କାଶ୍ମିର ମାର୍ଗରେ ମେଘାଳୟ

0
136

ଉତ୍ତର ପୂର୍ବାଞ୍ଚଳର ଏକ ଛୋଟ ଜନଜାତିବହୁଳ ରାଜ୍ୟ ମେଘାଳୟ । ମେଘର ଘର ବୋଲି କୁହାଯାଉଥିବା ଏହି ରାଜ୍ୟରେ ରହିଛି ଚେରାପୁଞ୍ଜି ପରି ସର୍ବାଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳ । ୨୧ ଜାନୁଆରୀ ୧୯୭୨ରେ ଆସାମ ରାଜ୍ୟରୁ ଖାସି,ଜୟନ୍ତିଆ ଏବଂ ଗାରୋ ପାର୍ବତ୍ୟାଞ୍ଚଳର ଦୁଇଟି ଜିଲ୍ଲାକୁ ଅଲଗା କରାଯାଇ ଏହି ରାଜ୍ୟର ଗଠନ କରାଯାଇଥିଲା । ୨୦୧୪ର ହିସାବ ଅନୁଯାୟୀ ୩୨ଲକ୍ଷ ୧୨ହଜାର ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟଟି ଉତ୍ତର ପୂର୍ବାଞ୍ଚଳର ଏକ ଖ୍ରୀଷ୍ଟିଆନବହୁଳ ରାଜ୍ୟ । ଏବେ ୧୨ ଜିଲ୍ଲାରେ ୬୦ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ, ୧ଟି ରାଜ୍ୟସଭା ଆସନ ରହିଛି । ଏହା ମାତୃପ୍ରଧାନ ରାଜ୍ୟ । ପରିବାରର ସାନ ଝିଅ ପରିବାରର ସଂପତ୍ତିର ମାଲିକାଣୀ ହେବା ସହ ପିତାମାତାଙ୍କ ଦାୟିତ୍ୱ ନେଇଥାଏ । ଇଂରେଜମାନେ ଏହାକୁ ପୂର୍ବର ସ୍କଟଲାଣ୍ଡ ବୋଲି କହୁଥିଲେ । ରାଜ୍ୟଟି ଯେମିତି ଛୋଟ ସେମିତି ଆଲୋଚନାରୁ ଦୂରରେ ରହିଛି । କିନ୍ତୁ ଏହାର ଶହେ ବର୍ଷର ଇତିହାସ କିପରି ରାଜ୍ୟର ସଦ୍ଭାବ ଓ ସଂସ୍କାରକୁ ବଦଳାଇ ଅରାଷ୍ଟ୍ରୀୟ, ଅସହିଷ୍ଣୁତା, ସଂଘର୍ଷ, ସନ୍ତ୍ରାସ ଆଡକୁ ନେଇଛି ତାହା ଦେଖିଲେ ଜଣାପଡିବ । କାଶ୍ମିରରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ପରି ମେଘାଳୟର ହିନ୍ଦୁମାନେ ପୀଡିତ, ଅତ୍ୟା·ରିତ,ବାରମ୍ବାର ବିତାଡିତ ହୋଇ ଆସିଛନ୍ତି । ସ୍ଥାନୀୟ ଚର୍ଚ୍ଚ ଗୋଷ୍ଠୀର ବିଦେଶୀ ଅର୍ଥ ଓ ତତ୍ତ୍ୱର ପ୍ରୟାସ କ୍ରମେ ଏବେ ବି ସେଠାରେ ଜାରିରହିଛି ବ୍ୟାପକ ଧର୍ମାନ୍ତରଣ । ଭାରତକୁ ପର୍ଯ୍ୟଟନର ଭିସାରେ ଆସୁଥିବା ବିଦେଶୀ ଲୋକେ ଉତ୍ତର ପୂର୍ବାଞ୍ଚଳରେ ଧର୍ମାନ୍ତରଣ , ସାମୂହିକ ଉତ୍ସବରେ ସାମିଲ ହେଉଥିବା କଥା ସାଧାରଣ । ନିକଟରେ ଆସାମ ସରକାର ଏହିପରି ଗୋଷ୍ଠୀର ପର୍ଯ୍ୟଟକଙ୍କୁ ଗିରଫ କରି ରାଜ୍ୟରୁ ବିତାଡିତ କରିଥିବା ଖବର ପ୍ରକାଶ ପାଇଥିଲା ।
ମେଘାଳୟ ରାଜ୍ୟ ୧୨ଟି ଜିଲ୍ଲାରେ ବିଭକ୍ତ । ସେଗୁଡିକ ହେଲା ରେସୁବେଲପରା, ୱିଲିୟମନଗର, ବାଘମାରା, ତୁରା , ଅମ୍ପାତି, ଜୋୱାଇ, ଖିଲହେରିଆତ୍, ଶିଲଂ , ନଙ୍ଗଷ୍ଟୋଏନ୍, ମାକିରୱାତ, ମୈରାଙ୍ଗ ଏବଂ ନଙ୍ଗ୍ପୋ । ଇଂରେଜ ଶାସନ କାଳରେ ଉନବିଂଶ ଶତାବ୍ଦୀରେ ମିଶନାରୀମାନେ ରାଜ୍ୟରେ ଧର୍ମାନ୍ତରଣର ମୂଳଦୁଆ ପକାଇଥିଲେ । ତା ପୂର୍ବରୁ ଏଠାକାର ଜନଜାତି ଲୋକେ ପ୍ରକୃତି ପୂଜକ ରହିଥିଲେ । ୧୮୩୦ ବେଳକୁ ଆମେରିକାନ ବାପଟିଷ୍ଟ ଫରେନ ମିଶନାରୀ ସୋସାଇଟୀ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଅଧିକ ସକ୍ରୀୟ ହୋଇ ଧର୍ମାନ୍ତରଣକୁ ବ୍ୟାପକ କରିଥିଲା । ପରେ ୱେଲ୍ସ ପ୍ରେସବିଟାରିଆନ ମିଶନ ଚେରାପୁଞ୍ଜି ଅଞ୍ଚଳରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଏହାପରେ ବାପ୍ଟିଷ୍ଟ ମିଶନାରୀମାନେ କାର୍ଯ୍ୟକୁ ବ୍ୟାପକ କରିଥିଲେ । ରାଜ୍ୟର ଜନଜାତିଙ୍କ ମଧ୍ୟରୁ ୯୦ ପ୍ରତିଶତ ଗାରୋ, ୮୦ ପ୍ରତିଶତ ଖାସୀ, ୯୭ ପ୍ରତିଶତ ହାଜୋଙ୍ଗ, ୯୮ପ୍ରତିଶତ କୋଚ ଏବେ ଧର୍ମାନ୍ତରିତ ଖ୍ରୀଷ୍ଟିଆନ ହୋଇଥିଲା ବେଳେ କେବଳ ରାଭା ଜନଜାତିର ୯୪ ପ୍ରତିଶତ ଲୋକ ହିନ୍ଦୁ ରହିଛନ୍ତି । ରୋମାନ କ୍ୟାଥୋଲିକ ଚର୍ଚ୍ଚର ରାଜ୍ୟବ୍ୟାପି ପ୍ରଭାବ ରହିଥିଲା ବେଳେ କ୍ୟାଥୋଲିକ ଖ୍ରୀଷ୍ଟିଆନ ସଂଖ୍ୟା ୯ଲକ୍ଷ ୫୦ ହଜାର ରହିଛି । ପ୍ରେସବିଟାରିଆନ୍ ଚର୍ଚ୍ଚ ଅଧିନରେ ପରି·ଳିତ ଖାସୀ ଜୟନ୍ତିଆ ପ୍ରେସ୍ବିଟାରିଆନ୍ ଆସେମ୍ଲିର ବିଶ୍ୱାସରେ ୭ଲକ୍ଷ ୫୦ହଜାର ଜନଜାତି ରହିଛନ୍ତି । ସେମିତି ବାପ୍ଟିଷ୍ଟ ଚର୍ଚ୍ଚ ଅଧିନସ୍ଥ ଗାରୋ ବାପ୍ଟିଷ୍ଟ କନ୍ଭେନସନରେ ୫ଲକ୍ଷ ଜନଜାତି ରହିଛନ୍ତି । ଚର୍ଚ୍ଚ ଅଫ୍ ଗଡ ନାମରେ ୧୯୦୨ରେ ଆରମ୍ଭ ହୋଇଥିବା ଏକ ସ୍ଥାନୀୟ ଚର୍ଚ୍ଚ ଅଧିନରେ ପ୍ରାୟ ୧ଲକ୍ଷ ଜନଜାତି ରହିଛନ୍ତି । ମେଘାଳୟର ଧର୍ମାନ୍ତରଣ ଇତିହାସକୁ ଦେଖିଲେ ଜଣାପଡିବ ଯେ ୧୮୩୦ରୁ ୧୯୦୨ ମଧ୍ୟରେ ରାଜ୍ୟରେ ଧର୍ମାନ୍ତରିତ ଖ୍ରୀଷ୍ଟିଆନ ୬୧୬ ପ୍ରତିଶତ ରହିଥିଲେ । ସେମିତି ଜନଗଣନା ହିସାବରେ ୧୯୦୧ରେ ମାତ୍ର ୨୧ହଜାର ଖ୍ରୀଷ୍ଟିଆନ ରାଜ୍ୟରେ ଥିଲାବେଳେ ପରବର୍ତ୍ତୀ ସମୟରେ ବ୍ୟାପକ ଧର୍ମାନ୍ତରଣ ହୋଇଥିବା କଥା ପରବର୍ତ୍ତୀ ଜନଗଣନାର ହିସାବରୁ ଜଣାପଡିଥାଏ । ୧୯୧୧ରେ ୩୬,୬୯୯ (୭୫ ପ୍ରତିଶତ ବୃଦ୍ଧି), ୧୯୨୧ରେ ୪୮,୭୧୮(୩୨.୮ ପ୍ରତିଶତ ବୃଦ୍ଧି), ୧୯୩୧ରେ ୭୫,୫୩୦ (୫୫ ପ୍ରତିଶତ ବୃଦ୍ଧି), ୧୯୬୧ରେ ୨୭୦,୯୧୦ (୮୧ ପ୍ରତିଶତ ବୃଦ୍ଧି), ୧୯୭୧ରେ ୪୭୫,୨୬୭(୭୫.୪ ପ୍ରତିଶତ ବୃଦ୍ଧି),୧୯୮୧ରେ ୭୦୨,୮୫୪ (୪୭.୯ ପ୍ରତିଶତ ବୃଦ୍ଧି), ୧୯୯୧ରେ ୧୧,୪୬,୦୯୨(୬୩.୧ ପ୍ରତିଶତ ବୃଦ୍ଧି),୨୦୦୧ରେ ୧୬ ,୨୮,୯୮୬ (୪୨.୧ ପ୍ରତିଶତ ବୃଦ୍ଧି),୨୦୧୧ରେ ୨୨,୧.୦୨୭(୩୫.୯ ପ୍ରତିଶତ ବୃଦ୍ଧି ) ହୋଇଛି । ୧୯୦୧ର ୬.୧୬ ପ୍ରତିଶତ ଖ୍ରୀଷ୍ଟିଆନ ଜନସଂଖ୍ୟା ୧୯୫୧ରେ ୨୪.୬୬ ପ୍ରତିଶତ ହୋଇଥିଲା । ଯାହା ୨୦୧୧ ବେଳକୁ ୭୪.୫୯ ପ୍ରତିଶତରେ ପହଞ୍ଚôଥିଲା । ଖାସୀ ଜନଜାତି ୮୩.୧୪ ପ୍ରତିଶତ ଏବଂ ଗାରୋ ଜନଜାତି ୯୫.୮୬ ଏବେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଅଣ ଜନଜାତିଙ୍କ ମଧ୍ୟରେ ୪୧୧,୦୨୮ ଲୋକଙ୍କ ମଧ୍ୟରୁ ୫୫,୧୪୦ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ନେପାଳୀ ଏବଂ ବଙ୍ଗାଳୀ ଲୋକେ ଅଧିକ ରହିଛନ୍ତି । ଏବେ ଶିଲଂ ଏବଂ ଗ୍ରାମାଞ୍ଚଳରେ ଥିବା ମିଶନାରୀମାନେ ରାଜ୍ୟକୁ ଶହେ ପ୍ରତିଶତ ଖ୍ରୀଷ୍ଟିଆନ ରାଜ୍ୟ କରିବା ଲକ୍ଷ୍ୟରେ ବ୍ୟାପକ ଧର୍ମାନ୍ତରଣ ଚଳାଇଛନ୍ତି । ଏହାକୁ ଗ୍ରହଣ କରୁନଥିବା ଲୋକଙ୍କୁ ଯାବତୀୟ ପ୍ରତାଡନାର ଶିକାର ହେବାକୁ ପଡୁଛି ।
କାଶ୍ମିର ଘାଟୀରେ ହିନ୍ଦୁମାନେ ସଂଖ୍ୟାଲଘୁ ହେବାପରେ ଯେପରି ପ୍ରତାଡନାର ଶିକାର ହୋଇ ଆସିଛନ୍ତି ଠିକ୍ ସେହିପରି ଘଟିଛି ମେଘାଳୟରେ । ଧର୍ମାନ୍ତରଣ ବ୍ୟକ୍ତିକୁ କିପରି ରାଷ୍ଟ୍ରାନ୍ତରିତ କରିଥାଏ ତାହା ଏଠାରେ ବେଶ୍ ସ୍ପଷ୍ଟ । ୨୦୧୯ରେ ନେସ୍ନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ରୁ ଗଣେଶ ମୂର୍ତ୍ତିକୁ ଖ୍ରୀଷ୍ଟିଆନମାନେ ବାହାର କରି ଦେଇଥିଲେ । ୧୯୭୯ରୁ ଏହିଧାରା ହିଂସାତ୍ମକରୂପ ନେଇଆସିଛି । ଏହା ପଛରେ ଚର୍ଚ୍ଚଗୋଷ୍ଠୀର ଉସ୍କାଣ ଏବଂ ରାଜନୀତି ରହିଆସିଛି ।
କିନ୍ତୁ ରାଜ୍ୟ ଗଠନ ପୂର୍ବରୁ ଖ୍ରୀଷ୍ଟିଆନ ପାଦ୍ରୀମାନେ ହିନ୍ଦୁ ଜନଜାତିଙ୍କ ଧାର୍ମିକ ପୂଜାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଖ୍ରୀଷ୍ଟିଆନମାନଙ୍କୁ ହିଂସା ପାଇଁ ପ୍ରୋତ୍ସାହିତ କରି ଆସୁଥିଲେ । ଏହିପରି କ୍ର୍ମାଗତ ଘଟଣାମାନ ସେଠାରେ ଘଟିଆସିଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏସବୁ ସ୍ଥାନ ପାଇପାରୁନାହିଁ । ୧୯୭୯ରେ ଶିଲଂ ସହରର ନିକଟବର୍ତ୍ତୀ ଲାଇତୁମ୍ଖ୍ରାଠାରେ ଏକ କାଳିପୂଜା ପେଣ୍ଡାଲରେ ପ୍ରବେଶକରି ଖ୍ରୀଷ୍ଟିଆନ ଗୋଷ୍ଠୀ କାଳିମୂର୍ତ୍ତିକୁ ଭାଙ୍ଗିଥିଲେ । ହିନ୍ଦୁମାନେ ସେହି ଘଟଣାର ବିରୋଧ କରିବା ପରେ ଖ୍ରୀଷ୍ଟିଆନ ଖାସୀ ଗୋଷ୍ଠୀର ଲୋକେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କଲେ । ଏପରିକି ଜନଜାତି ଗ୍ରାମସଭା (ଦରବାର ସ୍ନୋନୋଙ୍ଗ୍)ରେ ହିନ୍ଦୁ ବ୍ୟବସାୟୀମାନଙ୍କୁ ଦୋକାନ -ବଜାର ବନ୍ଦ କରିବାକୁ ଅର୍ଥଦଣ୍ଡ ଜାରିହେଲା । ଖାସୀ ଗୃହମାଲିକଙ୍କୁ ହିନ୍ଦୁ ଭଡାଟିଆଙ୍କୁ ଘରୁ ତଡିଦେବା ଲାଗି କୁହାଗଲା । ହିନ୍ଦୁମାନଙ୍କୁ ମନ୍ଦିର ଛଡା ଅନ୍ୟ କୈାଣସି ସ୍ଥାନରେ ପୂଜା କରିବାକୁ ବାରଣ କରାଗଲା । ଏହି ଆକ୍ରମଣରେ ଅନେକ ହିନ୍ଦୁଙ୍କ ଘର ଲୁଟ୍ ହେଲା । ଦୋକାନଘରେ ନିଆଁ ଲଗାଇ ଦିଆଗଲା । ହିନ୍ଦୁମାନଙ୍କୁ ହତ୍ୟା କରାଗଲା । ଭାରତ- ବଙ୍ଗଳାଦେଶ ସୀମା ନିକଟସ୍ଥ ଲାଇଟଲିଂକୋଟ ଗ୍ରାମ ନିକଟରେ ଶିଲଂ- ଦାୱକୀ ସଡକ ଉପରେ ଏକ ଚଳନ୍ତା ବସ୍ ଭିତରୁ ୮ଜଣ ହିନ୍ଦୁଙ୍କୁ ଟାଣିଆଣି ପଥରମାଡ କରି ହତ୍ୟା କରାଯାଇଥିଲା । ଏହି ଘଟଣାପରେ ପ୍ରାୟ ୨୦ହଜାର ହିନ୍ଦୁଲୋକ ଅଞ୍ଚଳଛାଡି ·ଲିଯାଇଥିଲେ । କିନ୍ତୁ ସବୁଠୁ ଚକିତ ହେବାର କଥା ହେଲା ଯେ ଏହିସବୁ ଘଟଣା ସତ୍ତ୍ୱେ ଆଜିଯାଏ ଜଣେ ବି କେହି ବ୍ୟକ୍ତି (ହିନ୍ଦୁ ବିରୋଧୀ)ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ପ୍ରଦାନ ହୋଇନାହିଁ । ଅଣହିନ୍ଦୁମାନଙ୍କୁ ବାହାରଲୋକ ବା ଢକାର ବୋଲି କୁହାଯାଇ ସେମାନଙ୍କ ବିରୋଧରେ ହିଂସାକାଣ୍ଡ ଜାରି ରହିଛି । ଖାସୀ ଷ୍ଟୁଡେଣ୍ଟସ୍ ୟୁନିଅନ ନାମକ ସଂଗଠନ ଅଣହିନ୍ଦୁମାନଙ୍କୁ ରାଜ୍ୟରୁ ତଡିବାକୁ ଏକ ଯୋଜନାବଦ୍ଧ ସନ୍ତ୍ରାସୀ ଉପାୟ ଅବଲମ୍ବନ କରିଆସିଛି । ସମୟେ ସମୟେ ସେମାନଙ୍କ ବିରୋଧରେ ଅନୁପ୍ରବେଶକାରୀ ଆନେ୍ଦାଳନ ଆହ୍ୱାନ ଦିଆଯାଇ ସେମାନଙ୍କୁ ଜୋରକରି ଅଞ୍ଚଳରୁ ତଡା ଯାଇଛି । କାଶ୍ମିର ସନ୍ତ୍ରାସବାଦୀମାନଙ୍କର କାଶ୍ମିର ଘାଟୀରେ ଅଣ-କାଶ୍ମିରୀ ଲୋକଙ୍କ ବିରୋଧରେ ଯେପରି ଷଡଯନ୍ତ୍ର ଜାରିରହିଛି ଏହି ଷଡଯନ୍ତ୍ର ଠିକ୍ ସେହି ପ୍ରକାରର । ରାଜ୍ୟରେ ବଙ୍ଗଳାଦେଶୀ ମୁସଲିମଙ୍କ ସଂଖ୍ୟା ଢେର ବଢିଥିଲେ ମଧ୍ୟ ଖାସୀମାନଙ୍କ ଷଡଯନ୍ତ୍ର କେବଳ ହିନ୍ଦୁମାନଙ୍କୁ ଟାର୍ଗେଟ କରି ·ଲିଆସିଛି ।
୧୯୯୦ ଦଶକର ଆରମ୍ଭରୁ ରାଜନେତାମାନଙ୍କ ହାତବାରିସୀ ଭାବେ ଏଠାକାର ସନ୍ତ୍ରାସବାଦୀ ଗୋଷ୍ଠୀ କାର୍ଯ୍ୟ ଆରମ୍ଭ କଲେ । ହିନ୍ଦୁ ବ୍ୟବସାୟୀଙ୍କଠାରୁ ଜୋର୍ କରି ·ନ୍ଦା ଆଦାୟ କରିବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ରହିଲା । ଏପରିକି ପ୍ରାଧ୍ୟାପକ, ଡାକ୍ତର, ଓକିଲ, ସରକାରୀ କର୍ମ·ରୀମାନଙ୍କଠାରୁ ମଧ୍ୟ ଜୋର୍ କରି ଏମାନେ ·ନ୍ଦା ଆଦାୟ କରିିବାକୁ ଲାଗିଲେ । ରାଜ୍ୟର ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡିକରେ ଯୀଶୁଙ୍କ ଫଟୋ ସ୍ଥାନ ପାଉଥିଲା ବେଳେ ଡାକ୍ତରଖାନା ରୋଗୀଙ୍କୁ ବାଇବେଲ ପଢିବାକୁ ବାଧ୍ୟ କରାଯାଇ ସେମାନଙ୍କୁ ବାଇବେଲ କପି ଧରାଇ ଦିଆଗଲା । ସରକାରୀ ଡାକ୍ତରଖାନା, ଶିଲଂରେ ଆଜି ମଧ୍ୟ ଏହା ଏକ ସାଧାରଣ ବିଷୟ ।
ଚଳିତ ବର୍ଷ ୨୦ ଜାନୁଆରୀ ୨୦୨୨ ତାରିଖ ଦିନ ଶିଲଂ ସହରର ଖିଣ୍ଡାଇଲାଡଠାରେ ୧୯୭୯ ହିନ୍ଦୁ ଗଣହତ୍ୟା, ୧୯୮୭ ହିଂସା ବିରୋଧରେ ଶୋଭାଯାତ୍ରା ·ଲିଥିଲା ବେଳେ ଲୁମଡିଏନ୍ଗ୍ରୀ ପୁଲିସଥାନା ସମ୍ମୁଖରେ ଖ୍ରୀଷ୍ଟିଆନ ଗୋଷ୍ଠୀ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ମୁସଲିମଙ୍କ ସମେତ ତିନିଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
କାଶ୍ମିରରେ ୩୭୦ଧାରା ଥିବା ସମୟର ଆଇନ ପରି ମେଘାଳୟରେ ମେଘାଳୟ ରାଜ୍ୟର ବାହାର ଲୋକଙ୍କୁ ଇନରଲାଇନ୍ ପରମିଟ୍ ସିଷ୍ଟମ-୧୮୭୩ ଅନୁଯାୟୀ ପ୍ରବେଶାଧିକାର ଦେବାକୁ ମେଘାଳୟର ୧୭ଟିକିଆ ସଂଗଠନ କନ୍ଫେଡେରେସନ ଅଫ୍ ମେଘାଳୟ ସୋସିଆଲ ଅର୍ଗାନାଇଜେସନ ଦାବି କରି ଆସୁଛି । ୨୦୨୦ଫେବୃଆରୀ୨୮ରେ ସିଏଏ ବିରୋଧୀ ଆନେ୍ଦାଳନ ବେଳେ ଜଣେ ଖାସୀ ଷ୍ଟୁଡେଣ୍ଟସ ୟୁନିଅନର ସମର୍ଥକ ଲୁର୍ସାଇ ହିନ୍ନିୱତାରର ହିଂସାକାଣ୍ଡରେ ମୃତୁ୍ୟପରେ ଖାସୀ ଷ୍ଟୁଡେଣ୍ଟସ ୟୁନିଅନ ଏଥିପାଇଁ ହିନ୍ଦୁଙ୍କୁ ଦାୟୀ କରି ସହରସାରା ବ୍ୟାନର ଟାଙ୍ଗିବା ଦେଖାଯାଇଥିଲା । ଏହା ପରେ ବଙ୍ଗଳାଦେଶ ସୀମାବର୍ତ୍ତୀ ଭୋଳାଗଞ୍ଜ ଏବଂ ଇଛାମତି ଅଞ୍ଚଳରେ ହିନ୍ଦୁ ମହିଳା ଏବଂ ଶିଶୁମାନଙ୍କୁ ଖ୍ରୀଷ୍ଟିଆନ ଗୋଷ୍ଠୀ ହଇରାଣ ହରକତ କରିବା ଅଭିଯୋଗ ହୋଇଥିଲା । ଏହି ଖାସୀମାନଙ୍କ ସ୍ଲୋଗାନ ହେଲା “ଆମେ ରକ୍ତରେ ଖାସୀ, ଦୁର୍ଘଟଣାବଶତଃ ଭାରତୀୟ” । ଏହି ସ୍ଲୋଗାନ ଲେଖାର ବ୍ୟାନର ଶିଲଂ ସହରରେ ଲାଗିଥିବା ଦେଖାଯାଇଥାଏ । ଚଳିତବର୍ଷ ହିନ୍ନିଉଟ୍ରେପ ନେସନାଲ ଲିବରେସନ କାଉନସିଲ (ଏଚ୍ଏନ୍ଏଲ୍ସି) ପକ୍ଷରୁ ହିନ୍ଦୁମାନେ ଏକମାସ ମଧ୍ୟରେ ପୂର୍ବଖାସୀ ପାହାଡର ସେଲ୍ଲା ଅଞ୍ଚଳରୁ ମାସକ ଭିତରେ ବାହାରିଯିବା ପାଇଁ ଧମକ ଦେଇଥିଲା । ଏହା ପରେ ଲୋକେ ଭୟଭୀତ ହୋଇ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ୨୫୦ଲୋକଙ୍କୁ ଆସାମର ତଳ ଅଞ୍ଚଳରୁ ଆସାମ ସରକାର ଉଦ୍ଧାର କରିଥିଲେ । ଏହି ବିଷୟକୁ ସିଲଚର ସାଂସଦ ରାଜଦୀପ ରାୟ ସଂସଦରେ ମଧ୍ୟ ଉଠାଇଥିଲେ ।
୧୯୮୭ରେ ନେପାଳୀଙ୍କ ବିରୁଦ୍ଧରେ ଖ୍ରୀଷ୍ଟିଆନ୍ ଗୋଷ୍ଠୀଙ୍କ ଆକ୍ରମଣ ଯୋଗୁ ଶିଲଂରେ ଏକବର୍ଷ ଯାଏଁ କର୍ଫୁ୍ୟ ଲାଗି ରହିଥିଲା । ହଜାର ହଜାର ଲୋକଙ୍କ ଗୃହଦାହ ଯୋଗୁ ସେମାନେ ଅଞ୍ଚଳ ଛାଡିବାକୁ ବାଧ୍ୟ ହୋଇଥିଲେ । ଏହି ହିଂସାକାଣ୍ଡ ପଛରେ ଖାସୀ ଷ୍ଟୁଡେଣ୍ଟସ ୟୁନିଅନ ରହିଥିଲା । ୧୯୯୨ରେ ବିହାରୀ ·ଷୀମାନଙ୍କୁ ଏହି ଗୋଷ୍ଠୀ ଟାର୍ଗେଟ କରି ସେମାନଙ୍କ ଗୋଶାଳାରେ ନିଆଁ ଲଗାଇ ଜିଅନ୍ତା ଗୋରୁମାନଙ୍କୁ ପୋଡି ମାରି ଦେଇଥିଲେ । ୨୦୧୮ରେ ଶିଖ ଦଳିତଙ୍କୁ ଟାର୍ଗେଟ କରାଯାଇଥିଲା ।୨୦୨୦ରେ ପଶ୍ଚିମଗାରୋ ହିଲସ୍ ଜିଲ୍ଲାର ମେରେଙ୍ଗାପଡାଠାରେ ନିର୍ମିତ କାଳିମନ୍ଦିରକୁ ଖ୍ରୀଷ୍ଟିଆନ ସନ୍ତ୍ରାସବାଦୀ ଗୋଷ୍ଠୀ ଭାଙ୍ଗି ଦେଇଥିଲେ । ୨୦୧୯ରେ ପୂର୍ବ ଖାସୀ ଜିଲ୍ଲା ଅନ୍ତର୍ଗତ କୋଙ୍ଗଥୋଙ୍ଗଠାରେ ହିନ୍ଦୁ ଜନଜାତିଙ୍କ ପୂଜାସ୍ଥଳୀକୁ ଖ୍ରୀଷ୍ଟିଆନ ଗୋଷ୍ଠୀ ନଷ୍ଟ କରିଥିଲେ । ଏହି ଘଟଣା ସମୟରେ ସ୍ଥାନୀୟ ପୁଲିସ ଏବଂ ମାଜିଷ୍ଟ୍ରେଟ ମଧ୍ୟ ଚୁପ୍ ହୋଇ ଛିଡା ହୋଇଥିଲେ । ଏହିସବୁ ଘଟଣାରୁ ମେଘାଳୟ କିପରି କାଶ୍ମିର ମାର୍ଗରେ ଯାଉଛି ତାହା ଜଣାପଡୁଛି । ଏଥିପାଇଁ ସମସ୍ତେ ଚିନ୍ତା କରିବା ଆବଶ୍ୟକ ।

LEAVE A REPLY