ଖଲାସ ମାର୍ଗରେ ଖାଲିସ୍ଥାନୀ

ଗତ କିଛି ଦିନ ମଧ୍ୟରେ ଭାରତ ବାହାରେ ଭାରତର ବିରୋଧୀମାନେ ମୃତୁ୍ୟମୁଖରେ ପଡିବା ଦେଖାଯାଉଛି । ବିଶେଷକରି ପାକିସ୍ଥାନ, କାନାଡା ଏବଂ ବ୍ରିଟେନରେ ଥିବା ଖାଲିସ୍ଥାନୀ ନେତାମାନେ ଶିକାର ହୋଇଛନ୍ତି । ବିଗତ ଦିନମାନଙ୍କରେ ଅଷ୍ଟ୍ରେଲିଆ, ଆମେରିକା, ବ୍ରିଟେନ ଏବଂ କାନାଡା ପରି ବ୍ରିଟେନର ଅତୀତର ଉପନିବେଶଗୁଡିକରେ ହିଁ ଖାଲିସ୍ଥାନକୁ କେନ୍ଦ୍ରକରି ଭାରତ ବିରୋଧୀ ବିକ୍ଷୋଭର ଆୟୋଜନ କରାଯାଇ ହିନ୍ଦୁ ମନ୍ଦିରଗୁଡିକ ଉପରେ ଆକ୍ରମଣ କରାଯାଇଛି । ଏହି ତଥାକଥିତ ଶିଖମାନେ ଅଧିକ ଇସଲାମିଷ୍ଟ, କମ୍ ନେସନାଲିଷ୍ଟ । ଏମାନେ ପାକ୍ର ଆଇଏସ୍ଆଇ, ଆମେରିକାର ସିଆଇଏ ହାତର ଗୋଟି ହୋଇଛନ୍ତି । ଏମାନଙ୍କୁ ଅତୀତରେ ଯେଉଁ ଗୋରା ଲୋକେ କାନାଡା ଓ ବ୍ରିଟେନକୁ ନେଇଥିଲେ ସେମାନଙ୍କ ଯୋତା ସଫା କରିବାକୁ, ଏବେ ସେମାନେ ହାଣମୁହଁକୁ ପଠାଇ ଖଲାସ କରାଇବାରେ ବ୍ୟସ୍ତ । ଅତୀତ ଦିନରେ ଯେମିତି ପଞ୍ଜାବରେ ଖାଲିସ୍ଥାନୀମାନେ ମାଟି କାମୁଡିଥିଲେ, ଆଗାମୀ ଦିନରେ ସେମିତି ମାଟି କାମୁଡିବେ ଏଥିରେ ସନେ୍ଦହ ନାହିଁ । ସେଥିପାଇଁ ରାଷ୍ଟ୍ରୀୟ ଯାଞ୍ଚ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ଏକ ଲମ୍ବା ୨୦ଜଣିଆ ତାଲିକାର ଲୁକଆଉଟ୍ ନୋଟିସ ପ୍ରକାଶ କରାଯାଇଛି । ଭାରତ ବିରୋଧୀ ଏହି ଖାଲିସ୍ଥାନମାନଙ୍କ ନାମ ଏହିପରି ରହିଛି ଗୁରପତୱନ୍ତ ସିଂହ ପନ୍ନୁ (ଆମେରିକା), ପରମଜିତ୍ ସିଂହ ପମ୍ମା (ବ୍ରିଟେନ୍), ୱାଧୱା ସିଂହ (ପାକିସ୍ଥାନ), କୁଲୱନ୍ତ ସିଂହ ମୁଠଲା (ବ୍ରିଟେନ), ଜେଏମ୍ ପାଲିୱାଲ (ଆମେରିକା), ସୁଖପାଲ ସିଂହ (ବ୍ରିଟେନ),ହରପ୍ରୀତ ସିଂହ ଓରଫ ରାଣାସିଂହ (ଆମେରିକା), ସରବଜିତ ସିଂହ ବେନୁର (ବ୍ରିଟେନ), କୁଲୱନ୍ତ ସିଂହ ଓରଫ କାନ୍ତା (ବ୍ରିଟେନ), ହାରଜପ ସିଂହ (ଆମେରିକା), ରଣଜିତ ସିଂହ (ପାକିସ୍ଥାନ), ଗୁରମିତ ସିଂହ ଓରଫ ବଗ୍ଗା, ଗୁୁରୁପ୍ରୀତ ସିଂହ (ବ୍ରିଟେନ), ଜସମିତ ସିଂହ ହକିମଜାଦା,ଗୁରୁଜନ୍ତ ସିଂହ ଢିଲୋଁ (ଅଷ୍ଟ୍ରେଲିଆ), ଲଖବୀର ସିଂହ (କାନାଡା), ଅମରଦୀପ ସିଂହ ପୁରେୱାଲ (ଆମେରିକା), ଯତିନ୍ଦର ସିଂହ (କାନାଡା), ଦୁପିନ୍ଦର ସିଂହ (ବ୍ରିଟେନ), ଏସ୍ ହିମ୍ମତସିଂହ (ଆମେରିକା) । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ରାଷ୍ଟ୍ରଗୁଡିକୁ ପତ୍ର ଯୋଗେ ଜଣାଇ ଦିଆଯାଇଛି । ଅଧିକ ନଖରାମୀ କଲେ ଖଲାସ ପଥକୁ ଠେଲି ଦିଆଯିବ ବୋଲି ଏଥିରୁ ଚେତାବନୀ ଭାବେ ଗ୍ରହଣ କରାଯିବା ଦରକାର । କାରଣ ପୂର୍ବର ସରକାରମାନଙ୍କଠାରୁ ବର୍ତ୍ତମାନର ସରକାର ଯେ ଅଲଗା ତାହା କାର୍ଯ୍ୟଧାରାରୁ ଜଣାପଡୁଛି ।
ଇସ୍ରାଏଲର ଶତ୍ରୁମାନଙ୍କୁ ମୋସାଦ ବାହିନୀ ଯେପରି ସମଗ୍ର ବିଶ୍ୱରେ ଖଲାସ କରିଥାନ୍ତି, ସେମିତି ଭାରତର ଶତ୍ରୁମାନଙ୍କୁୁ ଉପରକୁ ପଠାଇବା ଲାଗି ଏବେ ଭାରତର ଗୁଇନ୍ଦା ବାହିନୀକୁ ନୀଳବତୀ ଦେଖାଇଦେବା ପରେ ସେମାନେ ବିଦେଶରେ ମଧ୍ୟ ମୋସାଦପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଖାଇଛନ୍ତି । ସରକାରଙ୍କ ଏପ୍ରକାର କଠୋର ଆଭିମୁଖ୍ୟ ଅତୀତରେ କେବେ ଦେଖାଯାଇ ନଥିଲା । ଭାରତର ଗୁଇନ୍ଦା ଏଜେନ୍ସ୍ୀମାନଙ୍କର ଦକ୍ଷତା ଏଥିରୁ ଜଣାପଡୁଛି । ସରକାର ·ହିଁଲେ ଭାରତର ଗୁଇନ୍ଦା ବାହିନୀ ବିଦେଶରେ ପ୍ରବେଶ କରି ଅପରେସନ୍ କରିପାରିବେ ତାହା ଏଥିରୁ ପ୍ରମାଣିତ । ଗୁଇନ୍ଦା ସଂସ୍ଥାଙ୍କ ଟାର୍ଗେଟରେ ଥିବା ବିଚ୍ଛିନ୍ନତାବାଦୀ ଶିଖ ସଂଗଠନଗୁଡିକ ଏହିପରି : ଇଣ୍ଟରନେସନାଲ ଶିଖ ୟୁଥ ଫେଡେରେସନ, ଦଲଖାଲସା ଇଣ୍ଟରନେସନାଲ, ବବ୍ବର ଖାଲସା, ଇଣ୍ଟରନେସନାଲ, ଶିଖ ଫର ଜଷ୍ଟିସ, ଖାଲିସ୍ଥାନୀ ଲିବରେସନ ଫୋର୍ସ, ଖାଲିସ୍ଥାନ ଟାଇଗର ଫୋର୍ସ, ଖାଲିସ୍ଥାନ ଜିନ୍ଦାବାଦ ଫୋର୍ସ,ଖାଲିସ୍ଥାନ କମାଣ୍ଡୋ ଫୋର୍ସ । ଏହିସବୁ ସଂଗଠନ ଦେଶ ବାହାରେ ଥିବା ଶିଖମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ·ନ୍ଦାରୂପେ ପାଇବା ସହ ଅନେକ ବିଦେଶୀ ସଂସ୍ଥାରୁ ଅର୍ଥ ନେଉଛନ୍ତି । ନିକଟ ଅତୀତରେ ବିଦେଶରେ ରହି କାର୍ଯ୍ୟରତ କିଛି ଖାଲିସ୍ଥାନୀ ନେତାଙ୍କୁ ଗୋଟିକ ପରେ ଗୋଟିଏ କରି ଖଲାସ କରାଯିବା ପରେ ଏବେ ସଂଗଠନଗୁଡିକ ମଧ୍ୟରେ ଯେପରି ଭୟ ସୃଷ୍ଟି ହୋଇଛି ସେମିତି ଏମାନଙ୍କୁ ସମର୍ଥନ ଓ ସହାୟତା ଦେଉଥିବା ଗୋଷ୍ଠୀ ଓ ରାଷ୍ଟ୍ରରେ ମଧ୍ୟ ଚିନ୍ତା ବଢିଛି । ଚଳିତ ବର୍ଷ ୨୩ ମାର୍ଚ୍ଚ ୨୦୨୩ରେ ୱାରିସ ପଞ୍ଜାବ ଦେ ଗୋଷ୍ଠୀର ଅମୃତପାଲ ସିଂହକୁ ମୋଗାଠାରେ ଗିରଫ କରାଯାଇଥିଲା । ସେ ପୂର୍ବରୁ ଅଜନଲା ଥାନା ଚଢାଉ ସମେତ ପଞ୍ଜାବର ଅନେକଗୁଡିଏ ସନ୍ତ୍ରାସ ସୃଷ୍ଟିକାରୀ ଘଟଣା ପଛରେ ରହିଥିଲା । ନିଜକୁ ଦ୍ୱିତୀୟ ଭିନ୍ଦ୍ରନୱାଲେ ମନେ କରୁଥିବା ଅମୃତପାଲ ପଞ୍ଜାବରେ ଯୁବକମାନଙ୍କୁ ସନ୍ତ୍ରାସବାଦରେ ସାମିଲ ହେବାଲାଗି ଖୋଲାଖୋଲି ଆହ୍ୱାନ ଦେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଉଥିଲା । କପୁରଥଲାର ଏକ ପଲିଟେକ୍ନିକ୍ କଲେଜରେ ପାଠପଢୁଥିବା ବେଳେ ଅମୃତସରର ବାବା ବକଲା ତହସିଲ ଅନ୍ତର୍ଗତ ଜାଲୁପୁର ଖେରା ଗ୍ରାମର ଛାତ୍ର ଅମୃତପାଲ ଟ୍ରକ ଡ୍ରାଇଭର ହେବାକୁ ଦୁବାଇ ·ଲିଯାଇଥିଲା । ଦୁବାଇରେ ଥିଲାବେଳେ ସେ ବ୍ରିଟେନର ଖାଲିସ୍ଥାନୀ ନେତାଙ୍କ ସଂପର୍କରେ ଆସିଥିଲା । ବ୍ରିଟେନରେ ମୃତୁ୍ୟବରଣ କରିଥିବା ଖାଲିସ୍ଥାନୀ ଅବତାର ସିଂହ ଖାଣ୍ଡା ଅମୃତପାଲର ପ୍ରୋତ୍ସାହନକାରୀ ରହିଥିଲା । ବିଶେଷକରି ଆମେରିକା- ବ୍ରିଟେନ -କାନାଡା-ଅଷ୍ଟ୍ରେଲିଆର ଅଧିବାସୀ ଖାଲିସ୍ଥାନୀ ଗୋଷ୍ଠୀଙ୍କ ସମର୍ଥନ କ୍ରମେ ସେ ଭାରତକୁ ଫେରି ଖାଲିସ୍ଥାନୀ ଆନେ୍ଦାଳନକୁ ବ୍ୟାପକ କରିବାକୁ ଉଦ୍ୟମ କଲା । ଦୁବାଇରୁ ଫେରି ଆନନ୍ଦପୁର ଖାଲସା ଫୋ÷÷ଜ ନାମରେ ଏକ ଉଗ୍ରବାଦୀ ଗୋଷ୍ଠୀ ଗଠନ କରି ଅସ୍ତ୍ରଶସ୍ତ୍ର ଠୁଳ କରିବାକୁ ଲାଗିଲା । ୧୦ ଫେବୃଆରୀ ୨୦୨୩ରେ ବ୍ରିଟେନବାସୀ ଜଳନ୍ଧରର କିରଣଦୀପ କାଉର ସହ ଅମୃତପାଲର ବିବାହ ହେଲା । ଖାଲିସ୍ଥାନୀ ନେତା ମୃତ ଭିନେ୍ଦ୍ରନୱାଲାର ପୈତୃକ ଗ୍ରାମ ରୋଡେରେ ଗୁୁରୁଦ୍ୱାରା ବାହାରେ ଭିନେ୍ଦ୍ରନୱଲେର ସହ ଅମୃତପାଲର ଫଟୋ ଦେଖିବାକୁ ମିଳିଲା ।
କହିବାକୁ ଗଲେ ଗତ କୃଷକ ଆନେ୍ଦାଳନ ବେଳେ ଖାଲିସ୍ଥାନୀମାନେ ଫାଇଦା ନେବାଲାଗି ପଞ୍ଜାବରେ କେନ୍ଦ୍ର ସରକାର ବିରୋଧୀ ବାତାବରଣ ସୃଷ୍ଟି କରିବାକୁ ଲାଗିଥିଲେ । ହିନ୍ଦୁ ପ୍ରଧାନମନ୍ତ୍ରୀ ମୋଦି ପଗଡିବାଜ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସମାଲୋଚନା କରିବା, ତାଙ୍କ ନୀତିକୁ ତ୍ରୁଟିପୂର୍ଣ୍ଣ କହି ଲୋକପ୍ରିୟ ହେବା ସେମାନଙ୍କ ପାଇଁ ଗାତ୍ରଦାହର କାରଣ ହୋଇଥିଲା । ନିଜକୁ ସୁପରହୀରୋ ମନେ କରୁଥିବା ଏହି ଖାଲିସ୍ଥାନୀ ଗୋଷ୍ଠୀକୁ ଏହା ଆଦୈା ଭଲ ଲାଗିନଥିଲା । ଏହା ଛଡା ଅକାଳୀଦଳର ·ପକୁ ଗୁରୁତ୍ୱ ନଦେଇ ସେମାନଙ୍କୁ ଏନ୍ଡିଏ ସରକାରର ବାହାରକୁ ଯିବାକୁ ବାଟ ଦେଖାଇବା ସେମାନଙ୍କ ପାଇଁ ଅସମ୍ମାନଜନକ ମନେ ହୋଇଥିଲା । ତେଣୁ କୃଷକ ଆନେ୍ଦାଳନରୁ ଅକାଳୀ ଏବଂ ଖାଲିସ୍ଥାନୀଙ୍କ ସହ ଅନ୍ୟ ବିରୋଧୀ ଦଳ ଏକଜୁଟ ହୋଇ ଦୀର୍ଘଦିନ ଧରି ସଡକ ଉପରେ ରହି ଆନେ୍ଦାଳନ ·ଲୁ ରଖିଥିବା ସମୟରେ ଖାଲିସ୍ଥାନୀମାନେ ଏହାକୁ ସଂଘର୍ଷର ସୁଯୋଗ ମନେ କରି ସକ୍ରୀୟ ହୋଇ ଗ୍ରାମାଞ୍ଚଳରେ ସରକାର ବିରୋଧୀ ପ୍ର·ର ଚଳାଇଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୧୫ରେ ପଞ୍ଜାବର ବର୍ଗାରିଠାରେ ଗୁରୁଦ୍ୱାରା ବାହାରେ ଗୁରୁଗ୍ରନ୍ଥ ସାହେବ ପୋଡାଯାଇଥିଲା । କିନ୍ତୁ ଅକାଳୀ ଦଳ ସରକାର ସେହି ଘଟଣାକୁ ଗୁରୁତ୍ୱ ନଦେବାରୁ କଂଗ୍ରେସଦଳ ୨୦୧୭ରେ ବର୍ଗାରି ଘଟଣାକୁ ପ୍ର·ର କରି ସରକାରକୁ ଆସିଲା । ହେଲେ କଂଗ୍ରେସ ବିଶେଷ କିଛି କଲାନାହିଁ । ୨୦୨୨ରେ ଆପ୍ଦଳ ବର୍ଗାରିକୁ ନିର୍ବାଚନୀ ବିଷୟ କରି ସରକାରକୁ ଆସିଲା । ଗତବର୍ଷ ୨୨ ନଭେମ୍ବର ୨୦୨୨ରେ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ବର୍ଗାରି ଅଭିଯୁକ୍ତ ପ୍ରଦୀପ ସିଂହକୁ ଗୁଳିକରି ହତ୍ୟା କରାଇଲା । ଏହିସବୁ ଘଟଣା ପଞ୍ଜାବରେ ଧାର୍ମିକ ବା ପାନ୍ଥିକ ଲୋକଙ୍କ ପାଇଁ ବଡ ବିଷୟ ହୋଇଥିଲା ବେଳେ ଅମୃତପାଲ ବଡ ନେତା ହେବାର ସ୍ୱପ୍ନ ଦେଖିଲା । ୨୨ ମାର୍ଚ୍ଚ ୨୦୨୩ରେ ଅମୃତପାଲକୁ ଗିରଫ କରାଯିବା ପରେ ତା ସପକ୍ଷରେ ଥିବା ଖାଲିସ୍ଥାନୀମାନେ କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଆମେରିକା ମଧ୍ୟରେ ଉତ୍ପାତ କରିବାକୁ ଲାଗିଲେ । ଏହା ପୂର୍ବରୁ ଭିନ୍ନ ଭିନ୍ନ ସମୟରେ ଭାରତର କନ୍ସୁଲେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଆଳରେ ଖାଲିସ୍ଥାନୀ ସମର୍ଥକମାନେ ଅଷ୍ଟ୍ରେଲିଆ, ବ୍ରିଟେନ ଓ କାନାଡାରେ ଭାରତୀୟଙ୍କ ସହ ମୁହାଁମୁହିଁ ହେବା ସହ ତ୍ରିରଙ୍ଗାର ମଧ୍ୟ ଅପମାନ କରିଥିଲେ, ଯାହାକୁ ଭାରତର ବିଦେଶମନ୍ତ୍ରୀ ପ୍ରଚଣ୍ଡ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଦେଶୀ ରାଷ୍ଟ୍ରଗୁଡିକୁ କହିଥିଲେ । ତେବେ ଯାହା କୁହାଯାଉଛି ଏହି ମାମଲାରେ ଇସ୍ରାଏଲର ମୋସାଦ ସହ ଭାରତର ଗୁଇନ୍ଦା ବାହିନୀ ଆଲୋଚନାରେ ବିଦେଶୀ ଶତ୍ରୁମାନଙ୍କୁ ନିପାତ କରିବାକୁ କଥା ଉଠିଥିଲା । ଫଳସ୍ୱରୂପ ୮ମଇ ୨୦୨୩ରେ ବିଦେଶରେ ରହି ଖାଲିସ୍ଥାନୀ ପ୍ର·ର କରୁଥିବା ଖାଲିସ୍ଥାନ କମାଣ୍ଡୋ ଫୋର୍ସର (କେସିଏଫ୍) ମୁଖ୍ୟ ପରମଜିତ ସିଂହ ପଞ୍ଜୱାରକୁ ପାକିସ୍ଥାନର ଲାହୋରରେ, ୧୫ଜୁନ୍ ୨୦୨୩ରେ ଖାଲିସ୍ଥାନ ଲିବରେସନ ଫୋର୍ସ (କେଏଲଏଫ୍)ର ନେତା ଅବତାର ସିଂହ ଖାଣ୍ଡାକୁ ଲଣ୍ଡନରେ, ୧୯ଜୁନ୍ ୨୦୨୩ରେ ଖାଲିସ୍ଥାନ ଟାଇଗର ଫୋର୍ସର (କେଟିଏଫ୍) ମୁଖ୍ୟ ହରଦୀପ ସିଂହ ନିଜ୍ଜରକୁ କାନାଡାର ସରେଠାରେ ଖତମ୍ କରାଯାଇଛି । ଖାଣ୍ଡାର ମୃତୁ୍ୟ ବ୍ରିଟେନର ଏକ ଡାକ୍ତରଖାନାରେ ହୋଇଥିବା କୁହାଯିବା ବେଳେ ବିଷକ୍ରିୟା ଯୋଗୁ ଖାଣ୍ଡାର ମୃତୁ୍ୟ ହୋଇଥିବା ଖାଲିସ୍ଥାନୀମାନେ ଅଭିଯୋଗ କରିଛନ୍ତି ।
ମୃତ ଖାଲିସ୍ଥାନ କମାଣ୍ଡୋ ଫୋର୍ସର ପରମଜିତ ସିଂହ ପଞ୍ଜୱାର ପାକିସ୍ଥାନର ଜୋହର ସହରସ୍ଥିତ ସନ୍ଫ୍ଲାୱାର ସୋସାଇଟୀରେ ରହୁଥିଲା । ସକାଳେ ନିଜ ଘର ନିକଟରେ ବୁଲୁଥିବା ସମୟରେ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ପଞ୍ଜୱାର ଟଳିପଡିଥିଲା । ଏକଦା ପଞ୍ଜାବର ସୋହଲଠାରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ·କିରୀ କରୁଥିବା ପରମଜିତ ୧୯୮୬ରେ ନିଜ ଭାଇ ଲଭସିଂହ ଦ୍ୱାରା ପ୍ରଭାବିତ ହୋଇ ଖାଲିସ୍ଥାନ କମାଣ୍ଡୋ ଫୋର୍ସରେ ଯୋଗ ଦେଇଥିଲା । ପଞ୍ଜାବକୁ ଡ୍ରୋନ ସାହାଯ୍ୟରେ ନିଶାଦ୍ରବ୍ୟ ଓ ବନ୍ଧୁକ ପଠାଇବା, ରେଡିଓ ପାକିସ୍ଥାନରେ ଭାରତ ବିରୋଧୀ ପ୍ର·ର ଚଳାଇବା, ଯୁବକମାନଙ୍କୁ ସନ୍ତ୍ରାସବାଦରେ ସାମିଲ ସହ ପ୍ରଶିକ୍ଷଣ ଦେବା, ସୀମାର କେଉଁ ଅଞ୍ଚଳରେ ଅନୁପ୍ରବେଶ କରିହେବ ତାର ଯୋଜନା କରିବା ପଞ୍ଜୱାରର ମୁଖ୍ୟ କାର୍ଯ୍ୟ ଥିଲା । ଅକ୍ଟୋବର ୧୯୮୮ରେ ପଞ୍ଜାବର ଫିରୋଜପୁରଠାରେ ୧୦ଜଣ ରାଇଶିଖଙ୍କୁ ଏବଂ ମେଜର ଜେନେରାଲ ବି.ଏନ୍. କୁମାରଙ୍କୁ ହତ୍ୟା କରିବା ସହ ବୋମା ବିସ୍ଫୋରଣ ଅଭିଯୋଗ ତା ବିରୁଦ୍ଧରେ ରହିଥିଲା । ବ୍ୟାଙ୍କ ଲୁଟ, ଅପହରଣ ମାଧ୍ୟମରେ ଅର୍ଥ ସଂଗ୍ରହ କରି ଖାଲିସ୍ଥାନୀ ରାଷ୍ଟ୍ରଗଠନ ପାଇଁ କେସିଏଫ୍ ଲାଗିପଡିଥିଲା । ପଞ୍ଜାବର ଜାଲି ନୋଟ୍ ପ୍ରଚଳନ ଏବଂ ନିଶାକାରବାର ପଛରେ କେସିଏଫ୍ର ଲୋକେ ରହିଥିଲେ । ଲାହୋରରେ ରହି ଭାରତର ପ୍ରମୁଖ ବ୍ୟକ୍ତି ଏବଂ ଆର୍ଥôକ ଅନୁଷ୍ଠାନର କ୍ଷତି କରିବାକୁ ପଞ୍ଜୱାର ଷଡଯନ୍ତ୍ର କରୁଥିଲା ।
ଅନ୍ୟ ଜଣେ ମୃତ ଖାଲିସ୍ଥାନୀ ନେତା ଥିଲା ବେଆଇନ ଘୋଷିତ ଖାଲିସ୍ଥାନ ଲିବରେସନ ଫୋର୍ସର ମୁଖ୍ୟ ଅବତାର ସିଂହ ଖାଣ୍ଡା । ଚଳିତବର୍ଷ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନର ଭାରତୀୟ ହାଇ କମିଶନ କାର୍ଯ୍ୟାଳୟ ବାହାରେ ଖାଲିସ୍ଥାନୀଙ୍କ ବିକ୍ଷୋଭ ସମୟରେ ଜାତୀୟ ପତାକାକୁ ଖାଣ୍ଡା ହିଁ ତଳକୁ ଖସାଇଥିଲା । ପଞ୍ଜାବର ମୋଗା ଜିଲ୍ଲାରେ ଖାଣ୍ଡାର ଘର । ତା ପିତା କୁଲୱନ୍ତ ସିଂହ ଖୁକ୍ରାନା ଥିଲା ଖାଲିସ୍ଥାନ ଲିବରେସନ ଫୋର୍ସ ଓ ଖାଲିସ୍ଥାନ କମାଣ୍ଡୋ ଫୋର୍ସର ସଦସ୍ୟ । ଶିରୋମଣି ଅକାଳୀ ଦଳ ଅମୃତସରର ସେ ଥିଲା ସଦସ୍ୟ । ୧୯୯୧ରେ ପୁଲିସ ଗୁଳିରେ ତାର ମୃତୁ୍ୟ ହୋଇଥିଲା ।
ବେଆଇନ ଘୋଷିତ ଖାଲିସ୍ଥାନ ଲିବରେସନ ଫ୍ରଣ୍ଟର ନେତା ଜଗତାର ସିଂହ ତାରା ଏବଂ ପରମଜିତ ସିଂହ ପମ୍ମାର ସେ ଥିଲା ନିଜ ଲୋକ । ଅନ୍ୟ ଜଣେ ଉଗ୍ରବାଦୀ ନେତା ଗୁର୍ଜନ ସିଂହ ବୁଦ୍ଧି ସିଂୱାଲାର ସେ ଥିଲା ନିକଟ ସଂପର୍କୀୟ । ଲଣ୍ଡନସ୍ଥିତ ଖାଲିସ୍ଥାନୀ ନେତା ଜୋଗା ସିଂହ, କୁଲଦୀପ ସିଂହ ·ହେରୁ, ଗୁରଶରଣ ସିଂହ ସହ ମିଶି ଖାଣ୍ଡା କାମ କରୁଥିଲା । ଅମୃତପାଲ ସିଂହକୁ ଭାରତ ପଠାଇବା ପୂର୍ବରୁ ଖାଣ୍ଡା ତାକୁ ପ୍ରଶିକ୍ଷଣ ଦେଇଥିଲା । ମୃତ ଖାଲିସ୍ଥାନୀ ଦୀପସିଂହ ସିଦ୍ଦୁ (ୱାରିସ ପଞ୍ଜାବ ଦେର ସଂସ୍ଥାପକ) ସହ ଖାଣ୍ଡାର ସଂପର୍କ ରହିଥିଲା । ଲଣ୍ଡନର ଏକ ଗୁରୁଦ୍ୱାରା ମଧ୍ୟରେ ଯୁବକମାନଙ୍କୁ ସେ ବୋମା ପ୍ରସ୍ତୁତିର ପ୍ରଶିକ୍ଷଣ ଦେଉଥିଲା । ଦଲ ଖାଲ୍ସା ସଂଗଠନ ସହ ଖାଣ୍ଡାର ସଂପର୍କ ରହିଥିଲା । ଖାଲସା ଟିଭି ·ନେଲରେ ସେ ଖାଲିସ୍ଥାନ ସଂପର୍କରେ ପ୍ର·ର ଚଳାଉଥିଲା । ଗତବର୍ଷ ଏପ୍ରିଲ ମାସରେ ସେହି ·ନେଲର ଲାଇସେନ୍ସ ରଦ୍ଧ କରାଯିବା ପରେ ସେ ଶିଖ ଫର ଜଷ୍ଟିସର ·ନେଲ ଉସମୀ ନିଉଜର ସାମ୍ବାଦିକ ହୋଇ କାର୍ଯ୍ୟ କରିଥିଲା । ବେଆଇନ ଘୋଷିତ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟର ନେତା ମେହବୁବ ଅଲି ସହ ଖାଣ୍ଡାର ସଂପର୍କ ରହିଥିଲା । ଭାରତ ସରକାର ଖାଣ୍ଡାର କାର୍ଯ୍ୟକଳାପ ସଂପର୍କରେ ପୂର୍ବରୁ ବ୍ରିଟେନର ସରକାରଙ୍କୁ ଜଣାଇଥିଲେ ମଧ୍ୟ (୨୦୧୫) ସେ ରାଜନୈତିକ ଶରଣ ନେଇ ରହିଆସୁଥିଲା । ଅମୃତପାଲ ସିଂହର ବିବାହ କିରଣଦୀପ ସହ ହେବା ପଛରେ ଖାଣ୍ଡାର ସବୁ ପ୍ରସ୍ତୁତି ରହିଥିଲା । ମୋଗାର ଖୁକ୍ରାନା ଗ୍ରାମର ଖାଣ୍ଡା ୨୦୦୭ରେ ଶିକ୍ଷା ଭିସାରେ ଲଣ୍ଡନ ଯାଇ ସେଠାରେ ସବୁଦିନ ପାଇଁ ରହିଯାଇଥିଲା । ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ତାର କୋଡ ନାମ ରଣଯୋଦ୍ଧ ସିଂହ ରଖିଥିଲା । ଜାନୁଆରୀ ୨୦୨୦ରେ ପାକିସ୍ଥାନରେ ଖାଲିସ୍ଥାନ ଲିବରେସନ ଫ୍ରଣ୍ଟର ମୁଖ୍ୟ ହରମିତ ସିଂହ ଓରଫ୍ ପିଏଚ୍ଡିକୁ ହତ୍ୟା କରାଯିବା ପରେ ଖାଣ୍ଡା ସଂଗଠନର ମୁଖ୍ୟ ହୋଇଥିଲା । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଖାଣ୍ଡାର ପିତା କୁଲଦୀପ ୧୯୮୯ରେ ମୋଗାଠାରେ ଆରଏସ୍ଏସ୍ ଶାଖା ଉପରେ ଆକ୍ରମଣ କରି ୨୪ଜଣ ସ୍ୱୟଂସେବକଙ୍କୁ ପଡିଆରେ ଗୁଳିକରି ହତ୍ୟା କରିଥିଲା । ୩ ମାର୍ଚ୍ଚ ୧୯୯୧ରେ ସେ ପୁଲିସ ଗୁଳିରେ ମୃତୁ୍ୟବରଣ କରିଥିଲା । ଖାଣ୍ଡାର ସଂପର୍କୀୟ ବଲୱନ୍ତ ସିଂହ ଖୁକ୍ରାନା ମଧ୍ୟ ଶିଖ -ବିରୋଧୀ ଦଙ୍ଗା ବେଳେ ମୃତୁ୍ୟବରଣ କରିଥିଲା । ୧୫ଜୁନ୍ ୨୦୨୩ରେ ୩୫ବର୍ଷୀୟ ଅବତାର ସିଂହର ବର୍ମିଂହାମ୍ର ସାଣ୍ଡୱେଲ ଡାକ୍ତରଖାନାଠାରେ ମୃତୁ୍ୟ ହୋଇଥିଲା । କୁହାଯାଏ ଯେ ଅବତାର ସିଂହ ଖାଣ୍ଡାର ଜନ୍ମ ଭିନେ୍ଦ୍ରନୱାଲାର ଘରେ ହୋଇଥିଲା । କାରଣ ବାରମ୍ବାର ପୁଲିସ ଚଢାଉ ଯୋଗୁ କୁଲଦୀପ ସିଂହର ପରିବାର ଭିନେ୍ଦ୍ରନୱାଲାର ଘରେ ରହିଥିଲେ ।
୧୯ ଜୁନ୍ ୨୦୨୩ଦିନ ଖାଲିସ୍ଥାନ ଟାଇଗର ଫୋର୍ସର (କେଟିଏଫ୍)ର ମୁଖ୍ୟ ହରଦୀପ ସିଂହ ନିଜ୍ଜରକୁ କାନାଡାର ସରେ ସ୍ଥିତ ଏକ ଗୁରୁଦ୍ୱାରା ବାହାରେ ଅଜ୍ଞାତ ବନ୍ଧୁକଧାରୀ ଗୁଳିକରି ହତ୍ୟା କରିଥିଲେ । ୧୧ ଅକ୍ଟୋବର ୧୯୭୭ରେ ପଞ୍ଜାବର ଜଳନ୍ଧର ଜିଲ୍ଲା ହରସିଂହପୁରାଠାରେ ହରଦୀପ ସିଂହର ଜନ୍ମ ।୧୨୫୫୧ -୮୯- ଏଏଭିଇ, ସରେ, ବିସି -୧ଏ୯ ଥିଲା ନିଜ୍ଜରର ଘର ଠିକଣା । ପାଣିମିସ୍ତ୍ରୀ ଭାବେ କାମ କରୁଥିବା ହରଦୀପକୁ ସରେ ସ୍ଥିତ ଗୁୁରୁନାନକ ସିଂହ ଗୁରୁଦ୍ୱାରାର ମୁଖ୍ୟ ଭାବେ ଅପ୍ରତିଦ୍ୱନ୍ଦ୍ୱୀଭାବେ ନିର୍ବାଚିତ କରାଯାଇଥିଲା । ୨୩ ଜୁନ ୧୯୮୫ରେ ଆଟଲାଣ୍ଟିକ ସାଗରରେ କାନାଡର ଟୋରୋଣ୍ଟୋରୁ ଇଂଲଣ୍ଡକୁ ଯିବାବାଟରେ ଏଆର ଇଣ୍ଡିଆର ୩୨୯ ଯାତ୍ରୀବାହୀ ବିମାନକୁ ଆଟଲାଣ୍ଟିକ ମହାସାଗର ଉପରେ ବୋମାମାଡରେ ଧ୍ୱଂସ କରିଥିବା ଖାଲିସ୍ଥାନୀ ରିପୁଦମନ ସିଂହ ମାଲିକ ନିକଟ ଅତୀତରେ ଭାରତ ସରକାରଙ୍କ ପ୍ରଶଂସା କରିବା ଯୋଗୁ ନିଜ୍ଜର ତାକୁ ହତ୍ୟା କରିଥିବା ବିଶ୍ୱାସ କରାଯାଉଛି । ରିପୁଦମନକୁ ଦୋଷୀ ଭାବେ ଗିରଫ କରାଯାଇଥିଲେ ହେଁ କାନାଡର ଦୁର୍ବଳ ଆଇନ ବ୍ୟବସ୍ଥା ଯୋଗୁ ସେ ୨୦୦୫ରେ ନିଦେ୍ର୍ଦାଷ ଭାବେ ମୁକ୍ତି ପାଇଥିଲା । ପଞ୍ଜାବର ଗ୍ୟାଙ୍ଗଷ୍ଟର ଅର୍ଶର୍ଦୀପ ସିଂହ ଓରଫ୍ ଅର୍ଶ ଡଲ୍ଲା କିଛି ବର୍ଷ ହେଲା ଭାରତରୁ ଖସି କାନାଡା ପଳାଇଛି । ସେଠାରେ ସେ ନିଜ୍ଜରର ଗୁଣ୍ଡାଭାବେ କାର୍ଯ୍ୟ କରୁଛି । ଅର୍ଶଦୀପ ସାହାଯ୍ୟରେ ୧୪ ଜୁଲାଇ ୨୦୨୨ରେ ୭୫ବର୍ଷୀୟ ରିପୁଦମନକୁ ସରେଠାରେ ହତ୍ୟା କରାଯାଇଥିବା ସୁରକ୍ଷା ଅଧିକାରୀମାନେ ବିଶ୍ୱାସ କରୁଛନ୍ତି । ଚଳିତ ବର୍ଷ ୨୦୨୩ ଜାନୁଆରୀରେ ଭାରତର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡଲ୍ଲାକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରାଯାଇଛି । ବ୍ରିଟିସ କଲମ୍ବିଆର ଧନଶାଳୀ ଶିଖଙ୍କ ମଧ୍ୟରେ ରିପୁଦମନର ନାମ ରହିଥିଲା । ରିପୁଦମନ ବଞ୍ଚôଥିବା ପର୍ଯ୍ୟନ୍ତ ନିଜ୍ଜର କୋ÷÷ଣସି ଗୁରୁତ୍ୱ ପାଇପାରୁନଥିଲା । କାନାଡାରେ ପ୍ରାୟ ୭ଲକ୍ଷ ଶିଖ୍ ବସବାସ କରୁଥିବା ହେତୁ ପଞ୍ଜାବର ଅନେକ ଗୁଣ୍ଡା ପଞ୍ଜାବ ଛାଡି କାନାଡା ·ଲିଯାଇଛନ୍ତି । ସେଠାକାର ସ୍ଥାନୀୟ ରାଜନୀତିରେ ଖାଲିସ୍ଥାନୀ କାର୍ଯ୍ୟକୁ ଚଳାଇବା ଲାଗି ସୁବିଧାଜନକ ହେଉଛି । ପାକ୍ର ସ୍ୱାର୍ଥରେ ନିଜ୍ଜର କାର୍ଯ୍ୟକରୁଥିବା ଅଭିଯୋଗ ରିପୁଦମନ ଆଣିବା ପରେ ନିଜ୍ଜର ରିପୁଦମନକୁ ପ୍ରତାରକ କହି ପରିଣାମ ଭୋଗ କରିବାକୁ ଧମକ ଦେଇଥିଲା । ୨୦୧୪ରେ ପଞ୍ଜାବରେ ବାବା ଭନିଆରା ଏବଂ ୨୦୨୧ରେ ଡେରା ସଚ୍ଚା ସୋ÷÷ଦାର ଶିଷ୍ୟ ମନୋହର ଲାଲ ହତ୍ୟା ଘଟଣାରେ ନିଜ୍ଜରର ହାତ ରହିଥିଲା । ପ୍ରଜ୍ଞା ଜ୍ଞାନ ମୁନିଙ୍କୁ ୨୦୨୧ରେ ହତ୍ୟା କରିବାଲାଗି ନିଜ୍ଜର ଷଡଯନ୍ତ୍ର କରିଥିଲା । କାନାଡାରେ ନିଜ୍ଜର ଯେଉଁ ପ୍ରଶିକ୍ଷଣ କ୍ୟାମ୍ପ ଖୋଲିଥିଲା ସେଥିରେ ଯୋଗ ଦେଇଥିବା ମନଦୀପ ସିଂହ ଧଲିୱାଲକୁ ୨୦୧୬ରେ ପଞ୍ଜାବରେ ଗିରଫ କରାଯାଇଥିଲା , ଯିଏକି ଶିବସେନା ଦଳର ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ୧୯୯୭ରେ ଜାଲ ପାସପୋର୍ଟ ମାଧ୍ୟମରେ ନିଜ୍ଜର କାନାଡାରେ ପହଞ୍ଚôବା ପରଠାରୁ ଅନେକ ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲା । ପଞ୍ଜାବ ପୋଲିସର ଡିଜିପି ମହମ୍ମଦ ଅଜହର ଆଲମ, ମୋହାଲିର ଶିବସେନା ନେତା ନିଶାନ୍ତ ଶର୍ମା ଏବଂ ବାବା ମାନସିଂହ ପେହୱାଲାଙ୍କ ହତ୍ୟାପାଇଁ ନିଜ୍ଜର ଏକ ହତ୍ୟାକାରୀ ଗୋଷ୍ଠୀ ଗଠନ କରିଥିଲା । ସେପ୍ଟେମ୍ବର ୨୦୨୦ରେ ନିଜ୍ଜରକୁ କାନାଡାର ଏବୋଟ୍ସଫୋର୍ଡର ଏକ ଗୁୁରୁଦ୍ୱାରା ପକ୍ଷରୁ “ଖାଲିସ୍ଥାନ ଜଲଭଟନୀ ଯୋଦ୍ଧା” ସମ୍ମାନ ପ୍ରଦାନ କରାଯାଇଥିଲା । ଭାରତରେ ·ଷୀ ଆନେ୍ଦାଳନ ବେଳେ ନିଜ୍ଜର କାନାଡାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏନ୍ଆଇଏ ପକ୍ଷରୁ ତା ପାଇଁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଯାଞ୍ଚ ଏଜେନ୍ସ୍ୀ ଏନ୍ଆଇଏ ପକ୍ଷରୁ ବେଆଇନ କାର୍ଯ୍ୟ ଆଇନ ୧୯୬୭ ଅନୁଯାୟୀ ସେପ୍ଟେମ୍ବର ୨୦୨୦ରେ ହରଦୀପକୁ ସନ୍ତ୍ରାସବାଦୀ ଘୋଷଣା କରିବା ସହ ପଳାତକ ଘୋଷଣା କରାଯାଇ ଜଳନ୍ଧରର ଭରସିଂହପୁରାଠାରେ ଥିବା ତା ସଂପତ୍ତିକୁ ଜବତ କରାଯାଇଥିଲା । ସେମିତି ଶିଖ୍ ଫର୍ ଜଷ୍ଟିସର ପନ୍ନୁର ଅମୃତସରଠାରେ ଥିବା ସଂପତ୍ତିକୁ ମଧ୍ୟ ଜବତ କରାଯାଇଥିଲା । ୨୦୧୬ରେ ଜଳନ୍ଧରରେ ରହୁଥିବା ବରିଷ୍ଠ ଆରଏସ୍ଏସ୍ ନେତା ବ୍ରିଗେଡିଅର ଜଗଦ୍ଦୀଶ ଗଗନେଜାଙ୍କ ହତ୍ୟା ପଛରେ ନିଜ୍ଜରର ହାତଥିବା କୁହାଯାଇଥିଲା । ପଞ୍ଜାବ ସମେତ ଅନ୍ୟ ରାଜ୍ୟରେ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେତେକ କାର୍ଯ୍ୟାଳୟ ଏବଂ ଏକତ୍ରୀକରଣ ସ୍ଥାନରେ ସନ୍ତ୍ରାସବାଦୀ ଆକ୍ରମଣ କରିବାଲାଗି ନିଜ୍ଜରର ଲୋକେ ସର୍ବେକ୍ଷଣ କରିଥିଲେ । ବାବର ଖାଲସା ସନ୍ତ୍ରାସବାଦୀଙ୍କ ଦ୍ୱାରା ଧାର୍ମିକ ବିଦ୍ୱେଷ ସୃଷ୍ଟିକରି ଲୋକଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରି ପଞ୍ଜାବରେ ସନ୍ତ୍ରାସବାଦ ପୁନରୁତ୍ଥାନ ପାଇଁ ନିଜ୍ଜର ଷଡଯନ୍ତ୍ର କରିଥିବାର ଅଭିଯୋଗ ଲୁଧିଆନାର ଗ୍ରାମାଞ୍ଚଳର ପୁଲିସ ନିକଟରେ ୨୦୧୬ରେ କରାଯାଇଥିଲା, ଯାହାକୁ ୨୦୧୮ରେ ଏନ୍ଆଇଏକୁ ହସ୍ତାନ୍ତରିତ ହୋଇଥିଲା । ଗୁୁରୁଦ୍ୱାରା ପରି·ଳନା ପାଇଁ ବହୁଅର୍ଥ କାନାଡାରେ ମିଳୁଥିବା ହେତୁ ନିଜ୍ଜର ଗୁରୁଦ୍ୱାରା ପରି·ଳନା ସମିତିର ମୁଖ୍ୟ ହୋଇଥିଲା । ଗୁରୁଦ୍ୱାରା ପାଇଁ ମିଳୁଥିବା ଅର୍ଥକୁ ସନ୍ତ୍ରାସବାଦ କାର୍ଯ୍ୟରେ ବିନିଯୋଗର ଯୋଜନା ସେ ରଖିଥିଲା । ସରେସ୍ଥିତ ଗୁରୁ ନାନକ ସିଂହ ଗୁରୁଦ୍ୱାରାକୁ ନିଜର ନିୟନ୍ତ୍ରଣକୁ ଆଣିବାକୁ ସେ ସକ୍ଷମ ହୋଇଥିଲା । ଖାଲିସ୍ଥାନ ଟାଇଗର ଫୋର୍ସର ମୁଖ୍ୟଥିବା ନିଜ୍ଜର ଶିଖ୍ ଫର ଜଷ୍ଟିସର ଗୁରପତୱନ୍ତ ସିଂହ ପନ୍ନୁ ସହ ସଂପର୍କ ରଖି କାର୍ଯ୍ୟ କରୁଥିଲା । ଚଳିତ ମାସ ଜୁଲାଇ ୬ତାରିଖରେ ୱାରିସ ଦେ ପଞ୍ଜାବର ଅମୃତପାଲ ସିଂହକୁ ଆସାମର ଦିବ୍ରୁଗଡ ଜେଲରେ ଭେଟିବାକୁ ତାର ସ୍ତ୍ରୀ କିରଣଦୀପ କାଉର ଯାଇଥିବା ସମୟରେ ଏକ ·ରିପୃଷ୍ଠାର ଗୁରୁମୁଖୀ ଲିପିରେ ଲେଖାଯାଇଥିବା ଚିଠିକୁ ଅମୃତପାଲ ଧରାଇଥିବା କୁହାଯାଇଛି, ଯେଉଁଥିରେ ସେ ଅବତାର ସିଂହ ଖାଣ୍ଡା ଏବଂ ହରଦୀପ ସିଂହ ନିଜ୍ଜରପରି ସନ୍ତ୍ରାସୀ ଖାଲିସ୍ଥାନୀ ନେତାଙ୍କୁ ସହିଦର ଆଖ୍ୟା ଦେବାଲାଗି ଆହ୍ୱାନ ଦେଇଛି । ସେହି ଚିଠିଟି ଜୁଲାଇ ୫ତାରିଖରେ ଲେଖାଯାଇଥିଲା, ଯାହା ସୋସିଆଲ ମିଡିଆରେ ଘୂରିବୁଲୁଛି ।
ଗତବର୍ଷ ଦକ୍ଷିଣର ରାଜନୀତି ଏବଂ କର୍ଣ୍ଣାଟକର ବିଧାନସଭା ନିର୍ବାଚନରେ ତାମିଲ ଭୋଟ ପାଇବାକୁ ଦୃଷ୍ଟିରେ ରଖି ରାଜୀବ ଗାନ୍ଧିଙ୍କ ହତ୍ୟାକାରୀମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ଏବେ ସମାନ ଢଙ୍ଗରେ ଜେଲରେ ବନ୍ଦୀଥିବା ଖାଲିସ୍ଥାନୀ ନେତାମାନଙ୍କୁ ମୁକ୍ତ କରିବା ପାଇଁ ବନ୍ଧୀ ସିଂହ ଆନେ୍ଦାଳନ ·ଲିଛି । କ୍ୱାମୀ ଇନ୍ସାଫ ମୋର୍ଚ୍ଚାର ଉପରୋକ୍ତ ଦାବୀକୁ ପଞ୍ଜାବରେ ଅକାଳୀଦଳ, ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସମର୍ଥନ କରୁଛନ୍ତି । ଉଗ୍ରବାଦୀମାନେ ଜେଲରୁ ମୁକୁଳିଲେ ଖାଲିସ୍ଥାନ ଆନେ୍ଦାଳନର ଦ୍ୱିତୀୟ ସୋପାନ ଆରମ୍ଭ ହୋଇଯିବ । ଏହି ଦାବୀ ବର୍ଷାଧିକ ସମୟ ଧରି ଜାରିରହିଛି । ୨୦୨୪ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈ÷ତିକ ଦଳଗୁଡିକ ଭୋଟ ପାଇବା ଆଶାରେ ବୁଡିଯାଉଥିବା ଲୋକର କୂଟାଖିଅକୁ ଆଶା ପରି କାର୍ଯ୍ୟ କରିବାରେ ବ୍ୟସ୍ତ । ନିଶାସକ୍ତ ଅଧିକାରୀଙ୍କ ପାଇଁ ସୋଭିଏତ ସେନା ଆଫଗାନିସ୍ଥାନରେ ପରାଭବ ଭୋଗ କଲାପରି ନିଶାସକ୍ତ ପଞ୍ଜାବକୁ ନଷ୍ଟକରିବା ପାଇଁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ ବୋଲି ପାକ୍ର ଆଇଏସ୍ଆଇକୁ ଜଣାଅଛି । ୧୯୯୮ରେ ୮୦ପ୍ରତିଶତ ରୁଷିଆର ସେନା ଅଧିକାରୀ ନିଶାସକ୍ତ ହୋଇ ଅସ୍ତ୍ର ଛାଡିବାପରେ ୧୯୮୯ରେ ପାକ୍ ଆଇଏସ୍ଆଇ ଅପରେସନ କାଶ୍ମୀର + ଖାଲିସ୍ଥାନ ବା କେ -୨ ଆରମ୍ଭ କରିଥିଲା । ଫଳତଃ ୧୯୯୦ ପରଠାରୁ ପଞ୍ଜାବରେ ନିଶାକାରବାର ବୃଦ୍ଧି କରି ଲାଭାର୍ଥ ଅର୍ଥ ସନ୍ତ୍ରାସବାଦୀଙ୍କୁ ବାଣ୍ଟିବା କାର୍ଯ୍ୟ କରାଗଲା । ଏବେ ଗୋଟିଏ ପଟେ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି) ସବୁ ଗୁରୁଦ୍ୱାରାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ·ହୁଁଥିଲା ବେଳେ ଭିନ୍ନ ଭିନ୍ନ ରାଜ୍ୟର ଲୋକେ କିମ୍ବା ସରକାର ସେଥିରେ ଏକମତ ନୁହନ୍ତି । କାରଣ ପୁରୀ ଜଗନ୍ନାଥ ମନ୍ଦିରକୁ ଭକ୍ତ ଯିବା ଉଚିତ ନୁହେଁ ବୋଲି ଏସ୍ଜିପିସି ନିଜ ବହିରେ ଲେଖି ପ୍ର·ର କଲାବେଳେ ଜଗନ୍ନାଥ ପ୍ରେମୀ ଲୋକେ ଯେମିତି ଏହାର ବିରୋଧ କରୁଛନ୍ତି । ଠିକ୍ ସେମିତି ସେବାପନ୍ଥୀ ବା ଦଳିତବର୍ଗର ଶିଖ୍ଙ୍କୁ ଶିଖ୍ ଭାବେ ଗ୍ରହଣ କରି ବଡ ଦାୟିତ୍ୱ ଦେବାଲାଗି ଏସ୍ଜିପିସି ଲୋକେ ଆଗ୍ରହୀ ନାହାନ୍ତି । ତେଣୁ ହରିୟାଣାର ଡେରା ସଂସ୍କୃତିକୁ ଏହି ଦଳିତ ଶିଖ୍ ଲୋକେ ଗ୍ରହଣ କଲାବେଳେ ନିଜର ଆଧିପତ୍ୟ ହାନି ହେବା ଆଶଙ୍କାରେ ଏମାନେ ଡେରାଗୁଡିକର ବିରୋଧରେ ଅପପ୍ର·ର କରିବାରେ ବ୍ୟସ୍ତ । ହରିୟାଣା ସରକାର ଡେରା ସଚ୍ଚା ସୋ÷÷ଦାକୁ ସ୍ୱୀକୃତି ଦେବା, ଡିସେମ୍ବର ୨୦୨୨ରେ ହରିୟାଣା ଶିଖ୍ ଗୁରୁଦ୍ୱାରା କମିଟି ଗଠନ କରିବା ଏବଂ କରମଜିତ ସିଂହଙ୍କୁ ହରିୟାଣା ଶିଖ ଗୁରୁଦ୍ୱାରା କମିଟିର ମୁଖ୍ୟଭାବେ ନିଯୁକ୍ତି କରାଯିବାକୁ ଏସ୍ଜିପିସି ବିରୋଧ କରିଆସୁଛି । ଅପରପକ୍ଷେ ଖାଲିସ୍ଥାନୀଙ୍କ ପ୍ରତି ଏସ୍ଜିପିସି ଅନେକ ସମୟରେ ନରମ ହେବାଦ୍ୱାରା ସେମାନେ ଗୁୁରୁଦ୍ୱାରାଗୁଡିକୁ ସନ୍ତ୍ରାସର କେନ୍ଦ୍ର ଭାବେ ବ୍ୟବହାର କରୁଛନ୍ତି ଠିକ୍ । ଯେମିତି ମସଜିଦଗୁଡିକୁ ଇସଲାମିଷ୍ଟ ସନ୍ତ୍ରାସବାଦୀମାନେ ଆଜିଯାଏଁ ଭିନ୍ନ ଭିନ୍ନ ରାଷ୍ଟ୍ରରେ ବ୍ୟବହାର କରିଆସିଛନ୍ତି ।
ଦେଶ ବାହାରେ ରହି ଭାରତରେ ବିସ୍ଫୋରଣ,ଆତଙ୍କବାଦୀ ଆକ୍ରମଣ କରିବାକୁ କୁଲୱିନ୍ଦର ସିଂହ ଓରଫ୍ ଖାନପୁରିଆ (ଥାଇଲାଣ୍ଡ) , ହାପି ସଙ୍ଗେରିଆ (ଇଟାଲୀ) ଏବଂ ହରପ୍ରିତ ସିଂହ ହାପି (ମାଲେସିଆ) ପରି ଲୋକେ ଆନ୍ତର୍ଜାତିକ ସ୍ତରରେ ସକ୍ରିୟ ରହିଛନ୍ତି । ସେମାନଙ୍କୁ ଭାରତ ବିରୋଧୀ ଗୋଷ୍ଠୀ ଆଇଏସ୍ଆଇ, ସିଆଇଏ, ଏମ୍ଆଇ୫ ପରି ଭିନ୍ନ ଭିନ୍ନ ଦେଶର ଗୁଇନ୍ଦା ସଂସ୍ଥା ଆର୍ଥôକ,ସାଂଗଠନିକ, ରାଜନୈ÷ତିକ ସ୍ତରରେ ସାହାଯ୍ୟ କରିଆସୁଛନ୍ତି । ଏକଦା ରାଜନୈ÷ତିକ ଫାଇଦା ପାଇଁ ଭିନେ୍ଦ୍ରନୱାଲାକୁ ଏକ ସଇତାନ ଭାବେ ଛିଡା କରାଇ ଦେଶରେ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଇଥିବା କଂଗ୍ରେସ ସରକାରର ଇନ୍ଦିରା ଗାନ୍ଧି ନିଜର ଦୁଇ ଶିଖ୍ ସୁରକ୍ଷାକର୍ମୀଙ୍କ ଗୁଳିରେ ହତ୍ୟାର ଶିକାର ହେବାପରେ ୧୯୮୪ରେ ହୋଇଥିବା ଦେଶବ୍ୟାପି ଶିଖ ବିରୋଧୀ ଦଙ୍ଗା ପାଇଁ ଦାୟୀ ରହିଆସିଛି । ଏପରିକି ଏହି ଦଳ ନିକଟରେ କର୍ଣ୍ଣାଟକ ବିଧାନସଭାର ନିର୍ବାଚନରେ ବିଜୟୀ ହୋଇ ସରକାରକୁ ଆସିବା ପରେ ପରେ ଅନେକଗୁଡିଏ ପଦକ୍ଷେପ ନେଇଛି ଯାହା ସନ୍ତ୍ରାସବାଦୀଙ୍କୁ ପ୍ରୋତ୍ସାହିତ କରିବ । ତେଣୁ କଂଗ୍ରେସ ଦ୍ୱାରା ସୃଷ୍ଟ ଖାଲିସ୍ଥାନୀ ସନ୍ତ୍ରାସବାଦକୁ ବିଜେପି ସରକାର ଏତେ ସହଜରେ ଯେ ନିୟନ୍ତ୍ରଣ କରିପାରିବେ ତାହା ଠିକ୍ ନୁହେଁ । କାରଣ ଏହି ସନ୍ତ୍ରାସର ଚେର ବିଶ୍ୱବ୍ୟାପି ହୋଇଥିଲା ବେଳେ କିପରି କୂଟନୀତିକ ସ୍ତରରେ ଏବଂ ରାଜନୈ÷ତିକ ସ୍ତରରେ ଏହାର ନିୟନ୍ତ୍ରଣ କରାଯାଇପାରିବ ସେଥିପ୍ରତି ଅଧିକ ଦୃଷ୍ଟି ଦେବାର ସମୟ ଆସିଛି । କାରଣ କାନାଡାରେ ସେମାନଙ୍କ ଗୋଷ୍ଠୀ ବର୍ତ୍ତମାନର ସରକାରଙ୍କୁ ସମର୍ଥନ କରି ସହଯୋଗ ପାଉଥିବା ସମୟରେ ବିଦେଶରେ କାର୍ଯ୍ୟରତ ଅନେକ ଏନ୍ଜିଓ ଭିନ୍ନ ଭିନ୍ନ ଦେଶର ଗୁଇନ୍ଦା ଅର୍ଥକୁ ନେଇ ଖାଲିସ୍ଥାନୀଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଖାନ୍ପୁରିଆକୁ ଗତବର୍ଷ ଦିଲ୍ଲୀଠାରେ ଗିରଫ କରାଯାଇଥିଲେ ମଧ୍ୟ ଅନେକ ସନ୍ତ୍ରାସୀ ଭାରତ ବାହାରେ ସକ୍ରୀୟ ରହିଛନ୍ତି ।

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

LEAVE A REPLY