ମୋଦୀଙ୍କ ପାଇଁ କଷ୍ଟକର ସମୟ

0
171

ଚଳିତବର୍ଷ ତୃତୀୟ ଥର ପାଇଁ ସରକାରକୁ ଆସିଥିଲେ ମଧ୍ୟ ବର୍ତ୍ତମାନର କେନ୍ଦ୍ର ସରକାର ଯେ ସ୍ୱାଭାବିକ ଢଙ୍ଗରେ କାର୍ଯ୍ୟ କରିପାରୁନାହାନ୍ତି ତାହା ଯେ କେହି କହିବ । କାରଣ କଠୋର ନିଷ୍ପତ୍ତି ନେବାପାଇଁ ପଛାଉନଥିବା ମୋଦୀ ଲୋକସଭାରେ ଦଳର ଦୁର୍ବଳ ସ୍ଥିତିରୁ ସହଯୋଗୀମାନେ ·ପ ସୃଷ୍ଟି କରୁଥିବା ଦେଖି ପାରୁଛନ୍ତି । ନିର୍ଣ୍ଣୟକୁ ସହଯୋଗୀ ଦଳମାନଙ୍କ ଆଗ୍ରହରେ ପୁନର୍ବି·ର ପାଇଁ ପଛକୁ ଫେରାଇବା ପାଇଁ ବାଧ୍ୟ ହେଉଛନ୍ତି । ନିକଟରେ ପାର୍ଲିଆମେଣ୍ଟରେ ଆସିଥିବା ବିଲକୁ ଜେପିସିକୁ ପଠାଇବା ପାଇଁ କଥା ଉଠିଛି । ଚିରାଗ ପାସୱାନଙ୍କ ପରି ସହଯୋଗୀ ନେତା ଓ ମନ୍ତ୍ରୀ ମଧ୍ୟ ଶୃଙ୍ଖଳା ବାହାରକୁ ଯାଇ ନିଜ ଦଳୀୟ ସ୍ୱାର୍ଥରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଚନ୍ଦ୍ରବାବୁ ନାଇଡୁଙ୍କ ସହ ମୋଦୀ ବିରୋଧୀ ବିଦେଶୀ ନେତ୍ରୀ ମଧ୍ୟ ସାକ୍ଷାତ କରୁଛନ୍ତି । ଅପରପକ୍ଷେ କାଶ୍ମିରର ନିର୍ବାଚନ ଘୋଷଣା ହେଉହେଉ ସବୁ ମୋଦୀ ବିରୋଧୀ ଏବଂ ପାକ୍ ସମର୍ଥକ ଦଳ ୩୭୦ଧାରାକୁ ଫେରାଇ ଆଣି ପାକିସ୍ଥାନ ସହ ସଂପର୍କ ରକ୍ଷା ପାଇଁ ଲାଗି ପଡିଥିଲାବେଳେ ଆମେରିକାର ପ୍ରତିନିଧିଦଳ କେବଳ ମୋଦୀ ବିରୋଧୀ ନେତାମାନଙ୍କୁ କାଶ୍ମିରରେ ସାକ୍ଷାତ କରିିବା ସନେ୍ଦହକୁ ଅଧିକ ଜୋର ଦେଇଛି । ସ୍ୱାଧୀନତା ବେଳେ କଂଗ୍ରେସ ହିନ୍ଦୁପାର୍ଟି ଏବଂ ଜିନ୍ନା ମୁସଲିମ ପାର୍ଟିର ଲୋକମାନ୍ୟତା ପାଇଥିଲାବେଳେ ଏବେ ବିଜେପି ହିନ୍ଦୁପାର୍ଟି ଏବଂ କଂଗ୍ରେସ ମୁସଲିମ ପାର୍ଟି ଭାବେ ଉଭା ହୋଇଛନ୍ତି । ମୁସଲିମ ଲିଗ ଓ ଜମାତେ ଇସଲାମୀର ସ୍ୱରରେ ଆଜିକାଲି କଂଗ୍ରେସ ଏବଂ ତାର ସହଯୋଗୀଦଳମାନେ କଥା ହେଉଛନ୍ତି । ସେହି ଢଙ୍ଗରେ ଭୋଟ କିଛି ଦେବା ପାଇଁ କହୁଛନ୍ତି । ତଥାକଥିତ କିଛି ରାଜନୈତିକ ଦଳ ଦେଶର ଆଦିବାସୀ ଏବଂ ଜନଜାତିର ଲୋକମାନଙ୍କୁ ଅଲଗା କହି ବାଣ୍ଟିବାରେ ବ୍ୟସ୍ତ । ସେମାନେ ହିନ୍ଦୁ ସମାଜରୁ ଏମାନଙ୍କୁ ଅଲଗା କରି ନିଜ ଭୋଟ ବ୍ୟାଙ୍କ ଗଢିବାରେ ମଗ୍ନ । ଦକ୍ଷିଣରେ ଉତ୍ତର ବନାମ ଦକ୍ଷିଣ ଭାରତର ଘୃଣା ସୃଷ୍ଟି ହେଉ କିମ୍ବା ଦ୍ରାବିଡ ଅଣଦ୍ରାବିଡ ବକ୍ତବ୍ୟ ହେଉ, ରାମ ବନାମ ରାବଣ ସମର୍ଥନ ହେଉ କିମ୍ବା ନବୀଙ୍କ ବିରୋଧରେ କହିଲେ ମୁଣ୍ଡକାଟ ସ୍ଲୋଗାନ ଦେଉଥିବା ଜିହାଦି ଷଡଯନ୍ତ୍ର ହେଉ ଏସବୁ ଯେ ମୋଦୀଙ୍କ ଲୋକପ୍ରିୟତା ଓ ସମର୍ଥନକୁ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ତା ସତକଥା । କିନ୍ତୁ ନିର୍ବାଚନ ଓ ସରକାର ପାଇଁ ବିଜେପି ଏବେ ପୁୁରୁଣା ଜନସଂଘ ନରହି କଂଗ୍ରେସର ସ୍ଥିତିକୁ ·ଲିଆସିବା ପରେ କଂଗ୍ରେସ ଏବେ ଜମାତେ ଇସଲାମୀ ସ୍ତରକୁ ·ଲିଯାଇଛି । ବିଜେପି ଓ ତାର ସହଯୋଗୀ ସଂଗଠନଗୁଡିକ ଅତୀତରେ ଯେପରି ହିନ୍ଦୁବାଦ କଥା କହୁଥିଲେ ଆଜି ସେଭଳି ସ୍ୱରରେ କହୁନାହାନ୍ତି । କେହି ଯଦି ଭାରତରେ ହିନ୍ଦୁତ୍ୱର କଥା ଅଧିକ କହୁଛି ତାକୁ ଉଗ୍ର ହିନ୍ଦୁ ବୋଲି ଚିତ୍ରଣ କରୁଛନ୍ତି । ତେଣୁ ଉତ୍ତରାଖଣ୍ଡରେ ସନାତନୀ ସନ୍ଥଙ୍କୁ ଗିରଫ କରାଯିବାଠାରୁ ଆରମ୍ଭ କରି ମଧ୍ୟପ୍ରଦେଶରେ ସାଧ୍ୱୀ ପ୍ରଜ୍ଞାଙ୍କ ପରି ଲୋକଙ୍କ ପାଟି ବନ୍ଦ କରାଗଲା । ମୁସଲମାନ ଭୋଟ ପାଇବା ପାଇଁ କେନ୍ଦ୍ର ସରକାରୀ ଯୋଜନା ଭରି ଭରି ଦିଆଗଲା । ହେଲେ ପରିଣାମ କଣ ହେଲା ତାହା ସମସ୍ତେ ଜାଣନ୍ତି, ଅଧିକ କହିବା ଆବଶ୍ୟକ ନାହିଁ । କଂଗ୍ରେସ ତୁଳନାରେ ବିଜେପି ସରକାର ମୁସଲିମଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥôକ ବିକାଶ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଥିଲେ ମଧ୍ୟ ସେମାନେ ବିଜେପିକୁ ବିଶ୍ୱାସ କଲେ ନାହିଁ । ଏହାର ପ୍ରମାଣ ଆମେ ଗତ ଲୋକସଭା ନିର୍ବାଚନରେ ଦେଖିସାରିଛୁ । ଯେଉଁ ସମାଜ ଉପରେ ମୋଦୀ ଅଧିକ ଭରସା କରିଥିଲେ ସେମାନେ ତାଙ୍କୁ ନିରାଶ କରିଛନ୍ତି ।
ଯେଉଁ ସହଯୋଗୀମାନଙ୍କୁ ସାଙ୍ଗରେ ନେଇ ମୋଦୀ ସରକାର ଗଢିଲେ, ବଜେଟରେ ସେମାନଙ୍କ ରାଜ୍ୟପାଇଁ ଅଧିକ ବ୍ୟୟବରାଦ କଲେ, ସେମାନେ ମଧ୍ୟ ମୋଦୀଙ୍କୁ ଏବେ ନାଲି ଆଖି ଦେଖାଇବାରେ ବ୍ୟସ୍ତ । ତେଣୁ ସହଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏବେ ମୋଦୀ ଚିନ୍ତାରେ ରହିଛନ୍ତି । ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ପାଇଁ ସଂଖ୍ୟାଧିକ ଆସନ ଅନ୍ୟଦଳରୁ ଆସିଥିବା ନେତାମାନଙ୍କୁ ଦେବାକୁ ବାଧ୍ୟ ହୋଇଛନ୍ତି । ନିଜ ସଂସଦୀୟ ଆସନ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ଉତ୍ତର ପ୍ରଦେଶରେ ଦୁର୍ବଳ ହେବାରୁ ଅଧା ଆସନ ହାତରୁ ·ଲିଗଲା । ଦଳ ଭିତରେ ସନ୍ତୁଳନ ରକ୍ଷା ପାଇଁ ଦୁଇ ଦୁଇ ଜଣ ନେତାଙ୍କୁ ଯୋଗୀଙ୍କ ସହଯୋଗୀ ହେବାଲାଗି ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲେ ମଧ୍ୟ ସେମାନେ ହିଁ ନିର୍ବାଚନ ଏବଂ ନିର୍ବାଚନ ପରେ ଦଳପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରୁଛନ୍ତି । ପଶ୍ଚିମବଙ୍ଗରେ ଅରାଜକତା ଲାଗି ରହିଥିଲେ ମଧ୍ୟ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପଛାଉଥିବା ବିଜେପି କ୍ରମଶଃ ହିନ୍ଦୁମାନଙ୍କ ଆସ୍ଥା ହରାଇବାରେ ଲାଗିଛି । ବଙ୍ଗଳାଦେଶପରି ଛୋଟ ଦେଶରେ କିପରି ହିନ୍ଦୁମାନଙ୍କୁ ହତ୍ୟାକରି ରାଜରାସ୍ତାରେ ଫିଙ୍ଗି ଦିଆଗଲା, ଓଭରବ୍ରିଜରେ ଟାଙ୍ଗି ଦିଆଗଲା ତାହା ଆମେ ଦେଖିସାରିଛୁ । ମୋଦୀ ସେତେବେଳେ ମଧ୍ୟ କିଛି କରିବାକୁ ସାହସ କରିପାରିଲେ ନାହିଁ । ସେହି ଘଟଣାରେ କୋ÷÷ଣସି ଇସଲାମିକ ରାଷ୍ଟ୍ର ମଧ୍ୟ ହିନ୍ଦୁଙ୍କ ସପକ୍ଷରେ ପଦେ ହେଲେ କହିଲେ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଇସଲାମିକ ବର୍ବରତାର ସେମାନେ ନିରବ ସମର୍ଥକ । ହିଂସା, ଦ୍ୱେଷ, ରକ୍ତପାତ, ଦଙ୍ଗା,ମନ୍ଦିର ଭଙ୍ଗାର ସେମାନେ ଆମୋଦିତ ସହଯୋଗୀ । ସେମାନେ ମୋଦୀଙ୍କଠୁ ସୁବିଧା ପାଇଁ ଯେତେ ସମ୍ମାନ ପଦକ ଝୁଲାଇଲେ ମଧ୍ୟ ଅସଲବେଳରେ ଧ୍ୱସଂର ସଂଗୀତ ଗାନ କରିବେ । ଦେଶ ଭିତରେ ପ୍ରତିଦିନ କଂଗ୍ରେସ ନେତା ଆଦାନୀ ଓ ଅମ୍ବାନୀକୁ ଗାଳି ଦେଉଛନ୍ତି, କିନ୍ତୁ ବାହାଘର ଭୋଜୀ ଖାଇବାକୁ ଅମ୍ବାନୀ ଘରେ ପେଟବାଡେଇ ଧାଡି ବାନ୍ଧୁଛନ୍ତି । ଆଦାନୀଠୁ ସୁବିଧା ନେବା ପାଇଁ ତେଲେଙ୍ଗାନାର କଂଗ୍ରେସ ମୁଖ୍ୟମନ୍ତ୍ରୀ ଦ୍ୱାର ଖୋଲି ସ୍ୱାଗତ କରୁଛନ୍ତି । ଏଭଳି ଛଦ୍ମବେଶୀଙ୍କୁ ପାର୍ଲିଆମେଣ୍ଟରେ ନିତି ଦେଖୁଥିଲେ ମଧ୍ୟ ଗଣତନ୍ତ୍ରରେ ଗଣ ହିଁ ଶକ୍ତିଶାଳୀ ଥିବା ଯୋଗୁ ମୋଦି କିଛି କରିବା ସ୍ଥିତିରେ ନାହାନ୍ତି । ଅପରପକ୍ଷେ ତାଙ୍କର ବିନାଶ ପାଇଁ ପଞ୍ଜାବୀ ଓ ମୁସଲିମ ଦୈନିକ ଷଡଯନ୍ତ୍ରରେ ସାମିଲ ହେଉଛନ୍ତି । ତା ନହୋଇ ଥିଲେ ପଞ୍ଜାବ ଓ କାଶ୍ମିରରୁ ଦୁଇଜଣ ସନ୍ତ୍ରାସବାଦୀ ଲୋକସଭାକୁ ବିଜୟୀ ହୋଇ ଆସିନଥାନ୍ତେ । ଗଣରେ ମଧ୍ୟ ଘୂଣଲାଗେ, ତନ୍ତ୍ର ମଧ୍ୟ ଯନ୍ତ୍ରବତ କାର୍ଯ୍ୟକରେ, ଆଖିବୁଜି ଭୋଟ ଦିଏ, ଏହା ତାର ପ୍ରମାଣ । ଏଥର ସରକାରକୁ ଖସେଇବା ପାଇଁ ବ୍ୟବସ୍ଥା କରିଥିବା ଉତ୍ତର ଭାରତର ଯୋଜନାରେ କେବଳ ଓଡିଶା ଓ ଆନ୍ଧ୍ରପରି ଅଣପାରମ୍ପାରିକ ଭୋଟରମାନେ ଏକଜୁଟ ହୋଇ ସେଥିରେ ପାଣିପକାଇ ଦେଲେ ଯାହା ନଚେତ୍ ମୋଦୀଙ୍କ ସରକାର ·ଲିଯିବା ସ୍ଥିତିକୁ ଆସିଯାଇଥିଲା । କିନ୍ତୁ ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା ପରି ରାଜ୍ୟର ନିର୍ବାଚନ, ୨୦୨୫ରେ ଜନଗଣନାର ରିପୋର୍ଟ ୨୦୨୬ରେ ଆସିବା ପରେ ମୋଦୀଙ୍କ ପାଇଁ ଅଧିକ ସଙ୍କଟ ସୃଷ୍ଟି କରିବ । ବଙ୍ଗଳାଦେଶ ପରି ଭାରତରେ ଜାତି, ସଂରକ୍ଷଣ ନାମରେ ବିରୋଧୀ, ଜିହାଦିଗୋଷ୍ଠୀ ଗୃହଯୁଦ୍ଧ ଭଳି ସମସ୍ୟା ସୃଷ୍ଟି କରିପାରନ୍ତି । ତେଣୁ ଏବେଠୁ ସେମାନେ ସାରା ଦେଶରେ ସେହି ପ୍ଲଟର ରିହର୍ସାଲ କରୁଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସରକାର ପିଏଫଆଇ ସନ୍ତ୍ରାସବାଦୀଙ୍କୁ ଜେଲରୁ ଛାଡିଦେବା ବଙ୍ଗଳାଦେଶରେ ସନ୍ତ୍ରାସବାଦୀଙ୍କୁ ଜେଲରୁ ଛଡାଯିବା ପରି ଏକାକଥା । ମୋଦୀଙ୍କ ଶାସନକାଳରେ ବିରୋଧୀଦଳ ବିରୋଧ କରିବାକୁ ଯାଇ ଦେଶ ବିରୋଧୀ ସ୍ତରକୁ ·ଲିଯାଇଛନ୍ତି । ତାମିଲନାଡୁ ନିଜ ଅପାରଗତା ଲୁ·ଇବାକୁ ଯାଇ ବାପ-ପୁଅ ମେଣ୍ଟ ଖଣ୍ଟ ପରି ବ୍ୟବହାର କଲାବେଳେ କେଳେଙ୍କାରୀରେ ବୁଡିଥିବା କେରଳ ସରକାର ସିଧା ନିଜକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବାକୁ ପ୍ରୟାସ କରି ପାଗଳାମୀ ଦେଖାଇ ସାରିଛନ୍ତି । ପଞ୍ଜାବ ସରକାର ସନ୍ତ୍ରାସବାଦୀ ଖାଲିସ୍ଥାନୀଙ୍କ ସମର୍ଥନରେ ଶାସନକୁ ଆସିଲା ପରଠାରୁ ରାଜ୍ୟରେ ଖାଲିସ୍ଥାନୀମାନେ ସଭାସମିତି କରିବା, ପୋଷ୍ଟର ଲଗାଇ ପ୍ର·ର କରିବା, ସନ୍ତ୍ରାସବାଦୀଙ୍କ ମୃତୁ୍ୟକୁ ସହିଦ ଦିବସ ଭଳି ପାଳନ କରିବାରେ ଲାଗିଛନ୍ତି । ଏସବୁ ସରକାରଙ୍କ ଜ୍ଞାନସାରରେ ହେଉଛି । ସେମିତି ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ,ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡରେ ଜିହାଦି ଗୋଷ୍ଠୀ ପ୍ରତିଦିନ ନୂଆ ନୂଆ ସଙ୍କଟ ସୃଷ୍ଟି କରିବାରେ ବ୍ୟସ୍ତ । ମୁଲ୍ଲା ମୋ÷÷ଲବୀମାନେ ଭାଷଣ ଆଳରେ ଜିହାଦି ରକ୍ତପାତ ପାଇଁ ଲୋକଙ୍କୁ ଉସକାଉଥିବାର ଅନେକ ଘଟଣାମାନ ପ୍ରତିଦିନ ଦୃଷ୍ଟିକୁ ଆସୁଛି । ମୁସଲିମମାନେ ଜୈ÷ନ-ବୋ÷÷ଦ୍ଧଙ୍କ ପରି ସଂଖ୍ୟାଲଘୁ ନହୋଇ ମଧ୍ୟ ସଂଖ୍ୟାଲଘୁ ମାନ୍ୟତା ପାଇ ସୁବିଧା ପାଉଛନ୍ତି, କୋଡିଏ ପ୍ରତିଶତ ଜନସଂଖ୍ୟା କେଉଁଠି ସଂଖ୍ୟାଲଘୁ ନୁହେଁ । ଏସବୁ ଅବ୍ୟବସ୍ଥା ଏବେ ମୋଦୀଙ୍କୁ ଆହ୍ୱାନ ଦେଉଛି ଏବଂ ଆଗାମୀ ଦିନରେ ଦେବ । ଆଇଏସ୍ ପରି ଗୋଷ୍ଠୀ ଦେଶରେ ମଜଭୁତ ହେବାଲାଗି ମେୱାତର ଜଙ୍ଗଲରେ ଷଡଯନ୍ତ୍ରରେ ବ୍ୟସ୍ତ । ଶିକ୍ଷିତ ଲୋକେ ସେମାନଙ୍କ ସହଯୋଗୀ, ସରକାରୀ କର୍ମ·ରୀ ମଧ୍ୟ ସେମାନଙ୍କ ନେଟ୍ୱାର୍କରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ମୋଦୀ ପିଏଲ୍ଆଇ, ମେଡ ଇନ୍ ଇଣ୍ଡିଆ କଥା କହୁଥିଲା ବେଳେ ଦେଶର ବ୍ୟବସାୟୀମାନେ ଚୀନମାଲକୁ ଷ୍ଟିକରମାରି ଲାଭ କମାଇବାରେ ବ୍ୟସ୍ତ । ସରକାରୀ କର୍ମ·ରୀ ଅଧିକରୁ ଅଧିକ ବେତନ, ·କିରୀପରି ସୁବିଧା ପାଇବାକୁ ଦାବିକଲା ବେଳେ ·କିରୀ କାଳରେ ଲୋକଙ୍କୁ ଲୁଟିବାରେ ବ୍ୟସ୍ତ, କଳାଟଙ୍କା ଜମା କରିବାରେ ବ୍ୟକ୍ତ । ଜମା, ଜମିର ପିଲାଙ୍କୁ ବିଦେଶରେ ପଢାଇବାକୁ ·ହୁଁଥିବା ପରି ଗୋଷ୍ଠୀ, ସାଧାରଣର ସେବାପାଇଁ ଆଗ୍ରହୀ ନାହିଁ । ତେଣୁ ଯେତେ ଇଡି, ଭିଜିଲାନ୍ସ ଚଢାଉ ହେଲେ ବି ଏମାନେ ଦୁର୍ନୀତି ପାଇଁ ନିର୍ବିକାର, ନିଃସଙ୍କୋଚ, ବେଧଡକ । ଦେଶର ଏହି ଘୂଣଖିଆ ବ୍ୟବସ୍ଥା ମୋଦୀଙ୍କ ପାଇଁ ଆଜି ଆହ୍ୱାନ ହୋଇଛି, ଆଗାମୀ ଦିନରେ ମଧ୍ୟ ରହିବ ।
ସୀମାନ୍ତରେ ମଣିପୁରରେ ଆମେରିକା, ପାକିସ୍ଥାନ, ଚୀନ, ଇସ୍ରାଏଲ ପରି ରାଷ୍ଟ୍ରମାନଙ୍କ ସକ୍ରୀୟତା, ସେମାନଙ୍କ ପ୍ରତିନିଧିମାନଙ୍କ ଘନଘନ ଗସ୍ତ, ସେ ଅଞ୍ଚଳରେ ଅର୍ଥ ଓ ଅସ୍ତ୍ର ପାଇଁ ସହାୟତା, ସୀମାକୁ ଖୋଲା ରଖିବାକୁ ନାଗାଲାଣ୍ଡ ଓ ମିଜୋରାମର ଖ୍ରୀଷ୍ଟିଆନ ମୁଖ୍ୟମନ୍ତ୍ରୀଙ୍କ ଦାବୀ, ମ୍ୟାନମାର ସମସ୍ୟାପରେ ୫୦୦ ଖ୍ରୀଷ୍ଟିଆନ ଗ୍ରାମ ମଣିପୁର ମଧ୍ୟରେ ସୃଷ୍ଟିହେବା ଆଦି ମୋଦୀଙ୍କ ପ୍ରତି ଆହ୍ୱାନ ସୃଷ୍ଟି କରିଛି । ଭାରତ-ମ୍ୟାନମାର-ଥାଇଲାଣ୍ଡ-ଭିଏତନାମ ଆନ୍ତର୍ଜାତିକ ରାଜପଥ ଯେପରି ନହୋଇ ପାରିବ, ଭାରତ ଯେପରି ସଡକ ମାର୍ଗରେ ବାହାର ଦେଶକୁ ଯାଇନପାରିବ, ସେହି ଷଡଯନ୍ତ୍ରରେ ଅନେକ ରାଷ୍ଟ୍ର ସାମିଲ । ଭାରତର ବାର୍ଷିକ ଅଭିବୃଦ୍ଧି ହାର ୭ପ୍ରତିଶତରୁ ଅଧିକ ରହିବା ଯୋଗୁ ଏସିଆରେ ଆଉ ଏକ ଚୀନ ଯେପରି ସୃଷ୍ଟି ନହେଉ, ଆର୍ଥôକ ଶକ୍ତିରେ ଆମେରିକା ଆଗରେ ଛିଡା ନହେଉ, ସେଥିପାଇଁ ଆମେରିକା ଭାରତର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବାରେ ବ୍ୟସ୍ତ । ତା’ ନହୋଇଥିଲେ ଯୁଦ୍ଧର ଘନଘଟା ମଧ୍ୟରେ ସୁଲିଭାନ ଚୀନକୁ ଗସ୍ତ କରି ନଥାନ୍ତେ । ଭାରତକୁ ଅଟକାଇବା ଲାଗି ଆମେରିକା ଚୀନକୁ ମଧ୍ୟ ଆଗକୁ ଛାଡିପାରେ, ସୀମାନ୍ତରେ ଆକ୍ରମଣ କରିବାକୁ କହିପାରେ, ପାକିସ୍ଥାନ ଓ ବଙ୍ଗଳାଦେଶକୁ ଏଥିରେ ସାମିଲ କରିପାରେ । ସେଥିପାଇଁ କୁହାଯାଇଛି ଆମେରିକାର ଶତ୍ରୁ ହୋଇ ରହିବା ସହଜ, କିନ୍ତୁ ବନ୍ଧୁ ହୋଇ ରହିବା ତାଠାରୁ କଷ୍ଟକର । କାରଣ ଆମେରିକା ଦୋମୁଣ୍ଡିଆ ବିଷଧର ସର୍ପ ସଦୃଶ । ଭାରତରେ ଉତ୍ତେଜନା, ରାଜନୈ÷ତିକ ଅସ୍ଥିରତା ସୃଷ୍ଟି କରିବାକୁ ଅନେକଗୁଡିଏ ଏନ୍ଜିଓ, ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନକୁ ଆମେରିକା ସରକାର ଅର୍ଥ ପ୍ରଦାନ କରିସାରିଛି । ସେମାନଙ୍କ ଭିତରେ ଜିହାଦି, ଜାତିବାଦୀ, ଧର୍ମାନ୍ତରଣ କରୁଥିବା ଗୋଷ୍ଠୀସବୁ ରହିିଛନ୍ତି । କିଏ ମାନବବାଦ, କିଏ ଗଣତନ୍ତ୍ର, କିଏ ମତବ୍ୟକ୍ତ କରିବାର ଅଧିକାର , କିଏ ଇସଲାମିକ ବ୍ରଦରହୁଡ ସୃଷ୍ଟ ଇସଲାମୋଫୋବିଆ କଥା କହି ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ଏମାନେ ଆମେରିକାର ଭଡାଟିିଆ ସେନାବାହିନୀ, ଭିନ୍ନ ଭିନ୍ନ ରୂପରେ କାର୍ଯ୍ୟରତ । ଏମାନେ ଛଦ୍ମବେଶୀ, । ଏମାନଙ୍କ ପ୍ରତି ମୋଦୀ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମୋଦୀଙ୍କ ପାଇଁ ଆଗାମୀ ତିନିବର୍ଷ ବହୁ କଷ୍ଟକର ହେବ, ଯାହା ଦେଖିବାକୁ ବାକି ରହିଛି ।

LEAVE A REPLY