ବିଜେପିର ମୁସଲିମ ମତ ମରୀଚିକା

ଦେଶର ସବୁ ରାଜନୈତିକ ଦଳ ୨୦୦୪ ନବ ନିର୍ବାଚନରେ ବିଜୟୀ ହେବାପାଇଁ ମୁସଲିମ ସମାଜର ତୁଷ୍ଟିକରଣ ଲାଗି ପ୍ରୟାସ କରି ଆସିଛନ୍ତି । ଅତୀତରେ କଂଗ୍ରେସ, ସମାଜବାଦୀ ପାର୍ଟି ପରି ବର୍ତ୍ତମାନର ବିଜେପି ମଧ୍ୟ ଏହି ପ୍ରତିଯୋଗିତାରେ ପଛରେ ପଡ଼ିନାହିଁ । କଂଗ୍ରେସ ଦଳ ତୁଳନାରେ କିପରି ମୁସଲିମମାନଙ୍କ ପାଇଁ ବିଜେପି କେତେ ଅଧିକ ଖର୍ଚ୍ଚ କରିଛି ତାହା ଭିନ୍ନ ଭିନ୍ନ ସମୟରେ ସଭା, ଗଣମାଧ୍ୟମ ଏବଂ ସମ୍ମିଳନୀଗୁଡ଼ିକରେ ବିଜେପିର ନେତୃବୃନ୍ଦ ତଥ୍ୟ ସହ ପ୍ରଦାନ କଲେ ମଧ୍ୟ ସେସବୁ ସେମାନଙ୍କ ପାଇଁ ମୃଗ ମରୀଚିକା ବୋଲି ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି ।
ଗତ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ମୁସଲିମ ସମାଜର ଭୋଟ ଦେଶର ଅନେକ ସ୍ଥାନରେ ବିକାଶ ସପକ୍ଷରେ ନରେନ୍ଦ୍ର ମୋଦୀଙ୍କ ପକ୍ଷରେ ଯିବ ବୋଲି ଯାହା ଗଣମାଧ୍ୟମରେ ଜୋର ପ୍ରସାରିତ ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି । ମୋଦି ଏବଂ ଯୋଗୀଙ୍କ ପରି ବିଜେପି ନେତା ମୁସଲିମ ସମାବେଶରେ କିମ୍ବା ଧର୍ମାନୁଷ୍ଠାନରେ ଯୋଗ ଦେଇ ଅନ୍ୟ ଦଳର ନେତାଙ୍କ ପରି ଜାଲିଟୋପି ମୁଣ୍ଡରେ ପିନ୍ଧୁନଥିଲେ ମଧ୍ୟ ‘ସବ୍କା ସାଥ ସବ୍କା ବିଶ୍ୱାସ’ ସ୍ଲୋଗାନ ବାରମ୍ବାର ଦେଇ ଆସିଛନ୍ତି । ଏବେ ଅଳ୍ପ କିଛି ଉଦାହରଣକୁ ଯଦି ଦେଖାଯାଏ ତେବେ ଆମେ ଦେଖିବା ଯେ ମୋଦି-ଯୋଗୀଙ୍କ ସେହି ପ୍ରୟାସ ବିଫଳ ହୋଇଛି ।
ଦେଶର ସବୁ ନିର୍ବାଚନ ମଣ୍ଡଳୀକୁ ନ ନେଇ କେତୋଟିକୁ ଏଠାରେ ଆଲୋଚନା କରାଯାଇପାରେ । ମୁମ୍ବାଇର ଉତ୍ତର-ମଧ୍ୟ ଲୋକସଭା ଆସନରୁ ୨୦୨୪ରେ ପ୍ରସିଦ୍ଧ ଓକିଲ ଉଜ୍ଜ୍ୱଳ ନିକମ ପ୍ରାର୍ଥୀ ହୋଇଥିଲେ । ଆତଙ୍କବାଦୀ କସାବକୁ ଫାଶୀ ଦେବାରେ ତାଙ୍କର ସାହସିକ ତର୍କ ବେଶି ଦାୟୀ ଥିଲା । ଅଥଚ ସେ ଏହି ଆସନରୁ ୧୬,୫୦୦ ଭୋଟରେ ଏଥର ହାରିଗଲେ । ଶ୍ରୀ ନିକମ୍ ନିର୍ବାଚନ ମଣ୍ଡଳୀରେ ସବୁ ବୁଥ୍ରେ ଭୋଟ ଗଣାବେଳେ ଆଗରେ ରହିଥିଲେ । କିନ୍ତୁ କୁରୈସୀ ନଗର, କସାଇୱାଡା, ବେହରାମ ପଡ଼ା ପରି ମୁସଲିମ୍ ବହୁଳ ବୁଥଗୁଡ଼ିକରେ ଏମିତି ପଛରେ ରହିଲେ ଯେ ତାହା କେହି ଭାବି ନଥିଲେ । ମୁସଲିମ ମତର ଧ୍ରୁବୀକରଣ କିପରି ହୋଇଥାଏ ଏହି ନିର୍ବାଚନ ମଣ୍ଡଳୀରୁ ବେଶ୍ ଜଣାପଡ଼ିବ । ନିର୍ବାଚନ ମଣ୍ଡଳୀର ମୁସଲିମବହୁଳ ୭୪ଟି ବୁଥ୍ରେ ମୋଟ ୩୭, ୦୦୦ ଭୋଟ ପଡ଼ିଥିଲା ବେଳେ ବିଜେପି ପ୍ରାର୍ଥୀ ନିକମ୍ ପାଇଥିଲେ ମାତ୍ର ୫୦୦ଟି ଭୋଟ । ତେଣୁ ମୁସଲିମ ଭୋଟର ବିଜେପିକୁ ଏହି ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇ ନଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । କିନ୍ତୁ ଫାଇଦା ନେବାବେଳେ ସେମାନେ ରାସନ୍, ଉଜ୍ଜ୍ୱଳା, ଆବାସ ଯୋଜନା କ୍ଷେତ୍ରରେ ଆଦୌ ପଛରେ ରହିନଥିଲେ ।
ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନର ନିର୍ବାଚନ ଫଳାଫଳକୁ ବିଚାର କରାଯାଇପାରେ । ରାମପୁର ଲୋକସଭା ଆସନରେ ୭୦ ପ୍ରତିଶତ ମୁସଲିମ ଏବଂ ୩୦ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ରହିଛି । ଏଥିରୁ ୫ଟି ବିଧାନସଭା କ୍ଷେତ୍ର ମୁସଲିମ ବହୁଳ ଭାବେ ଜଣାଶୁଣା । ଏହି ଅଞ୍ଚଳର ଅଳ୍ପକେତେକ ବୁଥ୍ର ହିସାବକୁ ନେଲେ ମୁସଲିମ ମତର ଧ୍ରୁବୀକରଣକୁ ଜାଣିହେବ । ମୁସଲିମ ଲୋକେ କିପରି ଠିକଣା ବେଳରେ ଚିତାକାଟି ଦେଇପାରନ୍ତି ତାହା ବୁଥଗୁଡ଼ିକର ଭୋଟରୁ ଜାଣିହେବ । ତେଣୁ ବିଗତ ଦିନରେ ଏହିସବୁ ଅଞ୍ଚଳରେ ‘ସବ୍କା ସାଥ୍ – ସବ୍କା ବିଶ୍ୱାସ’ କଥା କହି ବିଜେପି ସମର୍ଥନ ପାଇବାକୁ ଯେମିତି ଆଶାବାଦୀ ରହିଥିଲା ଏବେ ପ୍ରକୃତ ଉତ୍ତର ପାଇସାରିଛି । ମୁସଲିମବହୁଳ ଅନେକ ବୁଥ୍ରେ ବିଜେପି ପ୍ରାର୍ଥୀଙ୍କୁ ଯେଉଁ ଭୋଟ ମିଳିଛି ସେଥିରୁ ବିଜେପିକୁ ଗାଲରେ ଚାପୁଡ଼ା ଖାଇଲାପରି ଲାଗିଥିବ । ଆଗାମୀ ଦିନରେ ବିଜେପି ‘ସବ୍କା ସାଥ ସବ୍କା ବିଶ୍ୱାସ’ କଥାକୁ ଛାଡ଼ି ‘ଭୋଟ ଯେଉଁଠି, କାମ ସେଇଠି’ ପନ୍ଥାକୁ ଗ୍ରହଣ ନ କଲେ କିପରି ମାଟି କାମୁଡିବ ତା’ର ପ୍ରମାଣ ଦେଖନ୍ତୁ । ରାମପୁରର ରଜା ଡିଗ୍ରୀ କଲେଜର ୧ନଂ କକ୍ଷରେ ସମାଜବାଦୀ ପ୍ରାର୍ଥୀକୁ ୨୫୬ ଭୋଟ ମିଳିଥିଲା ବେଳେ ବିଜେପିକୁ ୧, ସମ୍ସୀ ଗାର୍ଲସ ଇଣ୍ଟର କଲେଜର କକ୍ଷ ନଂ-୩ରେ ସମାଜବାଦୀ ପ୍ରାର୍ଟିକୁ ୩୭୧ ଭୋଟ ମିଳିଥିଲା ବେଳେ ବିଜେପିକୁ ୨, ବଗିଚା ଏମନା ବୁଥ୍ କକ୍ଷ ନଂ-୧ରେ ସମାଜବାଦୀ ପାର୍ଟିକୁ ୧୮୪ ଭୋଟ ମିଳିଥିଲା ବେଳେ ବିଜେପିକୁ ୧, ମଦରସା ଉଲୁମ୍ କକ୍ଷ ସଂଖ୍ୟା-୨ ବୁଥ୍ରେ ସମାଜବାଦୀପାର୍ଟିକୁ ୨୩୦ ଭୋଟ ମିଳିଥିଲାବେଳେ ବିଜେପିକୁ ମିଳିଛି ମାତ୍ର ୩ଟି ଭୋଟ । ଆଇଟିଆଇ କିଲ୍ଲା କକ୍ଷ ସଂଖ୍ୟା-୧ରେ ସମାଜବାଦୀ ପାର୍ଟି୫୧୫ ଭୋଟ ପାଇଥିଲାବେଳେ ବିଜେପି ପାଇଥିଲା ମାତ୍ର ୨ଟି ଭୋଟ । ସେମିତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକବୀଙ୍କ ନିଜ ବୁଥରେ ବିଜେପିକୁ ମାତ୍ର ୨ଟି ଭୋଟ ମିଳିଥିଲା । କିନ୍ତୁ ହିନ୍ଦୁବହୁଳ ବୁଥଗୁଡ଼ିକରେ ସମାଜବାଦୀ ପାର୍ଟି ଆଗରେ ରହିଥିଲେ ମଧ୍ୟ ମୁସଲିମବହୁଳ ଅଞ୍ଚଳପରି ଭୋଟଦାନ ହୋଇନଥିଲା । ହିନ୍ଦୁବହୁଳ ବୁଥ୍ କଲ୍ୟାଣପୁର ପଟ୍ଟିିରେ ବିଜେପି ୧୬୪ ଓ ସମାଜବାଦୀ ପାର୍ଟିକୁ ୪୨୩, ବିସରାରେ ବିଜେପି-୨୪୦ ଓ ସମାଜବାଦୀ ପାର୍ଟି-୪୫୨, ମନକରାରେ ବିଜେପି-୧୫୨ ଓ ସମାଜବାଦୀ ପାର୍ଟି-୩୦୨, ରାଜାରାମ ପୁରରେ ବିଜେପି-୧୭୮ ଓ ସମାଜବାଦୀ ପାର୍ଟି-୩୩୨, ଖଜୁରିଆରେ ବିଜେପି-୨୮୩ ଓ ସମାଜବାଦୀ ପାର୍ଟି ପ୍ରାର୍ଥୀ-୪୩୪ଟି ଭୋଟ ପାଇଥିଲେ ।
ସେମିତି ମହାରାଷ୍ଟ୍ରର ଧୂଲେ ଲୋକସଭା ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଦେଖାଯାଉ । ଏହି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ର ଧୂଲେ ଗ୍ରାମୀଣରେ ବିଜେପି-୧୩୯୭୨୧ ଓ କଂଗ୍ରେସ ୭୫୯୨୩, ସିନଖେଡାରେ ବିଜେପି-୧୧୧୮୪୯ ଓ କଂଗ୍ରେସ ୧୨୭୪୫୪ ମାଲେଗାଁ ଆଉଟରରେ ବିଜେପି ୬୮୪୨୪ ଓ କଂଗ୍ରେସ ୭୨୨୪୨, ବଗଲାନରେ ବିଜେପି ୧୦୦୧୬୬ ଓ କଂଗ୍ରେସକୁ ୭୮୨୫୩ ଭୋଟ ମିଳିଥିଲା । ଧୂଲେ ସହରରେ ବିଜେପି ୯୩୨୬୨ ଓ କଂଗ୍ରେସ ୮୮୪୩୭ ଭୋଟ ପାଇଥିଲା । ଏହିସବୁ ବିଧାନସଭା କ୍ଷେତ୍ରରେ ବିଜେପି ଭୋଟରେ କଂଗ୍ରେସଠାରୁ ଆଗରେ ରହିଥିଲା । କିନ୍ତୁ ମାଲେଗାଁ ସେଣ୍ଟ୍ରୋ୍ରଲରେ ବିଜେପିକୁ ମାତ୍ର ୪୫୪୨ ଓ କଂଗ୍ରେସକୁ ୧୯୮୮୩୯ ଭୋଟ ମିଳିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । କଂଗ୍ରେସ ପ୍ରାର୍ଥୀ ୩୮୩୮ ଭୋଟରେ ବିଜୟୀ ହୋଇଥିଲେ । ବିଗତ ଦିନମାନଙ୍କରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମଣ୍ୟମ୍ ସ୍ୱାମୀ ବାରମ୍ବାର ଗୋଟିଏ କଥା କହିଆସୁଥିଲେ । ତାହା ହେଲା ନରେନ୍ଦ୍ର ମୋଦି ଦାନବମାନଙ୍କୁ ସବୁକିଛି ଦେଇ ଯେପରି ଶକ୍ତିଶାଳୀ କରୁଛନ୍ତି ଆଗାମୀ ଦିନରେ ସେହିମାନେ ହିଁ ମୋଦୀଙ୍କୁ ଦଂଶନ କରିବେ, ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ତାହା ପ୍ରମାଣିତ କରିଛି । ସେମିତି ମହାରାଷ୍ଟ୍ରର ମୁମ୍ବାଇ ସହରର ମାନଖୁର୍ଦ୍ଦ ବୁଥ୍ ନଂ-୧୬୦ରେ ବିଜେପିକୁ ଗୋଟିଏ ବି ଭୋଟ ମିଳିନଥିଲା ବେଳେ ଉଦ୍ଧବ ଠାକ୍ରେଙ୍କ ଶିବସେନା ୪୨୨ ଭୋଟ ପାଇଛି । ଜାକିର ନଗରରେ ବିଜେପି ୬୬ ଭୋଟ ପାଇଥିଲା ବେଳେ ଉଦ୍ଧବଗୋଷ୍ଠୀ ୫୪୧୭ ଭୋଟ ପାଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀକୁ ବିଚାରକୁ ନିଆଯାଇପାରେ । ନିଜ ନିର୍ବାଚନ ମଣ୍ଡଳୀରେ ସୁବିଧା ସୁଯୋଗ ଦେବାରେ ମୋଦି କିଛି ଅବହେଳା କରିନାହାନ୍ତି । ବାରାଣାସୀକୁ ଏକ ନୂଆରୂପ ଦେବାରେ ତାଙ୍କର ଭୂମିକା ବହୁତ ରହିଛି । ବାରାଣାସୀର ବାଟ, ଘାଟ, ତୁଠ, ମଠ ସବୁଠି ଅଧିକ ଖର୍ଚ୍ଚ ସେ କରିଛନ୍ତି । ସାଧାରଣ ଲୋକଙ୍କୁ ଯୋଜନାର ସବୁ ସୁବିଧା ଦେଇଆସିଛନ୍ତି । ହିନ୍ଦୁ-ମୁସଲିମ ଭାବରେ ଆଦୌ ତଫାତ୍ ଆଣି ନାହାନ୍ତି । କିନ୍ତୁ ଭୋଟ ଦେବାବେଳେ ମୁସଲିମ୍ ଲୋକେ ମୋଦିଙ୍କୁ କିପରି ନିଜ ପଛ ଦେଖାଇବାକୁ ଭୁଲିନାହାନ୍ତି, ତାହା ଏଠାରେ ଆଲୋଚନାର ବିଷୟ । ବାରାଣାସୀ ଲୋକସଭା ଆସନର କେତେକ ମୁସଲିମ୍ବହୁଳ ବୁଥ୍ର ମତଦାନ ହିସାବରୁ ଆମେ ଏହାର ପ୍ରମାଣ ପାଇପାରିବା । ବାରାଣାସୀ ଉତ୍ତର-ବିଧାନସଭା ଅନ୍ତର୍ଗତ ୩୦୯ ନଂ ବୁଥ୍ ବେସିକ ପ୍ରାଥମିକ ବିଦ୍ୟାଳୟ (କଂଗ୍ରେସ-୭୩୯, ବିଜେପି-୨୭), ୩୧୪ ନମ୍ବର ବୁଥ୍ ସିଟି ଗାର୍ଲସ ସ୍କୁଲ (କଂଗ୍ରେସ-୭୦୭, ବିଜେପି-୪୨) । ବୁଥ ନଂ ୩୨୮ ମଦରସା ରସୁଲପୁର (କଂଗ୍ରେସ-୭୩୦, ବିଜେପି-୧୧) । ବୁଥ୍ ନଂ ୩୬୩ ମଦରସା ରହିମିୟା ସରୈୟା (କଂଗ୍ରେସ-୫୦୭, ବିଜେପି-୭) । ସେମିତି ରହିମିୟା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦେଖାଯାଉ । ମୁସଲିମ୍ବହୁଳ ୪ଟି ବୁଥ୍ର ହିସାବ କିପରି ରହିଛି । ୩୬ ନଂ ବୁଥ୍, ପି୍ର ସେକେଣ୍ଡାରୀ କୋଟୱା (କଂଗ୍ରେସ-୬୪୬, ବିଜେପି-୧୬), ବୁଥ୍ ନଂ-୩୭ ପି୍ର ସେକେଣ୍ଡାରୀ କୋଟୱା (କଂଗ୍ରେସ-୭୫୨, ବିଜେପି-୨୨), ବୁଥ୍ ନଂ.-୪୧, ମଦରସା କୋଟୱା (କଂଗ୍ରେସ-୫୪୯, ବିଜେପି-୪), ବୁଥ ନଂ-୪୨ ମଦରସା କୋଟୱା (କଂଗ୍ରେସ-୫୫୦, ବିଜେପି-୮୧) ।
ବାରାଣାସୀ କ୍ୟାଣ୍ଟନମେଣ୍ଟ ବିଧାନସଭା ଅନ୍ତର୍ଗତ କିଛି ବୁଥ୍ର ମତଦାନକୁ ହିସାବକୁ ନିଆଯାଉ । ବୁଥ୍ ନଂ-୧୬୦ ହମିଦିୟା ମଦରସା ବଜରଡ଼ିହା (କଂଗ୍ରେସ-୬୩୪, ବିଜେପି-୩୪), ବୁଥ ନଂ-୧୭୧, ପ୍ରାଥମିକ ବିଦ୍ୟାଳୟ, ଜୋଲହା (କଂଗ୍ରେସ-୫୬୬, ବିଜେପି-୬୯), ବୁଥ୍ ନଂ-୨୩୭ ମଦରସା ଜାମିୟା (କଂଗ୍ରେସ-୭୭୭, ବିଜେପି-୧୪), ବୁଥ୍ ନଂ-୨୪୧, ଜୟନାରାୟଣ ଇଣ୍ଟର କଲେଜ (କଂଗ୍ରେସ-୫୨୨, ବିଜେପି-୫), ବୁଥ୍ ନଂ-୩୦୨, ବଙ୍ଗାଳି ଟୋଲା କଲେଜ (କଂଗ୍ରେସ-୬୦୦, ବିଜେପି-୧୧) । ଦକ୍ଷିଣ ବନାରସ ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାନକୁ ନିଆଯାଉ । ମୁସଲିମ ବହୁଳ ଏହି ବୁଥ୍ଗୁଡ଼ିକରେ ବିଜେପିକୁ କିପରି ସମର୍ଥନ ମିଳିଛି ଦେଖାଯାଉ । ବୁଥ ନଂ-୩, ବେସିକ ପ୍ରାଇମେରୀ ସ୍କୁଲ, କମଲଗଡ଼୍ଡ଼ା (କଂଗ୍ରେସ-୭୦୬, ବିଜେପି-୧୨), ବୁଥ ନଂ-୧୪୭, ଜାମିୟା ମଦରସା, କେଟେହର (କଂଗ୍ରେସ-୭୨୭ ବିଜେପି-୨) ବୁଥ ନଂ-୧୫୯, ଜୋତପୁରା ନଗର ପାଳିକା (କଂଗ୍ରେସ-୭୬୮, ବିଜେପି-୬), ବୁଥ ନଂ-୧୭୩ ନେସନାଲ ଇଣ୍ଟର କଲେଜ ପିଲିକୋଠି (କଂଗ୍ରେସ-୭୭୪, ବିଜେପି-୯) ।
ସେବାପୁରୀ ବିଧାନସଭା କ୍ଷେତ୍ରକୁ ଦେଖାଯାଉ । ବୁଥ ନଂ-୧୩୯, ପ୍ରାଥମିକ ବିଦ୍ୟାଳୟ ହୀରାପୁର (କଂଗ୍ରେସ -୪୧୫, ବିଜେପି-୩୫), ବୁଥ ନଂ-୩୧୦, ଗୌତମ ବୁଦ୍ଧ ବିଦ୍ୟାଳୟ, ଲୋହତା (କଂଗ୍ରେସ-୭୦୫, ବିଜେପି-୫୩) ।
କେବଳ ରହିମିୟା ସରୌୟା ବୁଥ୍ ଅଞ୍ଚଳରେ ୨୫୦୦ ଆୟୁଷ୍ମାନ କାର୍ଡ, ୩୦୦୦ ରେସନ କାର୍ଡ, ୫୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଥିଲା ବେଳେ ବୁଥ୍ରେ ମୋଟ ୫୧୭ ମତଦାନ ହୋଇଥିଲା । ଏଥିରୁ କଂଗ୍ରେସକୁ ୫୦୭, ବିଜେପିକୁ ୮ ଏବଂ ବହୁଜନ ସମାଜ ପାର୍ଟିକୁ ମାତ୍ର ୨ଟି ଭୋଟ ମିଳିଥିଲା । ଉତ୍ତର ପ୍ରଦେଶର ରାମପୁର ଲୋକସଭା ଅନ୍ତର୍ଗତ ଏକ ଗ୍ରାମରେ ମୋଟ ୨୩୨୨ ଲୋକ ଭୋଟ ଦେଇଥିଲେ । ଯେଉଁଠି ଗୋଟିଏ ବି ଭୋଟ ବିଜେପିକୁ ମିଳିନଥିଲା । ଅଥଚ ସେହି ଗ୍ରାମରେ ୫୩୨ ଆବାସ ଯୋଗାଇ ଦେବାକୁ ବିଜେପି ସରକାର ଖର୍ଚ୍ଚ କରିଥିଲେ ୧୩୩୦ କୋଟି ଟଙ୍କା । ସେମିତି ମଧ୍ୟ-ପ୍ରଦେଶର ଇନେ୍ଦାର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମତଦାନ ପୂର୍ବରୁ ଦଳଛାଡ଼ିଦେବା ଯୋଗୁଁ ଦେଢଲକ୍ଷ ମୁସଲିମ ଭୋଟ ନୋଟା ସପକ୍ଷରେ ଯାଇଥିଲା । ମୁସଲିମ ଲୋକଙ୍କର ·କିରୀ, ଶିକ୍ଷା ଅଧିକ ଦରକାର ନାହିଁ । କାରଣ ମାଦ୍ରାସାରେ ଆରବୀ ଆଉ କୋରାନ ପଢ଼ି ସେମାନେ କୌଣସି ଇଣ୍ଟରଭୁ୍ୟ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ସେମାନଙ୍କ ଲକ୍ଷ୍ୟ ଯେ କୌଣସି ଛୋଟ ମୋଟ କାମ କରିବା, ବଡ଼ ·କିରୀ ନୁହେଁ । ସେମାନଙ୍କ ପାଇଁ ରାସ୍ତାକଡରେ ରୋଜଗାର ମିଳୁଛି, ସେମାନେ କାହିଁକି ଅନ୍ୟକଥା ଚିନ୍ତା କରିବେ । ଚୁଟି କାଟିଲେ କିମ୍ବା ଗାଡ଼ି ପମ୍ପ୍ଚର ମାରିଲେ ସେମାନେ ଭଲ ରୋଜଗାର କରିପାରୁଛନ୍ତି । ବାରାଣାସୀର ୨୦ଟି ବୁଥ୍ ରେ ବିଜେପିକୁ ୨୦ରୁ କମ୍ ଏବଂ ୧୦୦ଟି ବୁଥ୍ରେ ୧୦୦ରୁ କମ୍ ଭୋଟ ମିଳିଥିଲା । ମୋଦି ସରକାର ମୁସଲମାନଙ୍କ ବିକାଶ ପାଇଁ କୋରାନ ବଦଳରେ କମ୍ପୁ୍ୟଟର, ରହିବା ପାଇଁ ଘର, ଖାଇବା ପାଇଁ ମାଗଣା ରାସନ୍, ଚିକିସôା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦେଇ ଯେମିତି ଭାବିଥିଲା ଯେ ‘ସବ୍କା ସାଥ, ସବ୍କା ବିଶ୍ୱାସ’ କାମ କରିବ ବୋଲି, ହେଲେ ତାହା ପ୍ରକୃତରେ ସଫଳ ହୋଇନାହିଁ । ମୁସଲିମ ଲୋକେ ସବୁଠୁ ଅଧିକ ସୁବିଧା ସୁଯୋଗ ମୋଦି ସରକାରଠୁ ନେଇ ସବୁଠୁ କମ୍ ଭୋଟ ଦେବାକୁ ଶପଥ ନେଲେ, ମୋଦି ସରକାର ବିରୋଧରେ ସାରା ଦେଶରେ ଏକାଠି ହୋଇ ବିଜେପିର ପ୍ରାର୍ଥୀମାନଙ୍କୁ ଯୋଜନାବଦ୍ଧ ଭାବରେ ହରାଇବାକୁ ଭୋଟ ଦେଲେ । ତେଣୁ ବିଜେପିକୁ ଏହା ଏକ ଚେତାବନୀ । ଅଧିକ ମୁସଲିମ ଶ୍ରଦ୍ଧା ଦେଖାଇ ବିଜେପି ଅନ୍ୟ ଦଳମାନଙ୍କୁ ଚିତ୍କରିବାକୁ ଚାହୁଁଥିଲା, ଅଥଚ ନିଜେ ଚିତ୍ପଟାଙ୍ଗ ମାରିଛି । ଏବେ ବିଜେପି ଏଥିରୁ ଯଦି କିଛି ଶିକ୍ଷା ନ କରେ ତେବେ ଭବିଷ୍ୟତରେ ବହୁ ଅସୁବିଧା ଭୋଗ କରିବ, ଏଥିରେ ସନେ୍ଦହ ନାହିଁ ।

LEAVE A REPLY