ରାଜ୍ୟର ୧୨୨ ଜଣ ବିଭିନ୍ନ ବର୍ଗର କ୍ରୀଡାବିତ୍ ରାଜ୍ୟସ୍ତରୀୟ କ୍ରୀଡାବିତ୍ ପ୍ରମାଣପତ୍ର
ପାଇବା ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୨୨ଜଣ ଟାଏକୁଣ୍ଡ୍ ଖେଳାଳୀ ରହିଛନ୍ତି । କ୍ରୀଡାବିତ୍ମାନଙ୍କୁ
ପ୍ରମାଣପତ୍ର ପ୍ରଦାନ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରି ।ଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି
ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
କ୍ରୀଡାମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟସ୍ତରୀୟ କ୍ରୀଡାବିତ୍ ପ୍ରମାଣପତ୍ର ପାଇବାପାଇଁ ୧୨୨ ଜଣ
କ୍ରୀଡାବିତ୍ କ୍ରୀଡା ଓ ଯୁବ ସେବା ବିଭାଗ ନିକଟରେ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ପ୍ରମାଣପତ୍ର
ଦେବାପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ୧୯୮୫ ମସିହା ଏବଂ କ୍ରୀଡା ଓ ଯୁବସେବା
ବିଭାଗ ଦ୍ୱାରା ୨୦୧୭ ମସିହାରେ ଜାରି ନିଦେ୍ର୍ଦଶାବଳୀରେ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ।
ପ୍ରମାଣପତ୍ର ପ୍ରଦାନ କରିବା ସମୟ ଜାତୀୟ କ୍ରୀଡା ମହାସଂଘ ଓ ରାଜ୍ୟ କ୍ରୀଡା ସଂଘ ଦ୍ୱାରା ପ୍ରେରିତ ସତ୍ୟାପନ ରିପୋର୍ଟ
ଉପରେ ନିର୍ଭର କରିଥାଏ । ଅପେକ୍ଷାରତ କ୍ରୀଡାବିତ୍ମାନଙ୍କ ମଧ୍ୟରେ ତୀରନ୍ଦାଜୀ, ବାସ୍କେଟବଲ୍, ବକ୍ସିଂ, ଚେସ୍, କ୍ରିକେଟ,
ଅସ୍ତ୍ରଚାଳନା, ଫୁଟ୍ବଲ୍, ଜିମ୍ନାଷ୍ଟିକ୍ ହକି, କବାଡି, କାୟାକିଙ୍ଗ ଆଣ୍ଡ୍ କାନଇଙ୍ଗ୍, ମୁଷ୍ଟିଯୋଦ୍ଧା, ଉସୁ, ଟାଇକୁଣ୍ଡ, ହ୍ୟାଣ୍ଡ୍ବଲ୍,
ଜୁଡୋ, କରାଟେ, ବେସ୍ବଲ୍, ସଫ୍ଟବଲ୍ ଓ ବ୍ୟାଡମିଣ୍ଟନ ଆଦିର ଖେଳାଳିମାନେ ରହିଛନ୍ତି ।
































