଥକଙ୍କ ସହ ଜନସାଧାରଣ ବର୍ତ୍ତମାନର ଅବ୍ୟବସ୍ଥା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ରାଜଧାନୀ ଲିମାସ୍ଥିତ ସଂସଦୀୟ ଭବନ ବାହାରେ ଲୋକେ ବିକ୍ଷୋଭ କରିବା ସହ ନୂତନ ରାଷ୍ଟ୍ରପତି ବୋଲୁଆର୍ତ୍ତେଙ୍କ ଇସ୍ତଫା ଦାବି କରୁଛନ୍ତି । କଂଗ୍ରେସର ଅଧିବେଶନ ·ଲିଥିଲା ବେଳେ ସାଂସଦମାନଙ୍କ ମଧ୍ୟରେ ହାତାହାତି ହେବା ଯୋଗୁ ଅଧିବେଶନ ବାତିଲ କରାଯାଇଛି । ଦେଶରେ ଗ୍ୟାସ, ସାର ପରି ଆବଶ୍ୟକ ବସ୍ତୁଗୁଡିକର ଦ୍ରୁତ ମୂଲ୍ୟବୃଦ୍ଧି ବେଳେ ସରକାର ଏସବୁକୁ ନିୟନ୍ତ୍ରଣ କରିବା ବଦଳରେ ଦୃଷ୍ଟି ହଟାଇବା ପାଇଁ ଏଭଳି ଉଦ୍ୟମ କରିଛନ୍ତି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ ଆଣିଛନ୍ତି । କାଷ୍ଟିଲୋଙ୍କ କମୁ୍ୟନିଷ୍ଟ ସମର୍ଥକମାନେ ଆନେ୍ଦାଳନ କରିବା କଥା ସରକାରଙ୍କ ପକ୍ଷରୁ କୁହାଯାଇଛି । ପେରୁର ଦ୍ୱିତୀୟ ବଡ ସହର ଅରେକୁ୍ୟପାଠାରେ ବିମାନବନ୍ଦରକୁ ଆନେ୍ଦାଳନକାରୀମାନେ ଦଖଲକୁ ନେଇଛନ୍ତି । ଦେଶର ଦକ୍ଷିଣରେ ଥିବା ଅନ୍ୟ ଏକ ସହର ଅନ୍ଦାହୁୟଲାସଠାରେ ପୁଲିସର ଗୁଳି·ଳନା ଯୋଗୁ ଅନେକ ମୃତାହତ ହୋଇଥିବା ଖବର ମିିଳିଛି । ଅପୁରିମାକ ସହରରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସରକାର ବିରୋଧୀ ବିକ୍ଷୋଭ କ୍ରମଶଃ ଦଙ୍ଗାଗୋଳ ଆଡକୁ ମୁହାଁଇଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଆଲବର୍ଟୋ ଓଟାରୋଲା ଦେଶରେ ୩୦ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି । ୭ ଡିସେମ୍ବର ଦିନ ନିଯୁକ୍ତ ନୂଆ ରାଷ୍ଟ୍ରପତି ଦିନା ବୋଲୁଆର୍ତ୍ତେ ଦୁର୍ନୀତିଗସ୍ତ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏପ୍ରିଲ ୨୦୨୪ରେ ହେବାକୁ ଥିବା ନିର୍ବାଚନକୁ ଖୁବ୍ ଶିଘ୍ର କରିବା ଲାଗି ଏବେ ଦାବି ଉଠିଲାଣି ।
ପେରୁରେ ପୁଲିସର ଅଭଦ୍ର ବ୍ୟବହାର, ମହିଳା ଓ ଝିଅମାନଙ୍କ ଅଧିକାର, ଦିବ୍ୟାଙ୍ଗ ଅଧିକାର, ସଶସ୍ତ୍ର ଗୋଷ୍ଠୀମାନଙ୍କ ଦ୍ୱାରା ଅତ୍ୟା·ର । ଭୋଟ ଦେବା ଅଧିକାର ଏବଂ ନିର୍ବାଚନରେ ଲଢିବା ଅଧିକାର, ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ଆଦି ବଡ ସମସ୍ୟା ହୋଇଛି । ଗତବର୍ଷ ଜୁନ ୬ରେ ଅନୁଷ୍ଠିତ ନିର୍ବାଚନରେ ପେଡ୍ରୋ କାଷ୍ଟିଲୋ ମୁକ୍ତ ଓ ଅବାଧ ନିର୍ବାଚନରେ ବିଜୟୀ ହୋଇଥିଲେ । କିନ୍ତୁ କାଷ୍ଟିଲୋଙ୍କ ବିରୋଧୀ କେଇକୋ ପୁଂଜିମୋରୀ କାଷ୍ଟିଲୋ ଜାଲିଆତି କରି ବିଜୟୀ ହୋଇଥିବା ଅଭିଯୋଗ କରିଆସିଛନ୍ତି । କାଷ୍ଟିଲୋଙ୍କ ଗରିବ ସମର୍ଥକମାନଙ୍କ ବିରୋଧରେ ପୁଂଜିମୋରୀଙ୍କ ଦଳ ଫୁଏର୍ଜା ପପୁଲାର ଅନେକ ମାମଲା ଦାଏର କରିଆସିଛି । କିନ୍ତୁ ପୁଂଜିମୋରୀ ଆଜିଯାଏ ଏଥିନେଇ କୋ÷÷ଣସି ପ୍ରକାର ପ୍ରମାଣ ଦେଇପାରି ନାହାନ୍ତି । ବିଗତ ୫ବର୍ଷ ମଧ୍ୟରେ ପେରୁବାସୀ ୭ଜଣ ରାଷ୍ଟ୍ରପତିଙ୍କୁ ଦେଖି ସାରିଲେଣି , ଯଥା ପେଡ୍ରା ପାବ୍ଲା (ଜୁଲାଇ ୨୦୧୪-୨୩ ମାର୍ଚ୍ଚ୨୦୧୮), ମାର୍ଟିନ ଭିଜକାରା (୨୩ ମାର୍ଚ୍ଚ ୨୦୧୮- ୯ ନଭେମ୍ବର୨୦୨୦), ମାନୁଏଲ ମାର୍ଲିନୋ (୧୦ ନଭେମ୍ବର ୨୦୨୦-୧୫ ନଭେମ୍ବର ୨୦୨୦) ପ୍ରାନ୍ସିସ୍କୋ ସାଗାଷ୍ଟି (୧୭ ନଭେମ୍ବର ୨୦୨୦-୨୮ ଜୁଲାଇ ୨୦୨୦) ପେଡ୍ରୋ କାଷ୍ଟିଲୋ ୨୮ ଜୁଲାଇ ୨୦୨୧- ୭ ଡିସେମ୍ବର ୨୦୨୨), ଦିନା ବୋଲୁଆର୍ତ୍ତେ (୭ ଡିସେମ୍ବର ୨୦୨୨) । ଦେଶର ଅପୁରିମାକ, ଇନେ, ମାଣ୍ଟାରୋ ପାର୍ବତ୍ୟାଞ୍ଚଳରେ ସଶସ୍ତ୍ର କମୁ୍ୟନିଷ୍ଟ ପାର୍ଟି -ପେରୁ (ଏମ୍ପିସିପି) ନିଶା ମାଫିଆଙ୍କ ସହ ମିଶି ଗଣହତ୍ୟାରେ ସାମିଲ ରହିଥିବା ଅଭିଯୋଗ ହେଉଛି । ୨୩ ମେ ୨୦୨୧ରେ ପେରୁ ସେନାର ଯୁଗ୍ମ ଅଧ୍ୟକ୍ଷ ସ୍ୱୀକାର କରିଥିଲେ ଯେ ଏହି ରାଜନୈ÷ତିକ ଦଳ ସାନ ମାଗୁଏଲ, ଇନେରେ ୪ ପିଲାଙ୍କ ସହ ମୋଟ ୧୬ଜଣଙ୍କୁ ହତ୍ୟା କରିଥିଲା, ଯେଉଁମାନେ ସାଧାରଣ ନାଗରିକ ଥିଲେ । ସେମିତି ନଭେମ୍ବର ୨୦୨୦ରେ ରାଷ୍ଟ୍ରପତି ଭିଜ୍କାରାଙ୍କୁ କ୍ଷମତାରୁ ହଟାଇବା ପାଇଁ ହୋଇଥିବା ଆନେ୍ଦାଳନରେ ୨ଜଣ ଲୋକଙ୍କ ମୃତୁ୍ୟ ଘଟିଥିଲା ବେଳେ ପ୍ରାୟ ୨୦୦ଆନେ୍ଦାଳନକାରୀ ଆହତ ହୋଇଥିଲେ ।
୩କୋଟି ୨୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଲାଟିନ ଆମେରିକାର ରାଷ୍ଟ୍ରର ଆର୍ଥôକ ବିକାଶ ହାର ୯.୬ ପ୍ରତିଶତ (୨୦୧୮) ରହିଛି । ଦେଶରେ ବଦୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ସହ ରାଷ୍ଟ୍ରପତି ପ୍ରଧାନ ଶାସନତନ୍ତ୍ର ପ୍ରଚଳିତ । ୧୯୯୩ର ସାମ୍ବିଧାନିକ ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କ ହାତରେ ଅଧିକ କ୍ଷମତା ଦିଆଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ରହିଛି । ରାଷ୍ଟ୍ରପତି ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଇଥାଆନ୍ତି, ଯେଉଁମାନେ କି ଦେଶର ୧୮ଟି ମୁଖ୍ୟ ବିଭାଗକୁ ସମ୍ଭାଳିଥାନ୍ତି । ପେରୁଭଳି ଛୋଟିଆ ଦେଶରେ ଥିବା ସୁପ୍ରିମକୋର୍ଟରେ ୧୮ଜଣ ବି·ରପତି ରହିଛନ୍ତି । ଦେଶରେ ୨୮ଟି ଉପରିସ୍ଥ ଅଦାଲତ, ୧୯୫ଟ୍ରାଏଲ କୋର୍ଟ, ୧୮୩୮ ଜିଲ୍ଲା ଅଦାଲତ ରହିଛି । ଦେଶର ନିର୍ବାଚନରେ ୧୮ରୁ ୭୦ବର୍ଷ ବୟସ୍କ ଲୋକେ ମତଦାନ କରିବାକୁ ବାଧ୍ୟ । ତେବେ ଦେଶରେ ୧୯୮୦ରୁ ୨୦୦୦ପର୍ଯ୍ୟନ୍ତ ·ଲିଥିବା ଗୃହଯୁଦ୍ଧରେ ପ୍ରାୟ ୭୦ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା । ହେଲେ ହଜାର ହଜାର ସଂଖ୍ୟକ ମାମଲା ଦଶନ୍ଧି ଧରି ପଡିରହିଥିଲେ ମଧ୍ୟ ଅଳ୍ପ କେଇଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିରୋଧୀ ନେତା ପୁଂଜିମୋରୀ ତାଙ୍କ ଶାସନ କାଳରେ (୧୯୯୦-୨୦୦୦) ହତ୍ୟାକାରୀ ଗୋଷ୍ଠୀ ଗଠନ କରି ବିଚ୍ଛିନ୍ନତାବାଦ ବିରୋଧୀ ଅଭିଯାନ ନାମରେ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ । ପୁଂଜିମୋରୀ ଏବେ ୨୫ବର୍ଷ ପାଇଁ ସଜା ଭୋଗୁଛନ୍ତି । ସେମିତି ପୂର୍ବତନ ରାଷ୍ଟ୍ରପତି ଆଲାନ ଗାର୍ସିଆ ଦୁ୍ର୍ନୀତି ଅଭିଯୁକ୍ତ ହୋଇ ପୁଲିସ ଦ୍ୱାରା ଗିରଫ ହେବା ଭୟରେ ଏପ୍ରିଲ ୨୦୧୯ରେ ଆତ୍ମହତ୍ୟା କରିଥିଲେ । ପୂର୍ବତନ ରାଷ୍ଟ୍ରପତି ଓଲାଣ୍ଟା ହୁମାଲା (୨୦୧୧-୧୬)ଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗର ଅନୁସନ୍ଧାନ ଜାରିରହିଛି । ହୁମାଲାଙ୍କ ପରବର୍ତ୍ତୀ ରାଷ୍ଟ୍ରପତି ପେଡ୍ରୋ ପାବ୍ଲୋ କୁଜନସ୍କି (୨୦୧୬-୧୮) ଠିକା ଜାଲିଆତି ଅଭିଯୋଗରେ ଗୃହବନ୍ଦୀ ରହିଆସିଛନ୍ତି । ପୂର୍ବତନ ରାଷ୍ଟ୍ରପତି ମାର୍ଟନ ଭିଜକାରା (୨୦୧୮-୨୦) ଲାଞ୍ଚ ନେବା ଅଭିଯୋଗରେ କଂଗ୍ରେସ ଦ୍ୱାରା କ୍ଷମତାଚୁ୍ୟତ ହୋଇଥିଲେ ।ଯୁକ୍ତରାଷ୍ଟ୍ର ଆମେରିକା,ଚୀନ, ୟୁରୋପୀୟ ୟୁନିଅନ, ଜାପାନ ଆଦି ରାଷ୍ଟ୍ରସହ ପେରୁର ମୁକ୍ତ ବାଣିଜ୍ୟ ବୁଝାମଣା ରହିଛି । ପେରୁ ସେନାବାହିନୀରେ ୩୯୨,୬୬୦ ଯବାନ ରହିଛନ୍ତି । ତନ୍ମଧ୍ୟରେ ୧୨୦,୬୬୦ ନିୟମିତ ଏବଂ ୨୭୨,୦୦୦ ସଂରକ୍ଷିତ ଯବାନ ରହିଛନ୍ତି । ପେରୁର ସେନାବାହିନୀ ଏବଂ କ୍ଷମତାଚୁ୍ୟତ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣପେରୁର ଏୟାକୁେ· ସହରରେ ୧୦ ଡିସେମ୍ବର ଦିନ ସଂଘର୍ଷ ଯୋଗୁ ପ୍ରାୟ ୭ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । କାଷ୍ଟିଲୋଙ୍କ ସପକ୍ଷରେ ଦେଶର ଶ୍ରମିକ ସଂଗଠନ, ମୂଳ ଅଧିବାସୀଙ୍କ ସଂଗଠନ, ଗରିବ କୃଷକମାନଙ୍କ ଅନେକ ସଂଗଠନ ବାହାରିଛନ୍ତି ।
ପେରୁରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି । ୟୁକ୍ରେନ ଯୁଦ୍ଧ ପରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ, ସାର, ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ସରକାର ଉପରେ ଅସନ୍ତୁଷ୍ଟ ରହିଛନ୍ତି । କାରଣ ବିଗତ ବର୍ଷମାନଙ୍କରେ ରାଜନେତାମାନେ ଦୁର୍ନୀତି ଅଭିଯୋଗରେ କ୍ଷମତାଚୁ୍ୟତ ହେବା ଯୋଗୁ ଦେଶରେ ଶାସନଗତ ଅସ୍ଥିରତା ସୃଷ୍ଟି ହୋଇଆସିଛି । ଚଳିତମାସ ରାଷ୍ଟ୍ରପତି କାଷ୍ଟିଲୋଙ୍କ ବିରୁଦ୍ଧରେ ଛଅଗୋଟି ଅପରାଧିକ ଅନୁସନ୍ଧାନ ଜାରି ରହିଛି । ବି·ର ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରିବା ଏବଂ ସରକାରୀ ଠିକାରୁ ଲାଭ ପାଇବା ଲାଗି ଅପରାଧୀଙ୍କ ଗୋଷ୍ଠୀଙ୍କୁ କାର୍ଯ୍ୟରେ ଲଗାଇବା ପରି ଅଭିଯୋଗ କାଷ୍ଟିଲୋଙ୍କ ବିରୁଦ୍ଧରେ ରହିଛି । ପୂର୍ବରୁ ଦୁଇଥର କାଷ୍ଟିଲୋଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଚେଷ୍ଟା କରି କଂଗ୍ରେସ ବିଫଳ ହୋଇଥିଲା । ସେ କଂଗ୍ରେସକୁ ଭାଙ୍ଗିଦେବାକୁ ଧମକ ଦେବାପରେ ତୃତୀୟ ଥର ପାଇଁ ମତଦାନ ନିଷ୍ପତ୍ତି ହୋଇଥିଲା । କାରଣ ରାଷ୍ଟ୍ରପତି କାଷ୍ଟିଲୋ ଟେଲିଭିଜନ ଭାଷଣରେ କଂଗ୍ରେସର କାର୍ଯ୍ୟକାଳକୁ ସୀମିତ କରିବାକୁ ଘୋଷଣା କରିବାପରେ ତାଙ୍କ ସହଯୋଗୀମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ସେନା ଓ ପୁଲିସ କାଷ୍ଟିଲୋଙ୍କ ଉଦ୍ୟମକୁ ଗ୍ରହଣ କରିନଥିଲେ । ଯୁକ୍ତରାଷ୍ଟ୍ର ଆମେରିକା କାଷ୍ଟିଲୋଙ୍କ ବିରୋଧୀଙ୍କୁ ସମର୍ଥନ କଲା । ଫଳରେ କାଷ୍ଟିଲୋ ମହାଭିଯୋଗର ସମ୍ମୁଖୀନ ହୋଇ କ୍ଷମତା ହରାଇଲେ । ତାଙ୍କ ସହ କାର୍ଯ୍ୟକରୁଥିବା ଉପରାଷ୍ଟ୍ରପତି ଶ୍ରୀମତୀ ବୋଲୁଆର୍ତ୍ତେ ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । କାଷ୍ଟିଲୋଙ୍କୁ ଗିରଫ କରାଯାଇ ଏବେ ଲିମା ସହରର ବାହାରେ ଥିବା ନୋ÷÷ସେନା ଘାଟୀରେ ଅଟକ ରଖାଯାଇଥିବା ଜଣାପଡିଛି । ସଂପ୍ରତି ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଶ୍ରୀମତୀ ବୋଲୁଆର୍ତ୍ତେ (୬୦) ପେସାରେ ଓକିଲ ଏବଂ ମାର୍କ୍ସବାଦୀ ନେତ୍ରୀ । ଗତବର୍ଷ ଦଳୀୟ ନେତାଙ୍କୁ ସମାଲୋଚନା କରି ସେ ତଡା ଖାଇଥିଲେ । ଗତମାସ ସେ ନିଜର ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ କାଷ୍ଟିଲୋ ନୂଆ ମନ୍ତ୍ରିମଣ୍ଡଳ ଗଠନ କରି ଅନେକ ଅପାରଗ ଲୋକଙ୍କୁ ମନ୍ତ୍ରୀ କରିଥିବା ଅଭିଯୋଗ ଉଠିଥିଲା । ଏପରିକି କେତେକଙ୍କ ନାମରେ ଅପରାଧିକ ମାମଲା ମଧ୍ୟ ରହିଥିଲା । ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ବୋଲୁଆର୍ତ୍ତେ ଇସ୍ତଫା ଦେଇ କାଷ୍ଟିଲୋଙ୍କ ପ୍ରମୁଖ ବିରୋଧୀ ହୋଇଥିଲେ । ରାଜନୀତିର ଏହି ହଟଚମଟ ମଧ୍ୟରେ ପେରୁର ସାଧାରଣ ଲୋକେ ବହୁ କଷ୍ଟ ଭୋଗୁଛନ୍ତି । ଦେଶର ଶାସନଗତ ଅସ୍ଥିରତା ଯୋଗୁ ସମସ୍ୟା ଦିନକୁଦିନ ବଢିବାରେ ଲାଗିଛି ।

LEAVE A REPLY