ମୋଦିଙ୍କ ଶାସନରେ ଦେଶ ଏକ୍ସପ୍ରେସ ସ୍ପିଡ୍ରେ ଆଗକୁ ବଢ଼ୁଛି: ରାଜନାଥ ସିଂହ

0
277

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ଟି ଜନସଭାରେ ଜନତାଙ୍କୁ ଉଦ୍ବୋଧନ ଦେଇ ୯ବର୍ଷର କେନ୍ଦ୍ରର ମୋଦି ସରକାରଙ୍କ ସଫଳତାର କାହାଣୀ ବଖାଣିବା ସହ ପୁଣି ତୃତୀୟ ଥର ପାଇଁ ମୋଦିଜୀ ୪ଶହରୁ ଉଦ୍ଧ୍ୱର୍ ଆସନ ଜିତି କେନ୍ଦ୍ରରେ ସରକାର ଗଢ଼ିବା ସହ ଓଡ଼ିଶାରେ ବି ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ ନିଶ୍ଚିତ ବୋଲି କହିଛନ୍ତି । ପ୍ରଥମେ ନବରଙ୍ଗପୁର ଓ ପରେ ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବା ସହ ଶେଷରେ ଉତର ଓଡିଶାର ବାରିପଦାଠାରେ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କେନ୍ଦ୍ର ଏବଂ ରାଜ୍ୟରେ ବିଜେପିର “ଡବଲ ଇଞ୍ଜିନ ସରକାର”ଗଠନ ହେବ ବୋଲି ଦମ୍ଭୋକ୍ତି କରିଥିଲେ ।

ବାରିପଦା ବିଜୟ ସଂକଳ୍ପ ସମାବେଶର ଜନତାଙ୍କୁ ଉଦ୍ବୋଧନ ଦେଇ ରାଜନାଥ ସିଂହ କହିଛନ୍ତି ଯେ, ଓଡ଼ିଶାରେ ବିଭିନ୍ନ ପ୍ରାନ୍ତକୁ ଆସି ସମାବେଶରେ ଯୋଗ ଦେଇଛି, ହେଲେ ଏଠାକୁ ଦ୍ୱିତୀୟଥର ଆସିଛି । ଏ ମାଟି ହେଉଛି ଜନଜାତି ସଭ୍ୟତା, ସଂସ୍କୃତି ଓ ସ୍ୱାଭିମାନର ମାଟି । ଅଗଣିତ ଜନତାଙ୍କ ଉତ୍ସାହ ଓ ଉମଙ୍ଗରୁ ସ୍ପଷ୍ଟ ଜଣାପଡୁଛି ଏଥର “ଓଡ଼ିଶାରେ ବିଜେପି ସରକାର” ପ୍ରତିଷ୍ଠା ହେବ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଜୀ ହୁଅନ୍ତୁ ବା ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୋଦିଜୀ ଜନଜାତିଙ୍କ ବିକାଶ ପାଇଁ ବଦ୍ଧପରିକର । ସେଥିପାଇଁ ତ ଏ ମାଟିର ଜଣେ ଆଦିବାସୀ ଭଉଣୀଙ୍କୁ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦରେ ସ୍ଥାପିତ କରିଛନ୍ତି । ପୂର୍ବରୁ କଂଗ୍ରେସ ସରକାର ସମୟରେ ବିଶ୍ୱମଂଚରେ ଭାରତର କଥାକୁ ଅଣଦେଖା କରାଯାଉଥିଲା, ହେଲେ ଆଜି ଭାରତ କଥାକୁ ବିଶ୍ୱ ଶୁଣୁଛି ଓ ଗୁରୁତ୍ୱ ଦେଉଛି । ଆସନ୍ତା ୨୧ତମ ଶବ୍ଦାଦୀ ଭାରତର ହେବ ବୋଲି ବିଶ୍ୱନେତାମାନେ ଭବିଷ୍ୟବାଣୀ କଲେଣି । ବଡ ବଡ ଅର୍ଥଶାସ୍ତ୍ରୀ କହିଲେଣି ମୋଦି ସରକାର ସମୟରେ ଅର୍ଥନୀତିରେ ପଂଚମ ସ୍ଥାନକୁ ଉନ୍ନିତ ହୋଇଥିବା ଭାରତ ବର୍ଷ ୨୦୨୭ ପ୍ରାରମ୍ଭରେ ତୃତୀୟ ସ୍ଥାନରେ ପହଂଚିଥିବ ।

ଏକ ବିକଶିତ ଭାରତ ବର୍ଷ ସହ ଏକ ବିକଶିତ ଓଡ଼ିଶା ପ୍ରଦେଶ ବି ଆମକୁ ଦରକାର । ସେଥିପାଇଁ ବିଜେପିକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ । ୟୁପିଏ ସରକାର ସମୟରେ ଓଡ଼ିଶାକୁ ମାତ୍ର ୩କୋଟି ଆର୍ଥôକ ଅନୁଦାନ ମିଳିଥିବାବେଳେ ୯ବର୍ଷ ଶାସନ କାଳରେ ମୋଦି ସରକାର ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇ ପାଖାପାଖି ୧୯ଲକ୍ଷ କୋଟି ଟଙ୍କାର ଆର୍ଥôକ ଅନୁଦାନ ଦେଇସାରିଛନ୍ତି । ପୁରା ଦେଶରେ ୨୫କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରିଛନ୍ତି ମୋଦିଜୀ । କଂଗ୍ରେସ ଶାସନ ସମୟରେ ଆତଙ୍କବାଦ, ନକ୍ସଲବାଦ ଓ ଉଗ୍ରବାଦ ସର୍ବତ୍ର ବଢ଼ୁଥିଲା ହେଲେ ଆଜି ମୋଦିଜୀ ତାଙ୍କ ଶାସନ କାଳରେ ଭାରତକୁ ଏକ ସଶକ୍ତ ତଥା ବଳିୟାନ ରାଷ୍ଟ୍ରଭାବେ ଗଢ଼ି ତୋଳିଛନ୍ତି । ଶତ୍ରୁକୁ ଜବାବ ଦେବାକୁ ଶତ୍ରୁର ଘରେ ପସି ଏୟାର ଷ୍ଟ୍ରାଇକ ଓ ସର୍ଜିକାଲ ଷ୍ଟ୍ରାଇକ କରି ଭାରତ ନିଜର ପରାକାଷ୍ଠା ଦେଖାଇପାରିଛି । ୭୦ବର୍ଷରେ କଂଗ୍ରେସ ମାତ୍ର ସାଢ଼େ ତିନି କୋଟି ପରିବାରକୁ ପାଇପପାଣି ଯୋଗାଇଥିବାବେଳେ ମୋଦିଜୀ ପ୍ରଥମ ୫ବର୍ଷରେ ୧୦କୋଟିରୁ ଊଦ୍ଧ୍ୱର୍ ଘରକୁ ପାଇପପାଣି ଯୋଗାଇ ପାରିଛନ୍ତି । ଦେଶ ଏକ୍ସପ୍ରେସ ସ୍ପିଡ୍ରେ ଆଗକୁ ବଢ଼ୁଛି । ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟକୁ ୩୧ପ୍ରତିଶତ ଅନୁଦାନ ଦେଉଥିଲେ ଏବେ ମୋଦି ସରକାରରେ ତାହା ୪୨ପ୍ରତିଶତ କରିଛନ୍ତି । ପୂର୍ବରୁ ଦେଶରେ ମାତ୍ର ୭୪ଟି ବିମାନବନ୍ଦର ଥିଲା ଏବେ ମୋଦିଜୀଙ୍କ ପ୍ରଚେଷ୍ଟାରେ ୧୮୯ଟି ହୋଇଛି । ଭାରତ ଏବେ ବିଶ୍ୱର ବୃହତ ମୋବାଇଲ ନିର୍ମାଣକାରୀ ଦେଶଭାବେ ପ୍ରତିଷ୍ଠାଲାଭ କରିଛି । କୃଷକମାନଙ୍କ ବିକାଶକୁ ଆଖି ଆଗରେ ରଖି ପ୍ରତିବର୍ଷ କୃଷକଙ୍କ ବ୍ୟାଙ୍କ ଖାତାକୁ ମୋଦିଜୀ ୬ହଜାର ଟଙ୍କା ପଠାଉଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ।

ଭ୍ରଷ୍ଟାଚାର କମାଇବା ପାଇଁ ବ୍ୟବସ୍ଥାର ପରିବର୍ତନ ଦରକାର । ତେଣୁ ଓଡ଼ିଶାରେ ସରକାର ପରିବର୍ତନ ନିହାତି ଆବଶ୍ୟକ । ବିଜେପି ଲୋକଙ୍କୁ ଅନ୍ଧାରରେ ରଖି ତାଙ୍କ ସମର୍ଥନ ନେବାକୁ ଚାହେଁନି । ଜନତାଙ୍କ ଆଖିରେ ଆଖି ମିଶାଇ ସତ୍ୟ ତଥ୍ୟ ଦେଇ ଜନତାଙ୍କ ବିଶ୍ୱାସ ଭାଜନ ହେବା ଚାହେଁ । ମୁଁ କୃଷକର ପୁଅ, ଗାଁ ଲୋକଙ୍କ ଦୁଃଖ ବୁଝିଛି । ଆଜି ମୋଦି ସରକାରଙ୍କ ଜନଔଷଧି ଯୋଜନାରେ ଅଗଣିତ ଗରିବ ଲୋକ କମ୍ ମୂଲ୍ୟରେ ଔଷଧ ପାଇପାରୁଛନ୍ତି । ଆଦିବାସୀ ସମାଜର ପିଲାମାନଙ୍କୁ ଉନ୍ନତ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି ମୋଦି ସରକାର । କଂଗ୍ରେସର ୭୦ବର୍ଷ ଶାସନରେ ସାରା ଦେଶରେ ୩୯୦ଟି ମେଡିକାଲ କଲେଜ ଥିବାବେଳେ ମୋଦିଜୀଙ୍କ ମାତ୍ର ୯ବର୍ଷ ଶାସନ ମଧ୍ୟରେ ୩୧୫ଟି ମେଡିକାଲ କଲେଜ ସ୍ଥାପନା ହୋଇପାରିଛି । ଭାରତ ବର୍ଷର ଋଷି ମନିଷି କହିଥିଲେ, ନାରୀ ମାନଙ୍କର ଯେଉଁଠି ପୂଜା ହୁଏ ସେଠି ଦେବତା ବାସ କରନ୍ତି । ତେଣୁ ମୋଦି ସରକାର “ନାରୀ ଶକ୍ତିବନ୍ଦନ ଅଧିନିୟମ” ଆଣିବା ସହ ସଂସଦରେ ବିଶେଷ ଅଧିବେଶନ ଡାକି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ସେହିପରି ଗରିବ, ଯୁବ, କୃଷକ ଏବଂ ନାରୀ ଶକ୍ତିର ବିକାଶ ମୋଦିଜୀଙ୍କ ଗ୍ୟାରେଂଟି ଦେଇଛନ୍ତି । ଏହିପରି ପ୍ରତିକ୍ଷେତ୍ରରେ ଭାରତ ବର୍ଷକୁ ଏବଂ ପ୍ରତ୍ୟେକ ରାଜ୍ୟକୁ ବିକାଶର ଚରମ ସୀମାରେ ପହଂଚାଇବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରୟାସରତ ଅଛନ୍ତି ଏବଂ ୨୦୨୪ରେ ପୁନର୍ବାର ତୃତୀୟଥର ଶାସନକୁ ଆସି ଦେଶକୁ ବିକାଶର ଚରମସୀମାରେ ପହଂଚିବାର ସଂକଳ୍ପ ନେଇଥିବା ଶ୍ରୀ ସିଂହ କହିଛନ୍ତି ।

ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତୃବୃନ୍ଦ ସହ ଆଲୋଚନା କରିବା ପରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଂଚାଳନ ସମିତି ଟିମ୍, ବିଧାନସଭା ପ୍ରବାସ ସଂଚାଳନ ସମିତି ଟିମ୍, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

LEAVE A REPLY