ପୁତିନଙ୍କ ତୃତୀୟ ବିଶ୍ୱଯୁଦ୍ଧ ଧମକ

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୧୬ ମାର୍ଚ୍ଚରେ ଘୋଷିତ ରାଷ୍ଟ୍ରପତି ନିର୍ବାଚନରେ ପୁନର୍ବାର ୬ବର୍ଷ ପାଇଁ ବିଜୟୀ ହୋଇଛନ୍ତି । ତାଙ୍କର ଏହି ବିଜୟ ପରେ ସେ ଷ୍ଟାଲିନଙ୍କ ଅଧିକ ଦିନ ଶାସନରେ ରହିବା ରେକର୍ଡକୁ ଭଙ୍ଗ କରିିଛନ୍ତି । ୭୧ବର୍ଷୀୟ ପୁତିନଙ୍କୁ ୮୭.୮ ପ୍ରତିଶତ ଭୋଟ ମିଳିବା ପରେ ଏହା ସୋଭିଏତ୍ ପରବର୍ତ୍ତୀ ଶାସନକାଳରେ ସର୍ବାଧିକ ମତ ବୋଲି କୁହାଯାଉଛି । ଏହି ଜନସମର୍ଥନକୁ ଆଧାର କରି ପୁତିନ ଆଗାମୀ ଦିନରେ ଅଧିକ କଠୋର ନିଷ୍ପତ୍ତି ନେବାର ସୂଚନା ମିଳିଲାଣି । ତାଙ୍କ ନିକଟତମ ପ୍ରାର୍ଥୀ କମୁ୍ୟନିଷ୍ଟ ପାର୍ଟିର ନିକୋଲାଇ ଖାରିତନୋଭଙ୍କୁ ୪ ପ୍ରତିଶତରୁ କମ୍ ଭୋଟ ମିଳିଛି । ନୂତନ ପ୍ରାର୍ଥୀ ଭ୍ଲାଦିସ୍କାଭ ଡାଭାନକୋଭ ତୃତୀୟ ସ୍ଥାନରେ ଏବଂ ରାଷ୍ଟ୍ରବାଦୀ ଲିଓନିଡ ସ୍କଟସ୍କି ଚତୁର୍ଥ ସ୍ଥାନରେ ରହିଛନ୍ତି । ପୁତିନ ନିର୍ବାଚନରେ ବିଜୟୀ ହେବାପରେ ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧ ସଂକେତ ଦେଇଛନ୍ତି । ଋଷିଆ ତୃତୀୟ ବିଶ୍ୱଯୁଦ୍ଧର ଲକ୍ଷ୍ୟସ୍ଥଳରୁ ଅଳ୍ପ ଦୂରରେ ରହିଥିବା କଥା ପୁତିନ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଋଷିଆ ଏବଂ ନାଟୋ ମେଣ୍ଟର ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କ ସହ ଯୁଦ୍ଧ ହେବାର ସମ୍ଭାବନାକୁ ସେ ଏଡାଇ ଦେଇନାହାନ୍ତି । ଏପରିକି ଆବଶ୍ୟକ ପଡିଲେ ଋଷିଆ ପରମାଣୁ ଅସ୍ତ୍ରକୁ ପ୍ରୟୋଗ କରିବାକୁ ପଛାଇବ ନାହିଁ ବୋଲି ମଧ୍ୟ ଚେତାବନୀ ଶୁଣାଇଛନ୍ତି । ଋଷିଆର ୧୧.୪୨କୋଟି ମତଦାତା (୭୨.୮୪ ପ୍ରତିଶତ) ନିର୍ବାଚନ ପାଇଁ ତିନିଦିନରେ ଭୋଟ ଦେଇଥିଲେ । ତିନି ପର୍ଯ୍ୟାୟର ମତଦାନ ୧୬ମାର୍ଚ୍ଚ ଦିନ ଶେଷ ହୋଇଥିଲା । ବିଗତ ୨୦୦ବର୍ଷର ଋଷିଆ ଇତିହାସରେ ପୁତିନ ସର୍ବାଧିକକାଳ ଶାସନରେ ଥିବା ବ୍ୟକ୍ତି ହେବେ । ସେ ଏବେ ପଞ୍ଚମଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି । ୧୯୯୯ରୁ ଆଜି ଯାଏଁ ସେ ଋଷିଆର କ୍ଷମତା କେନ୍ଦ୍ରରେ ରହିଆସିଛନ୍ତି । ୧୯୯୯ରେ ସେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ନିଜ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇ ଦୁଇଥର ରାଷ୍ଟ୍ରପତି ହେବା ବ୍ୟବସ୍ଥାର ସଂଶୋଧନ କରାଇଥିଲେ । ୨୦୧୨ରେ ସେ ପୁଣିଥରେ ରାଷ୍ଟ୍ରପତି ଦାୟିତ୍ୱ ନେଇଥିଲେ । ନିୟମ ଅନୁଯାୟୀ ଦୁଇଥର ରାଷ୍ଟ୍ରପତି ଭାବେ ବାରବର୍ଷ ପାଇଁ ୨୦୨୪ ଯାଏଁ ସେ ରାଷ୍ଟ୍ରପତି ରହିବାର ବ୍ୟବସ୍ଥା ରହିଥିଲା । କିନ୍ତୁ ୨୦୨୦ରେ ଋଷିଆର ସମ୍ବିଧାନକୁ ସଂଶୋଧନ କରି ନିଜ ପାଇଁ ସେ ବାଟ ଫିଟାଇଥିଲେ । ୧୯୯୯ରେ ବୋରିସ ୟେଲତ୍ସିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେବାଠାରୁ ପୁତିନ ଆଜିଯାଏଁ କ୍ଷମତାର କେନ୍ଦ୍ରରେ ରହିଆସିଛନ୍ତି ।
ପୁତିନଙ୍କ ବିଜୟକୁ ଲକ୍ଷ୍ୟ କରିପାରିଥିବା ଇସ୍ତୋନିଆର ପ୍ରଧାନମନ୍ତ୍ରୀ କାଜା କଲ୍ଲାସ କହିଛନ୍ତି ଯେ ନାଟୋ ସହ ଯୁଦ୍ଧ କରିବାକୁ ପୁତିନଙ୍କ ମନରେ ଭୟ ରହିଛି । ଇସ୍ତୋନିଆ ଋଷିଆର ପଡୋଶୀ ରାଷ୍ଟ୍ର ହୋଇଥିବାରୁ ପୁତିନଙ୍କ ବିିଜୟ ପରେ ୟୁକ୍ରେନ ଯୁଦ୍ଧ ଭୟଙ୍କର ହେବ ଏବଂ କୋଣସି ୟୁରୋପୀୟ ରାଷ୍ଟ୍ର ଯୁଦ୍ଧରୁ ଦୂରରେ ରହିପାରିବେ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ପୁତିନଙ୍କ ଯୁଦ୍ଧ ଧମକକୁ ନାଟୋ ରାଷ୍ଟ୍ରସମୂହ ଗୁରୁତ୍ୱର ସହ ଗ୍ରହଣକରି ୟୁକ୍ରେନକୁ ଅଧିକ ସମର୍ଥନ କରିବା ଆବଶ୍ୟକ ବୋଲି କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଋଷିଆର ଇତିହାସରେ ‘କ୍ୟାଥେରାଇନ ଦି ଗ୍ରେଟ’ ୧୭୬୨ରୁ ୧୭୯୬ ପର୍ଯ୍ୟନ୍ତ ୩୪ବର୍ଷ କାଳ ଋଷିଆର ଶାସନରେ ରହିଥିଲେ । ପରେ କମୁ୍ୟନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଯୋଶେଫ ଷ୍ଟାଲିନ୍ ୧୯୨୨ରୁ ୧୯୫୨ ଯାଏଁ କ୍ରମାଗତ ୩୦ବର୍ଷ ଧରି ଋଷିଆର ଶାସନରେ ଅଧିକକାଳ ରହିବାରେ ଦ୍ୱିତୀୟ ଶାସକ ଥିଲେ । ସମ୍ବିଧାନ ବ୍ୟବସ୍ଥାନୁସାରେ ପୁତିନ ଆଗାମୀ ୧୨ବର୍ଷ ବା କ୍ରମାଗତ ଦୁଇଥର ୨୦୩୬ ଯାଏଁ ଋଷିଆର ରାଷ୍ଟ୍ରପତି ରହିପାରିବେ ।
ପୁତିନଙ୍କ ବିଜୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ମୋଦିଙ୍କ ଶୁଭେଚ୍ଛାକୁ ସମାଲୋଚନା କରିଛନ୍ତି । ପୁତିନ ବିରୋଧୀ ଲୋକଙ୍କୁ ଭୋଟ ଦେବାରୁ ବଞ୍ଚôତ କରିବା, ବିରୋଧୀଙ୍କୁ ଗିରଫ କରିବା ପରି କାର୍ଯ୍ୟ କରି ଗଣତନ୍ତ୍ରର ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି । ତେବେ ଋଷିଆ ମୁକ୍ତ ଗଣତନ୍ତ୍ର ହେଲେ ତଥାକଥିତ ଗଣତନ୍ତ୍ରବାଦୀ ଷଡଯନ୍ତ୍ରକାରୀ ରାଷ୍ଟ୍ରସମୂହଙ୍କୁ ଋଷିଆ ମଧ୍ୟରେ ବିଭାଜନର ମଞ୍ଜିବୁଣିବାକୁ ଅଧିକ ସମୟ ଲାଗିବ ନାହିଁ, ଏକଥା ପୁତିନଙ୍କୁ ଜଣାଅଛି । ନାଟୋ ଏବଂ ଆମେରିକାର ଗୃଧ୍ର ଦୃଷ୍ଟିରୁ ଋଷିଆକୁ ରକ୍ଷାକରିବା ପୁତିନଙ୍କ ବଡ ଲକ୍ଷ୍ୟ ରହିଛି । କାରଣ ଯେଉଁ ପେରେସ୍ତ୍ରୋଇକା ପାଇଁ ସୋଭିଏତର ବିଭାଜନ ହେଲା ତାକୁ ଆଉଥରେ ଦୋହରାଇ ଋଷିଆକୁ ଦୁର୍ବଳ ହେବାକୁ ପୁତିନ ଦେବେ ନାହିଁ ବରଂ ଆଗାମୀ ଦିନରେ ସୋଭିଏତକାଳୀନ ରାଷ୍ଟ୍ରଗୁଡିକର ଏକତ୍ରୀକରଣ ଉପରେ ସେ ଜୋରଦେବେ ବୋଲି ପୂର୍ବରୁ କହିସାରିଛନ୍ତି ।
ପୁତିନ ଋଷିଆର ଗୁଇନ୍ଦା ସଂସ୍ଥା କେଜିବିରେ ୧୬ବର୍ଷ ·କିରୀ କଲାପରେ ୧୯୯୧ରେ ଇସ୍ତଫା ଦେଇ ରାଜନୀତିକୁ ଆସିଥିଲେ । ୧୯୯୯-୨୦୦୦ରେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହି ୨୦୦୦ରୁ ୨୦୦୮ ଯାଏଁ ରାଷ୍ଟ୍ରପତି ରହିଥିଲେ । ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ରହି ୨୦୧୨ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଦୁଇଥର ରାଷ୍ଟ୍ରପତି ରହିଥିଲେ । ସୋଭିଏତ୍ ଋଷିଆର ପତନ ପରେ ସେଣ୍ଟ ପିଟର୍ସବର୍ଗର ଭିନ୍ନ ଭିନ୍ନ ପ୍ରଶାସନିକ ଦାୟିତ୍ୱରେ ରହି ପୁତିନ ସହରର ମେୟର ଆନାଟୋଲି ସବ୍·କଙ୍କ ନିକଟତର ହେବା ପରେ ରାଜନୀତିରେ ତାଙ୍କର ଉତ୍ଥାନ ହୋଇଥିଲା । ଅତୀତର ଲେନିନଗ୍ରାଡ ଏବଂ ବର୍ତ୍ତମାନର ସେଣ୍ଟ ପିଟର୍ସବର୍ଗଠାରେ ପୁତିନଙ୍କ ଜନ୍ମ ହୋଇଥିଲା । ତାଙ୍କ ମାତା କାରଖାନାରେ କାର୍ଯ୍ୟ କରୁଥିଲାବେଳେ ତାଙ୍କ ପିତା ଋଷିଆର ନୋ÷÷ସେନାରେ କାର୍ଯ୍ୟ କରିଥିଲେ । ୧୯୭୫ରେ ସେଣ୍ଟ ପିଟର୍ସବର୍ଗର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ଲାଭ କରିବା ପରେ ସେ କେଜିବିରେ ଯୋଗ ଦେଇଥିଲେ । ୧୯୮୪ରେ ଅଧିକ ଅଧ୍ୟୟନ ପାଇଁ ତାଙ୍କୁ ମସ୍କୋର ୟୁରି ଆଣ୍ଡୋ୍ରପୋଭ ରେଡ୍ ବ୍ୟାନର ଇନ୍ଷ୍ଟିଚୁ୍ୟଟକୁ ପଠାଯାଇଥିଲା । ସେଠାରେ ଶିକ୍ଷାପ୍ରାପ୍ତି ପରେ ତାଙ୍କୁ ପୂର୍ବ ଜର୍ମାନୀର ଡ୍ରେସଡେନଠାରେ ଥିବା ଋଷୀୟ କାର୍ଯ୍ୟାଳୟଠାରେ ଜଣେ ଅନୁବାଦକ ଭାବେ ନିଯୁକ୍ତି ମିଳିଥିଲେ ହେଁ ତାଙ୍କର ମୁଖ୍ୟକାର୍ଯ୍ୟ କେଜିବି ପାଇଁ ଗୋଇନ୍ଦାଗିରି କରିବା ରହିଥିଲା । ପୂର୍ବ ଓ ପଶ୍ଚିମ ଜର୍ମାନୀର ମିଶ୍ରଣ ପାଇଁ ସେତେବେଳେ ବ୍ୟାପକ ଆନେ୍ଦାଳନ ଜାରିଥିଲା । ଡ୍ରେସଡେନଠାରେ ଥିବା ଋଷିଆ ସାଂସ୍କୃତିକ କେନ୍ଦ୍ର ଏବଂ କେଜିବି ଭିଲ୍ଲା ସମ୍ମୁଖରେ ଆନେ୍ଦାଳନ ·ଲୁ ରହିଥିଲା । ଆନେ୍ଦାଳନକାରୀମାନେ ପୁତିନଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ସମସ୍ତ କାଗଜପତ୍ର ପୋଡିଦେବାକୁ ଉଦମ୍ୟ କରିଥିଲାବେଳେ ପୁତିନ କେଜିବି ଏବଂ ଷ୍ଟାସୀ ଏଜେଣ୍ଟମାନଙ୍କୁ ରକ୍ଷାକରିବା ସହ ସେ ସବୁକୁ ମସ୍କୋକୁ ପଠାଇବାରେ ସମର୍ଥ ହୋଇଥିଲେ । ୧୯୯୧ରେ ମିଖାଇଲ ଗୋର୍ବାଚେଭଙ୍କ ବିରୁଦ୍ଧରେ ଋଷିଆର ସେନା ବିଦ୍ରୋହ କରିବା ପରେ ସେ କେଜିବି ·କିରୀରୁ ଇସ୍ତଫା ପ୍ରଦାନ କରି ରାଜନୀତିକୁ ଆସିଥିଲେ । ୧୯୯୪ରେ ସେଣ୍ଟପିଟର୍ସବର୍ଗର ଡେପୁଟି ଚେଆରମ୍ୟାନ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ମଇ ୧୯୯୫ରେ ‘ଆୱାର ହୋମ୍ ଋଷିଆ’ ରାଜନୈତିକ ଦଳର ସେଣ୍ଟପିଟର୍ସବର୍ଗର ଶାଖାକୁ ସେ ସୁଦୃଢ କରି ଜୁନ ୧୯୯୭ ପର୍ଯ୍ୟନ୍ତ ଶାଖାର ନେତା ରହିଥିଲେ । ୧୯୯୯ରେ ଋଷିଆର ତତ୍କାଳୀନ ରାଷ୍ଟ୍ରପତି ବୋରିସ୍ ୟେଲତ୍ସିନ ତାଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଥିଲେ । ଗୋଟିଏ ବର୍ଷ ମଧ୍ୟରେ ୟେଲତ୍ସିନ୍ ଦାୟିତ୍ୱରୁ ଇସ୍ତଫା ଦେଲାପରେ ପୁତିନ ରାଷ୍ଟ୍ରପତି ହୋଇଥିଲେ । ସେ ସମୟରେ ଋଷିଆର ଶାସନଗତ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ସହ ଦେଶରେ ଶାସନକୁ ସେ ସୁଦୃଢ କରିଥିଲେ ।
ପୁତିନଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଋଷିଆର ଅର୍ଥନୀତିରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥିଲା । କ୍ରମାଗତ ଆଠବର୍ଷ ଧରି ଆର୍ଥôକ ବିକାଶ କାଏମ୍ ରହିବା ଯୋଗୁ ତୈଳ ଓ ଗ୍ୟାସର ଦର ପାଞ୍ଚଗୁଣା ବୃଦ୍ଧି ହୋଇଥିଲା । ଋଷିଆର ଅର୍ଥନୀତି ତୈ÷ଳ ଓ ଗ୍ୟାସର ରପ୍ତାନୀ ଉପରେ ନିର୍ଭର କରୁଥିବା ହେତୁ କମୁ୍ୟନିଷ୍ଟ ଶାସନ ସମୟର କ୍ଷତିକୁ ଭରଣାକରିବା ସହ ଅର୍ଥନୀତିକୁ ଠିକଣା ରାସ୍ତାକୁ ଆଣିବାରେ ପୁତିନ ସକ୍ଷମ ହୋଇଥିଲେ । ଫଳରେ ଋଷିଆ ଦେଶ ବିଭାଜନ ପରବର୍ତ୍ତୀ ସମୟର ଆର୍ଥôକ ମାନ୍ଦାବସ୍ଥା ଓ ସଙ୍କଟରୁ ମୁକୁଳିଲା । ବିଦେଶୀ ପୁଞ୍ଜିନିବେଶକାରୀମାନେ ଋଷିଆ ପ୍ରତି ଆକର୍ଷିତ ହେଲେ । ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ଏବଂ ବିରୋଧୀଙ୍କୁ ଦମନ କରିବା ପରି ପୁତିନଙ୍କ ନୀତିକୁ ଦେଶ ଓ ବିଦେଶରେ ସମାଲୋଚନା କରାଯାଉଥିଲେ ମଧ୍ୟ ସେ ଏହା ମାଧ୍ୟମରେ ଋଷିଆକୁ ପୁନର୍ବାର ବିଖଣ୍ଡିତ ହେବାରୁ ରକ୍ଷା କରିଛନ୍ତି । ମାର୍ଚ୍ଚ ୨୦୦୪ରେ ପୁତିନ ୨ୟ ଥର ପାଇଁ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିଲେ । ୨୦୦୭ ନିର୍ବାଚନରେ ପୁତିନଙ୍କ ୟୁନାଇଟେଡ୍ ଋଷିଆ ପାର୍ଟି ୬୪.୨୦ ପ୍ରତିଶତ ଭୋଟ ପାଇଲା । କିନ୍ତୁ କ୍ରମାଗତ ଦୁଇଥର ପାଇଁ ଜଣେ ରାଷ୍ଟ୍ରପତି ହେବାର ନିୟମ ଥିବା ହେତୁ ସେ ୩ୟ ଥର ପାଇଁ ରାଷ୍ଟ୍ରପତି ହୋଇପାରିନଥିଲେ । ତେଣୁ ପ୍ରଥମ ଉପପ୍ରଧାନମନ୍ତ୍ରୀ ଥିବା ଦିମିତ୍ରୀ ମେଡଭେଡେଭଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ନେଇଥିଲେ । ପୁତିନ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହି ନିଜ ରାଜନୈତିକ ପ୍ରଭୁତ୍ୱକୁ ବୃଦ୍ଧି କରିଥିଲେ । ସେପ୍ଟେମ୍ବର ୨୦୧୧ରେ ରାଷ୍ଟ୍ରପତି ମେଡଭେଡେଭ ପୁତିନଙ୍କୁ ନିଜ ଦଳର ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଥିଲେ । ୨୦୧୨ରେ ପୁତିନ ନିର୍ବାଚିତ ହେଲାପରେ ୨୦୧୮ରେ ମଧ୍ୟ ୭୬ପ୍ରତିଶତ ଭୋଟ ପାଇ ପୁନର୍ବାର ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିଲେ । ୨୦୨୦ରେ ସମ୍ବିଧାନର ସଂଶୋଧନ ଆଣି ସେ ନିଜ କାର୍ଯ୍ୟକାଳ ବୃଦ୍ଧିପାଇଁ ମାର୍ଗ ପ୍ରଶସ୍ଥ କରିଥିଲେ ।
ପୁତିନ ଋଷିଆର ରାଷ୍ଟ୍ରପତି ହେବା ପରେ କିଛି କମ୍ ସମସ୍ୟାର ସମ୍ମୁଖୀନ ହୋଇ ନାହାନ୍ତି । ଦ୍ୱିତୀୟ ଚେଚେନ ଯୁଦ୍ଧ, ୨୦୧୪ରେ କ୍ରିମିଆର ଋଷିଆ ସହ ମିଶ୍ରଣ, ସିରିଆରେ ସାମରିକ ହସ୍ତକ୍ଷେପ ପରି ସମସ୍ୟାକୁ ସେ ସାମ୍ନା କରିଥିଲେ । ୨୦୨୨ରେ ୟୁକ୍ରେନ ନାଟୋରେ ସାମିଲ ହୋଇ ଋଷିଆ ପାଇଁ ସୁରକ୍ଷା ସଙ୍କଟ ଆଣିବାକୁ ଯାଉଥିବା ଦେଖି ସେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ଜାରି ରହିଛି ।
ପୁତିନଙ୍କ ବିରୋଧରେ ଆଲେକ୍ସେଇ ନାଭାଲନୀ ନାମକ ଦୁର୍ନୀତି ବିରୋଧୀ ଅଭିଯାନକାରୀ ସ୍ୱର ଉତ୍ତୋଳନ କରିଥିଲେ । ପୁତିନଙ୍କ ଶାସନ େ·ର ଓ ଖଣ୍ଟମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି ବୋଲି ସେ ଅଭିଯୋଗ କରିଥିଲେ । ୨୦୨୦ରେ ପୁତିନ ନାଭାଲନୀଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ । ଚଳିତବର୍ଷ ଫେବୃଆରୀ ମାସରେ ତାଙ୍କର ଜେଲ ଭିତରେ ମୃତୁ୍ୟ ହୋଇଥିଲା । ୨୦୧୧ରେ ପୁତିନଙ୍କ ବିରୁଦ୍ଧରେ ସୋଭିଏତ୍ ରୁଷିଆ ପରବର୍ତ୍ତୀ କାଳରେ ସବୁଠୁ ବଡ ଆନେ୍ଦାଳନ ବୋରିସ ନେମ୍ଷ୍ଟୋଭଙ୍କ ନେତୃତ୍ୱରେ ହୋଇଥିଲା । ୧୯୯୦ ଦଶକରେ ସେ ଥିଲେ ଋଷିଆର ଉପ ପ୍ରଧାନମନ୍ତ୍ରୀ । ସେ ପୁତିନଙ୍କ ବିରୋଧୀଭାବେ ଶକ୍ତିଶାଳୀ ହୋଇଉଠିଥିଲେ । ହେଲେ କ୍ରେମଲିନ୍ ସମ୍ମୁଖସ୍ଥ ଏକ ସେତୁ ଉପରେ ୨୦୧୫ରେ ସେ ଗୁଳିଖାଇ ହତ୍ୟାର ଶିକାର ହୋଇଥିଲେ । ନିକଟରେ ଋଷିଆର ଚର୍ଚ୍ଚ ସମୂହର ସମର୍ଥନ ଲାଭକରି ପୁତିନ ଅଧିକ ଶକ୍ତିଶାଳୀ ହୋଇଛନ୍ତି ।
ପୁତିନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ତାଙ୍କ ସାକ୍ଷାତକାରରେ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ପ୍ରକାଶ କରିଛନ୍ତି । ଜର୍ମାନୀ ସରକାର ବର୍ଲିନଠାରେ ୨୦୧୯ରେ ଜଣେ ବିଦ୍ରୋହୀ ଚେଚେନ୍ ନେତାଙ୍କ ହତ୍ୟା ଅଭିଯୁକ୍ତ ଥିବା ଭାଦିମ କ୍ରାସିକୋଭଙ୍କୁ ଋଷିଆ ହାତରେ ହସ୍ତାନ୍ତରଣ କରିବାକୁ ସେ ଦାବି କରିଛନ୍ତି । ନାଟୋପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦାନ ବନ୍ଦ ହେଲେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ ହେବ ବୋଲି ପୁତିନ କହିଛନ୍ତି । ୧୯୯୧ରେ ନାଟୋ ସଂପ୍ରସାରିତ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇ ୨୦୦୮ରେ ୟୁକ୍ରେନର ସାର୍ବଭୋମତ୍ୱ ଘୋଷଣା ସହ ନିରପେକ୍ଷ ରାଷ୍ଟ୍ର ରହିବ ବୋଲି କୁହାଯିବାପରେ ୨୦୧୪ରେ ସେଠାରେ ନାଟୋର ଘାଟୀ ପ୍ରତିଷ୍ଠା କରାଗଲା । ଏସବୁ ଋଷିଆର ସୁରକ୍ଷାକୁ କ୍ଷତି କରିବାକୁ ଉଦ୍ଦିଷ୍ଟ ଥିଲା । ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଇସ୍ତାନବୁଲ ଆଲୋଚନାପରେ ୟୁକ୍ରେନ ଆଲୋଚନାରୁ ଓହରିଯାଇଥିଲା । ପ୍ରଧାନମନ୍ତ୍ରୀ ଜନସନ୍ ବୁଝାମଣା ପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଦେଲେ । ତେଣୁ ସୁଯୋଗ ହାତରୁ ଖସିଗଲା । ଯାହାଫଳରେ ଆଜିଯାଏ ଯୁଦ୍ଧ ଜାରି ରହିଛି । ଋଷିଆ ଯୁଦ୍ଧକୁ ୟୁରୋପରେ ସଂପ୍ରସାରିତ କରିବାକୁ ·ହୁଁନଥିଲେ ମଧ୍ୟ ନିଜର ସୁରକ୍ଷାକୁ ଦୁର୍ବଳ କରିପାରିବ ନାହିଁ କି ଋଷିଆର ସୀମାକୁ ଅସୁରକ୍ଷିତ ରହିବାକୁ ମଧ୍ୟ ସୁଯୋଗ ଦେବନାହିଁ । ନିଜ ବନ୍ଧୁ ରାଷ୍ଟ୍ରଗୁଡିକ ସହ ସଂପର୍କକୁ ସୁଦୃଢ କରିବା ସହ ବାଣିଜି୍ୟକ ଢାଞ୍ଚା ନିର୍ମାଣ ଉପରେ ଜୋର ଦେବ ବୋଲି ସେ ପ୍ରକାଶ କରିଛନ୍ତି ।

 

 

 

LEAVE A REPLY