ଏସିଆର ପ୍ରମୁଖ ଦେଶଗୁଡିକ ମଧ୍ୟରେ ଜାପାନ ଏକ ବିକଶିତ ରାଷ୍ଟ୍ର । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇ ମଧ୍ୟ ଜାପାନ ନିଜକୁ ଗଢିବା ଉଦ୍ୟମ ଏପର୍ଯ୍ୟନ୍ତ ଜାରି ରଖିଛି । ଆମେରିକାର ପର୍ଲହାର୍ବର ଉପରେ ୭ ଡିସେମ୍ବର ୧୯୪୧ରେ ଜାପାନୀ ସେନାର ଆକ୍ରମଣରେ ୮ ଯୁଦ୍ଧପୋତ, କ୍ରୁଇଜର, ଡେଷ୍ଟ୍ରୟର, ୨୦୦ ଯୁଦ୍ଧ ବିମାନ ନଷ୍ଟ ହେବା ସହ ପ୍ରାୟ ୨୪୦୦ ସେନାଙ୍କ ମୃତୁ୍ୟ ହୋଇଥିଲା ଓ ୧୧୭୮ ସୈନ୍ୟ ଆହତ ହୋଇଥିଲେ । ଏହାର ଜବାବରେ ଆମେରିକା ୬ ଓ ୮ ଅଗଷ୍ଟ ୧୯୪୫ରେ ହିରୋସୀମା ଏବଂ ନାଗାସାକୀ ଉପରେ ଆକ୍ରମଣ କରି ପରମାଣୁ ବୋମା ପକାଇବା ଯୋଗୁ ପ୍ରାୟ ୫ଲକ୍ଷ ଲୋକ ମୃତାହତ ହୋଇଥିଲେ । ଏହାପରେ ଜାପାନୀ ସେନା ଆତ୍ମସମର୍ପଣ କରିଥିଲେ । ଜାପାନର ସମ୍ବିଧାନରେ ଧାରା -୯ ଅନୁସାରେ ଜାପାନ କୋଣସି ରାଷ୍ଟ୍ର ଉପରେ ଆକ୍ରମଣ କରିବ ନାହିଁ ବୋଲି ଯୋଡାହେଲା । ୧୯୬୦ରେ ଆମେରିକା-ଜାପାନ ମଧ୍ୟରେ ଚୁକ୍ତି ହେବାପରେ ଜାପାନର ସୁରକ୍ଷା ପାଇଁ ସ୍ଥାୟୀ ଭାବରେ ଆମେରିକାର ସେନା ଜାପାନରେ ରହିଲେ । ସେମାନଙ୍କ ଖର୍ଚ୍ଚ ଜାପାନ ଦେବାକୁ ବ୍ୟବସ୍ଥା ରହିଲା । ଯେଉଁଥିପାଇଁ ଏବେ ମଧ୍ୟ ବହୁସଂଖ୍ୟାରେ ଆମେରିକାର ସେନା ଜାପାନରେ ରହିଲେ । ଡିସେମ୍ବର ୧୯୬୭ରେ ପ୍ରଧାନମନ୍ତ୍ରୀ ଐସାକୁ ସାତୋ ଜାପାନ ଆଣବିକ ଅସ୍ତ୍ର ନିର୍ମାଣ, ପରୀକ୍ଷଣ କିମ୍ବା ପ୍ରୟୋଗ ପାଇଁ ନିଜ ମାଟିକୁ ବ୍ୟବହାର କରିବ ନାହିଁ ବୋଲି ଘୋଷଣା କଲେ । କିନ୍ତୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ତାଇୱାନ ଦଖଲ ପାଇଁ ଚୀନର ପ୍ରୟାସ, ଉତ୍ତର କୋରିଆର ଜାପାନ ବାୟୁସୀମା ମଧ୍ୟ ଦେଇ କ୍ଷେପଣାସ୍ତ୍ର ପରୀକ୍ଷଣ, ନିକଟରେ ରୁଷ-ଚୀନର ବୋମାବର୍ଷକ ବିମାନ ଜାପାନର ବାୟୁସୀମାରେ ପ୍ରବେଶ କରିବା ଘଟଣାକୁ ଜାପାନ ଗୁରୁତର ଭାବେ ଗ୍ରହଣ କରିଛି । ଆମେରିକା ସରକାରର ଅସ୍ଥିର ନୀତି ଆଗାମୀ ଦିନରେ ଜାପାନକୁ ସୁରକ୍ଷା ଦେଇପାରିବ ନାହିଁ ବୋଲି ଜାପାନର ଭରସା କମିବାରେ ଲାଗିଛି । ତେଣୁ ଜାପାନ ଆଗାମୀ ଦିନରେ ୨୦ହଜାର ଟନ୍ ବିଶିଷ୍ଟ ଡେଷ୍ଟ୍ରୟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ମାୟା ଶ୍ରେଣୀର ଯୁଦ୍ଧପୋତ ଜେ.ଏସ୍.ମାୟା (୧୯.୦୩.୨୦୨୦) ଏବଂ ଜେଏସ୍ ହାଗୁରୋ (୧୯.୦୩.୨୦୨୧) ଜାପାନ ହାତରେ ରହିଛି ।
ଜାପାନର ସୁରକ୍ଷା ପାଇଁ ଜାପାନର ନିଜସ୍ୱ ସେ ବାହିନୀ ଗଢାଯିବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୪ରୁ ଆତ୍ମରକ୍ଷା କଥା କହିବାକୁ ଆରମ୍ଭ କରିଥଲେ । କିନ୍ତୁ ଚଳିତବର୍ଷ ନିର୍ବାଚନ ପ୍ର·ର କରିବା ସମୟରେ ନାରା ସହରରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ତାଙ୍କର ମୃତୁ୍ୟ ହୋଇଥିଲା । କିନ୍ତୁ ତାଙ୍କ ଉପରେ ଆକ୍ରମଣ କରିଥିବା ୪୧ବର୍ଷୀୟ ୟାମାଗାମୀ ଯେଉଁ ୟୁନିଫିକେସନ୍ ଚର୍ଚ୍ଚର କଥା କହିଥିଲା ତା ପଛରେ ବିଶେଷ ସତ୍ୟତା ନଥିବା ପରେ ଅନୁସନ୍ଧାନରୁ ଜଣାପଡିଛି । ତେଣୁ ଆବେଙ୍କ ହତ୍ୟା ପଛରେ ଆମେରିକା କିମ୍ବା ଚୀନର ଏଜେନ୍ସୀଙ୍କ ହାତ ଥିବା କଥା ଜାପାନ ସରକାର ସନେ୍ଦହ କରୁଛନ୍ତି । ତେଣେ ଶକ୍ତିଶାଳୀ ଜାପାନ ଚୀନ ପାଇଁ ଚିନ୍ତା ବଢାଇବ । ନିକଟରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଡା କାମ୍ବୋଡିଆଠାରେ ଅନୁଷ୍ଠିତ ପୂର୍ବ ଏସିଆ ଶିଖର ସମ୍ମିଳନୀରେ କହିଥିଲେ ଯେ ଚୀନର କାର୍ଯ୍ୟ ଜାପାନର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ସହ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି କରୁଛି । ସେହିପରି ୧୭ ନଭେମ୍ବର ୨୦୨୨ରେ ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ଆପେକ୍ ଆଲୋଚନାରେ କିସିଡା ସେନ୍କାକୁ ଦ୍ୱୀପ ଏବଂ ତାଇୱାନ ପ୍ରସଙ୍ଗରେ ଚୀନର ନୀତି ସହ ଏକମତ ନଥିବା ସ୍ପଷ୍ଟ କରିଥିଲେ । ଏପରିକି ଉଇଘୂରମାନଙ୍କ ମାନବାଧିକାର ପ୍ରସଙ୍ଗରେ କିସିଡା ଚୀନକୁ ପ୍ରଶ୍ନ କରିଥିଲେ ।
ଆମେରିକା ପ୍ରତିନିଧି ସଭାର ପୂର୍ବତନ ବାଚସ୍ପତି ନାନ୍ସୀ ପେଲୋସୀଙ୍କ ତାଇୱାନ ଗସ୍ତକାଳରେ ଚୀନପକ୍ଷରୁ ଶକ୍ତି ପ୍ରଦର୍ଶନ ପାଇଁ ଯେଉଁ କ୍ଷେପଣାସ୍ତ୍ର ଛଡାଯାଇଥିଲା ତାହା ଜାପାନର ସ୍ୱତନ୍ତ୍ର ଆର୍ଥôକ କ୍ଷେତ୍ରରେ ପଡିଥିଲା । ଏହିସବୁ ଦୃଷ୍ଟିରୁ ସିଞ୍ଜୋ ଆବେଙ୍କ ଠାରୁ କିସିଡାଙ୍କ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀମାନେ ଜାପାନର ସୁରକ୍ଷାକୁ କେନ୍ଦ୍ରକରି ଉଦ୍ବେଗ ପ୍ରକାଶ କରିଆସୁଛନ୍ତି । ଏକଥା ସତ ଯେ ଆବେଙ୍କ ଉପରେ ଆକ୍ରମଣ ହେଲାପରି ଅତୀତରେ ୧୯୩୦ରେ ଜାପାନ ପ୍ରଧାନମନ୍ତ୍ରୀ ସୁୟୋଶୀ ଇନୁକାଇ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପରେ ଆକ୍ରମଣ ହୋଇଥିଲା , ଯାହା ଜାପାନର ସାମରିକୀକରଣକୁ ଦ୍ରୁତତର କରିଥିଲା । ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ୟତମ କାରଣ ହୋଇଥିଲା । ଏବେ ସେମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଜାପାନର ସରକାର ରାଷ୍ଟ୍ର ଏବଂ ଲୋକଙ୍କ ପୂର୍ଣ୍ଣ ସୁରକ୍ଷା ପାଇଁ ୨୦୨୩ରେ ପ୍ରତିରକ୍ଷା ବଜେଟ ୭୯୦ ବିିଲିଅନ ଡଲାରକୁ ବୃଦ୍ଧି କରିଛନ୍ତି । ଯାହାର ପ୍ରଭାବରୁ ଅଧିକ ଟିକସ ଲୋକଙ୍କ ଉପରେ ଲାଗିପାରେ ବୋଲି କୁହାଯାଉଛି । ଚଳିତବର୍ଷ ଶେଷ ସୁଦ୍ଧା ଜାପାନର ନୂତନ ସୁରକ୍ଷା ନୀତି ପ୍ରକାଶ ପାଇବ । ତା ପୂର୍ବରୁ ଅକ୍ଟୋବର ମାସରେ ପ୍ରତିରକ୍ଷା ସହଯୋଗ ଏବଂ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ପାଇଁ ଜାପାନ ବୁଝାମଣା କରିଛି । ଡିସେମ୍ବର ମାସରେ ବ୍ରିଟେନ ସହ ପ୍ରତିରକ୍ଷା ବୁଝାମଣା ପାଇଁ ଘୋଷଣା କରାଯାଇଛି । ୨୦ବର୍ଷ ପରେ ଆନ୍ତର୍ଜାତିକ ଫ୍ଲିଟ୍ ରିଭୁ୍ୟ ଜାପାନ ଆୟୋଜିତ କରିବାକୁ ଯାଉଛି, ଯେଉଁଥିରେ ୩୮ ଯୁଦ୍ଧ ପୋତ ଅଂଶଗ୍ରହଣ କରିବେ । ଏହି ଅଭ୍ୟାସରେ ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଜାପାନର ନୋ÷÷ସେନା ଅଂଶଗ୍ରହଣ କରିବେ । ଏହାଛଡା ୪ ନଭେମ୍ବର ୨୦୨୨ରେ ଜାପାନ ନାଟୋର ସାଇବର ସୁରକ୍ଷା ପ୍ରତିରକ୍ଷା ପ୍ଲାଟଫର୍ମରେ ଯୋଗ ଦେଇଥିଲା । ଆଗାମୀ ଦିନରେ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡ ପରି ପାଞ୍ଚଆଖିଆ ଗୋଇନ୍ଦା ଗୋଷ୍ଠୀରେ ଜାପାନ ଯୋଗଦେବ ।
ଜାପାନର ସୁରକ୍ଷା ପାଇଁ ଅନେକ ଆହ୍ୱାନ ଥିଲାବେଳେ ଦେଶର ଆଭ୍ୟନ୍ତରୀଣ ସମସ୍ୟା କିଛି କମ୍ ନାହିଁ । କାରଣ ବିଗତ ୨୦ ବର୍ଷ ମଧ୍ୟରେ ଦେଶରେ ୧୦ଜଣ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ଦେଢବର୍ଷ ପୂରଣ କରିନପାରି କ୍ଷମତାରୁ ହଟିଛନ୍ତି । ନିର୍ବାଚନ ପୂର୍ବରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ସହ ଜନସମର୍ଥନ ରହିଥିଲା । ହେଲେ ଆବେଙ୍କ ମୃତୁ୍ୟ ପରେ ନିର୍ବାଚନକୁ ବିଳମ୍ବିତ ନକରିବା ହେତୁ କିସିଡାଙ୍କ ଉପରେ ଲୋକଙ୍କ ସନେ୍ଦହ ବଢିଛି । ପ୍ରଥମେ ଏହି ସରକାର ତିନିବର୍ଷ କାର୍ଯ୍ୟକରିପାରିବ ବୋଲି କୁହାଯାଉଥିଲେ ହେଁ ଏବେ କିନ୍ତୁ ସନେ୍ଦହ ବଢିବାରେ ଲାଗିଛି । ଜୁଲାଇ ୨୦୨୨ରୁ କିସିଡାଙ୍କର ଲୋକପ୍ରିୟତା ଜାପାନରେ ହ୍ରାସ ପାଇବାରେ ଲାଗିଛି । ୬୯ ପ୍ରତିଶତ ଦେଶବାସୀ ୟୁନିଫିକେସନ ଚର୍ଚ୍ଚକୁ ସରକାର ଦେଉଥିବା ସମସ୍ତ ପ୍ରକାରର ସୁବିଧାକୁ ବନ୍ଦ କରାଯିବା ·ହୁଁଛନ୍ତି । ହେଲେ ସଂସଦର ପ୍ରାୟ ୪୮୫ ଜଣ ସଦସ୍ୟଙ୍କର ସଂପର୍କ ବିବାଦୀୟ ୟୁନିଫିକେସନ ଚର୍ଚ୍ଚ ସହିତ ରହିଥିବା ଜଣାପଡିଛି । ନିର୍ବାଚନରେ କିସିଡାଙ୍କ ଦଳକୁ ପାଣ୍ଠି ଯୋଗାଣ ନେଇ ଗଣମାଧ୍ୟମରେ ଅଭିଯୋଗ ଉଠିଛି । ତାଙ୍କ ଦଳ ଲିବରାଲ ଡେମୋକ୍ରୋଟିକ ପାର୍ଟିକୁ ପ୍ରଦତ୍ତ ଦାନର ଭୁଲ ଉପଯୋଗ ନେଇ ପ୍ରଶ୍ନ ଉଠିବା ଯୋଗୁ ଗୃହମନ୍ତ୍ରୀ ମିନେରୁ ତେରାଡାଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ହୋଇଛି । ତାଙ୍କ ପୂର୍ବରୁ ୨୪ ଅକ୍ଟୋବରରେ ଆର୍ଥôକମନ୍ତ୍ରୀ ଦାୟିଶିରୋ ୟାମାଗାୱା ମଧ୍ୟ ୟୁନିଫିକେସନ୍ ଚର୍ଚ୍ଚ ସହ ସଂପର୍କ ରଖିଥିବା ଯୋଗୁ ଇସ୍ତଫା ଦେଇଥିଲେ । ୧୧ ନଭେମ୍ବର ୨୦୨୨ରେ ଅନ୍ୟଜଣେ ମନ୍ତ୍ରୀ ୟାସୁହିରୋ ମଧ୍ୟ ଇସ୍ତଫା ଦେଇଥିଲେ । ଏବେ ମନ୍ତ୍ରୀମାନଙ୍କ ଇସ୍ତଫା ଦେବାକୁ ଧାଡି ଲାଗିଥିବାରୁ ଜାପାନ ନେତାବିହୀନ ହୋଇପଡିଲା ପରି ଜଣାପଡୁଛି । କିସିଡାଙ୍କ ଭାବମୂର୍ତ୍ତି ଦୁର୍ବଳ ହେବା ଯୋଗୁ ସେ ଲୋକପ୍ରିୟତା ହରାଇଛନ୍ତି । ଆଗାମୀ ଦୁଇବର୍ଷ ପାଇଁ କୋ÷÷ଣସି ନିର୍ବାଚନ ନଥିଲେ ମଧ୍ୟ ସରକାରଙ୍କ ସ୍ଥିରତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କୋରୋନା ଯୋଗୁ ପୃଥିବୀର ଅନେକ ଦେଶର ମୁଦ୍ରା ଦୁର୍ବଳ ହେଲାପରି ଜାପାନର ୟେନ ମଧ୍ୟ ଦୁର୍ବଳ ହୋଇଛି । ଜାନୁଆରୀରେ ଡଲାର ପିଛା ୧୧୩ ୟେନ ଥିଲାବେଳେ ଏପ୍ରିଲ ମାସରେ ୧୩୦ ଏବଂ ଅକ୍କୋବର ୨୦ ବେଳକୁ ୧୫୦କୁ ଖସିଯାଇଥିଲା । ସେଥିପାଇଁ ଚଳିତବର୍ଷ ଦେଶର ବିକାଶ ହାର ୧.୨ ପ୍ରତିଶତ କମ୍ ହୋଇଥିଲା । ବହୁଦିନ ଧରି ଦେଶର ଏହି ଧୀମା ବୃଦ୍ଧିହାର ଲାଗିରହିଛି । ମୁଦ୍ରାସ୍ଫୀତି ୪୦ବର୍ଷର ରେକର୍ଡକୁ ଟପିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୨ରେ ନୂଆ ଅର୍ଥନୀତି ଘୋଷଣା କରିଥିଲେ ଯାହାକୁ ସିବେ ଅର୍ଥନୀତି କୁହାଗଲା । ଦେଶର ଆର୍ଥôକ ସୁଧାର ପାଇଁ ସେ କମ୍ ସୁଧହାର ଏବଂ ଅଧିକ ଖର୍ଚ୍ଚ କରିବା ଉପରେ ଜୋର ଦେଇଥିଲେ । ମୁଦ୍ରାନୀତି ସହଜ ହେବା ପାଇଁ ସେ କହୁଥିଲେ । ବୟସ୍କ ଲୋକଙ୍କ ଯନô ପାଇଁ ଅଧିକ ଧ୍ୟାନ ଦେବାକୁ ସେ ଜୋର ଦେଉଥିଲେ ।
ଏବେ ଆବେଙ୍କ ମୃତୁ୍ୟପରେ ଜାପାନ ରାଜନୈତିକ ନେତୃତ୍ୱ ଦୃଷ୍ଟିରୁ ଦୁର୍ବଳ ହୋଇଛି ଏବଂ ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା ବଢିଛି, ବାହ୍ୟଶକ୍ତିଙ୍କ ଆକ୍ରମଣ ଭୟ ମଧ୍ୟ ବଢିଛି । ଜାପାନର ଏହି ଅସ୍ଥିରତା ପାଇଁ ଭାରତର ଚିନ୍ତା ମଧ୍ୟ ବଢିବ, ଏଥିରେ ସନେ୍ଦହ ନାହିଁ । କାରଣ ଜାପାନ ଭାରତରେ ୫ମ ବଡ ପୁଞ୍ଜି ନିବେଶକ ରାଷ୍ଟ୍ର । ପ୍ରାୟ ୩୭ ବିଲିଅନ ଡଲାର ଭାରତରେ ନିବେଶ କରିଛି ଜାପାନ । ଆଗାମୀ ୫ବର୍ଷରେ ଅଧିକ ୪୨ ବିଲିଅନ ଡଲାର ପୁଞ୍ଜିନିବେଶ ପାଇଁ ଜାପାନର ପ୍ରତିଶ୍ରୁତି ରହିଛି । ଗତ ମାର୍ଚ୍ଚ ମାସରେ କିସିଡାଙ୍କ ଭାରତ ଗସ୍ତ କାଳରେ ୧୪ଶ ଭାରତ-ଜାପାନ ଶିଖର ବୈ÷ଠକ ହୋଇଥିଲା । ଭାରତର ପଛୁଆ ଅଞ୍ଚଳ ଉତ୍ତରପୂର୍ବାଞ୍ଚଳ ଏବଂ ଆଣ୍ଡାମାନ-ନିକୋବରରେ ଜାପାନ ପୁଞ୍ଜି ନିବେଶ କରୁଛି । ଜାପାନ ଇଣ୍ଟରନେସନାଲ ଏଜେନ୍ସୀ ୧୩୩ମିଲିଅନ ଡଲାର ଆଣ୍ଡାମାନ ନିକୋବରର ବିଦୁ୍ୟତ ଯୋଗାଣ ପାଇଁ ଖର୍ଚ୍ଚ କରିବାକୁ କହିଛି । ଭାରତରେ ବୁଲେଟ ଟ୍ରେନ ପ୍ରକଳ୍ପ, ବନ୍ଦର, ଜଳ ଯୋଗାଣ, ଶକ୍ତି, କୃଷି, ମେଟ୍ରୋ ରେଳ ପ୍ରକଳ୍ପ, ରିଙ୍ଗ ରୋଡ୍ ପରି ପ୍ରକଳ୍ପରେ ପ୍ରାୟ ୭୫୦୦୦ କୋଟି ଡଲାର ଜାପାନ ଖଟାଇଛି,୨୯ଟି ଜଳପ୍ରକଳ୍ପ ପାଇଁ ୩୦୦୦୦କୋଟି ଡଲାର ଦେଇଛି । କୃଷି ଓ ଶକ୍ତି ଆଦି କ୍ଷେତ୍ରରେ ୨୦୦୬ରୁ ଜାପାନୀ କମ୍ପାନୀମାନେ କାର୍ଯ୍ୟ କରୁଛନ୍ତି । ୮ ରାଜ୍ୟର ୧୧ ଶିଳ୍ପ ନଗରୀରେ ୧୪୦୦ ଜାପାନ କମ୍ପାନୀ ଉଚ୍ଚ ଜ୍ଞାନକୋ÷÷ଶଳଯୁକ୍ତ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ । ୨୦୧୬-୨୦ ମଧ୍ୟରେ ଭାରତର ଆଇଟି କ୍ଷେତ୍ରରେ ୯.୨ ବିଲିଅନ ଡଲାର ଜାପାନ ନିବେଶ କରିଛି । ବର୍ତ୍ତମାନ ସୁଦ୍ଧା ଜାପାନ ସହଯୋଗ ପ୍ରକଳ୍ପରେ ଭାରତର ୧.୦୨ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି, ଯାହା ୨୦୨୩ ବେଳକୁ ବୃଦ୍ଧିପାଇ ୩.୬୧ଲକ୍ଷ ହେବ । ୧୯୫୮ରୁ ଭାରତକୁ ଜାପାନ ଆର୍ଥôକ ସହାୟତା ଦେଇଆସୁଛି । ତେଣୁ ଜାପାନର ଆଭ୍ୟନ୍ତରୀଣ ସମସ୍ୟା କମ୍ ହେବା ଭାରତ ପାଇଁ ମଙ୍ଗଳକର ।