ପୃଥିବୀରେ କୋରୋନା ପର ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶର ଅର୍ଥନୀତି ପାଇଁ ସମୟ କଷ୍ଟକର ହୋଇଛି । କେଉଁଠି ଯୋଗାଣ ଅଭାବରୁ ଅନେକ କାରଖାନା ବନ୍ଦ ରହିଛି, ପୁଣି କେଉଁଠି ଯୁଦ୍ଧ ପାଇଁ ଉତ୍ପାଦନରେ ସମସ୍ୟା ସୃଷ୍ଟି ହୋଇଛି । ୟୁରୋପରେ ଗ୍ୟାସ ଯୋଗାଣର ଅଭାବ ହେତୁ ବିଦୁ୍ୟତକାଟ ଆରମ୍ଭ ହେଲାଣି । ବିଦୁ୍ୟତ ଯୋଗାଣରେ ଅଭାବ ଯୋଗୁ ପୂର୍ଣ୍ଣ ସମୟ କାରଖାନା ·ଲିପାରୁନାହିଁ । ଏହି ପରିସ୍ଥିତିରେ ବହୁ ଦେଶର ଜିଡିପି ବିଯୁକ୍ତାତ୍ମକ ସ୍ଥିତିକୁ ଯିବା ନିଶ୍ଚିତ । ଅନେକ ବିକାଶଶୀଳ ରାଷ୍ଟ୍ରର ବିକାଶ ହାର ଚଳିତବର୍ଷ କମ୍ ରହିବ ବୋଲି ସ୍ପଷ୍ଟ ହୋଇଗଲାଣି । କିନ୍ତୁ ଏସବୁ ନିରାଶା ମଧ୍ୟରେ ଭାରତର ଅର୍ଥନୀତି ଭଲ ସମୟ ଦେଖିବ ବୋଲି କୁହାଯାଉଛି । ଭାରତର ସେୟାର ବଜାର ସେନ୍ସେକ୍ସ ୬୩୦୦୦କୁ ଧରିଥିଲା ବେଳେ ନିଫ୍ଟି ଇଣ୍ଡେକ୍ସ ୧୮୭୦୦କୁ ଛୁଇଁଛି । ବଡ ବଜାର ଭିତରେ ଭାରତ ଏକମାତ୍ର ରାଷ୍ଟ୍ର ଯିଏକି ପୂର୍ବ ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଛି । ଜାପାନ, ତାଇୱାନ, ହଂକଂ, ଥାଇଲାଣ୍ଡ, ଇଣ୍ଡୋନେସିଆ ପ୍ରଭୃତି ରାଷ୍ଟ୍ରରେ ବଜାରରେ ଦୁର୍ବଳତା ପରିଲକ୍ଷିତ ହୋଇଛି । ଆର୍ଥନୀତିକ ଅସ୍ଥିରତା ପାଇଁ ସୁଧହାର ଅନେକ ଦେଶରେ ବଢିବା ଦେଖାଯାଇଛି । ବିଗତ ଦିନରେ ଅକ୍ଟୋବର ୨୦୨୧- ଜୁନ ୨୦୨୨ ମଧ୍ୟରେ ବିଦେଶୀ ପୁଞ୍ଜି ନିବେଶକାରୀ ଭାରତୀୟ ବଜାରରୁ ପ୍ରାୟ ୨.୫୫ ଲକ୍ଷ କୋଟି ଟଙ୍କା କାଢି ନେବା ଯୋଗୁ ପୁଞ୍ଜିବଜାର ଦୁର୍ବଳ ହୋଇଥିଲା । କିନ୍ତୁ ଏବେ ପାଶ୍ଚାତ୍ୟ ରାଷ୍ଟ୍ରର ନିବେଶକାରୀମାନେ ଭିନ୍ନ ଭିନ୍ନ ରେଟିଂ ଏଜେନ୍ସୀର ସୂଚକାଙ୍କକୁ ଦେଖି ଭାରତରେ ଅଧିକ ପୁଞ୍ଜି ଲଗାଇବାକୁ ଆରମ୍ଭ କଲେଣି । କେବଳ ନଭେମ୍ବର ମାସରେ ଭାରତର ଷ୍ଟକ ମାର୍କେଟରେ ୨୮୭୬୮ କୋଟି ଟଙ୍କା ନିବେଶ ହୋଇଛି । ଆମେରିକାରେ ମୁଦ୍ରାସ୍ପିତିରେ ସୁଧାର ହେବା ଯୋଗୁ ଡଲାର ନମନୀୟ ହେବାରେ ଲାଗିଛି । ବିଗତ ଦିନରେ ଦେଶରେ ମୁଦ୍ରାସ୍ପିତି ବଢିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଣ୍ଡବ୍ୟଥା ବଢିଥିଲା । ଫଳରେ ବଜାରକୁ ବାଧ୍ୟହୋଇ ଡଲାର ଛାଡିବାକୁ ହୋଇଥିଲା । ଏବେ କିନ୍ତୁ ବିଦେଶୀ ନିବେଶ ଉତ୍ସାହଜନକ ହେବାରେ ଲାଗିଛି । ତିନି ସପ୍ତାହ ଧରି ବିଦେଶୀ ମୁଦ୍ରା ଭଣ୍ଡାର ବଢିବାରେ ଲାଗିଛି । ନିକଟରେ ମରିସସ୍କୁ ହଟାଇ ସିଙ୍ଗାପୁର ଭାରତର ଦ୍ୱିତୀୟ ବୃହତ ନିବେଶକ ହୋଇଛି । ପୂର୍ବପରି ଆମେରିକା ଭାରତରେ ପ୍ରଥମ ବିଦେଶୀ ନିବେଶକ ସ୍ଥାନରେ ରହିଛି । ବିଶେଷ କରି ଚୀନରେ ଶୂନ୍ୟ ପ୍ରତିଶତ କୋରୋନା ନୀତି ଯୋଗୁ ଲକ୍ଡାଉନ୍ ·ଲିଥିବା ଯୋଗୁ ସେଠାରୁ କେତେକ ନିବେଶକାରୀ ପୁଞ୍ଜି ବାହାର କରି ଭାରତରେ ନିବେଶ କରୁଛନ୍ତି । ଏହାଛଡା ତୈ÷ଳଦର ହ୍ରାସ ହେବା ଯୋଗୁ ମଧ୍ୟ ଭାରତର ଆର୍ଥôକ ସ୍ଥିତିରେ ସୁଧାର ଆସିବା ପରିଲକ୍ଷିତ ହେଉଛି । ଚୀନରେ ଲକ୍ଡାଉନ୍ ଯୋଗୁ ତୈଳର ବ୍ୟବହାର ହ୍ରାସ ପାଇଛି । ତେଣୁ ଆନ୍ତର୍ଜାତିକ ବଜାରରେ ତୈ÷ଳର ଦର ହ୍ରାସ ପାଇଛି । ଚଳିତବର୍ଷ ମାର୍ଚ୍ଚ ମାସରେ (୨୦୨୨) ତୈ÷ଳ ବ୍ୟାରେଲ ମୂଲ୍ୟ ୧୩୦ ଡଲାର ରହିଥିଲା ଯାହା ଏବେ ଡିସେମ୍ବର ମାସ ବେଳକୁ ହ୍ରାସ ପାଇ ୮୦ ଡଲାରକୁ ଖସିବ ବୋଲି କୁହାଯାଉଛି । ବ୍ରେଣ୍ଟ କ୍ରୁଡ ଅଏଲର ବ୍ୟାରେଲ ପିଛା ଦର ୮୧.୩୯ ଡଲାରକୁ ଆସିଛି ।
ଦେଶରେ ମୁଦ୍ରାସ୍ପିତି ହାର ସେପ୍ଟେମ୍ବରରେ ୭.୪ ପ୍ରତିଶତ ଥିଲାବେଳେ ଅକ୍ଟୋବର ବେଳକୁ ୬.୭୭ ପ୍ରତିଶତକୁ ହ୍ରାସ ପାଇଥିଲା । ସେପ୍ଟେମ୍ବରର ମାସରେ ଏହି ହାର ୬.୨ ପ୍ରତିଶତ ରହିଥିଲା । ବିଶେଷଜ୍ଞମାନଙ୍କ କହିବାନୁସାରେ ଦେଶର ଆଭ୍ୟନ୍ତରୀଣ ସ୍ଥିତି ସୁଦୃଢ ରହିବ । ସେମିତି ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଦେଶର ଅର୍ଥନୀତିକୁ ସାହାଯ୍ୟ କରିଆସୁଛନ୍ତି । ଚଳିତ ବର୍ଷ ୨୦୨୨ରେ ବିଦେଶରେ ରହୁଥିବା ଭାରତୀୟ ଲୋକେ ପୃଥିବୀରେ ସର୍ବାଧିକ ପରିମାଣର ଅର୍ଥ ନିଜ ଦେଶକୁ ପଠାଇଛନ୍ତି । ଚଳିତବର୍ଷ ଏହି ପରିମାଣ ୧୦୦ ବିଲିଅନ ଡଲାର ଛୁଇଁଛି । ଏଥିରୁ ଆମେରିକାରୁ ଆସିଥିବା ଅର୍ଥ ୨୩ବିଲିଅନ ଡଲାର ରହିଛି । ଏବେ ପ୍ରାୟ ୫୦ଲକ୍ଷ ଭାରତୀୟ ଆମେରିକାରେ ଅଧିକ ଦକ୍ଷ କର୍ମ·ରୀ ଭାବେ କାର୍ଯ୍ୟ କରୁଛନ୍ତି । ଆମେରିକା ଓ ବ୍ରିଟେନରେ ୨୦ ପ୍ରତିଶତ କାର୍ଯ୍ୟରତ ଭାରତୀୟ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ଅଧିକ ବେତନଧାରୀ କର୍ମ·ରୀ । ଆମେରିକାରେ ପ୍ରାୟ ୫୭ ପ୍ରତିଶତ କାର୍ଯ୍ୟରତ ଭାରତୀୟ ୧୦ବର୍ଷରୁ ଅଧିକ ସମୟ ହେଲା କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ପୂର୍ବରୁ ସଂଯୁକ୍ତ ଆରବ ଅମିରାତ ପ୍ରଥମ ସ୍ଥାନରେ ରହିଥିଲା । ଗତବର୍ଷ ତୁଳନାରେ ଏହି ଅର୍ଥ ପରିମାଣ ୧୨ପ୍ରତିଶତ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହା ୧୨୦ ବିଲିଅନ ଡଲାରକୁ ଛୁଇଁବ ବୋଲି କୁହାଯାଉଛି । ବିଦେଶରୁ ନିଜ ଦେଶକୁ ଅର୍ଥ ପଠାଉଥିବା ଲୋକଙ୍କ କ୍ଷେତ୍ରରେ ଭାରତ ପଛକୁ ମେକ୍ସିକୋ ୬୦ ବିଲିଅନ ଡଲାର ସହ ଦ୍ୱିତୀୟ ସ୍ଥାନରେ ରହିଛି । କାରଣ ମେକ୍ସିକୋ ଆମେରିକାର ପଡୋଶୀ ରାଷ୍ଟ୍ର । ବହୁ ସଂଖ୍ୟକ ମେକ୍ସିକୋବାସୀ ଆମେରିକାକୁ ପ୍ରତିବର୍ଷ ରୋଜଗାର ପାଇଁ ଯାଇଥାନ୍ତି । ମେକ୍ସିକୋ ପଛକୁ ଚୀନ ୬୦ ବିଲିଅନ ଡଲାର, ଫିଲିପାଇନ୍ସ ୨୮ ବିଲିଅନ ଡଲାର, ଇଜିପ୍ଟ୍ ୩୩ ବିଲିଅନ ଡଲାର, ପାକିସ୍ଥାନ ୨୯ ବିଲିଅନ ଏବଂ ବଙ୍ଗଳାଦେଶ ୨୧ ବିଲିଅନ ଡଲାର ପାଇଛି ।
ଅର୍ଥନୀତିକୁ ସୁଦୃଢ କରିବାକୁ ଦେଶରେ ପ୍ରତିଦିନ ସଂସ୍କାର କାର୍ଯ୍ୟ ଜାରିରହିଛି । ଅର୍ଥର ଦେଣନେଣ ପାଇଁ ପୂର୍ବେ ଡଲାର, ଭିସା , ମାଷ୍ଟର କାର୍ଡକୁ ମାଧ୍ୟମ ରୂପେ ଭାରତରେ ବ୍ୟବହାର କରାଯାଉଥିଲା । ଏବେ ରୁପେ କାର୍ଡ ଆସିବା ପରେ ସ୍ୱଦେଶୀ ବିକଳ୍ପ ଲୋକଙ୍କ ହାତକୁ ଆସିଛି । ଯାହାଫଳରେ ବଜାରରେ ଭିସା ଓ ମାଷ୍ଟରକାର୍ଡର ଏକ·ଟିଆ କାରବାର ହ୍ରାସ ପାଇଛି । ଅନ୍ୟ କାର୍ଡ ତୁଳନାରେ ଭାରତର ୟୁପିଆଇ ବ୍ୟବସ୍ଥା ଅଢେଇଗୁଣ ଶୀଘ୍ର ହେଉଛି । ଏବେ ପ୍ରତିଦିନ ୨୨ କୋଟି ଟଙ୍କା ପ୍ରତିଦିନ ୟୁପିଆଇ ମାଧ୍ୟମରେ ଦେଣନେଣ ହେଉଛି । ଚୀନର ସିବିଡିସି ୨୦୧୪ରେ ଡିଜିଟାଲ ଗ୍ରୁପ ଗଠନ କରି ୨୦୨୦ରୁ କାର୍ଯ୍ୟ କରୁଛି । ଭାରତ ମଧ୍ୟ ଚଳିତମାସ ଡିସେମ୍ବରରୁ ଡିଜିଟାଲ ମୁଦ୍ରା ବଜାରକୁ ଛାଡିଛି । ଏହା ଛଡା ୨୦୨୦-୨୧ରେ ଦୈ÷ନିକ ୯୦ଲକ୍ଷ ଲୋକଙ୍କ ଖାତାକୁ ଅର୍ଥ ଯାଉଥିବା ସ୍ଥଳେ ୨୦୨୫ବେଳକୁ ଏହାର ପରିମାଣ ୧୫ ଟ୍ରିଲିଅନ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଭାରତର ନେସନାଲ ପେମେଣ୍ଟ କର୍ପୋରେସନ ୨୧ଟି ବ୍ୟାଙ୍କ ସହ ୨୦୧୬ରେ ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା । ଯାହାର ସଫଳତା ଏବେ ଦେଖିବାକୁ ମିଳୁଛି । ୨୫ ଅଗଷ୍ଟ ୨୦୧୬ରେ ବ୍ୟାଙ୍କଗୁଡିକ ୟୁପିଆଇର ଆପ୍ ଗୁଗଲ ଷ୍ଟୋରରୁ ଡାଉନଲୋଡ କରିବା ଆରମ୍ଭ କରିଥିଲେ । ଏବେ ୨୦୨୨ ସୁଦ୍ଧା ୩୦୪ ବ୍ୟାଙ୍କ ଏହି ବ୍ୟବସ୍ଥାରେ ଯୋଡି ହୋଇଛନ୍ତି । ଏମାନେ ମାସିକ ୮.୨୫ଲକ୍ଷ କୋଟି ଟଙ୍କା ଦେଣନେଣ କରୁଛନ୍ତି । ନଭେମ୍ବର ୨୦୨୧ ପର୍ଯ୍ୟନ୍ତ କେବଳ ମୋବାଇଲ ମାଧ୍ୟମରେ ୬୮୦୦ କୋଟି ଟଙ୍କାର ଦେଣନେଣ ହୋଇଥିବାର ଜଣାପଡିଛି ।
ରପ୍ତାନୀ କ୍ଷେତ୍ରରେ ୨୦୨୦-୨୧ରେ ୪୯୯.୧୦ ବିଲିଅନ ଡଲାର, ୨୦୨୧-୨୨ରେ ୬୬୦.୫୦ ବିଲିଅନ ଡଲାରର ରେକର୍ଡ କରି ଏବେ ୨୦୨୨-୨୩ ଆର୍ଥôକ ବର୍ଷର ପ୍ରଥମ ୬ମାସ ମଧ୍ୟରେ ୪୪୪.୭୪ ବିଲିଅନରେ ପହଞ୍ଚôଛି, ଯାହା ଏପ୍ରିଲ ସୁଦ୍ଧା ୮୦୦ ବିଲିଅନରେ ପହଞ୍ଚôବ । ବିଦେଶକୁ ରପ୍ତାନୀ ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ ଏବେ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ୨୦୨୦-୨୧ରେ ୮୪୩୪କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ହୋଇଥିଲା ବେଳେ ୨୦୧୯-୨୦ରେ ଏହା ୯୧୧୫କୋଟି ଥିଲା । ୨୦୧୫-୧୬ରେ ଏହି ରପ୍ତାନୀ ୨୦୫୯ କୋଟି ଥିଲା । କିନ୍ତୁ ୨୦୨୧-୨୨ରେ ଏହି ରପ୍ତାନୀ ବୃଦ୍ଧିପାଇ ୧୩୦୦୦କୋଟିକୁ ଛୁଇଁଥିଲା । ଚଳିତ ବର୍ଷ ୨୦୨୨-୨୩ର ପ୍ରଥମ ୬ମାସରେ ପ୍ରତିରକ୍ଷା ରପ୍ତାନୀ ୮୦୦୦ କୋଟିକୁ ଅତିକ୍ରମ କଲାଣି । ୨୦୨୫ସୁଦ୍ଧା ଏହାର ଲକ୍ଷ୍ୟ ୩୫୦୦୦କୋଟିରେ ପହଞ୍ଚôବ ବୋଲି ସମସ୍ତଙ୍କ ମନରେ ଆଶା ସଞ୍ଚାରିତ ହୋଇଛି । ୨୦୨୨-୨୩ ବର୍ଷରେ ପ୍ରତିରକ୍ଷା ସାମଗ୍ରୀର ରପ୍ତାନୀ ୧୭୦୦୦କୋଟିକୁ ଛୁଇଁବ । ୨୦୨୫ସୁଦ୍ଧା ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ୧.୭୫ଲକ୍ଷ କୋଟିକୁ ନେବା ଲକ୍ଷ୍ୟରହିଛି । ୨୮୫୧ ପ୍ରକାର ସାମଗ୍ରୀ ମଧ୍ୟରୁ ୨୫୦୦ ସାମଗ୍ରୀର ଦେଶୀୟ ଉତ୍ପାଦନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସାଉଦିଆରବ ସଂଯୁକ୍ତ ଆରବ ଅମିରାତକୁ ବ୍ରହ୍ମୋସ୍ତ୍ର ପରି କ୍ଷେପଣାସ୍ତ୍ର ଏବଂ ଇଜିପ୍ଟ,ମାଲେସିଆ, ଆର୍ଜେଣ୍ଟିନାରୁ ତେଜସ ବିମାନ ରପ୍ତାନୀର ଅର୍ଡର ମିଳିବାର ସମ୍ଭାବନା ରହିଛି ।
ଭାରତର ଅର୍ଥନୀତି ୨୦୨୭ସୁଦ୍ଧା ବର୍ତ୍ତମାନର ପଞ୍ଚମ ସ୍ଥାନରୁ ଉଠି ୩ୟ ସ୍ଥାନରେ ପହଞ୍ଚôବ ବୋଲି ଆଶା କରାଯାଉଛି । ଆର୍ଥôକ ସର୍ବେକ୍ଷଣ କରୁଥିବା ଷ୍ଟାନଲେ ମୋର୍ଗାନର ଆକଳନ ଅନୁଯାୟୀ ଗତ ଦଶବର୍ଷ ହେବ ଭାରତ ବାର୍ଷିକ ୫.୫ ପ୍ରତିଶତ ହାରରେ ଘରୋଇ ଉତ୍ପାଦ ବୃଦ୍ଧି (ଜିଡିପି)କୁ କାଏମ ରଖିଆସିଛି । ବିଶ୍ୱରେ ବାଣିଜ୍ୟ ବୃଦ୍ଧି, ଡିଜିଟାଲକରଣକୁ ଗୁରୁତ୍ୱ, ଶକ୍ତି ଉତ୍ପାଦନ ବୃଦ୍ଧିକୁ କେନ୍ଦ୍ରକରି ଭାରତ ଆଗକୁ ଯାଉଛି । ଏହାଧାରା ଜାରି ରହିଲେ ୨୦୩୦ ବେଳକୁ ପୃଥିବୀର ତୃତୀୟ ବୃହତ ଷ୍ଟକ୍ ମାର୍କେଟ ଭାରତ ହିଁ ହେବ ବୋଲି ସଂସ୍ଥାର ମୁଖ୍ୟ ରଣନୀତିକାର ରିଧମ ଦେଶାଇ କହିଛନ୍ତି । ଅଷ୍ଟ୍ରେଲିଆ, ୟୁଏଇ ସହ ବାଣିଜ୍ୟ ବୁଝାମଣା ସରିଥିଲେ ମଧ୍ୟ ଅନେକଗୁଡିଏ ରାଷ୍ଟ୍ରସହ ମୁକ୍ତ ବାଣିଜ୍ୟ ବୁଝାମଣା ପାଇଁ ଭାରତ ଆଲୋଚନା ଜାରି ରଖିଛି । ଯଦ୍ୱାରା ୨୦୩୧ସୁଦ୍ଧା ବର୍ତ୍ତମାନର ଜିଡିପି ୩.୫ ଟ୍ରିଲିଅନ ଡଲାରରୁ ବଢି ୭.୫ ଟ୍ରିଲିଅନ ଡଲାରରେ ପହଞ୍ଚôବ । ଆସନ୍ତା ଦଶନ୍ଧିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ୧୦ ଟ୍ରିଲିଅନ ଡଲାରର ମାର୍କେଟ ହେବ । ବିଶ୍ୱର ତିନୋଟି ଅର୍ଥଶକ୍ତି ମଧ୍ୟରୁ ଭାରତ ୨୦୨୩ଠାରୁ ବାର୍ଷିକ ୪୦୦ ବିଲିଅନ ଡଲାରର ଉତ୍ପାଦନ ବୃଦ୍ଧିକୁ ଦେଖିବ, ଯାହା ୨୦୨୮ ବେଳକୁ ୫୦୦ବିଲିଅନ ଡଲାରକୁ ଛୁଇଁବ । କାରଣ ବର୍ତ୍ତମାନର ସରକାର ଉତ୍ପାଦନ, ବାଣିଜ୍ୟବୃଦ୍ଧି ଉପରେ ଜୋରଦେଇ କମ୍ପାନୀ ଟିକସରେ ହ୍ରାସ, ପୁଞ୍ଜି ନିବେଶ ପାଇଁ ସୁବିଧା, ଢାଞ୍ଚାଗତ ବିକାଶ ଉପରେ ଦୃଷ୍ଟି ଦେଉଥିବା ହେତୁ ତାହା ଆଗାମୀ ଦିନରେ ଅଧିକ ପୁଞ୍ଜିନିବେଶ ସହ ନିର୍ମାଣ ବୃଦ୍ଧିରେ ସହାୟକ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁସବୁ ବଡ ବଡ ବିଦେଶୀ କମ୍ପାନୀ ଭାରତରେ ପୁଞ୍ଜିନିବେଶ କରିବାକୁ ସଙ୍କୋଚ କରୁଥିଲେ ଏବେ ସେମାନେ ଢାଞ୍ଚାଗତ ବିକାଶକୁ ଦୃଷ୍ଟିରେ ରଖି ଆଗ୍ରହୀ ହେଲେଣି । ଭାରତର ମୋଟ ଘରୋଇ ଉତ୍ପାଦ ବର୍ତ୍ତମାନର ୧୫.୬ ପ୍ରତିଶତରୁ ବୃଦ୍ଧି ପାଇ ୨୦୩୧ ବେଳକୁ ୨୧ ପ୍ରତିଶତ ହେବ ବୋଲି ସୂଚନା ମିଳିଲାଣି. ଯାହା ଭାରତର ରପ୍ତାନୀକୁ ବୃଦ୍ଧି କରିବ । ଭାରତକୁ ଏବେ ଆର୍ଥôକ ଶକ୍ତି ଭାବେ ଅଧିକ ଗୁରୁତ୍ୱ ଦିଆଯାଉନାହିଁ ସତ । କାରଣ ପାଖାପାଖି ୧୪୦କୋଟି ଜନସଂଖ୍ୟା ଭାରତରେ ରହିଛନ୍ତି, ଯେଉଁ ଲୋକଙ୍କ ପାଇଁ ଅନେକ ସମସ୍ୟା ଦୂର କରିବାକୁ ରହିଛି । କିଛି ଲୋକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ଆଲୋଚନା କରୁଛନ୍ତି । କିନ୍ତୁ ଡଲାର ତୁଳନାରେ ୟେନ, ୟୁଆନ, ପାଉଣ୍ଡ, ୟୁରୋ ପରି ବିଶ୍ୱର ପ୍ରମୁଖ ମୁଦ୍ରାଗୁଡିକର ବିନିମୟ ମୂଲ୍ୟ ୨୦୨୨ରେ ଟଙ୍କା ତୁଳନାରେ ଯେ ଅଧିକ ହ୍ରାସ ପାଇଛି, ସେ କଥା କହୁନାହାନ୍ତି । ବର୍ତ୍ତମାନ ସ୍ଥିତିରେ ବିଶ୍ୱର ଅସ୍ଥିରତା ମଧ୍ୟରେ ଟଙ୍କା ଅନ୍ୟ ମୁଦ୍ରାଗୁଡିକ ତୁଳନାରେ ଅଧିକ ସ୍ଥିର ଅଛି ବୋଲି କୁହାଯାଇପାରିବ । ଏବେ ଜିଡିପିର ଋଣ ପ୍ରତିଶତ ଏବେ ଭାରତରେ ୫୭ପ୍ରତିଶତ ରହିଛି ଯାହା ଆଗାମୀ ୧୦ବର୍ଷରେ ୧୦୦ ପ୍ରତିଶତରେ ପହଞ୍ଚôବ । କାରଣ ଭାରତର ଘରୋଇ କ୍ରୟଶକ୍ତି ୨୦୨୨ରେ ୨ ଟ୍ରିଲିଅନ ଡଲାର ରହିଛି, ଯାହା ଦଶବର୍ଷରେ ଦୁଇ ଗୁଣ ବୃଦ୍ଧିପାଇ ୪.୯ ଟ୍ରିଲିଅନରେ ପହଞ୍ଚôବ । ୨୦୩୧ବେଳକୁ ବାର୍ଷିକ ଘରୋଇ ରୋଜଗାର ୧୦୦୦୦ରୁ ୩୫୦୦୦ ଡଲାର ମଧ୍ୟରେ ୪୬ ପ୍ରତିଶତ, ୫୦୦୦ରୁ ୧୦୦୦୦ଡଲାର ମଧ୍ୟରେ ୩୪ ପ୍ରତିଶତ, ୩୫୦୦୦ରୁ ଅଧିକ ୭ ପ୍ରତିଶତ ପରିବାରରେ ରହିବା ବେଳେ ୫୦୦୦ଡଲାରରୁ କମ୍ ରୋଜଗାର କରିବା ପରିବାରଙ୍କ ହାର ୧୩ପ୍ରତିଶତ ରହିବ । ଫଳରେ ଚୀନ ୨୦୦୭ରୁ ୨୦୧୨ ମଧ୍ୟରେ ଯେପରି ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିଥିଲା ଭାରତ ସେହିପରି ନିବେଶ ଆଗାମୀ ୧୦ବର୍ଷରେ ସୃଷ୍ଟି କରିବ । ତେଣୁ ଆଗାମୀ ଦଶନ୍ଧିକୁ ଭାରତର ଦଶନ୍ଧି ଭାବେ ଅନେକ ଦେଖୁଥିବା ହେତୁ ଭାରତର ଅର୍ଥନୀତି ପାଇଁ ଭଲଦିନ ଆସୁଛି ବୋଲି କହି ହେବ ।