ଭାରତର ବିଦେଶମନ୍ତ୍ରୀ ଜୁନ ମାସରେ ଆଫ୍ରିକାର ଦୁଇଟି ଦେଶ ଗସ୍ତ କରିବା ପରେ ଚଳିତ ଜୁଲାଇ ମାସର ପ୍ରଥମ ସପ୍ତାହରେ ·ରିଦିନିଆ ଗସ୍ତରେ ତାଞ୍ଜାନିଆକୁ ଯାଇ ୬ ଜୁଲାଇ ଦିନ ଜାଞ୍ଜିବର ଦ୍ୱୀରରେ ପହଞ୍ଚô କିଡୁଥାନିଠାରେ ·ଲିଥିବା ପାନୀୟ ଜଳ ପ୍ରକଳ୍ପକୁ ଦେଖିଥିଲେ । ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ଅଧିବାସୀଙ୍କ ମନରେ ଭାରତ ପ୍ରତି ଅନେକ ଶ୍ରଦ୍ଧା ରହିଥିବା ସେ ଲକ୍ଷ୍ୟ କରିଥିଲେ । ସବୁ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଜାଞ୍ଜିବର ଦ୍ୱୀପରୁ ତାଞ୍ଜାନିଆର ରାଜଧାନୀ ଦାରଏସ୍ ସଲାମକୁ ମଧ୍ୟ ଶ୍ରୀ ଜୟଶଙ୍କର ଗସ୍ତକରି ବିବିଧ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଦେଶମନ୍ତ୍ରୀ ଜୟଶଙ୍କର ରାଜଧାନୀ ଦାର୍ ଏସ୍ ସଲାମଠାରେ ସ୍ଥାପିତ ସ୍ୱାମୀ ବିବେକାନନ୍ଦଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ଏହି ପ୍ରତିମୂର୍ତ୍ତିଟିକୁ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସ୍ଥାପନ କରାଯାଇଥିଲା । ୨୦୧୦ରୁ ଏହି ସଂଗଠନ ତାଞ୍ଜାନିଆରେ ଭାରତୀୟ ସଂସ୍କୃତିର ପ୍ରସାର ପାଇଁ କାର୍ଯ୍ୟ କରୁଛି । ଏହି ସଂଗଠନ ଭାରତରେ ମଧ୍ୟ ତାଞ୍ଜାନିଆ ସଂସ୍କୃତିର ପ୍ରସାର ପ୍ର·ର କରିଆସୁଛି । ସ୍ୱାମୀ ବିବେକାନନ୍ଦ ପରାଧୀନ ଭାରତରେ ଭାରତୀୟ ସଂସ୍କୃତିର ବିଶ୍ୱବ୍ୟାପି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଥିଲେ । ସ୍ୱାମୀଜୀଙ୍କ ଶିକ୍ଷା ଯୁଗ ଯୁଗ ଧରି ବିଶ୍ୱବାସୀଙ୍କୁ ଅନୁପ୍ରେରିତ କରିବ ବୋଲି ସେ କହିଥିଲେ ।
ଜାଞ୍ଜିବର ଦ୍ୱୀପକୁ ଗସ୍ତ ସାରି ଦାର୍ ଏସ୍ ସଲାମଠାରେ ପହଞ୍ଚôଥିବା ଜୟଶଙ୍କର ତାଞ୍ଜାନିଆରେ କାର୍ଯ୍ୟରତ ଭାରତବଂଶୀ ଲୋକଙ୍କ ସମାବେଶରେ ଭାଷଣ ଦେଇଥିଲେ । ତାଞ୍ଜନିଆରେ ପ୍ରାୟ ୫୫୦୦୦ ଭାରତୀୟ କାର୍ଯ୍ୟ କରୁଛନ୍ତି । ସ୍ଥାନୀୟ ଭାରତୀୟମାନଙ୍କ ସହ କଥା ହେବା ପରେ କିପରି ଆଇଟି (ଭାରତ ତାଞ୍ଜାନିଆ)ର ଗୁରୁତ୍ୱ ରହିଆସିଛି ତାହା ସେ ଉଲ୍ଲେଖ କରିଥିଲେ । ବିଶେଷକରି ପୂର୍ବ ଆଫ୍ରିକାର ଦେଶଗୁଡିକ ସହ ଭାରତର ସଂପର୍କ ବହୁ ପୁରୁଣା ବୋଲି ସେ କହିଥିଲେ । ଜାଞ୍ଜିବରଠାରେ ଭାରତ ସହାୟତାରେ ନିର୍ମିତ ହେଉଥିବା ପାନୀୟ ଜଳ ପ୍ରକଳ୍ପ ୮୦ଲକ୍ଷ ଲୋକଙ୍କ ପାଇଁ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ଭାରତ ସରକାରଙ୍କର ବିଦେଶୀ ରାଷ୍ଟ୍ରଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାରା ଆଫ୍ରିକା ମହାଦେଶରୁ ତାଞ୍ଜାନିଆର ଅଂଶ ସର୍ବାଧିକ । ପ୍ରତିବର୍ଷ ଏକାକୀ ତାଞ୍ଜାନିଆ ୭୫୦ ସ୍ଲଟରେ ନିଜ ପ୍ରଶିକ୍ଷାର୍ଥୀଙ୍କୁ ଭରିଥାଏ ।
ଚୀନକୁ ଲକ୍ଷ୍ୟକରି ଜୟଶଙ୍କର କହିଥିଲେ ଯେ ଆଫ୍ର୍ିକାରେ ଭାରତର ନୀତି ଅନ୍ୟମାନଙ୍କ ପରି ଶୋଷଣକାରୀ ଅର୍ଥନୀତି ଆଧାରିତ ନୁହେଁ । ଭାରତ ପାଇଁ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ । ଆଫ୍ରିକା ମହାଦେଶ ସହ ଭାରତର ବାଣିଜ୍ୟ ବାର୍ଷିକ ୯୫ ବିଲିଅନ ଡଲାର ରହିଛି । ଆଗାମୀ ଦିନରେ ଏହା ଖୁବ୍ ଶୀଘ୍ର ବୃଦ୍ଧିପାଇବ । କାରଣ ଭାରତର ଅର୍ଥନୀତି ଓ ବାଣିଜ୍ୟ ଏବେ ରପ୍ତାନୀ ଆଧାରିତ, ବହୁରାଷ୍ଟ୍ରରେ ପ୍ରସାରିତ ହେଉଥିବାରୁ ଆଗାମୀ ଦିନରେ ଭାରତୀୟ ଲୋକମାନଙ୍କର ଏସବୁ ରାଷ୍ଟ୍ରରେ ସକ୍ରୀୟ ଭାବେ କାର୍ଯ୍ୟକରିବାର ସଂଖ୍ୟା ମଧ୍ୟ ବୃଦ୍ଧିପାଇବ । ଆଫ୍ରିକାର ବଜାର ଏବେ ଅଧିକରୁ ଅଧିକ ଆବଶ୍ୟକ କରୁଥିଲା ବେଳେ ସେମାନଙ୍କ ଅଭାବକୁ ଦୂର କରି ଆବଶ୍ୟକତା ପୂରଣ କରିବା ଭାରତର ଲକ୍ଷ୍ୟ ହେବା ଉଚିତ୍ । ପ୍ରତିଯୋଗିତା ପ୍ରଧାନ ଅର୍ଥନୀତି ମଧ୍ୟରେ ଭାରତର ଲୋକେ ଏବଂ ଭାରତର ବ୍ୟବସାୟୀ ଯେତେ ଅଧିକ ବାହାରକୁ ଯିବେ ସେତେ ସେତେ ଅଧିକ ଆବଶ୍ୟକତା ପୂରଣ ହୋଇପାରିବ । ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଫ୍ରିକାର ରାଷ୍ଟ୍ରଗୁଡିକୁ ସାହାଯ୍ୟ କରିପାରିବ । ଯାନବାହନ ଶିଳ୍ପ କ୍ଷେତ୍ରରେ ମଧ୍ୟ ବହୁ ସମ୍ଭାବନା ରହିଛି । ଆଗାମୀ ଦିନରେ ମୁକ୍ତ ବାଣିଜ୍ୟ ବୁଝାମଣା ଆଫି୍ରକୀୟ ସଂଘ ସହ ସଫଳ ହେଲେ ୫୪ ରାଷ୍ଟ୍ରରେ କାର୍ଯ୍ୟକରିବାର ସୁବିଧା ଭାରତର କମ୍ପାନୀ ଏବଂ ବାଣିଜି୍ୟକ ଓ ବ୍ୟାବସାୟିକ ସଂସ୍ଥା ପାଇବେ । ସେଥିପାଇଁ ଆଇଆଇଟି ମାଡ୍ରାସର ଏକ ବିଦେଶଶାଖା ତାଞ୍ଜାନିଆରେ ଖୋଲିବା ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ବୁଝାମଣା ହୋଇଛି,ଯାହା ଜାଞ୍ଜିବରରେ ସ୍ଥାପିତ ହେବ ।
ଭାରତର ଯୁଦ୍ଧପୋତ ଆଇଏନ୍ଏସ୍ ତ୍ରିଶୂଳରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାଞ୍ଜିବର ରାଷ୍ଟ୍ରପତି ହୁସେନ ଅଲି ମ୍ବିନ୍ୱିଙ୍କ ସହ ଜୟଶଙ୍କର ବୁଝାମଣା ପତ୍ରରେ ସ୍ୱାକ୍ଷର କରିବା ସହ ଆଇଆଇଟି ମାଡ୍ରାସର ଜାଞ୍ଜିବର କ୍ୟାମ୍ପସର ସଫଳତା ନେଇ ଆଶାବ୍ୟକ୍ତ କରିଥିଲେ । ଭାରତର ଜଳଜୀବନ ମିଶନ କାର୍ଯ୍ୟକ୍ରମକୁ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ପହଞ୍ଚାଇବା ଲାଗି ଭାରତ ଯେଉଁ ଲକ୍ଷ୍ୟ କରିଛି, ଯେଉଁ ବିଶ୍ୱାସ ନେଇ କାର୍ଯ୍ୟକରୁଛି, ତାଞ୍ଜାନିଆ ପ୍ରକଳ୍ପ ହେଉଛି ତାର ସ୍ପଷ୍ଟ ପ୍ରମାଣ । ଜାଞ୍ଜିବର ଦ୍ୱୀପର ଷ୍ଟୋନଟାଉନକୁ ଜୟଶଙ୍କର ଗସ୍ତକରିବା ସହ ସ୍ଥାନୀୟ ଆର୍ଯ୍ୟ ସମାଜ ଏବଂ ଶ୍ରୀ ଶିବଶକ୍ତି ମନ୍ଦିରକୁ ଯାଇଥିଲେ । ସେଠାରେ ଗୁଜୁରାଟୀ ସମାଜର ଲୋକଙ୍କୁ ସେ ସାକ୍ଷାତ କରିବା ସହ ଭାରତ -ଆଫ୍ରିକା ସହଯୋଗ କିପରି ସମୟ ଦ୍ୱାରା ପରୀକ୍ଷିତ ତାହା ଉଲ୍ଲେଖ କରିଥିଲେ ।
ଡକ୍ଟର ଜୟଶଙ୍କର ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ହସନଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଭାରତ-ତାଞ୍ଜାନିଆ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ଆରମ୍ଭ ହୋଇଛି । ଯାହା ଆଗାମୀ ଦିନରେ ଉଭୟ ଦେଶକୁ ସହାୟକ ହେବ ବୋଲି କୁହାଯାଉଛି । ଚଳିତବର୍ଷ ୨୦୨୨-୨୩ରେ ଦ୍ୱିପାକ୍ଷିକ ବାଣିଜ୍ୟ ୬.୪ ବିଲିଅନ ଡଲାର ରହିଥିଲା । ତାଞ୍ଜାନିଆରେ କାର୍ଯ୍ୟରତ ଭାରତର ତିନୋଟି କେନ୍ଦ୍ରୀୟ ବ୍ୟାଙ୍କ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ କାନାରା ବ୍ୟାଙ୍କ ଦୁଇଦେଶର ମୁଦ୍ରା ଦେଣନେଣଜନିତ ସମସ୍ୟାର ସମାଧାନ କରିବାର କ୍ଷମତା ରଖିଥିବା କଥା ଜୟଶଙ୍କର ତାଞ୍ଜାନିଆର ଶିଳ୍ପପତିମାନଙ୍କ ନିକଟରେ ପ୍ରକାଶ କରିଥିଲେ । କାରଣ ଆଗାମୀ ଦିନରେ ତାଞ୍ଜାନିଆ ଅନେକ ବସ୍ତୁ ଭାରତକୁ ରପ୍ତାନୀର ସୁବିଧା ପାଇବ । ଭାରତ ପରି ଏକ ସର୍ବବୃହତ ଜନବହୁଳ ବଜାରକୁ ତାଞ୍ଜାନିଆ ରପ୍ତାନୀର ସୁବିଧାକୁ ଠିକଣା ଭାବରେ ଉପଯୋଗ କରିପାରିଲେ ଅନେକ ଲାଭ ଉଠାଯାଇପାରିବ ବୋଲି ଶ୍ରୀ ଜୟଶଙ୍କର ପ୍ରକାଶ କରିଥିଲେ ।
ତାଞ୍ଜାନିଆ ଏବେ ଏଲ୍ଏନ୍ଜି ରପ୍ତାନୀ ପାଇଁ ବଜାର ଖୋଜୁଥିଲା ବେଳେ ଭାରତ ସେଥିପାଇଁ ଉପଯୁକ୍ତ ହେବ ବୋଲି ବି·ର କରୁଛି । ତାଞ୍ଜାନିଆରେ ·ଲୁଥିବା ଭାରତର ପ୍ରକଳ୍ପଗୁଡିକର ସମୀକ୍ଷା ଏବଂ ବିକାଶମୁଖୀ କାର୍ଯ୍ୟର ନିରୀକ୍ଷଣ ପାଇଁ ଜୟଶଙ୍କର ତାଞ୍ଜାନିଆ ଗସ୍ତ କାଳରେ ଏହି ଦିଗରେ ପ୍ରୟାସ କରିଥିଲେ । ଦାର୍ଏସ୍ ସଲାମଠାରେ ଭାରତ ଦ୍ୱାରା ସ୍ଥାପିତ ପରମ ସୁପର କମ୍ପୁଟରର କାର୍ଯ୍ୟର ନିରୀକ୍ଷଣ ପାଇଁ ଜୟଶଙ୍କର ଏକ ଟେକ୍ନୋଲୋଜୀ ସେଣ୍ଟରକୁ ଗସ୍ତ କରିଥିଲେ । ଏହାଛଡା ତିନୋଟି ଶକ୍ତି ସଂସ୍ଥା ଇକ୍ୱିନର, ସେଲ ଏବଂ ଏକ୍ସକନ ଗତ ମଇ ମାସରେ ଏଲ୍ଏନ୍ଜି (ତରଳୀକୃତ ପ୍ରାକୃତିକ ବାଷ୍ପ) ରପ୍ତାନୀ ନିମିତ୍ତ ଦେଶର ପୂର୍ବ ଉପକୂଳରେ ଟର୍ମିନାଲ ନିର୍ମାଣ ପାଇଁ ତାଞ୍ଜାନିଆ ସରକାରଙ୍କ ସହ ବୁଝାମଣା କରିଥିଲେ । ଭାରତ ଏହି ଗ୍ୟାସର ବଡ ଗ୍ରାହକ ହୋଇଥିବାରୁ ତାଞ୍ଜାନିଆ ଆଗାମୀ ଦିନରେ ଭାରତକୁ ନିଜ ଗ୍ୟାସ ରପ୍ତାନୀର ଲକ୍ଷ୍ୟ ରଖିଛି । ଏକଥା ସତ ଯେ ତାଞ୍ଜାନିଆର ଉପକୂଳରେ ଗ୍ୟାସ ଭଣ୍ଡାରକୁ ଖୋଜି ବାହାର କରିବାରେ ଭାରତ ଗତ ୫୦ବର୍ଷ ହେଲା ସାହାଯ୍ୟ କରିଆସିଛି । ଏହି ଗ୍ୟାସର ବିକ୍ରିଜନିତ ଲାଭରୁ ତାଞ୍ଜାନିଆ ଆଗାମୀ ଦିନରେ ଦେଶର ୭୦ଭାଗ ଅନ୍ଧକାର ଅଞ୍ଚଳରେ ବିଦୁ୍ୟତର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି । କାରଣ ଏଲ୍ଏନ୍ଜିର ବଡ ରପ୍ତାନୀକାରୀ ରାଷ୍ଟ୍ର ଅଷ୍ଟ୍ରେଲିଆ, ଆମେରିକା ଅନ୍ୟତମ ଏଲ୍ଏନ୍ଜି ରପ୍ତାନୀ କରୁଥିବା ରାଷ୍ଟ୍ର କାତାରକୁ ଅଟକାଇବା ପାଇଁ ସେମାନଙ୍କ ଯୋଗାଣକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି । ରୁଷିଆ ପରେ ଇରାନରେ ସର୍ବାଧିକ ଏଲ୍ଏନ୍ଜି ଭଣ୍ଡାର ରହିଥିଲେ ମଧ୍ୟ ଆର୍ଥôକ କଟକଣା ଯୋଗୁ ବିତରଣରେ ସଙ୍କଟ ସୃଷ୍ଟି ହୋଇଛି ।
ସଂପ୍ରତି ଗ୍ୟାସର ବ୍ୟବହାର ଏବଂ ପୃଥିବୀରେ ଯୋଗାଣର ଅଭାବହେତୁ ଏହାର ଆବଶ୍ୟକତା ବୃଦ୍ଧି ପାଉଥିଲା ବେଳେ ତାଞ୍ଜାନିଆ ନିଜର ଶକ୍ତି ଉତ୍ସକୁ ବ୍ୟବହାର କରି ସମୃଦ୍ଧିର ସ୍ୱପ୍ନ ଦେଖୁଛି । ଯୁଦ୍ଧକାଳରେ ଭାରତ ଯେପରି ରୁଷିଆଠାରୁ ତୈ÷ଳ ଏବଂ ଗ୍ୟାସ କ୍ରୟ କରି ରୁଷିଆର ଅର୍ଥନୀତିକୁ ସାହାଯ୍ୟ କରିଆସିଛି ଠିକ୍ ସେମିତି ଭାରତ ପରି ଏକ ବଡ କ୍ରେତା ପାଇଲେ ତାଞ୍ଜାନିଆର ବାଣିଜି୍ୟକ ଲାଭ ଅଧିକ ହେବ ବୋଲି ସେଠାକାର ସରକାର ମନେ କରୁଛନ୍ତି । ଭାରତ ପୂର୍ବରୁ ତାଞ୍ଜାନିଆ ପାଇଁ ବଡ ବାଣିଜି୍ୟକ ସହଯୋଗୀ ରାଷ୍ଟ୍ର ରହିଛି । ୨୦୨୨ରେ ତାଞ୍ଜାନିଆରେ ଆୟୋଜିତ ୮ଟି ବଡ ପ୍ରଦର୍ଶନୀରେ ଭାରତରୁ ପ୍ରାୟ ୭୦୦ରୁ ଅଧିକ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ । ଜୁଲାଇ ମାସର ଆଲୋଚନାରେ ସେମିତି ୪୦ଜଣିଆ ବ୍ୟାବସାୟିକ ପ୍ରତିନିଧିମଣ୍ଡଳୀ ତାଞ୍ଜାନିଆ ଗସ୍ତ କରିବା ବେଶ୍ ଉଲ୍ଲେଖନୀୟ । ଆଗାମୀ ଦିନରେ ଭାରତର ଏକ ଶିଳ୍ପ ପାର୍କ ତାଞ୍ଜାନିଆରେ ନିର୍ମାଣ ହେବାର ସମ୍ଭାବନା ଦେଖୁଥବା ବିଷୟ ଶ୍ରୀ ଜୟଶଙ୍କର ପ୍ରକାଶ କରିଥିଲେ । ଭାରତର ଜଳପ୍ରକଳ୍ପ ୨୮ଟି ସହରକୁ ପାନୀୟ ଜଳ ଯୋଗାଇବ ତାଞ୍ଜାନିଆକୁ ରେଳବାଇ, ପ୍ରତିରକ୍ଷା, ଔଷଧ, ଡ୍ରୋନ ପରି ଅନେକ କ୍ଷେତ୍ରରେ ଭାରତ ସହଯୋଗ କରିପାରିବାର କ୍ଷମତା ରଖୁଥିବା ଶ୍ରୀ ଜୟଶଙ୍କର ବାଣିଜି୍ୟକ ପ୍ରତିନିଧିମାନଙ୍କୁ କହିଥିଲେ । ଗସ୍ତକାଳରେ ସେ ତାଞ୍ଜାନିଆର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ୧୦ମ ଭାରତ -ତାଞ୍ଜାନିଆ ମିଳିତ କମିଶନ ବୈ÷ଠକରେ ଯୋଗଦାନ କରିଥିଲେ । ୮ ଜୁଲାଇରେ ଅନୁଷ୍ଠିତ ବୈ÷ଠକରେ ଅର୍ଥମନ୍ତ୍ରୀ ଡକ୍ଟର ଷ୍ଟରଗୋମେନା ଟେକ୍ସଙ୍କୁ ଜୟଶଙ୍କର ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସହଯୋଗ ବ୍ୟାପକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଆଫ୍ରିକା ସହ ମୁକ୍ତ ବାଣିଜ୍ୟ ବୁଝାମଣା ହେବାପରେ ବାଣିଜ୍ୟ ଓ ନିବେଶ ପାଇଁ ଅଧିକ ବାଟ ଫିଟିବ ବୋଲି ସେ କହିଥିଲେ ।
୧୯୬୬ରେ ପ୍ରଥମ କରି ଭାରତ-ତାଞ୍ଜାନିଆ ମଧ୍ୟରେ ବନ୍ଧୁତା, ବୈ÷ଷୟିକ, ଆର୍ଥôକ ଓ ବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ହୋଇଥିଲା । ୧୯୭୨ରୁ ଆଇଟିଇସିର ପ୍ରଶିକ୍ଷଣ ସୁବିଧା ତାଞ୍ଜାନିଆକୁ ପ୍ରଦାନ କରାଯାଇ ଆସୁଛି । ପୂର୍ବତନ ତାଞ୍ଜାନିଆ ରାଷ୍ଟ୍ରପତି ଜୁଲିଅସ୍ ନାଇରେରେଙ୍କୁ ୧୯୭୪ରେ ଜବାହରଲାଲ ନେହେରୁ ପୁରସ୍କାର, ଗାନ୍ଧି ଶାନ୍ତି ପୁରସ୍କାର (୧୯୯୫) ପ୍ରଦାନ କରାଯାଇଥିଲା । ୧୯ ନଭେମ୍ବର ୧୯୬୧ରେ ଦାର ଏସ୍ ସଲାମଠାରେ ଭାରତର ହାଇକମିଶନ ଏବଂ ୨୩ ଅକ୍ଟୋବର ୧୯୭୪ରେ ଜାଞ୍ଜିବରଠାରେ କନ୍ସୁଲେଟ ଜେନେରାଲ କାର୍ଯ୍ୟାଳୟ ଭାରତ ପକ୍ଷରୁ ଖୋଲାଯାଇଥିଲା । ଶ୍ରୀ ଜୟଶଙ୍କରଙ୍କ ଏହି ଗସ୍ତ ପରେ ଭାରତର ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ବିଶ୍ୱସ୍ତରୀୟ କ୍ୟାମ୍ପସ ଖୋଲିବା ପାଇଁ ରାସ୍ତା ଫିଟିଛି । ଏଥିରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହ ଭାରତର ଶିକ୍ଷାନୁଷ୍ଠାନଗୁଡିକ ଲାଗି ବିଶ୍ୱରୁ ଅର୍ଥସଂଗ୍ରହ କରି ଆତ୍ମନିର୍ଭର ହେବା ସହଜ ହେବ ।