ନବମ ଶ୍ରେଣୀରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି

0
16

ଚଳିତ ଶିକ୍ଷାବର୍ଷରେ ନବମଶ୍ରେଣୀ ପରୀକ୍ଷା ଦେଇଥିବା ଚାତ୍ରଛାତ୍ରୀଙ୍କ ମଧ୍ୟରୁ ସରକାରୀ
ବିଦ୍ୟାଳୟରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନବମ ଶ୍ରେଶୀରେ
ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଶହରୁ ଅଧିକ ରହିଛି ।
ନବମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରି ।ଠୀ ପଚାରିଥିବା ଏକ ପ୍ରଶ୍ନର
ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତ
ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟଗୁଡିକରେ ୩,୭୪,୦୩୦ ଜଣ ଛାତ୍ରଛାତ୍ରୀ ନବମଶ୍ରେଣୀ ପରୀକ୍ଷା ଦେଇଥିଲେ ।
ଏମାନଙ୍କ ମଧ୍ୟରୁ ୧୨,୭୫୬ ଜଣ ଫେଲ୍‌ ହୋଇଥିଲେ । ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩୪୧ ଜଣ ପୁର୍ନବାର
ନବମଶ୍ରେଣୀରେ ପଢିଥିବାବେଳେ ୭୪୫୧ ଜଣ ପାଶ୍‌ ଫେଲ୍‌ ତାଲିକାରେ ରହିଥିଲେ ।
ସେହିଭଳି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ୫୧୫୮ ଜଣ ଛାତ୍ରଛାତ୍ରୀ ନବମଶ୍ରେଣୀରେ ପରୀକ୍ଷା
ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୫୭ ଜଣ ଫେଲ୍‌ ହୋଇଥିଲେ । ଏହି ଫେଲ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୭ ଜଣ
ପୁର୍ନବାର ନବମ ଶ୍ରେଣୀରେ ପାଠ ପଢିଥିବାବେଳେ ୧୩୦ ଜଣ ଫେଲ୍‌ ତାଲିକାରେ ରହିଥିଲେ ।